ତୁମେ ପୁଞ୍ଜି ଶବଦର
ତୁମେ ପୁଞ୍ଜି ଶବଦର
ତୁମେ ପୁଞ୍ଜି ଶବଦର ଲାଞ୍ଜି କବିତାଟେ
ମୁଁ ବିରହରେ ଜରବର
ପ୍ରଣୟ ମଦିରା ପିଆଲାରେ ଢାଳି
ପଢେ ତାକୁ ଥର ଥର,
ମହୁଲି ଛୁଆଁରେ ଭାବନା ଭିଜାଇ
ଭାବେ ଯେବେ ବାରମ୍ବାର
ପାଗଳ କୁହନ୍ତି ମୋତେ ସବୁ କହି
ଧର ଧର ମାର ମାର ।।
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ