ନିରୁତା ଜହ୍ନ
ନିରୁତା ଜହ୍ନ
ଜହ୍ନ !
ତୁମେ କଳଙ୍କ ଧାରଣ କରି
ପ୍ରେମର ସୌଦାଗର ହେଲ
ତୁମକୁ ନେଇ ଯେତେ ସବୁ କବିତା ,
ବନିତା ନିଜ ଜୋଛନାରେ
ଶୀତଳତା ଭରି ସବୁ କୁଆଁରୀଙ୍କ
ମନକୁ ଜିତିଯାଅ ତୁମେ
ଭାରି ଈର୍ଷ୍ୟା ହୁଏ ସତରେ !
ମୁଁ ବି କଳଙ୍କର ନୀରବ ବାଦଶାହ
କାଇଁ ମୋର ତ କେହି ନାହାଁନ୍ତି
ତୁମକୁ ସମସ୍ତେ ଦେଖନ୍ତି
ତୁମ ସ୍ଵଚ୍ଛତାକୁ ବି,
ତୁମ କଳଙ୍କକୁ ବି
ତେଣୁ ତୁମେ ସ୍ଫଟିକ ପରି ଝଟକୁଥାଅ
ହେଲେ ମୋତେ
କେବଳ ମୋ' ବାହ୍ୟଟିକୁ ସମସ୍ତେ ଦେଖନ୍ତି
ମୋ' ଭିତର ଟାକୁ ଦେଖି ପାରନ୍ତିନି
ଅସଲ କଥା ଦେଖେଇବାକୁ ଦିଏନା ମୁଁ ,
ଯେଉଁଦିନ ତୁମ ପରି
ଉଭୟ ଖୋଲା କରିଦେବି ,
ବୋଧହୁଏ ପ୍ରିୟାକୁ ଆପଣାର ଲାଗିବି ।
ପରାଣରୁ ପରାଣ ଛୁଇଁ
କୋଳାଗ୍ରତ ବିସ୍ମୟକୁ ହାଲୁକା କରିନେବି
ଛପନ ଭୋଗର ସ୍ଵାଦ ବାରିଲା ପରି
ପରିବ୍ୟାପ୍ତ ନୀଳିମାକୁ ଛୁଇଁଯିବି
ଗଦଗଦ୍ ଆବେଗର ମତୁଆଲା ରଙ୍ଗରେ
ବିଶ୍ୱାସର ଶୁଭ୍ରତାକୁ ସ୍ଵୟଂପ୍ରଭାମୟ କରି
ନୂଆ ଏକ ନିରୁତା ଜହ୍ନଟିଏ ପାଲଟିବି ।
କାର୍ତ୍ତିକ ଚନ୍ଦ୍ର ସେଠୀ