STORYMIRROR

Sadananda Sahoo

Abstract

2  

Sadananda Sahoo

Abstract

ନାରୀ ନାରାୟଣୀ ଜଗତର ରାଣୀ ' '

ନାରୀ ନାରାୟଣୀ ଜଗତର ରାଣୀ ' '

1 min
208

ମାତୃରୂପେ ନାରୀ ମର୍ତ୍ତ୍ଯେ ଅବତରି 

    ସଂସାର ଗଢିଚି ହସ୍ତେ , 

ସ୍ନେହଁପ୍ରେମ ନୀର କରି ସମର୍ପଣ 

   ସ୍ଵଦୁଃଖକୁ ଭୁଲେ ବ୍ଯସ୍ତେ


ସଂସାରେ ସଂସାରୀ ମାଅା ସୁନାନାରୀ 

     ନୀଡଗଢେ ସରାଗରେ

କୋମଳ ହସ୍ତରେ ଶାବକକୁ ପାଳେ 

     ସଂଘର୍ଷରେ ନିରନ୍ତରେ


ଭିନ୍ନଭିନ୍ନ ରୂପେ ଭୂମିକା ନିଭାଏ  

    ମାତୃ ଭଗ୍ନୀ ଜାୟା ଭାର୍ଯ୍ୟା

ଦଗ୍ଧିଭୂତ ହୋଇ ଆଲୋକ ଦିଅଇ 

    ସତେକି ସେ' ଦୀପ ଶିଖା  


ଦୁହିତାରୁ ମାତା ସଜାଏ ବିଧାତା 

    ଆହାକି ତା' ସମର୍ପଣ

ସୁରମ୍ୟ ସୃଷ୍ଟିକୁ ଆଣିଛି ଆମକୁ 

    ମୃତ୍ଯୁ ସଙ୍ଗେ କରି ରଣ


ଦୁଇକୁଳ ହିତ  କରେସେ ସାଧନ 

     ସରାଗରେ ହସିହସି

ପିତ୍ରାଳୟ ଛାଡି ଆସେ ସୌଭାଗିନୀ 

     କୁଳବଧୂ କା'ର ସାଜି


ଶାବକ ହସିଲେ  ଖୁସିବ୍ୟକ୍ତ କରେ 

     ହସଇ ସୁନା ସଂସାର

ଶୁଭ ମନାସଇ  ଓଷାବ୍ରତ କରି 

     ଭାବନା ସରସ ତା'ର

 

ଦୁଃଖଯାଏ ଭୁଲି ଗାଳିମନ୍ଦ ଖାଇ 

     କରେ ନାହିଁ ପ୍ରତିବାଦ

ଶାଶୁ ନଣନ୍ଦରେ ଘରକରି ରହେ 

    ଆତ୍ମା ମନ ତା'ର ଶୁଦ୍ଧ


ପତିଭକ୍ତି ପ୍ରୀତି  ସମର୍ପଣେ ନିତି 

    ସବୁ ଜଳାଞ୍ଜଳି ଦେଇ

ଅର୍ଦ୍ଧାଙ୍ଗିନୀ ବୋଲି ଦୁଃଖେସୁଖେ ଭାଗି 

   ଚିର ବନ୍ଦନୀୟା ସେଇ 


ସେଇ ଅାମ ମାଅା ଡାକେ ଧରିନାଁଆ 

    ଆସ ମୋ ସୁନାଶଙ୍ଖାଳି

ସର କ୍ଷିରୀ ପୁରୀ ରଖିଛି ସଜାଡି , 

     ଖାଇବ ନ'କରି କଳି


ଭୋକ ଉପାସରେ ମାଅା ରହିଯାଏ 

    ଭୋକଜ୍ଜ୍ଵଳା ପାରେସହି , 

ନଖାଇ କୁହଇ ମୁଁ ସବୁ ଖାଇଅଛି 

    ଖାଇଦେରେ ଧନତୁହି


ନାରୀ ନାରାୟଣୀ ଜଗତର ରାଣୀ 

    ମାତୃରୂପେ ବନ୍ଦନୀୟା

ଚିର ହାସ୍ୟମୟୀ ଚିରଲାସ୍ଯ ମୟୀ 

    ସର୍ବବ୍ୟାପି  ପୂଜନୀୟା


ମାଆର ସମ୍ମାନ ରଖହେ ସନ୍ତାନ 

     କବିକରେ ଅନୁରୋଧ

ଦଶମାସ କାଳ ସମ୍ଭାଳି ସେ'ଭାର 

     ଦେଇଛି ଦୁର୍ଲ୍ଲଭ ଜନ୍ମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract