ଯୋଉ ଦେଶେ ଯେଉଁ ଫଳ
ଯୋଉ ଦେଶେ ଯେଉଁ ଫଳ
ମାଣବସା, ଶ୍ରାଦ୍ଧ, ଦୋଳ ପୂର୍ଣମୀ ଭଳି ହାତ ଗଣତି କେତୋଟି ପର୍ବ ରେ ଗାଁ ରେ ଏକାଠି ହୁଅନ୍ତି ସବୁ ଭାଇମାନେ, ପିଲାପିଲିଙ୍କ ସହ, ହେଲେ ଯିଏ ଗାଁ ରେ ରୁହନ୍ତି ସେ ବାଢ଼ିବସନ୍ତି ଅଭିଯୋଗର ଫର୍ଦ. ସେଇସବୁ ଅଭିଯୋଗ ଭିତରେ ପିଲାଙ୍କ ଉଚ୍ଚଶିକ୍ଷା ଅଭିଯୋଗର ସମାଧାନ ସୂତ୍ର ରୂପେ ସବା ସାନ ଝିଆରୀ ଟିକୁ ସାଙ୍ଗରେ ନେଇଆସିଲେ ଖୁଡୀ, ସହରରେ ରହି ପାଠ ପଢିବା ପାଇଁ. ହେଲେ ଗାଁରୁ ଆସିଥିବା ଝିଆରୀ ମିନୁ ର ଚାଲିଚଳନ ଜମା ପସନ୍ଦ ହୁଏନି ନିଜ ପୁଅ ଝିଅଙ୍କର ତ ମିନାକ୍ଷୀ ନିଜ ସ୍କୁଲରେ ମିନୁର ନାମ ଲେଖାଇ ନିଜ ସାଙ୍ଗରେ ନେଇଯାନ୍ତି. ଘରେ ସୋଫା ଉପରେ ଛାଞ୍ଚୁଣି ରଖିଦେବା, ଆକୁଆରିଅମ ଭିତରେ ମାଛ ଖାଇବାକୁ ଭାତ ପକାଇଦେବା ଭଳି ଭୁଲ ଭାଲ ଭଳି ସ୍କୁଲରେ ବି ପିଲାଙ୍କ ଅଭିଯୋଗ ମିନୁ ଆଇଲେଇ, ଗଲେଇ ଭଳି ଶବ୍ଦ ବ୍ୟବହାର କରିବା, ସାଙ୍ଗ ର ଟୀଫିନ ଖାଇନେବା ଇତ୍ୟାଦି ଭୁଲ କୁ ଖୁଡୀ ମିନାକ୍ଷୀ ସଜାଡି ବାଟକୁ ଆଣିଲା ବେଳକୁ ଦେଖା ଗଲା ଦିନେ ମିନୁ କାହାକୁ କିଛି ନ କହି କ୍ଲାସ ରୁ ଚାଲିଯାଇଛି. ମୁଣ୍ଡରେ ବଜ୍ର ପଡିଲା ମିନାକ୍ଷୀଙ୍କର, କାହାକୁ କି ଉତ୍ତର ଦେବେ, ଘରେ ବାହାରେ କେମିତି ମୁଣ୍ଡ ଟେକି ଚାଲିବେ ଭବୁ ଭାବୁ ମିନୁ ପୋଲିସ ସ
ହ ଆସି ପହଁଚିଲା ସ୍କୁଲର ପ୍ରାୟେ ଛୁଟି ପାଖାପାଖି ଆଉ ସେ ଯେବେ କହୁଥିଲା, ମୁଁ ନିତୁ ର ଘଣ୍ଟା ଚୋରି କରିନାହିଁ ମିନତୀ କରିଛି, ତା ବ୍ୟାଗ ତଲାସି କରନ୍ତୁ ତ, ପ୍ରକୃତରେ ପୋଲିସ ମହାଶୟ ମିନତୀ ବ୍ୟାଗରୁ ନିଁତୁର ଘଣ୍ଟା ବାହାର କଲେ , ସମେସ୍ତେ ଆଶ୍ଚର୍ଯ୍ୟ. ଏ ଚୋରି କଥା ସ୍କୁଲ ରେ ସମାଧାନ ହେଇପାରିଥାନ୍ତା ମିନୁ ତୁ ଥାନା କୁ କାହିଁ ଯାଉଥିଲୁ ଉତ୍ତର ରେ ମିନୁ କହୁଥିଲା ଯେ ତାକୁହିଁ ସମସ୍ତେ ଚୋରଣୀ କହିଥାନ୍ତେ, ସାଙ୍ଗ ର ଜଳଖିଆ ଖାଇପାରେ ମୁଁ, କିନ୍ତୁ ଘଣ୍ଟା ବା କିଛି ଚୋରି କରିବା ମୁଁ ଶିଖିନି, ଆଉ ଗୁରୁମା ଶାର ମାନଙ୍କୁ କହିଥିଲେ, ସେମାନେ ନଖାଦର୍ପନ ବା କୁଲାବୁଲା କଥା କହି ସମୟ ଗଡେଇଥାନ୍ତେ, ଆଉ ସମେସ୍ତେ ମତେ ହିଁ ଚୋରଣି କରି ଛାଡ଼ିଥାଆନ୍ତେ, ଆସନ୍ତା କାଲି ଘଣ୍ଟା ମିଳିବା ଅସମ୍ଭବ ହୋଇପଡ଼ିଥାଆନ୍ତା. ପୋଲିସ ମିନୁକୁ ଧନ୍ୟବାଦ ଦେଇ ଚାଲିଗଲେ, ମିନୁ ମୁଣ୍ଡ ତଳକୁ କରି ମିନାଖି ଙ୍କ ପାଖେ ଅଳି କରୁଥିଲା ସେ ଗାଁକୁ ଯିବ, ଏଠି ରହି ପଢିବା ତାପାଖେ ସମ୍ଭବ ନୁଂହ ବରଂ ଗାଁରେ କଲେଜେ ନଥିବାରୁ ଉଚ୍ଚଶିକ୍ଷା ପାଇଁ ଆସିବ ଏଠିକୁ. ପରଦିନ ବ୍ୟାଗ ସଜାଡୁଥିଲା ମିନୁ, ଆଉ ମିନାକ୍ଷୀ ଯେତେ ବୁଝେଇଲେ ବୁଝୁନାଥିଲା.