Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Padmalaya Mishra

Inspirational

4.5  

Padmalaya Mishra

Inspirational

ନାରୀ

ନାରୀ

1 min
588



ପଦ୍ମାଳୟା ମିଶ୍ର


ବିଧାତାଙ୍କ ଶ୍ରେଷ୍ଠ ରଚନା

ସବୁ କାର୍ଯ୍ୟେ ଅଟେ ନିପୁଣା

ସରସ୍ବତୀଙ୍କ ରୂପ ସିଏ

ଅଟେ ପୁଣି ଅର୍ଣପୂର୍ଣା ।

ଅଭାବରେ ଥିଲେ ମଧ୍ୟ

ସଭିଙ୍କ ଖୁସି ଦେଖୁଥାଏ

ଦୀପ ପରି ଜଳିଜଳି

ପରିବାରକୁ ଆଲୋକିତ କରାଏ ।

ପ୍ରେମ ସ୍ନେହ ବାଣ୍ଟୁଥାଏ

ବଦଳରେ ପ୍ରେମ ଚାହେଁ

ନିଜ ସପନର ଆହୁତି ଦେଇ

ସଭିଙ୍କ ସପନ ଦୀପ ଜଳାଏ ।

ଲକ୍ଷ୍ମୀ ସିଏ ଦୁର୍ଗା ସିଏ

ସିଏ ପୁଣି କାଳୀ ହୁଏ

ପରିବାରର ମଙ୍ଗଳ ପାଇଁ

ଶତୃ ସହ ଲଢିଯାଏ ।

ଦୁଃଖ ସବୁ ନିଜେ ସହି

ଓଠ ଧାରେ ହସ ରଖେ

ଦୁଃଖକୁ ପଣତେ ବାନ୍ଧି

ସୁଖ ନୟନେ ମାଖେ।

ଧରା ଉପରେ ଐଶ୍ୱରୀ

ସୁଖ ହସର ଖେଳାଇ ଲହରୀ

ପରିବାରର ଖୁସି ନିମନ୍ତେ

ଦିବାରାତ୍ର ସଜାଗ ପ୍ରହରୀ ।

ତାର ଶକ୍ତି ଓ ସାହସ ଦେଖି

ପଥ ବଦଳାଏ ବଇରୀ

ସର୍ବଗୁଣେ ପରିପୂର୍ଣ୍ଣା ସର୍ବଂସହା

ଦୈବୀ ପ୍ରତିକ ଯେ ନାରୀ ।।


Rate this content
Log in