Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

gouranga charan beura

Tragedy Inspirational Others

2  

gouranga charan beura

Tragedy Inspirational Others

ଶାଗୁଣା ବିଲୁଆ ଚିକିତ୍ସକହେଲେ..

ଶାଗୁଣା ବିଲୁଆ ଚିକିତ୍ସକହେଲେ..

1 min
7.1K


ରାଜା ଅଗାଣ୍ତିଆ ପାଳ ଚୁଣ୍ଟା ମନ୍ତ୍ରୀ

ପ୍ରଜାମେଳି ଭାଗଭାଗ,

ତେଲିଆ ମୁଣ୍ତରେ ତେଲ ବୋଳି ବୋଳି

ଚାଲଇ ଶାସନ ମଂଗ ॥

ଆଇନି ଶୃଂଖଳା କାଲ ଭାଗବତ

ଅଂନ୍ଧ ରାଜ୍ୟର ଦର୍ପଣ,

ରକ୍ଷା କବଚର ହାତ ଗୋଡ ନାହିଁ

ଅଦାଲତ ଧୂଆଁବାଣ ॥

ଶାସନ ପାହାଚେ ମଦ ମାଂସ ଦାରୁ

ସତୀ ହୁଏ ଅପହୃତା,

ଗଣ ବଳାତ୍କାରେ ନାରୀ ଶୋଇଯାଏ

ଆମେରେ ଜଗତଜିତା ॥

କାନ୍ଦୁଥିଲା ଦିନେ ସତୀ ଛବିରାଣୀ

ଜହ୍ଲାଦଗଣ କବଳେ,

କେତେ ଯେ କାନ୍ଦିଲା କୁନ୍ଦୁଲିର ସତୀ

ନର ରାକ୍ଷସ ମେଳରେ ॥

କେତେ ଅନୁନୟ ବିନୟ ହୋଇଲା

ବିଭୂ ପାଦେ ଆଶ୍ରା କରି,

ମାଂସ ଲୋଭି ନର ପିଶାଚ କବଳେ

ଧୋଇ ଗଲା ସତୀ ଶିରୀ ॥

ନିରୀହା ଦଳୀତା ଡାକ ଶୁଣିଲେନି

କଳି ଯୁଗର ରାକ୍ଷସ,

ମା ଠାରୁ ଜନ୍ମି ନିଜ ଭଉଣୀର

କରିଲେ ସର୍ବସ୍ୱ ଧ୍ୱଂସ ॥

ସମାଜର କ୍ରୁର ଅପବାଦ ଡରେ

ହାରିଲା ନିଜ ଜୀବନ,

ଧୀକ୍ ଆମେ ଧୀକ୍ ଆମ ଶାସନକୁ

ଧୀକ୍ ଆମ ସମ୍ବିଧାନ ॥

ବିର୍ସା,ସୁରେନ୍ଦ୍ର,ଲକ୍ଷ୍ମଣ ଯେଉଁଠୁ

ଜନମି ଥିଲେ ମାଟିରେ,

ସେହି ଅଂଗୁ ଜନ୍ମି ଏ ନର ପିଶାଚ

ଲିପ୍ତ ଆଜି କୁକର୍ମରେ ॥

ପାପଭାର ଆଜି ବଢିବଢି ଯାଏ

ଅସହିଷ୍ଣୁ ବସୁନ୍ଧରା,

ସର୍ଜନାରେ ନାରୀ ବିନାଶରେ ନାରୀ

ଯାହା ମାଳିକାରେ ଲେଖା ॥

ଗୈାରାଂଗ ଚରଣ ବେଉରା

ଶିକ୍ଷକ, କୁଲିଆମାଲ ଉଚ୍ଚ ବିଦ୍ୟାଳୟ


Rate this content
Log in

Similar oriya poem from Tragedy