STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ମହାଳୟା

ମହାଳୟା

1 min
251

ମନ ଉଦବେଗ ଶକ୍ତିଙ୍କ ପୂଜନେ

  ଆଜି ମହାଳୟା ଭାଇ,

ଅନ୍ତିମ ଦିନଟି ଶ୍ରାଦ୍ଧ ପିତୃଙ୍କର 

  ଆଜି ଅମାବାସ୍ୟା ଭାଇ।


ମୁର୍ତ୍ତକାର ଆଜି ଆଙ୍କି ଦିଏ ଆଖି

  ଜଗମାୟାଙ୍କର ଯହିଁ,

ଶୁରୁ ମହାଳୟା ଭାଇ ଆଜିଠାରୁ 

  ପୂଜନ ଶକ୍ତିଙ୍କ ତହିଁ।


କୈଳାସ ପର୍ବତୁ ଆସିବେ ମର୍ତ୍ତ୍ୟରେ

  ଆସିବେ ଟି ବାପଘରେ,

ପ୍ରାକୃତି ସୌନ୍ଦର୍ଯ୍ୟ ଚହଟି ପଡୁଛି

  ମାତାଙ୍କର ସ୍ବାଗତରେ।


କାଶତଣ୍ଡୀ ଫୁଲେ ଧରା ସୁଶୋଭିତ 

  ଧବଳ ଦିଶୁଛି ମହୀ,

ଦେବୀ ଆଗମନେ କରୁଛି ସ୍ବାଗତ 

  ଧବଳ ଫୁଲକୁ ବହି।


ଦେବୀଙ୍କ ପାର୍ବଣ ପଟାନ୍ତାର ନାହିଁ

  ମହାଳୟା ଆଜି ଦିନ,

ମହିଷାସୁର ସେ ଅତି ଅତ୍ୟାଚାରୀ

  ମାରି ଥିଲେ ଆଜି ଦିନ।


ମର୍ତ୍ତ୍ୟ ଲୋକ ଜନ ଭକ୍ତିରେ ପୂଜନ

  କରିଲେଟି ଜଗମାୟା,

ଭକ୍ତଙ୍କ ପୂଜନେ ଶାନ୍ତ ହେଲେଦେବୀ

  ଶାନ୍ତ ହେଲା ତହୁଁ କାୟା।


ନିବାରଣ ଦୁଷ୍ଟ କଲେ ମର୍ତ୍ତ୍ୟ ଲୋକୁ

  ଅଭୟ କଲେ ମନୁଷ୍ୟ,

ଭକ୍ତିଭାବେ ତାଙ୍କ ପୂଜନ ପ୍ରେମରେ

  କରନ୍ତି ମର୍ତ୍ତ୍ୟ ମନୁଷ୍ୟ।


କେହୁ କରେ ପୂଜା ରାଜଶ୍ରୀ ମତରେ

  ଇଷ୍ଟ ଦେବୀ ଦୁର୍ଗାଙ୍କର,

ସାତ୍ତ୍ଵିକ ମତରେ ହୁଏ ଦୁର୍ଗା ପୂଜା 

  ଆଦି ଶକ୍ତି ମାତାଙ୍କର।


ଭକ୍ତିର ପାର୍ବଣ ଜଗମାୟାଙ୍କର

  ଆନନ୍ଦିତ ମର୍ତ୍ତ୍ୟବାସୀ,

ଶକ୍ତିରୂପା ନାମ ଗୁଞ୍ଜନ ମହୀରେ

  ସ୍ବାଗତରେ ଦେଶବାସୀ।


ମନବାଞ୍ଚା ପୂର୍ଣ୍ଣ କର ଜଗମାୟ

  ରାଷ୍ଟ୍ର ହେଉ ବିଶ୍ବ ଗୁରୁ,

ଶତ୍ରୁଙ୍କର ଦର୍ପ ଚୂର୍ଣ୍ଣ କର ଦେବୀ

  ଧର୍ମ ଜ୍ଞାନ ହେଉ ଶୁରୁ।


କର ଶକ୍ତିଶାଳୀ ପବିତ୍ର ଭାରତ

  ସବୁ ବୈଭବରେ ପୂର୍ଣ୍ଣ,

ଜ୍ଞାନ ଓ ବିଜ୍ଞାନ ଅଙ୍କୁରାରୋପଣ

  ଅମୃତ କାଳରେ ଆଣ।


ଦିଅ ଆଶିର୍ବାଦ କର ସତ୍ୟପଥ

  ମନ୍ତ୍ର ଅହିଂସାର ରହୁ

ନ୍ୟାୟ ପକ୍ଷେ ରହୁ ମନୁଷ୍ୟ ଜୀବନ

  ସମଭାବ ଜ୍ଞାନ ରହୁ।


Rate this content
Log in

Similar oriya poem from Abstract