STORYMIRROR

Debadatta Jena

Horror Romance Thriller

3  

Debadatta Jena

Horror Romance Thriller

କୋଭିଡ-୧୯

କୋଭିଡ-୧୯

1 min
223

   


କି ଫାଶରେ ଫସେଇଲୁରେ କୋଭିଡ ତୁ.. 


ଏଇ ସାହି ଓ ସହର ସବୁ ଖାଁ ଖାଁ, 


ସବୁ ସୁନ ସାନ ନାହିଁ କିଛି ଭିଡ଼, 


ବୁଝିଲିଣି ଆମ ଗାଁ ବଙ୍କା ଜହ୍ନ ଥିଲା 


କେଡେ ସେ ନିଜର.., 


ପରଦେଶୀ ଚକା ଜହ୍ନ, ଏବେ ଲାଗେ 


ନିହାତି ଡେଂଜର..!


ହଜୁଥିଲି ମଜୁଥିଲି, ହଜେଇକି ଖୋଜୁଥିଲି, 


ସେ ଭିଡ଼ ଭିତରୁ ମୋ ତାରକସି ଜହ୍ନ, 


ସେ ଜହ୍ନ ଯେବେ ଲାଗୁ ଥିଲା ରୂପା ପରି 


ତୋଫା ଗୋରା ଅତି ଆପଣାର.., 


ଏବେ ଏ ଲକ ଡାଉନ, ସଟ ଡାଉନରେ 


କାନ ଅଛି ସୁନା ନାହିଁ, ସୁନା ଥିଲେ 


କାନ ନାହିଁ, ସେ ନିଃସ୍ଵ, ନିର୍ବାକ, ନିଃଶ୍ଚଳ, 


ପ୍ରତି ମୁହୂର୍ତ୍ତରେ.... |


କି ବିଷ ସିଞ୍ଚିଲୁ ତୁ ମନେ କରୋନା ତୁ 


ଏ ରାଜ୍ୟ, ଦେଶେ, ଚତୁର୍ପାଶ୍ୱେ, 


ଭୂତାଣୁ ଯେ ସର୍ବାଙ୍ଗରେ ରୁନ୍ଧେ, 


ବୁଣେ ମୃତ୍ୟୁର ମାୟାଜାଲ, 


ପଞ୍ଜୁରୀ ଭିତରେ ବନ୍ଦୀ ଝଡର ଇଗଲ 


ଅଣ ନିଶ୍ୱାସୀ ହୁଏ, 


ଏହି ନିରଧୂମ 


କୋଭିଡ -19 କରଫୁରେ... |


କି ନିଆଁ ଲଗେଇଛୁରେ ପାଣ୍ଡେମିକ ତୁ, 


ଏଠି, ସେଠି, ସବୁଠି, ଦେହ,ମନ, ହୃଦୟ 


ଡୋର ଲକ, ସଟ ଡାଉନ, ସଂଗରୋଧ, 


ସୋସିଆଲ ଡିଷ୍ଟାନ୍ସ, ସର୍ବାନ୍ତରେ..., 


ତଥାପି ସେ ବଞ୍ଚେ, ସଞ୍ଚେ, 


ତା କୁଣ୍ଠିତ ସମୟ..., 


ଫେରିବାକୁ ଇଚ୍ଛା ଥାଏ, 


ସେ ନିଷ୍ପାପ ହୃଦୟରେ 


ନୀଡ଼ ଅଛି, ଝଡ଼ ଥମୁ ଏଇ 


ନିର୍ବିଘ୍ନ ବସନ୍ତରେ, 


ପୁଣି ଥରେ ସାଉଣ୍ଟିବ ସେ ଜହ୍ନ ରାତି 


କିଛି ଭାଇରଲ ସେଲଫିରେ... |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror