ପାଗଳ କରିଲୁ
ପାଗଳ କରିଲୁ
ପାଗଳ କରିଦେଲୁ ପ୍ରିୟା
ତୋ କଟାକ୍ଷ ଚାହାଣୀରେ
ତୋ ପ୍ରେମର ଭିଜା ଭିଜା ଜ୍ୟୋସ୍ନାରେ
ତୋ ଲାଲ ଟୁକ ଟୁକ ଚେହେରାରେ
ତୋ ପ୍ରେମ ଭରା କଥାର ଭାବରେ
ତୋ ମଧୁ ଝରା ନରମ ଓଠର
ସ୍ୱପ୍ନାନ୍ତିକ ଛୁଆଁରେ।
ତୋ ଅନାବିଳ କପଟ ହିଁନ
ଖିଲ୍ଲୀ ଖିଲ୍ଲୀ ଅନ୍ତରରେ
ତୋ ସ୍ୱାଗତିକା ହୃଦୟରେ
ତୋ କବିତାର ପଂକ୍ତିରେ।
ପାଗଳ କରିଲୁ ତୁ ପ୍ରିୟା ମୋତେ
ଜ୍ୟୋସ୍ନା ଭିଜା ଚାନ୍ଦିନୀ ରାତିରେ।
ବିଜୟଲଷ୍ମୀ ଆଚାର୍ଯ୍ୟ (ବିଜୁ)
ଜଗତ୍ସିଂଗପୁର-754109