ବିରହ ରଂଗ
ବିରହ ରଂଗ
ଦିନ ସାରା ସିନା
ତୋ ଛବି ଆଙ୍କୁଛି
ମୋ ବିରହ ରଂଗରେ ବୋଳି
ଦିନ ସାରା ସିନା
ତୋ ଚମ୍ପା ମୁହଁଟି
ଝଲସେ ଅନ୍ତରେ ଗୋରୀ l
ମନ ସିନା ତୋର
ଅଦେଖା ରୂପରେ
ରହିଛି ତୋ ଆସିବା ପାଇଁ
କେବେ ତୁ ଆସିବୁ
ରାତିର ଅନ୍ଧାରେ
ସୁପ୍ରିତିର ସୁରଭି ଭରି l
କେତେ ଯେ ଅସ୍ଥିର
ହେଉଛି ମୁଁ ସତେ
ଭାଳି ତୋର ରୂପଶିରୀ
ଜଳି ମୁଁ ଯାଉଛି
ତିଳତିଳ ଆଗୋ
ପରଶି ଅଧର ଭରି l
******