Kalpana Kumari Pradhan

Romance

3  

Kalpana Kumari Pradhan

Romance

ଯବନିକା

ଯବନିକା

2 mins
210


ଆକାଶରେ ଚାନ୍ଦ ଖିଲି ଖିଲି ହସୁଥାଏ l ନଈପଠାରେ କୋଳାହଳ ଧୀରେ ଧୀରେ ଅପସରି ଗଲାଣି l ଚାନ୍ଦର ଚାନ୍ଦିନୀରେ ଚତୁଃର୍ଦିଗ ସ୍ୱଚ୍ଛ ଓ ନିର୍ମଳ ଦୃଶ୍ୟ ହେଉଥିଲା l ମହୁଲି ବାଆରେ ଦେହ ମନ ପୁଲକିତ l ନଦୀ ବାଲିରେ ଲୋଟି ସୁଦୀର୍ଘ ଆକାଶକୁ ଚାହିଁଥାଏ ଅପଲକ ନୟନରେ l

ମନରେ ଉଙ୍କି ମାରୁଥିଲା ପ୍ରିୟାର ସ୍ମୃତି l ଆଜି ମୋ ପ୍ରିୟା ଖବର ଦେଇଥିଲା ମୋ ସାଙ୍ଗ ହାତରେ l" ମୋତେ ଦେଖା କରିବାକୁ ଆସିବ!"

ମୋ ଭାବନା ମୋ କଳ୍ପନା ସବୁଥିରେ ସେ l ଆଜି ବି ଅମଳୀନ ଅଛି ସେଇ ସ୍ମୃତି l ଯେବେ ମୋତେ ଦେଖି ଲାଜକୁଳି ଲତା ପରି ଲାଜେଇ ଯାଉଥିଲା ମୋ ପ୍ରିୟା l

ଆମରି ସାହିରେ ହିଁ ତାଙ୍କରି ଘର l ମୁଁ ଯେବେ ତାଙ୍କ ଘର ଆଗରେ ଚାଲି ଯାଏ ଉଛୁଳା ନଇଟେ ପରି ଦୌଡ଼ି ଆସେ ମୋତେ ଟିକେ ଦେଖିବା ପାଇଁ l ମୁଁ ଓ ମୋ ପ୍ରିୟାର ପ୍ରେମ ଆଜି ଯାଏଁ ହୃଦୟରୁ ଆରମ୍ଭ ହୋଇ ଆଖି ଯାଏଁ ପହଁଚିଛି l ଅପେକ୍ଷାରେ ଅଛି ସ୍ୱୀକୃକ୍ତି ପାଇଁ l ମୁଁ ବି ପାଗଳ ଭଅଁରଟେ ପରି ବାରମ୍ବାର ତା ଘର ଦେଇ ଯାଏ ନଦୀକୁ ତାକୁ ଥରେ ଦେଖିବା ପାଇଁ l ତାର ସେହି ଲାଜୁଆ ହସରେ ଥିଲା କେଉଁ ଯାଦୁ ଯାହାକୁ ଦେଖି ମୁଁ ମୋର ସବୁ କଷ୍ଟ ଭୁଲି ଯାଏ l

ହଠାତ ପାଉଁଜି ରୁଣୁଝୁଣୁ ଶବ୍ଦ ଭାବନା ରାଜ୍ୟରୁ ମୋତେ ଫେରେଇ ଆଣିଲା l ସାମ୍ନାରେ ମୋ ପ୍ରିୟା l ବହୁ ପ୍ରତିକ୍ଷୀତ ମୁହୂର୍ତ୍ତ ଆଜି ଉପନୀତ l କଣ କହିବି କେତେ କଣ ମନରେ ଉଠୁଥାଏ l ମୁଁ ପ୍ରଥମେ ତାଙ୍କ ମୁଁହ ଚାହିଁଲି ଏ କଣ, ମୁହଁରେ ହସ ନାହିଁ କି ସେ ଖୁସି ନାହିଁ!

"ରାଜେଶ୍ୱରୀ "କଣ ହୋଇଛି ତୁମର କାହିଁକି ମୁହଁ ଶୁଖି ଯାଇଛି?

ରାଜେଶ୍ୱରୀ -ନା ସେ କିଛି ନୁହଁ, କଣ ପାଇଁ ଡାକିଥିଲ କୁହ l

ନା.....ଆମ ସମ୍ପର୍କ ନେଇ ତୁମେ କଣ ଭାବିଛ, ତମେ ସାରା ଜୀବନ ମୋ ହାତ ଧରି ଚାଲିବ?

ରାଜେଶ୍ୱରୀ -ତମେ ମୋତେ ନେଇ ଏତେ ସ୍ବପ୍ନ ଦେଖନି, ମୋତେ ପାଇବାର ଯୋଗ୍ୟତା ତୁମର ନାହିଁ l

ହଠାତ ଏ ନାସ୍ତିବାଣୀ, ଚାନ୍ଦର ଶୀତଳ କିରଣରେ ଭି ମୋ ମନ ଅଗ୍ନିରେ ଜଳି ପୋଡି ହୋଇଗଲା ଦଗ୍ଧ l ଯବନିକା ପଡିଯାଇଥିଲା ମୋ ପ୍ରେମର l

ତା ପ୍ରେମ ମୋ ପ୍ରତି କୁମାରୀ ମନର କେବଳ ଗୋଟିଏ ଆକର୍ଷଣ l କିନ୍ତୁ ମୋ ପାଇଁ ସେ ପ୍ରଥମ ଓ ଶେଷ l କେଜାଣି କାହିଁକି ସେଇ ଦିନ ଠାରୁ ଆଉ ସହଜରେ ଗ୍ରହଣ କରିପାରେନି କୌଣସି ଝିଅର ପ୍ରେମ l ସବୁ ଝିଅ ତା ପରି ନୁହଁନ୍ତି ତଥାପି.....

ଯେବେଠୁଁ ମୁଁ ଜାଣିଲି ମୋତେ ଛାଡିବାର କାରଣ l ଲୋକେ କୁହନ୍ତି ପ୍ରେମ ଦେଖେନି ଧନ ଅବା ସୌନ୍ଦର୍ଯ୍ୟ l ମୁଁ ଗରିବ ଘରର ପୁଅ l କିନ୍ତୁ ତାକୁ ଜଣେ ଧନାଢ୍ୟ ଘରର ପୁଅ ମିଳିଯାଇଥିଲା l ପ୍ରେମକୁ ସେ ତଉଲି ଥିଲା ଧନକୁ ନେଇ l

ଆଜି ଅନେକ ଦିନ ବିତି ଗଲାଣି ତଥାପି ପ୍ରେମ କଥା ପଡିଲେ ମନେ ପଡେ ସେ ପହିଲି ଦେଖା ସେ ପ୍ରଥମ ପ୍ରେମ l



Rate this content
Log in

Similar oriya story from Romance