ସନେଟ -୧୯
ସନେଟ -୧୯
ବାସ୍ତବ ସାଧନା
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ବୃଥାରେ ପାଷାଣ ମୂର୍ତ୍ତି ଗଢ଼ି ଥୋଇ ତା'ରେ
ମଞ୍ଜୁ ଅଟ୍ଟାଳିକା ମଧ୍ୟେ, ମୋହାଚ୍ଛନ୍ନ ନରେ ।।
ବାସର ରଜନୀ ତାକୁ ସଶ୍ରଦ୍ଧ ପୂଜନ୍ତି
ଭବ-କାରାଗାରୁ ଜୀବ ଲଭୁ ବୋଲି ମୁକ୍ତି ।।
ଜୀବନ ସାରା କରନ୍ତି କେତେ ଉପବାସ
ହୃଦୟରେ ପୋଷି ବିଭୁ ଦର୍ଶନାଭିଳାଷ ।।
ତ୍ୟାଗୀ ଗୃହ ସାଜି ଯୋଗୀ ରହି କାନ୍ତାରରେ
ଚିତ୍ତେ ଖୋଜନ୍ତି କେଶବେ ଅନବରତରେ ।।
ନିରାକାରେ ନେତ୍ର କେବେ ପାରଇ କି ଦେଖି
ମାୟା ଆବରଣେ ଆତ୍ମା ମୋକ୍ଷ କି ଲଭଇ ।।
ଇଚ୍ଛା ଯେବେ ପୂଜିବାକୁ ସେବିବାକୁ ତାରେ
ନ ପଡ଼ ଅନ୍ଧବିଶ୍ବାସେ, ନ ପଡ଼ ଭ୍ରମରେ ।।
"ଲାଲ୍"* ବୋଲେ କର ସେବା ଦୁଃଖୀ ଦରିଦ୍ରର
ବାସ୍ତବ ସାଧନା ଅଟେ ପରଉପକାର ।।
ସମାପ୍ତ
* ଲାଲ୍ = ଲାଲ୍ ଅନୁପ ସିଂହ ଦେବ