STORYMIRROR

Parameswar Ojha

Romance Inspirational

3  

Parameswar Ojha

Romance Inspirational

ଯୌବନ

ଯୌବନ

3 mins
324

- ଜାଣିଛ ଈଶ୍ୱର ତୁମମାନଙ୍କ ଦେହରେ ଏ ଉଛୁଳା ଯୌବନ ଆଉ ସୌନ୍ଦର୍ଯ୍ୟ ଦେଇନଥାନ୍ତେ ଯଦି ଦେଖିଥାନ୍ତ କେହି ଜଣେ ହେଲେ ବି ତୁମମାନଙ୍କ ପଛରେ ଜମା ପଡିନଥାନ୍ତେ ।

-- ତା ମାନେ ତୁମେ କଣ ମୋ ଦେହକୁ ଭଲ ପାଉଛ ? ମୋ ପ୍ରେମର ମୂଲ୍ୟ ତୁମ ପାଖେ କିଛି ନାହିଁ ?

-- କିଏ କହିଲା ନାଇଁ ? ତୁମକୁ ମିଠା ପ୍ରେମର ମିଛ ଲଡୁ ଖୁଆଇଲେ ସିନା ତମ ଦେହ ସହ ଖେଳି ପାରିବି । ନହେଲେ କେମିତି ହେବ ଯେ ?

ଦୀୟାର ଆଖିରେ ଲୁହ 

-- ଦେଖ ପୀୟୂଷ୍ ଥଟ୍ଟାରେ ହେଉ ପଛେ ଏମିତି ବାଧିଲା ପରି କଥା ମୋତେ ବିଲକୁଲ କୁହନି କହି ଦେଉଛି ।

-- ଆରେ ତମକୁ ମୁଁ ଭଲପାଉଛି, ଆଉ ତମ ଦେହକୁ ବି । ଆଉ ମୁଁ ଚାହେଁନା ତମ ମୋ ଭିତରେ କିଛି ମିଛ ରହୁ ବୋଲି । ସାରା ଜୀବନ ମିଛରେ ବଞ୍ଚିବା ଅପେକ୍ଷା ନିଷ୍ଠୁର ସତ୍ୟକୁ ଗ୍ରହଣ ନେବା ବହୁତ ଭଲ ।

-- ଦେଖ ପ୍ଲିଜ୍ ଏମିତି ଅଭଦ୍ରଙ୍କ ଭଳି କଥା କୁହନି କହି ଦେଉଛି । ନହେଲେ ମୁଁ ଚାଲି ଯିବି ।

-- ଯଦି ତମେ ସତ ଶୁଣି ମୋ ହାତ ଛାଡି ବାକୁ ପ୍ରସ୍ତୁତ ତେବେ ମୁଁ ବିଲକୁଲ ବି ଅଟକାଇବିନି ତୁମକୁ ।

-- ଦେଖ ଶେଷ ଥର ପାଇଁ ପଚାରୁଛି ତମେ ମୋତେ ଭଲପାଅ କି ନାହିଁ ମୋ ଦେହ ବ୍ୟତୀତ ।

ପୀୟୂଷ୍ ହସିକି ଉତ୍ତର ଦେଲା 

-- ତୁମ ଦେହ ବ୍ୟତୀତ ତୁମେ କିଛି ବି ନୁହଁ ତୁମକୁ ଭଲ ପାଇବି କେମିତି ?

ଦୀୟା ଏକଦମ୍ ‌ଛଳଛଳେଇ ଗଲା 

- ତା ମାନେ ମୋର ଯଦି ଦେହ କି ମୁହଁ କୈାଣସି ଦୁର୍ଘଟଣାରେ ଖରାପ ହୋଇଯାଏ ତମେ ମୋତେ ଗ୍ରହଣ କରିବନି ?

-- କେବେ ନୁହେଁ ଦୀୟା କେବେ ବି ନୁହେଁ । ତୁମ ଦେହକୁ ଯତ୍ନ ସହକାରେ ରଖି ଥିବ ନହେଲେ ମୁଁ କେବେ ବି ତୁମକୁ ଛାଡିଦେଇପାରେ । ଏଇ ତୁମ ସୁନ୍ଦର ଦେହ ଭରପୁର ଛାତି, ପୁରିଲା ଓଠ ପାଇଁ ତ ମୁଁ ପାଗଳ । ସେଥିପାଇଁ ତ ତୁମକୁ ମୁଁ ଅଇଁଠା କରିନି ଏପର୍ଯ୍ୟନ୍ତ । ପରେ ମୋତେ ଦୋଷ ନଦେବା ପାଇଁ ।

-- ଛିଃ ପୀୟୂଷ୍ ଛିଃ ତୁମ ମନ ଭିତରେ ଏମିତି ମଣିଷଟେ ଲୁଚି ରହିଥାଇ ପାରେ ସେଇଟା ମୁଁ କଳ୍ପନା ବି କରି ପାରୁନି । ଦେଖ ଆଜିଠୁ ତମ ମୋ ଭିତର ସବୁ ସଂପର୍କ କାଟି ଦେଇ ଯାଉଛି । ତମ ପରି କାମୁକ ମଣିଷ ମୋର ଦରକାର୍ ନାହିଁ । ଯିଏ ହୃଦୟର ପ୍ରେମକୁ ବୁଝେନା ସେ କି ମଣିଷ ? 

କେବେ ବି ଆଉ ମୋତେ ତୁମ ଜୀବନରେ ଫେରି ପାଇବାର ଆଶା ମନରେ ରଖିବନି ପୀୟୂଷ୍ । ଗୁଡ୍ ବାଏ ।

ଦୀୟା ଉଠି ଚାଲିଗଲା ପଛକୁ ବୁଲି ବି ଚାହିଁଲାନି ।

 

ପୀୟୂଷ୍ ବି ପଛରୁ ଡାକିଲାନି ତାକୁ । ସେ ନିଜକୁ ହାଲକା ଅନୁଭବ କରୁଥିଲା ତା ବାର ନମ୍ବର ପ୍ରେମିକା ବି ତା ହାତ ଛାଡି ଦେଇଛି ବାକି ପ୍ରେମିକାମାନଙ୍କ ପରି । ତାଠୁ ଏ ଅପ୍ରିୟ ସତକଥା ଶୁଣିବା ପରେ ପରେ ସମସ୍ତେ ଏମିତି ଗୋଟେ ପରେ ଗୋଟେ ହାତ ଛାଡି ଦେଇଛନ୍ତି ତାର । ଦୀୟା କଣ ଆସିବ ? କେଜାଣି ? ଆସୁ କି ନ ଆସୁ ତାକୁ କିଛି ଫରକ୍ ପଡିବନି ହଁ ଫରକ୍ ପଡିବ କିଛି ଦିନ ମଦ ବାରରେ ବସିଗଲେ ମଦ ନିଶାରେ ଏ ଦୀୟା ନିଶା ବି ଉତୁରି ଯିବ ତା ମୁଣ୍ଡ ରୁ ।

ଠିକ୍ ଏଇ ଘଟଣାର ଗୋଟେ ମାସ ଚାରିଦିନ ପରେ ପୀୟୂଷ୍ ଅଳସୀ ପାର୍କର ଗୋଟେ ବେଞ୍ଚରେ ବସି ସିଗାରେଟରୁ ଧୂଆଁ ଛାଡୁଥିଲା । ସାମ୍ନାକୁ ଚାହିଁଲା ସାମ୍ନା ଏଣ୍ଟ୍ରି ଗେଟ୍ ପାଖରେ ଦୀୟା ଛିଡା ହୋଇ ତାକୁ କେତେବେଳୁ ଚାହିଁଛି । ପୀୟୂଷର ଆଉ କିଛି ପ୍ରତିକ୍ରିୟା ନଥିଲା କେବଳ ଗୋଟେ ଶୁଖିଲା ହସ ବ୍ୟତୀତ ।

ଦୀୟା ପୀୟୂଷ୍ ପାଖକୁ ଆସି ବସିଲା । ଆଉ ତା ଓଠରୁ ସିଗାରେଟ୍ ଛଡେଇ ନେଇ ତଳେ ଫୋପାଡି ଗୋଡ଼ରେ ମକଚି ଦେଲା ।

- ମନା କରିଥିଲି ନାଁ ସିଗାରେଟ ଟାଣିବନି ବୋଲି ?

-- ତମେ ତ ଯାଇଥିଲ ସବୁଦିନ ପାଇଁ , ପୁଣି କ'ଣ ହେଲା ?

ଦୀୟା ପୀୟୂଷ୍ କାନ୍ଧରେ ମଥା ରଖି ତା ହାତକୁ ସାଉଁଳେଇ କହିଲା , ଏ ଦୁନିଆଁରେ କୁଢ କୁଢ ଛଳନା ପ୍ରେମ ଠାରୁ ବରଂ ତୁମେ ଭଲ ।



Rate this content
Log in

Similar oriya story from Romance