STORYMIRROR

Kalpana Kumari Pradhan

Fantasy

4  

Kalpana Kumari Pradhan

Fantasy

ମନ ମୋ ପ୍ରଜାପତି

ମନ ମୋ ପ୍ରଜାପତି

1 min
352

ମନ ମୋ ଟିକି ପ୍ରଜାପତି ପରି

    ଉଡ଼ିବୁଲେ ହୃଦ ତରୁଲତା ଡାଳେ ତୁମ

ପବନର ତାଳେ ଖେଳେ ମୁହିଁ ଦୋଳି

     ଫୁଲେ ଫୁଲେ ଲେଖିଯାଏ ତୁମ ନାମ l


ସ୍ୱର୍ଗ ପାରିଜାତ ମରତେ ଫୁଟାଇ ଦିଏ

     ମନ ପ୍ରଜାପତି ଦେଖି ସେ ସ୍ୱରୂପ

ବିମୋହିତ ହୋଇ ପାଗଳିନୀ ପ୍ରାୟ ଧାଏଁ

   ଗାଉଥାଏ ଗୀତ ଦେଖି କାନ୍ତି ଅପରୂପ l


ନୀଳ ଆକାଶର ନୀଳକୁ ଚୋରାଇ

    ବୋଳି ଦିଏ ସୁନା ଜରି ଦେହେ

ରୂପକୁ ମୋହର ରଖିଛି ସଜାଇ ଦେଇ

    ପ୍ରାଣ ସ୍ପନ୍ଦନ ତୁମର ସେ ବହେ l

      



Rate this content
Log in

Similar oriya poem from Fantasy