ପ୍ରାରବ୍ଧ
ପ୍ରାରବ୍ଧ
ସୃଷ୍ଟି ମୂଳେ ଅଛି କାରଣ ନିହିତ
କାରଣ ହୁଏ ପ୍ରେରିତ
କର୍ମର ଆଧାରେ ଜୀବାତ୍ମାର ଭାଗ୍ୟ
ଲଲାଟେ ହୁଏ ଲିଖିତ ।
ଭୋଗିବାକୁ ହୁଏ କରମର ଫଳ
ଜନ୍ମେ ଜୀବ ପୂର୍ବ କର୍ମେ
ରଚନ୍ତି ବିଧାତା ପ୍ରଥମେ ପ୍ରାରବ୍ଧ
ଶରୀର ତଦନୁକ୍ରମେ ।
କ୍ଷୟ ହୁଏ ନାହିଁ କର୍ମ ଫଳାଫଳ
ରହିଛି ଧର୍ମ ବିଶ୍ୱାସ
ନର ଦେହ ବହି ଜନ୍ମିଲେ ଈଶ୍ୱର
ଭୋଗନ୍ତି ଫଳ ଅବଶ୍ୟ ।
ମୁଠାଇଲେ ନିଆଁ ପୋଡିଯାଏ ହାତ
ତୁରନ୍ତ ହୁଏ ଜ୍ଜ୍ୱଳନ
ଅଟଇ ପ୍ରାରବ୍ଧ ଧୀର ଅବା ତୀବ୍ର
ସବିଶେଷେ ତୀବ୍ରତମ ।
କଲେ ନାମ ଜପ ଶରଧା ବିଶ୍ୱାସେ
ପ୍ରଭୁଙ୍କ ଶରଣାଗତେ
ହୁଏ ଉପଶମ ମିଳଇ ସୁଫଳ
ପ୍ରାରବ୍ଧ ତୀବ୍ରତା କଟେ ।
