Aminilu Ray

Abstract

2  

Aminilu Ray

Abstract

ଯନ୍ତ୍ର ମଣିଷ

ଯନ୍ତ୍ର ମଣିଷ

1 min
494



“ମୋତେ ମରଣ ହେଉନି କାହିଁକି ? ମରିବାକୁ ଚାହିଁଲେ ବି ମରିପାରୁନି । ଏ ଘରଟାରେ ଏତିକି କାମ ? କାମ କରିକରି ପେଶି ହୋଇଗଲିଣି । ସକାଳ ଚାରିଟାରୁ ରାତି ଦଶଟା ପର୍ଯ୍ୟନ୍ତ ଖାଲି କାମ ଆଉ କାମ । କେତେ ଆଉ କରିବି ? କରିକରି ମୋ ଅଂଟା ପିଠି ବିନ୍ଧିଲାଣି । ନା, ଆଉ ପାରିବିନି । କୁଆଡେ ଯାଇଛନ୍ତି ସେ ଆସନ୍ତୁ । ଆଜି ତାଙ୍କର ଦିନେକୁ ମୋ’ର ଦିନେ ।”

ସକାଳୁ ସକାଳୁ ମାନସୀ ଦେବୀ ରାଗ ତମତମ ହୋଇ ଝାଡୁ କରୁଥିବାବେଳେ ଗୋବିନ୍ଦ ବାବୁ ପହଂଚିବାର ଦେଖି ବିଷର୍ଣ୍ଣ ବଦନରେ ପତ୍ନୀ ତାଙ୍କ ହାତକୁ ଚା କପଟା ବଢାଇ ଦେଉଦେଉ ପ’ୁଣି କହିଲେ – “ମୁଁ ଆଉ ଏମିତି ଯନ୍ତ୍ର ମଣିଷ ପରି ଖଟି ପାରିବିନି, ବୁଝିଲ ? ଏଡେବଡ ଘରକୁ ଯେମିତି ହେଲେ “ରୋବର୍ଟ” କିମ୍ବା ତୁରନ୍ତ ଚାକରାଣୀଟିଏ ଆଣିବା ବ୍ୟବସ୍ଥା କର । ତୁମକୁ କିଛି ଜଣା ପଡୁନି ତ ? ସକାଳେ ଖାଇକି ଚିକ୍କଣ ହୋଇ ଅଫିସ୍ ପଳଉଛ, ପୁ’ଣି ହଲି ହଲି ସନ୍ଧ୍ୟାରେ ଫେରୁଛ । ଆଉ ମୁଁ ଏଠି ଦିନରୁ ରାତିଯାଏଁ ପୋଇଲି ପରି ଖଟିଖଟି ମରୁଛି ।”

ସେ ପତ୍ନୀଙ୍କ ମୁହଁରୁ ସବୁଶୁଣି ସ୍ମିତହସି କହିଲେ – କାହିଁକି ଏମିତି ରାଗୁଛ କହିଲ ? ତୁମର ପରା ବ୍ଲଡ୍ ପ୍ରେସର୍ ଅଛି । ଏସବୁ ଶୁଣି ଶ୍ରୀମତୀ ରାଗରେ ଝାଡୁଟାକୁ ସାମାନ୍ୟ ଦୂରକୁ ଫିଙ୍ଗିଦେଇ କହିଲେ – “ଛି..., ମୋତେ ମରଣ ହେଉନି କାହିଁକି ? ଏତେ ଲୋକ ମରୁଛନ୍ତି, ଯମ ମୋ କଥା ଟିକେ ଶୁଣନ୍ତା ଭଲା ?”



Rate this content
Log in

Similar oriya story from Abstract