ଯାତ୍ରା
ଯାତ୍ରା
ବିଷାଦକୁ ହରି ମନେ ଅନନ୍ଦ ଦିଏ
କର୍ମକ୍ଳାନ୍ତ ଜୀବନରୁ ମୁକତି ପାଏ
ମାଧ୍ୟମ ଯାହା ହେଉ ପଚାରେ କିଏ
ନୂଆ ନୂଆ ଅନୁଭବ ମନେ ଜଗାଏ
ରେଳ ବସ୍ ଜାହାଜ ଅବା ମଟର ଗାଡି
ଦୁଃଖ ଭୁଲି ଯାନେ ଯାଅ ଆଗକୁ ମାଡି
ପ୍ରକୃତି ଖୋଲି ବସିଛି ଶୋଭାର ପେଡ଼ି
ସେ ଶୋଭା ଦର୍ଶନ କର ନୟନ ଫେଡି
ଯାତ୍ରା କଲେ ବଢେ ଜ୍ଞାନ ଅଜ୍ଞାନ ନାଶି
ପ୍ରକୃତିରେ ହଜି ଖୋଜେ କଳ୍ପନା ବିଳାସୀ
ଶୋଭା ସଂଦର୍ଶନେ ଭାବୁକ ମାନସ ଉଲ୍ଲସି
ତା ମୁଖେ କବିତା ଭଣି ବାଣ୍ଟଇ ଖୁସି
ଯାତ୍ରା ହରେ ମନସ୍ତାପ ସୁଖ କରେ ଭୋଗ
ଅଜଣା ଭୟ ହରି ଶାନ୍ତ କରେ ରାଗ
ଦେହରୁ ଛାଡିଯାଏ ଅସାଧ୍ୟ ରୋଗ
ଅନୁକୁଳ ପରିବେଶ ହୋଇଲେ ଯୋଗ ।
