STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଯେତେ ମାଠିବୁ ମାଠେ 

ଯେତେ ମାଠିବୁ ମାଠେ 

4 mins
1


ଯୋଉ ଠେଲା ଗାଡିରେ ଦିନ ବେଳେ ମାଳି, ଟିକିଲି, ସିନ୍ଦୁର, ଚୁଡ଼ି ବିକେ ଝିଅଟି, ସେଇ ଠେଲା ଗାଡି ଭିତର ପଟୁ ଛିଟିକିଣି ଲଗେଇ ରାତିରେ ତାରି ଭିତରେ ଶୋଇଯାଏ ଝିଅଟି ମଲ୍ଲୀ. ଡରି ଡରି ଥିରି ଥିରି ଠେଲା ଘର ଜଳା ଦେଇ ଦେଖେ ବାହାରକୁ. ତାରି ଭିତରୁ ଆକାଶକୁ ଓ ତାରାମାନଙ୍କୁ. ତା ଗାଁରେ ମଧ୍ୟ ଏମିତି ଆକାଶ ଥିଲା ଓ ତାରା ଭର୍ତ୍ତି ହୋଇ ଉଜ୍ଜ୍ୱଳ କରୁଥିଲେ ଆକାଶକୁ କିନ୍ତୁ ଜହ୍ନକୁ ଦେଖିବାକୁ ମଲ୍ଲୀ ବା ଅନ୍ୟ ଝିଅମାନଙ୍କର କଟକଣା ନଥିଲା କି ନଥିଲା ଆକଟ ବରଂ ମେଳାରୁ କିଣି ଆଣିଥିବା ପାଉଁଜି, ଝୁଣ୍ଟିଆ, ବାଜୁବନ୍ଧ ତଥା ଅଣ୍ଟାସୂତା ଦେଖୁ ଦେଖୁ ଅନ୍ୟ ପାଞ୍ଚଟା ଝିଅ ପରି ମଲ୍ଲୀ ସ୍ବପ୍ନ ଦେଖୁଥିଲା କୋଉଦିନ ତା ଜହ୍ନ ପୁରୁଷ ହୋଇ ଆସିବ, ଯାହାର କଳା କଳା ଚଉଡା ଛାତି ଓ ବାହୁ ଭିତରେ ବନ୍ଦିନୀ ହୋଇ ସେ ତାରା ମାନଙ୍କୁ ଖତେଇ ହେବ. ସବୁ ଠିକ ଥିଲା. ସନା ଭଳି ତାଗଡା ଟୋକାଟା ବି କଥା ଦେଇଥିଲା କିନ୍ତୁ ଗୋଳମାଳ ଧରିଥିଲା ଗାଁ ଲୋକେ ମାନିନେଇଥିବା ସେଇ ଗୋଟେ ସାମାଜିକ ପ୍ରଥାରେ. ସାମାଜିକ ପ୍ରଥା ନୁହେଁତ କୁପ୍ରଥା ଥିଲା ତାହା ମଲ୍ଲୀ ଆଖିରେ . ସନାକୁ ବାହା ହେଲେ ତାର ଆଉ ତିନିଟା ଭାଇଙ୍କୁ ବି ଦେହ ଦେବାକୁ ପଡିବ. କାରଣ ଯୌଥ ପରିବାର ରଖିବାକୁ ଓ ଜମି ବାଡ଼ି ସବୁର ବଣ୍ଟନ ନକରିବାର ଏ ପ୍ରଥା କାହିଁ କେତେ କାଳୁ ତାଙ୍କ ଜନଜାତିରେ ପ୍ରଥା ହୋଇଯାଇଛି. ମନ ସେ ଦେଇଛି ସନାକୁ କିନ୍ତୁ ମନ ଦେଇନଥିବା ଦିଅରମାନଙ୍କୁ ସେ ନିଜର କରିବ କିପରି. ପୁଣି ଗୋଟେ ଅଜବ କଥା ଏ ପଡ଼ାରେ. ଝିଅ ପରିବର୍ତ୍ତେ ପୁଅ ଜନ୍ମ କଲେ ଶାଶୁଘରେ କର୍ତ୍ତ୍ତୁତ୍ବ ବଢ଼େ ନହେଲେ ଚାରି ପାଞ୍ଚ ପୁଅ ହେବା ଯାଏଁ ମାତୃତ୍ୱ କଷ୍ଟ ଓ ବେଦନା ଭୋଗିବାକୁ ପଡିବ ସର୍ତ୍ତ ପୁରଣ କଲାଯାଏଁ . ସେଇଥି ପାଇଁ ତ ମଲ୍ଲୀର ମାଆ କେତକୀ ତାକୁ ଚାରି ବାପାଙ୍କୁ ସଅଁପି ଚାଲିଗଲା ସହର ଯେ ଆଉ ଫେରିଲାନି. ମଲ୍ଲୀ ବି ଦିନେ ଗାଁ ଛାଡିଥିଲା କେତେ ସ୍ବପ୍ନ ଦେଖି ହେଲେ ଏଠି ତ ସମସ୍ତଙ୍କର ଲୋଲୁପ ଦୃଷ୍ଟି. ଏମିତିକି ରାତ୍ରୀ ଜାଗୁଆଳି ସିପେଇ ବାବୁର ବେଶୀ ନଜର ତା ଉପରେ. ମନହୁଏ ସନାର ଭାଇମାନଙ୍କୁ କଞ୍ଚା ଚୋବେଇ ଯିବାକୁ ଇଛା କଲା ପରି ଏଠି ନାରୀରୁ ନାରାୟିଣୀ ବନି ପାନେ ଦେବାକୁ ସିପେଇକୁ ହେଲେ ରସିଦ ମିଆଁ ଚାଚା ମନା କରିଛି. ଏଠି ଯେତିକି ସ୍ବାଧୀନତା ପାଉଛୁ ଜେଲ ଭିତରେ ସେ ସ୍ବାଧୀନତା ଟିକକ ବି ହରାଇବାକୁ ପଡିବ. ବେଳେ ବେଳେ ଇଛା ହୁଏ ରସିଦ ଚାଚା ବନେଇ ଦେଇଥିବା ଠେଲା ଘର ତାଙ୍କୁ ଫେରାଇ ଦେଇ ପୁଣି ଗାଁକୁ ଫେରିଯିବାକୁ. ହେଲେ ଆଉ କଣ ରାସ୍ତା ଘାଟ ମନେ ଅଛି ତାର. ଆଖି ଖୋଜେ ସନା କୁ. ଏଇ ଜଳା ଭିତରେ ତାରାମାନଙ୍କୁ ନେହୁରା ହୁଏ, ସନାକୁ ଥରେ ଦେଖେଇଦେ ବୋଲି ଉଲକାଙ୍କୁ ମାଗୁଣି କରେ.
    ବାଡ଼ିରେ ପାହାରେ ପକାଏ ଠେଲାଗାଡି ବନିଥିବା ରାତ୍ରୀର ଆଶ୍ରୟ ଘର ଉପରେ ସିପେଇ ଓ କହୁଥାଏ,ଏଇ ଭିତରେ କେତେ ଦିନ ରହିବୁ ଦେଖିବିନି!କୋଉ ରସିଦ କାକା ତତେ କେତେଦିନ ସହାୟ ହେବ!ଉଠିଆସେ ନିଦରୁ ରସିଦ କାକା. ହାତରେ ଗଣ୍ଠିଆ ଚାରିହାତ ବାଡ଼ି ଧରି ତ ସିପେଇ କହେ ରାତି ଡିଉଟି କରୁ କରୁ ଏଣିକି ଚାଲିଆସିଲି ଦେଖିବାକୁ, ତୁମେ ସବୁ ଭଲରେ ଅଛ ନା ନାହିଁ. ହଁ ଦିନବେଳେ ସାପ ଶିଡ଼ି ଖେଳୁଥିବା ପୋଲିସ ବାବୁ ରାତିରେ ଆମ ଭଲ ମନ୍ଦ ବୁଝି ଆସିଛି!ଯାଉଛୁ ସିଆଡେ ନା ଦେଖିବୁ ଏଇଲେ. ଦେଖୁଛୁତ ମୋର ଏଇ ବାଡ଼ିକୁ!କେତେ ନାଗ, ଗୋଖର ଏ ବାଡି ଦେଇଛି ତଡି.. ଆଉ ତୁ କୋଉ ବଳେଇଯିବୁ. ପଳେଇଯାଏ ସିପେଇଟା. ସବୁ ରାତି ସମାନ ଯାଏନା. ସକାରତ୍ମକତା ସୁଅ ଭିତରେ ସେଦିନ ଏମିତି ନକାରାତ୍ମକ ଭାଗ୍ୟ ଓ ଯୋଗ ଆସିଯିବ କିଏ ଜାଣିଥିଲା!ବର୍ଷା ପଡୁଥିଲା ଟପ ଟାପ. କୌଣସି ସହୃଦୟ ସଂସ୍ଥା ତରଫରୁ ପାଲ, ଛତା, ବଡ଼ ଛତା ବେପାର ବଣିଜ ପାଇଁ ଦିଆଯିବା ସହ ଖାଦ୍ୟ ମିଳୁଥିଲା ତ ଝିଅଟାର ଭଙ୍ଗା ଠେଲା ଗାଡି ଉପରେ ଜରି ଘୋଡ଼େଇବାକୁ ଡାକିଥିଲେ ନିଜେ କାକା ହେଲେ ଶୀକାରକୁ ବାଘ ଛକିଛି ବୋଲି କିଏ ଜାଣିଥିଲା!ସମସ୍ତେ ଛତା ପାଇ, ଥାଳିରୁ ପେଟେ ଖାଇ ଓ ପିଲାଛୁଆଙ୍କୁ ଖୁଆଇ ଶୁନ୍ୟ ଚାଳିଆ ଉପରେ ନୂଆ ପାଲ ପକେଇ ନିର୍ଦୋନ୍ଦରେ ଶୋଇଗଲା ପରେ ମଲ୍ଲୀ ଭିତରୁ ଛିଟିକିଣୀ ଦେବା ପୂର୍ବରୁ ସିପେଇ ଧରିନେଲା ତା ହାତ ଆଉ ଝଟାପଟା ଭିତରେ ସିପେଇ ମୁଣ୍ଡରେ ବସିଲା କଣ୍ଟା ବାଡ଼ିର ଚଉକଷ ପାହାର. ମରିଗଲି ମରିଗଲି କହି ସତରେ ସିପେଇଟା ମରିଗଲା ଓ ଘେରିଗଲେ ଲୋକ ସହ ଅନ୍ୟ ଗଳିର ରାତ୍ରୀ ପୋଲିସ. ଚାଚାକୁ ଠେଲିଦେଇ ତା ବାଡ଼ି ଧରି ମଲ୍ଲୀ କହୁଥିଲା ମୋ ଇଜ୍ଜତ ନେଉଥିଲା ମୁଁ ମାରିଛି. ଶାଳୀ ଅପରଛନି.. ତୋର କି ଇଜ୍ଜତ ଵେ!... ଚାଲ ଥାନାକୁ କହି ଖପଖାପ ଉଠେଇ ନେଲେ ମଲ୍ଲିକୁ ଓ ଠୁଙ୍କି ଦେଲେ ଜେଲରେ. ସେଠି ଥିଲା ଆଉ ଜଣେ ପୁରୁଷ କଏଦୀ. ପ୍ରତିବାଦ କଲା ମଲ୍ଲୀ. ପୁରୁଷ କଏଦୀ ଓ୍ୱାର୍ଡ଼ରେ ମୁଁ ରହିବି କେମିତି!ହେ ଆର କୁଆଡେ ଆଉ ଇଜ୍ଜତ ଅଛି!.. ସକାଳ ଯାଏଁ ତତେ ଏଇଠି ରହିବାକୁ ହେବ କହି ପୋଲିସ ଚାଲି ଯାଉ ଯାଉ ଝଟକା ବିଜୁଳି ଆଲୁଅରେ ମଲ୍ଲୀ ଦେଖିଲା ସନାକୁ, ସେହି ସେଲ ଭିତରେ. ସନା କହୁଥିଲା ମୋ ବିବାହିତ ସ୍ତ୍ରୀ ଉପରେ ଖରାପ ନଜର ପକେଇବାରୁ ସାନ ଭାଇକୁ ମାରି ମୁଁ ଏଠି ଲୋ ମଲ୍ଲୀ କହୁଥିଲା ସିନା ସନା ହେଲେ ମଲ୍ଲୀ ଶୁନ୍ୟ ନୟନ ମେଲି ଦୂର ଆକାଶକୁ ଦେଖି ଉଲକାକୁ କଣ ମାଗୁଥିଲା କେଜାଣି. ସନା କିନ୍ତୁ ତାଙ୍କ ଗାଁରେ ଥିବା ପ୍ରଥା ବଦଳେଇବାକୁ ଯାଇ ସାନଭାଇକୁ ହତ୍ୟା କରି ଆଜି ପସ୍ତାଉଛି କହିବା ବେଳେ ସକାଳ ସୁରୁଜ ମୁରୁଜ ବୁଣିଥିଲେ.ମଲ୍ଲୀ ଦୂରରୁ ଚାଚା ଆସୁଥିବା ଦେଖି ପୋଲିସ ଗୋଡ଼ ଧରି କାନ୍ଦୁଥିଲା ଓ କହୁଥିଲା ମୋ ବୁଢା ବାପ ମୁଁହଁକୁ ଚାହିଁ ମତେ ଛାଡିଦିଅ ବାବୁ. ମୋ ବିନା ସେ ମରିଯିବ ବାବୁ. ପୋଲିସ କିନ୍ତୁ ତାକୁ ଅନ୍ୟ ଏକ ସେଲକୁ ଭିଡି ଭିଡି ନେଉଥିଲା ତ ରସିଦ ମିଆଁ ଚାଚା /କାକା ଶୁନ୍ୟ ହସ୍ତରେ କହୁଥିଲେ ମୋ ଝିଅକୁ ଛାଡିଦିଅ ବାବୁ. ମୋ ଝିଅକୁ ଛାଡିଦିଅ. କିଛି ଦିନ ପରେ ଜେଲ ଭିତରେ ମଲ୍ଲୀର ଦୁଷ୍କର୍ମ ହୋଇଛି ଓ ଥାନା ଭିତରେ ସନା ନାମ୍ନୀ କୌଣସି ଏକ ଅପରାଧି ପୋଲିସକୁ ମଲ୍ଲୀର ଦୁଷ୍କର୍ମ ପାଇଁ ହତ୍ୟା କରି ଫେରାର ହୋଇଯାଇଛି ବୋଲି ଖବର ପଢି କରିମ ମିଆଁ ଚାଚା ଭୋ ଭୋ କାନ୍ଦୁଥିଲେ.


Rate this content
Log in

Similar oriya story from Classics