STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ସ୍କନ୍ଦମାତା ରୂପରେ ପୂଜା

ସ୍କନ୍ଦମାତା ରୂପରେ ପୂଜା

1 min
198


ଭକ୍ତିରେ ପୂଜନ ସ୍କନ୍ଦମାତା ରୂପ ପଞ୍ଚମ ଦିବସେ ଆଜି

ମାଆ ଦୁର୍ଗାଙ୍କର ପଞ୍ଚମ ରୂପଟି

ବାତ୍ସଲ୍ୟ ମୂର୍ତ୍ତି ଟି ଆଜି।


ସନ୍ତାନ ପ୍ରାପ୍ତିର ସ୍କନ୍ଦମାତା ରୂପ ଆଦି ଶକ୍ତିଙ୍କର ରୂପ,

ଭକ୍ତିଭାବେ ପୂଜା କଲେଟି ଚରଣେ

ହୁଏ ସନ୍ତାନର ପ୍ରାପ୍ୟ।


ଅପୁତ୍ରିକ ନାରୀ ପୁତ୍ର ପ୍ରାପ୍ତି କରେ ସ୍କନ୍ଦମାତାଙ୍କ ପୂଜନେ,

ପ୍ରେମ ଶ୍ରଦ୍ଧା ଭକ୍ତି କରି ସମର୍ପଣ

ଜାଗର ଜାଳେ ପୂଜନେ।


ମନବାଞ୍ଚା ତାର ପୂରଣ ଅବଶ୍ୟ ଶକ୍ତିଙ୍କର କୃପା ପରା,

ଭକ୍ତିରେ କରିଲେ ଦୁର୍ଗା ଆରାଧନା

ପୁତ୍ରମଣୀ ପ୍ରାପ୍ତି ପରା।


ବାତ୍ସଲ୍ୟ ରୂପଟି ଆରାଧ୍ୟ ଦୁର୍ଗାଙ୍କ ପଞ୍ଚମ ଦିବସେ ପୂଜା,

ଅଭିଳାଷା ସବୁ ପୂରଣ କରନ୍ତି

ସ୍କନ୍ଦମାତଙ୍କର ପୂଜା।


ସବୁଜ ରଙ୍ଗର ବସ୍ତ୍ରେ ପରିଧାନ ମହିଳା ଦିଶନ୍ତି ଶୋଭା,

ପ୍ରକୃତି ରାଣୀଙ୍କ ସୌନ୍ଦର୍ଯ୍ୟ ରୂପଟି

କରିଥାଏ ମନଲୋଭା।


ବାତ୍ସଲ୍ୟ ରୂପକୁ ନାରୀ କରେ ପୂଜା ସନ୍ତାନସନ୍ତତି ପାଇଁ,

ପିନ୍ଧି ବସ୍ତ୍ର ନାରୀ ସବୁଜ ରଙ୍ଗର

କାମନାଟି ପୁତ୍ର ପାଇଁ।


ବାତ୍ସଲ୍ୟ ରୂପରେ ଶକ୍ତି ଆବିର୍ଭାବ ସ୍କନ୍ଦମାତା ରୂପ ଧରି,

ନାରୀ ମନବାଞ୍ଚା ପୂରଣ କରନ୍ତି

କରୁଣା ହୁଏ ତାଙ୍କରି।


ବସ୍ତ୍ର ରଙ୍ଗ ମୂଲ୍ୟ ବୁଝନ୍ତି ମହିଳା ପିନ୍ଧି ଥାନ୍ତି ଭକ୍ତି ଚିତେ,

ଶକ୍ତି ଆରାଧନା କରନ୍ତି ଭକ୍ତିରେ

ପ୍ରେମ ଭକ୍ତି ରଖି ଚିତେ।


ସ୍କନ୍ଦମାତା ଧ୍ୟାନ ରଖିଣ ହୃଦୟେ ନୈବେଦ୍ୟକୁ ଦେଉଥାନ୍ତି,

କାମନାଟି ତାଙ୍କ ଗୃହର ମଙ୍ଗଳ

ଧୁପ ଦୀପ ଜାଳୁଥାନ୍ତି।


ଭକ୍ତିରେ ନାଚନ୍ତି ଭକ୍ତି ଚିତ ହୋଇ ପଟାନ୍ତାର ନାହିଁ ତାର,

ଆବିର୍ଭାବ ଯହିଁ ଜଗମାୟା ପରା

ଶକ୍ତି ନାହିଁ ବର୍ଣ୍ଣିବାର।


ଶୁଭାଶିଷ କର ଆଦି ଶକ୍ତି ମାତା ରାଷ୍ଟ୍ର ହେଉ ବିଶ୍ବଗୁରୁ,

ଆତ୍ମନିର୍ଭରଟି ହେଉ ଏହୁ ରାଷ୍ଟ୍ର

ଆତ୍ମବିଶ୍ୱାସରେ ଭରୁ।






Rate this content
Log in

Similar oriya poem from Abstract