Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଯ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଯ)

1 min
242


କିଶୋରଚନ୍ଦ୍ରାନନ୍ଦ ଚମ୍ପୂ-ଯ

କବିସୂର୍ଯ୍ୟ ବଳଦେବ ରଥ


ରାଗ-ମୁଖାବରୀ


ଯୋଷାବର ରେ,ଯଥାର୍ଥରେ ଜାଣ ମୁଁ ତୋହର ରେ

ଯାମଳଭୂଧରନିଭପୟୋଧର ମରଦନିଆ ଚାକର ରେ(ପଦ)

ଯାବକ ତୋ ପଦକଞ୍ଜର ସମଦଗଜଗତି ମୋ ଶେଖର ରେ,

ଯତୀନ୍ଦ୍ରସମାଧିଖଣ୍ଡନା ତୁ ନିଧି ମୁଁ ରଙ୍କମାନଙ୍କ ବର ରେ(1)

ଯମକ କି ତୁହି ପୂର୍ଣ୍ଣଚନ୍ଦ୍ରମୁହୀଁ ମୋ ମହା ଶୁଭଦଶାର ରେ,

ଯତ୍ନେ ସମ୍ପାଦିବା ଚିନ୍ତମଣି ଅବା ମୋ କରେ ହେଲୁ ସୁସାରରେ(2)

ଯୁବତୀ କଦମ୍ବ ରାଜା ଅବଲମ୍ବ ହୋଇଲୁ ଯେବେ ନିଜର ରେ,

ଯୁଦ୍ଧକୁ ସନ୍ନଦ୍ଧ ହେଉ ଅତି ରୁଦ୍ଧ ହୋଇ ପଛେ ପଞ୍ଚଶର ରେ(3)

ଜମୁନାବାହିନୀ ତଟରୁହବନୀ ଅବନୀ ବନାଇବାର ରେ,

ଯଶ ରଖି ନିନ୍ଦାପଟଳୀରୁ ବୃନ୍ଦା କରାଇଲା ତ ନିବାର ରେ(4)

ଯଶୋଦାକୁମର ଗିରେ ରାଧା ଶିର ନୁଆଇଲେ ଲଜ୍ଜା ଭର ରେ,

ଯୁଗଳ ବିଗ୍ରହ କର ଅନୂଗ୍ରହ ଅଷ୍ଟଦୁର୍ଗ-ପୁରନ୍ଦର ରେ(5)



Rate this content
Log in

Similar oriya poem from Classics