ମାଟି ମଟାଳର ମଣିଷ
ମାଟି ମଟାଳର ମଣିଷ
ସିଏ ଯିଏ ଅବିରତ ବିଲ ବାଡି କ୍ଷେତ
କାମେ ନିତ୍ୟ ଥାଏ ରହି ମାଟି ର ସହିତ ।
ଏକାକାର ମନ ପ୍ରାଣେ ଆକର୍ଷଣେ ରତ
ମାଟି ବାସ୍ନା ଘେନି ଅନୁରାଗେ ପୁଲକିତ ।
ଜମି ଚାଷ , କୃଷି କାର୍ଯ୍ୟ ଧାରା ରଖେ ଜାରି
କ୍ଷେତ ଓ କେଦରେ ହସେ ଶସ୍ୟ ଖିଲି ଖିଲି ।
ପକ୍ବ ଶାଳୀ ବିଲ ବାଡି କ୍ଷେତ କେଦାର ରେ
ବର୍ଣ୍ଣାଢ଼୍ୟ ଉତ୍ସବ ବିଭା ରାଜି ଉଠେ ଖରେ ।
ଖାଦ୍ୟ ବସ୍ତ୍ର ଯୋଗାଏ ଯେ ପ୍ରାଣୀ ଜଗତ କୁ
ମାଟି ସାଥେ ନିତି ଜଡ଼ି ତାଡ଼ି ସେ ମାଟିକୁ ।
ଫଳାଏ , ତହିଁରେ ନାନା ରକମ ଫସଲ
ଫଳ ଫୁଲ , ଶସ୍ୟ , ଅନ୍ନ ଭଳି ଭଳି ମାଲ ।
ମନ ପ୍ରାଣ ଥୋଇ ମାଟି ସାଥେ ନିତି ଲଢି
ଅମଳ କରିବା ହେତୁ ଖାଦ୍ୟ ଥାଏ ମିଳି ।
ଚାଷୀ ବା କୃଷକ ସେହି ତାହା ହେତୁ ସବୁ
ମିଳୁ ଅଛି ଯୋଗାଏ ସେ ନାନାଦି ସୁସ୍ୱାଦୁ ।
ଫଳ ମୂଳ , ଶସ୍ୟ , ସଜ ପରିବା ସକଳ
ମାଟି ଚଷୀ ଚାଷୀ ଭାଇ କରଇ ମଟାଳ ।
