Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrakanta Jena

Romance

4.1  

Chandrakanta Jena

Romance

ତୁମ ବିନା

ତୁମ ବିନା

1 min
466


ଲେଖେ କେବେ କେବେ ଖୁସି ମନେ ମୋର

ନଥିଲି କିନ୍ତୁ 'ମୁଁ ଲେଖକ

ଲେଖେ ଦିନ ରାତି ଏବେ ତୁମ ପାଇଁ

କରିଦେଲ ମୋତେ ଭାବୁକ  !!


ଭାବେ ତୁମ କଥା ନିଦେ,ଉଜାଗରେ

ଯେବେଠୁ ହେଇଛ ଦେଖା

କେମିତି କହିବି..କାଟେ ମୋର ଦିନ

ଆବୋରି ତୁମରି ଚିନ୍ତା  !!


ହୃଦୟରେ ବାସ ତୁମ ସେହି ହସ

ଅଧିର କରୁଛି ମୋତେ

ଉଙ୍କିମାର ସେତେ ମାନସପଟରେ

ଭୂଲିବାକୁ ଚାହେଁ ଯେତେ  !!


ଆଗୋ ଅପରୂପା ଦେଇ ସ୍ମିତହସ

ବାନ୍ଧିଛ ପିରତୀ ଜାଲେ

ପାଗଳ ଯେ ପ୍ରାୟ ଏଇ ମୋ ହୃଦୟ

ତୁମ ବିନା ସବୁ ଭୂଲେ  !!



Rate this content
Log in

Similar oriya poem from Romance