STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ନବଦୁର୍ଗା ଆବାହନ

ନବଦୁର୍ଗା ଆବାହନ

1 min
290

ନବରାତ୍ର ଯହିଁ ଶକ୍ତିରୂପା ପାଇଁ

   ଭକ୍ତିର ହୁଏ ସଞ୍ଚାର,

ମହିଳା କରନ୍ତି ନବଦୁର୍ଗା ପୂଜା

   ହୋଇଣ ଅତି ତତ୍ପର।


ଢୋଲ ଓ ମହୁରୀ ବାଜୁ ଥାଏ ତହିଁ

  ହୁଳହୁଳି ପଡୁଥାଏ,

ଘଣ୍ଟ ଘଣ୍ଟାବାଦ୍ୟ ଗୁଞ୍ଜୁଥାଏ ତହିଁ

  ମୁଖରିତ ଭକ୍ତି ହୁଏ।


ଧଳା ବସ୍ତ୍ର ପିନ୍ଧି କରନ୍ତି ଟି ପୂଜା

  ପ୍ରଥମ ଦିବସେ ଯହିଁ,

ଧଳା ବସ୍ତ୍ର ପରା ଶାନ୍ତିର ପ୍ରତୀକ

  ପିନ୍ଧନ୍ତି ପୂଜନେ ତହିଁ।


ମୈତ୍ରୀ ମୁକ୍ତିଜ୍ଞାନ ଯହିଁ ଧଳାବସ୍ତ୍ରେ

  ପରିଧାନ ମହିଳାଙ୍କ,

କଲେ ଟି ପୂଜନ ପିନ୍ଧି ଧଳା ବସ୍ତ୍ରେ

  ପୂର୍ଣ୍ଣ ମନବାଞ୍ଚା ତାଙ୍କ।


ଲାଲ ବସ୍ତ୍ର ପିନ୍ଧି ଦ୍ବିତୀୟ ଦିବସେ

  ଶକ୍ତିଙ୍କ ପୂଜନ ଯେବେ,

ଉତ୍ସାହ ଶୁଭର ଶୁଭାରମ୍ଭ ତହିଁ

   ଶକ୍ତିର ସଞ୍ଚାର ତେବେ।


ଘନ ନୀଳବସ୍ତ୍ରେ ତୃତୀୟ ଦିବସେ

   ପିନ୍ଧନ୍ତି ମହିଳା ଯେବେ,

ଐଶ୍ୱରୀୟ ଶକ୍ତି ହୁଏ ଆବିର୍ଭାବ

   ଭକ୍ତିର ପୂଜନ ଯେବେ।


ଚତୁର୍ଥ ଦିବସେ ହଳଦିଆ ରଙ୍ଗ

  ବସ୍ତ୍ର ପରିଧାନ କଲେ

ଆନନ୍ଦ ଖୁସିର ହୁଏଟି ସଞ୍ଜାର

  ଦୁର୍ଗା ଆରାଧନା କଲେ।


ପଞ୍ଚମ ଦିବସ ସବୁଜ ରଙ୍ଗ ଟି

  ପ୍ରକୃତି ସୌନ୍ଦର୍ଯ୍ୟ ପରା,

ପିନ୍ଧି କଲେ ପୂଜା ଦେବୀଙ୍କ ଚରଣେ

  ଗୃହର ମଙ୍ଗଳ ପରା।


ଧୂସର ରଙ୍ଗଟି ଷଷ୍ଠ ଦିବସରେ

  ବସ୍ତ୍ର ପରିଧାନ କଲେ,

 ଶତ୍ରୁର ବିନାଶ କରନ୍ତି ମା' ଦୁର୍ଗେ

  ଶକ୍ତିର ପୂଜନ କଲେ।  


ସପ୍ତମ ଦିବସ କମଳା ରଙ୍ଗଟି

  ଉଜ୍ଜ୍ୱଳ ଜ୍ଞାନ ପ୍ରତୀକ,

ମହିଳା ପିନ୍ଧିଲେ ଏହୁ ରଙ୍ଗେ ବସ୍ତ୍ର

  ହୁଏ ଟି ପୂଜା ସାର୍ଥକ।


ଅଷ୍ଟମ ଦିବସେ ମୟୁର ଦର୍ଶିତ

  ବସ୍ତ୍ର ପରିଧାନ କଲେ,

ମନବାଞ୍ଚା ପୂର୍ଣ୍ଣ କରନ୍ତିଟି ଦେବୀ

  ଭକ୍ତିରେ ଦେବୀ ପୂଜିଲେ।


ଗୋଲାପୀ ବସ୍ତ୍ରରେ ପରିଧାନ ହୋଇ

  କଲେ ମା' ଦୁର୍ଗାଙ୍କ ପୂଜା,

ନାରୀଙ୍କ ନାରୀତ୍ବ ଦୀପ୍ତିମାନ ହୁଏ

  କଲେ ଜଗମାୟା ପୂଜା।


ନବରାତ୍ରେ ଯହିଁ ନବ ପରିଧାନ

  ମହିଳା ହୁଅନ୍ତି ଯହିଁ,

ନୈବେଦ୍ୟ ଦେଇଣ ପୂଜନ ଭକ୍ତିରେ

  ପୂର୍ଣ୍ଣ ମନବାଞ୍ଛା ତହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract