STORYMIRROR

PURUSOTTAM NAYAK

Abstract

2  

PURUSOTTAM NAYAK

Abstract

ଯାରଜ

ଯାରଜ

1 min
295

ମନକୁ ମୋର କେବେଠୁ ମାରିଦେଇଛି

ମାନ, କୁ ବି ଫୁଙ୍ଗୁଳା କରିଦେଇଛି  

ଅନେକ ଟାହି ଟାପରା ଉପରେ,

କବର ଦେଇଛି               

ତଥାପି ଜୀବନ ଦୋଛକିରେ ଲୁହ ମୁଁ ପିଇଛି"


ପାଞ୍ଚ ଜଣଙ୍କ ଭିତରେ,

ଜଣେ ହେବାକୁ ଅହରହ ଚେଷ୍ଟା"

ହେଲେ ସବୁ କିଛି

କ୍ଷଣ ଭଙ୍ଗୁର ପାଲଟି ଯାଏ ଭଟ୍ଟା"


ସଭ୍ୟ ସମାଜ ରେ କ'ଣ

ମୋର ଜାଗା ନାହିଁ?

କ'ଣ ପାଇଁ? ଏ ଇଙ୍ଗିତର ମୃଦୁ ହସ


ତୁମରି ଭିତରୁ କେହିତ,

ଏ ଦୁନିଆ ଆଣିଛ!

ନିଜର ସ୍ବାର୍ଥ ପାଇଁ

ମୋତେ ଏକା କରିଛ"


ମନା ନାହିଁ ମନ ଖୋଲି ହସିପାର,

ମାରିପାର ମୋର ସ୍ବପ୍ନ କଢି କୁ


ହେଲେ, ବିଶ୍ଵାସ ରଖ,

ମୁଁ ସୃଷ୍ଟି କରିବିନି

ଆଉ ଗୋଟେ ଅନାଥ,

ଦେବିନି କାହାକୁ ଯନ୍ତ୍ରଣା ର କଳାପାଣି,

ଦୁନିଆର ଉପହାସ ଉପରେ 

ଆଜି ଦୃଢ଼ ଏଇ "ଯାରଜ"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract