Saismita Majhi

Romance Fantasy

4.0  

Saismita Majhi

Romance Fantasy

ଯାତ୍ରା ଦୁଇ ହୃଦୟର

ଯାତ୍ରା ଦୁଇ ହୃଦୟର

10 mins
269


ଷ୍ଟେସନର ଗୋଟିଏ ନିରୋଳା ବେଞ୍ଚ୍ ଉପରେ ଏକାକୀ ମୂର୍ତ୍ତିମନ୍ତ ହୋଇ ବସି ରହିଛି ଅମର ! ଖୁବ୍ ଜୋର୍ ରେ ବର୍ଷା ହେଉଛି , ବର୍ଷାର ବଡ଼ ବଡ଼ ଜାମୁକୋଳିଆ ଠୋପାରେ ତା'ର ସମସ୍ତ ଅସ୍ତିତ୍ୱ ଭିଜିଯାଉଛି .ତଥାପି ସେ ନିଶ୍ଚଳ ! ସତେକି ଜଡ଼ ପାଲଟି ଯାଇଛି । ବର୍ଷା ଯୋଗୁ ଅମର ଷ୍ଟେସନର ଗୋଟିଏ ନିରୋଳା ବେଞ୍ଚ୍ ଉପରେ ଏକାକୀ ମୂର୍ତ୍ତିମନ୍ତ ହୋଇ ବସି ରହିଛି ଅମର ! ଖୁବ୍ ଜୋର୍ ରେ ବର୍ଷା ହେଉଛି , ବର୍ଷାର ବଡ଼ ବଡ଼ ଜାମୁକୋଳିଆ ଠୋପାରେ ତା'ର ସମସ୍ତ ଅସ୍ତିତ୍ଵ ଭିଜିଯାଉଛି ତଥାପି ସେ ନିଷ୍ଫଳ ! ସତେକି ଜଡ଼ ପାଲଟି ଯାଇଛି । ବର୍ଷା ଯୋଗୁ ଅମର୍ ବ୍ୟତୀତ ସବୁ ପ୍ଲାଟଫର୍ମ ଉପରକୁ ଉଠିଯାଇଛନ୍ତି । ତଥାପି ସେ ବସିରହିଛି ! ଆଖିର ଲୁହ ବର୍ଷା ପାଣି ସହିତ ମିଶି ଯାଉଛି , ଚିତ୍କାର କରିବା ପାଇଁ ଚାହୁଁଥିଲେ ସୁଦ୍ଧା ମୁହଁରୁ କଥା ବାହାରୁ ନାହିଁ ! ଏମିତିରେ ତ ତାକୁ ବର୍ଷା ଇଚ୍ଛା ନାହିଁ , ଭାରି ଚିଡ଼ଚିଡ଼ ହୁଏ କିନ୍ତୁ ଆଜି ଏ ଅଦିନିଆ ବର୍ଷାକୁ ବେଖାତିର କରି ଅନ୍ୟମନସ୍କ ଭାବେ ବସିରହିଛି । ମୁଣ୍ଡ ରେ ହାତଦେଇ ଅବିରତ ଗାଧେଇ ଚାଲିଛି ଲୁହର ବର୍ଷାରେ | ଯେମିତି ତା ' ଜୀବନ ଅଟକି ଯାଇଛି ସେହି ମୁହୁର୍ତ୍ତରେ । ସମୟ ଅଟକି ଯାଇଛି ତାର ଗତିପଥରେ । ଭଗବାନ ତାକୁ ଏତେ ବଡ଼ ଧୋକା କେମିତି ଦେଇପାରିବେ ? ତାର ସବୁ ଆଶା ନିରାଶାରେ ପରିଣତ ହୋଇଯାଇଛି , ସବୁ ସୁଖ ଦୁଖରେ ପରିଣତ ହୋଇଯାଇଛି ; ଏମିତିକି ତା' ବିଶ୍ବାସ ମଧ୍ୟ ଥମିଯାଇଛି ସେହି ମୁହୁର୍ତ୍ତଟିରେ ! ଆଖି ଆଗରେ ଖେଳିଉଠୁଛି କେବଳ ଅସ୍ମିତାର ଚେହେରା ! ତା'ର ସେଇ ମାଦକତା ଭରା ହସରେ ପ୍ରଥମ ଦେଖାରୁ ହିଁ ମୁଗ୍ଧ ହୋଇଯାଇଥିଲା ଅମର୍ । ଅସ୍ମିତାର ଦୁଇଟି ସ୍ଥିର ଆଖିରେ ଯେମିତି ଲୁଚି ରହିଥିଲା କେତେ କେତେ ବର୍ଷର ଇତିହାସ ସେଇ ଇତିହାସର ଜାଲରେ ପ୍ରଥମ ଦେଖାରୁ ହିଁ ଅମର୍ ଛନ୍ଦି ହେବାରେ ଲାଗିଥିଲା !

      ତାଙ୍କର ଦେଖାହେଇଥିଲା ବସ୍ ରେ ପୁଣି ଷ୍ଟେସନରେ । ବସ୍ ର ଝରକା ସିଟ୍ ରେ ଝିଅଟି ବସି ବସି ଶୋଇପଡ଼ିଥିଲା । ତା'ର ଆଲୁଳାୟିତ କେରାଏ ଚୁଟି ପବନର ମୃଦୁ ବେଗରେ ଉଡ଼ି ଚାଲିଥିଲେ । ଉଡ଼ି ଉଡ଼ି ତା'ର ଚନ୍ଦ୍ରମୁଖକୁ ଆଂଶିକ ଘୋଡେଇ ଦେଉଥିଲେ । ଅମର୍ ର ଇଚ୍ଛା ହେଉଥାଏ ବାଧା ସାଜୁଥିବା ସେଇ ସିଲ୍ମି  ଚୁଟିକୁ ଧୀରେ ଧୀରେ ନିଜ ହାତରେ ସଜାଡ଼ି ନେବାକୁ କିନ୍ତୁ ସେ ନାଚାର । ବାସ୍ ଠିଆ ତାକୁ ହିଁ ନିରୀକ୍ଷଣ କରିଚାଲିଥାଏ । ବସ୍ ସଫରକୁ ସେ ପ୍ରଥମ ଥର ପାଇଁ ଏତେମାତ୍ରାରେ ଉପଭୋଗ କରୁଥିଲା I

      କୋରାପୁଟ ପହଞ୍ଚୁ ପହଞ୍ଚୁ ଝିଅଟିର ନିଦ ଭାଙ୍ଗିଲା । ସେ ପ୍ରକୃତିସ୍ଥ ହୋଇ ନିଜକୁ ସମ୍ଭାଳି ନେଲା ଅମାନିଆ ଚୁଟି ସବୁକୁ ସଜାଡ଼ି ନେଇ କାନ ମୂଳରେ ଖେଞ୍ଚି ଦେଲା । ତା'ର ଗୋଟିଏ ଗୋଟିଏ ଅଙ୍ଗଭଙ୍ଗୀ ଅମରକୁ ଆକୃଷ୍ଟ କରୁଥାଏ । ବସ୍ ରଖୁ ରଖୁ ଝିଅଟି ସିଟ୍ ରୁ ଉଠିଗଲା , ସେ କିଛି ପ୍ରତିକ୍ରିୟା ଦେଖେଇବା ପୂର୍ବରୁ ଅମର୍ ବୁଝିଲା ପରି ସେଲ୍ଫରୁ ବ୍ୟାଗଟି କାଢ଼ି ତା' ହାତକୁ ବଢେ଼ଇ ଦେଲା । ସେ ଅଳ୍ପ ଆଶ୍ଚର୍ଯ୍ୟ ଏବଂ ଖୁସିର ମିଶ୍ର ଅଭିବ୍ୟକ୍ତିରେ ଥ୍ୟାଙ୍କ ୟୁ କହିଲା , ଅମର୍ ଅଳ୍ପ ହସି ତା'କୁ ୱେଲକମ୍ କହିଲା ।

      ଅସ୍ମିତା ମଧ୍ୟ ପ୍ରଥମ ଦେଖାରୁ କାହିଁକି କେଜାଣି ଅମର୍ ଆଡ଼କୁ ଢଳିପଡ଼ିଥିଲା । ଅମରର ଉଦାରତା , ସରଳତା , ତା'ର ସାହାଯ୍ୟ କରିବା ଭଙ୍ଗୀ  ପ୍ରଥମରୁ ହିଁ ଆକୃଷ୍ଟ କରିଥିଲା । ଯଦିଓ ଦୁହେଁ ଦୁହିଁଙ୍କ ପାଇଁ ଅଜଣା ତଥାପି କାହିଁକି କେଜାଣି ଅତି ଆପଣାର ମନେ ହେଉଥାନ୍ତି ପରସ୍ପରକୁ । କିନ୍ତୁ ଏସବୁ ବିଦାୟ ମୁହୁର୍ତ୍ତରେ ଘଟିଗଲା , ତେଣୁ ଦୁହିଁଙ୍କ ମନରେ ଅବ୍ୟକ୍ତ ଅବସାଦ ଏବଂ ଅବଶୋଷ ଭରିରହିଥିଲା । ତଥାପି ଦୁହେଁ ଶାନ୍ତ , ଦୁହେଁ ନିଶ୍ଚଳ , ଭାବନା ସବୁ ଅବ୍ୟକ୍ତ ପରସ୍ପର ନିକଟରେ । ଅସ୍ମିତା ବସ୍ ରୁ ଅହ୍ଲେଇ ଫେରିଚାହିଁଲା ପଛକୁ କିନ୍ତୁ ଅମର ଚାହଁନଥିଲା ବୋଧେ ବିଦାୟ ଯନ୍ତ୍ରଣା ତା ' ଦ୍ବାରା ସହ୍ୟ ହେଉନଥିଲା । ତାକୁ ଲାଗୁଥିଲା ଯେମିତି କିଛି ମୁଲ୍ୟବାନ ଚିଜ୍ ତା'ଠାରୁ କିଏ ଜବରଦସ୍ତି ଛଡେଇ ନେଉଛି । ପ୍ରଥମ ଦେଖାରୁ ହିଁ ଏତେ ଆକର୍ଷଣ !

      ଅସ୍ମିତା ଷ୍ଟେସନର ଗୋଟିଏ ନିରୋଳା ବେଞ୍ଚ୍ ରେ ଗୁମସୁମ୍ ବସିଥାଏ , କୋଳାହୋଳପୂର୍ଣ୍ଣ ପରିବେଶକୁ କିଛିଟା ସହଜ କରିବାକୁ ଯାଇ ୟୁଟ୍ୟୁବରେ ବ୍ୟସ୍ତ ରହିବାକୁ ଲାଗିଲା , ଭିଡିଓ ପରେ ଭିଡିଓ । ଭିଡିଓରେ ତାର ମନ ନଥାଏ , ମନ ତ ଅଟକି ଯାଇଥାଏ ସେଇ ଅଜଣା ଅଚିହ୍ନା ଯୁବକ ପାଖରେ । ଏତେ ମାତ୍ରାରେ ଛନ୍ଦିହୋଇ ଯାଇଥାଏ ଯେ ନିଜକୁ ମୁକୁଳେଇ ପାରୁନଥାଏ ସେହି ଅଦେଖା ବନ୍ଧନକୁ, love at first sight କହିଲେ ଚଳେ । କିନ୍ତୁ ଦୁହେଁ ଏ କଥାକୁ ଅନଭିଜ୍ଞ !

        ଭିଡିଓ ଦେଖୁଥାଏ ସତ , ଆଖି କିନ୍ତୁ ଆଉ କିଛି ଖୋଜିଚାଲିଥାଏ , ବରମ୍ବାର ଆଖି ଉଠାଇ ସବୁକୁ ଚାହୁଁଥାଏ କାଳେ ସେ ଭିଡ଼ ଭିତରେ ସେଇ ଅଜଣା ମଣିଷ ହଜିଯାଇନି ତ !ଚାରିଆଡେ ଚହଳ ପଡ଼ିଥାଏ , କିନ୍ତୁ ଅସ୍ମିତାର ମନ ଆକାଶରେ ଅମର୍ ର ସ୍ନିଗ୍ଧ କିରଣ ବିଚ୍ଛୁରିତ ହୋଇପଡ଼ିଥାଏ .ସେ ଶାନ୍ତ, ନିଶ୍ଚଳ ଭାବରେ କେବଳ ବେଞ୍ଚ୍ ଉପରେ ବସିରହିଥାଏ । ଫୋନ୍ ବି କେତେ କେଞ୍ଚିବ , ବିରକ୍ତ ହୋଇ ମୁଣ୍ଡ ଉପରକୁ ଉଠେଇଲା ବେଳକୁ ସବୁକିଛି magical ଲାଗିଲା ତାକୁ । ଅକସ୍ମାତ ବିଜୁଳିର ଏକ ସୂକ୍ଷ୍ମ ସ୍ଫୁଲିଙ୍ଗ ତା' ଆଖିରେ ନାଚିଗଲା । ତା'ର ଆଖିରେ ପଲକ ପଡୁନଥିଲା , ଭଗବାନଙ୍କ ମାୟାକୁ ସେ ବିଶ୍ବାସ କରିପାରୁନଥିଲା !! ତାର ଆଖି ଅମର୍ କୁ ଦେଖି ତୃପ୍ତ ହୋଇଯାଇଥିଲା । ହଠାତ୍‌ ଆଖିର ସମ୍ପର୍କ ଘଟିବାରୁ ଦୁହେଁ ଲାଜରେ ଝାଉଁଳି ପଡ଼ିଥିଲେ । ଦୁହେଁ କେବେ ଭାବିନଥିଲେ ତାଙ୍କର ପୁଣି ଦେଖାହବ ! ଅମର୍ ହାତ ହଲେଇ "ହାୟ" କହିଲା ଅସ୍ମିତା ମଧ୍ୟ ହାତ ହଲେଇ ଅଭିବାଦନ ଜଣେଇଲା । ବାସ୍ ସେତିକି ହିଁ କଥାବର୍ତ୍ତା । ଅମର୍ କୁ ଲାଗିଲା ଅସ୍ମିତା ତା' ଅଭିମୁଖେ ଦୌଡ଼ି ଦୌଡ଼ି ଆସୁଛି ତା' ପାଖକୁ ଆହୁରି ପାଖକୁ ପାଖକୁ ଧେତ୍ ଏତେ ସ୍ବପ୍ନକୁ ରାତି କାଇଁ ! ତାକୁ ତ ଇଚ୍ଛା ହେଉଥାଏ ଅସ୍ମିତା ପାଖରେ ଯାଇ ବସିପଡ଼ିବ , ଢେର୍ ସାରା କଥା ହେଇ ମନର ତୃଷ୍ଣା ମେଣ୍ଟେଇବ କିନ୍ତୁ କଣ କରିବ ? ଅସ୍ମିତା ବି ତାକୁ ବସିବା ପାଇଁ ଇଙ୍ଗିତ କରୁନଥାଏ , କିଛି ନ ହେଲେ ବି ଅଳ୍ପ ଭଦ୍ରାମି ଦେଖେଇ ତାକୁ ବସିବା ପାଇଁ କହିବା କଥା । କିଛି ସମୟ ଠିଆ ହେଲା ପରେ ଅମର ଭାବିଲା ଯାଇ ବସିପଡି଼ବ ତା ' ପାଖେ କିନ୍ତୁ ସେତେବେଳକୁ ହିଁ ବାକ୍ ଚାଳିତ ଯନ୍ତ୍ରରୁ ଟ୍ରେନ୍ ଆସିବା ବାର୍ତ୍ତା ଘୋଷଣା ହେଲା ତେଣୁ ଅସ୍ମିତା ବେଞ୍ଚ୍ ରୁ ଉଠିପଡ଼ିଲା । ଅମର୍ ଉଠେଇଥିବା ଷ୍ଟେପ୍ ପଛକୁ ନେଇଗଲା , ସିଟ୍ କହି ହାତ ମୁଠା ମରଡ଼ିବାରେ ଲାଗିଲା । ପୁଣି ପଛକୁ ଫେରି ଚାହିଁଲା ବେଳକୁ ଅସ୍ମିତା ଆଉ ନାହିଁ ! ତାର ମୁଣ୍ଡ , କାନ କାମ କଲାନି , ଟ୍ରେନ୍ ବି ଆସିଯାଇଥିଲା ତେଣୁ ସେ ଟ୍ରେନ୍ ଉପରକୁ ଉଠିଗଲା ।

      ନିର୍ଦ୍ଦିଷ୍ଟ ବଗିକୁ ଯାଇ ସିଟ୍ ଖୋଜୁ ଖୋଜୁ ଆଖିରେ ପଡ଼ିଲା ପୁଣି ସେଇ ଝିଅଟି ଭାଗ୍ୟକୁ ଗୋଟିଏ ଆପାର୍ଟମେଣ୍ଟ , ସାମ୍ନାସାମ୍ନା ସିଟ୍ ଅମରର ଖୁସି କହିଲେ ନ ସରେ । ମନେ ମନେ ଧନ୍ୟବାଦ ଜଣେଇଲା ସେହି ଜଗତରନାଥଙ୍କୁ । ଭାବିଲା ଏବେ ନିଶ୍ଚିତ କଥା ହେଇପାରିବ । ଅସ୍ମିତା ସେହି ସମୟରେ ଷ୍ଟେସନରୁ ହିଁ କଥା ହେବି ଭାବିଥିଲା କିନ୍ତୁ କିଛି କହିବ ବୋଲି ଉଠିଲା ବେଳକୁ ଟ୍ରେନ୍ ଘୋଷଣାରେ ଆଉ କିଛି କହିପାରିଲା ନାହିଁ । ଅମର୍ ମଧ୍ୟ ପଛକୁ ବୁଲି ଠିଆ ହୋଇଥିଲା ତ କେମିତି ଡାକିବ , କ'ଣ କହିବ ଭାବି ଭାବି ଟ୍ରେନରେ ଚଢ଼ିଗଲା । କିନ୍ତୁ ହଠାତ୍ ତାକୁ ନିଜ ଆପାର୍ଟମେଣ୍ଟ ରେ ଦେଖି ମନେ ମନେ ବହୁତ ଖୁସି ହେଇଗଲା । ଏତେ ଥର ଦେଖା ହେବା ପଛରେ ଥିବା ଅଛପା ଇସାରାକୁ ଜାଣିପାରିଲା , ଯେମିତି ଭାଗ୍ୟ ସେମାନଙ୍କୁ ମିଶେଇବାକୁ ଯାଇ ଏମିତି ଖେଳ ଖେଳୁଛି । ଦୁହେଁ ଏତେ ଖୁସି କିନ୍ତୁ କିଏ ବ୍ୟକ୍ତ କରିବାକୁ ଚାହୁଁନଥାନ୍ତି , କେବଳ ଯାହା ତାଙ୍କ ଆଖି ବୟାନ କରୁଥାଏ ତାଙ୍କ ପ୍ରେମର ଦାସ୍ତାନ । ଯାହା ହାୟ , ହ୍ୟାଲୋ ଆଉ ପରିଚୟପତ୍ର ଆଦାନ ପ୍ରଦାନ ବାସ୍ ସେତିକି । ତାପରେ ନିଷ୍ଠୁର ବାସ୍ତବତା , ଆପାର୍ଟମେଣ୍ଟ କୋଳାହୋରେ ପୂର୍ଣ୍ଣ ହୋଇଗଲା । ଏମାନେ ଆଉ ବେଶୀ କଥାବାର୍ତା ହେଇପାରିଲେନି , ଦୁହେଁ ନିଜ ନିଜ ଭିତରେ ବ୍ୟସ୍ତ ହୋଇଗଲେ ; କାରଣ ଆଉ କିଛି ଚାରା ବି ତ ନାହିଁ । ଅସ୍ମିତା 'ଶିଳାପଦ୍ମ' ଉପନ୍ୟାସ ଧରି ବସିଗଲା , କାରଣ ସେ କୋଣାର୍କ ଯିବ ତା ' ସାଙ୍ଗ ବର୍ଷା ପାଖକୁ, ଅମର୍ ଫ୍ରିଫାୟର୍ ଗେମ୍ ରେ ବ୍ୟସ୍ତ ରହିଗଲା କିନ୍ତୁ କାହିଁକି କେଜାଣି ଦୁହିଁଙ୍କ ମନ ନାହିଁ । ଅମର୍ ମୁଣ୍ଡ ଉଠେଇ ଅସ୍ମିତାକୁ ଚାହେଁ , ଅସ୍ମିତା ଚାହିଁଦେଲେ ନଜର ଫେରେଇ ନିଏ । ଅସ୍ମିତା ମଧ୍ୟ ଲୁଚି ଲୁଚି ତାକୁ ଚାହେଁ ମନର ଭାଷା ଆଖି କହି ଦେଉଥାଏ . ଦୁହିଁଙ୍କର ଲୁଚା ଲୁଚି ଚାହାଣି କିନ୍ତୁ ଧରପଡ଼ିଯାଉଥାଏ ସମସ୍ତଙ୍କ ସାମ୍ନାରେ । ସମସ୍ତେ ଠାରା ଠାରି ହୋଇ ହସୁଥନ୍ତି ।

      ତିନି ଥାକିଆ ବେଡ୍ ର ତଳ ବେଡ଼ରେ ଅସ୍ମିତା ଓ ଅମର୍ ଶୋଇଥାନ୍ତି ଏକାଠି ନୁହଁ , ଅଲଗା ଅଲଗା । ଅସ୍ମିତା ଉପନ୍ୟାସ ପଢ଼ା ଛାଡି କେତେ ବେଳଠୁ ଶୋଇଗଲାଣି , ଅମର୍ ଆଖିରେ କିନ୍ତୁ ନିଦ ନାହିଁ । ସେ ହଜିଯାଇଛି ମଧୁର ସ୍ବପ୍ନର ସ୍ବପ୍ନିଳ ଲାଳସାରେ । ଅସ୍ମିତାର ଦରଫୁଟା ମୁହଁକୁ ଚାହିଁ ବସିଥାଏ ଅମର । ବହୁତ ସୁନ୍ଦର ଦେଖଯାଉଥାଏ ସେ ନିଷ୍ପାପ ଚମ୍ପାକଢ଼ିଟିଏ ପରି ଯିଏ କି ଆଉ କିଛି ମୁହୁର୍ତ୍ତ  ଫୁଟି ଉଠିବ ଏବଂ ବନ୍ଦୀ କରିନେବ ସୁରଭିର ମାୟାଜାଲରେ । ତାର ଦୁଇଟି ସ୍ଥିର , ନିବୁଜ ଆଖି କେତେ ଜ୍ବାଜଲ୍ୟମାନ ପ୍ରତୀତ ହେଉଥାଏ , ଏତେ ନିରୀହ କଣ କିଏ ହେଇପାରେ ? ନିଜକୁ ନିଜେ ପ୍ରଶ୍ନ କରିଚାଲିଥାଏ ଆମର । ତାର ସଜ ଗୋଲାପ ପାଖୁଡା଼ ପରି ଓଠରେ ମାଦକତା ଭରିରହିଥାଏ । ଅଳ୍ପ ଗରମ ଯୋଗୁଁ କପାଳରେ ଝାଳର ସ୍ବେଦ ବିନ୍ଦୁ । ସେ ନିଜେ ଜାଣିପାରିନାହିଁ କେତେବେଳେ ଅସ୍ମିତାର ଏତେ ପାଖକୁ ଚାଲିଯାଇଛି ! ପ୍ରକୃତିସ୍ଥ ହେଲା , ନିଜକୁ ନିୟନ୍ତ୍ରଣରେ ନେଲା , କିନ୍ତୁ ଅସ୍ମିତାର ଏତେ ପାଖକୁ ଯାଇ ସେ ଫେରିବାକୁ ଚାହୁଁନଥିଲା । ବାସ୍ କେବଳ ତାକୁ ହିଁ ଦେଖୁଥୁଲା , କିଏ ଜାଣେ ସେ ସୁଯୋଗ ପୁଣି କେବେ ଆସିବ । ତାକୁ ଚାହିଁ ଚାହିଁ କେତେବେଳେ ଯେ ସକାଳ ପାହିଯାଇଛି ସେ ଆଉ ଜାଣି ପାରିନାହିଁ ଆଖି ଖୋଲି ଦେଖେ ତ ସେ ଅସ୍ମିତାର ବେଡ୍ ଉପରେ ନିଜ ହାତରେ ଭରା ଦେଇ ଶୋଇପଡ଼ିଛି । ତା ମାନେ ଅସ୍ମିତା ସବୁ ଜାଣିପାରିଥିବ ଲଜ୍ଯା ଓ ଗ୍ଳାନିବୋଧରେ ତା' ମୁଣ୍ଡ ଉପରେ ଉଠିପାରୁନଥାଏ । ସେତେବେଳକୁ ଅସ୍ମିତା ଫେରୁଥାଏ ତା'ର ସବୁ ନିତ୍ୟକର୍ମ ସାରି , ଅମର୍ ଉଠିଗଲା ନିଜ ଜାଗାକୁ । ଫୋନରେ ବ୍ୟସ୍ତ ରହିବାକୁ ଲାଗିଲା , କଣ କହିବ କିଛି ଜାଣିପାରୁନଥାଏ । ଅସ୍ମିତାକୁ ଚାହିଁବାର ସାହାସ କରିପାରୁନଥାଏ ସେ । ଆପାର୍ଟମେଣ୍ଟରେ କେବଳ ସେମାନେ ହିଁ ରହିଥାନ୍ତି ବାକି ମାନେ ତ କେତେ ବେଳଠୁ ତାଙ୍କ ଷ୍ଟେସନରେ ଅହ୍ଲେଇ ସାରିଲେଣି , ତଥାପି ଦୁହେଁ ଶାନ୍ତ ! ଏଭଳି ଏକାନ୍ତ ମୁହୂର୍ତ୍ତଟିଏ ସେ ଅସ୍ମିତା ସହ ବିତେଇବାକୁ ଚାହୁଁଥିଲା , କିନ୍ତୁ ଧେତ୍ !!! ଏବେ କଣ କରିବ ? ସେ ତ ଧରାପଡ଼ିଗଲା , ତା ' ନଜରରେ ଖସିଗଲାଣି । ଆଉ କିଛି ସମୟ ପରେ ଭୁବନେଶ୍ବର ମଧ୍ୟ ପହଂଚିଯିବ । କାଶ୍ ଫୋନ ନଂ ଟା ମାଗିପାରନ୍ତି କିନ୍ତୁ କ'ଣ କରିବ ସେ ସେଇ ଲଜ୍ଜ୍ଯା ରୁ ବାହାରିପାରୁନଥାଏ ।

      ସକାଳ 7 ଟା ବେଳକୁ ବାହାରେ ସକାଳୁଆ କୁହୁଡ଼ିର ଆସ୍ତରଣ ଖୁବ୍ ମାୟାଛନ୍ନ ଲାଗୁଥାଏ । ବଡ ଆସ୍ଵସ୍ତିକର ଲାଗୁଥାଏ ଅମର୍ କୁ ସେ ପରିବେଶ । ତେଣୁ ଆଉ ଡେରି ନ କରି ବ୍ରଶ୍ ଧରି ଚାଲିଲା ୱଶରୁମ୍ କୁ । 7:30 ବେଳକୁ ଟ୍ରେନ ଆସି ଭୁବନେଶ୍ବର ଷ୍ଟେସନରେ ପହଞ୍ଚିଲା । ସେତିକି ଭିତରେ ସେମାନେ ଗୋଟିଏ ପଦ କଥା ମଧ୍ୟ ହେଇନଥାନ୍ତି । କିନ୍ତୁ ଚାହାଁନ୍ତି କଥା ହେବା ପାଇଁ , କିନ୍ତୁ ଦୁହିଁଙ୍କ ଭାବନା ଆଦାନ ପ୍ରଦାନ କରିବାକୁ ଯେମିତି ଭାଷା ସାଥ୍ ଦେଉନାହିଁ । ଅମର୍ ତା' ଜୀବନରେ କେବେ ଏତେ ମାତ୍ରାରେ ବିଚଳିତ ହୋଇନଥିଲା । ପୁଣି ସେଇ ବିରହ ଯନ୍ତ୍ରଣା ଦୁହିଁଙ୍କୁ ଘାରୁଥାଏ । ଯେ ପର୍ଯ୍ୟନ୍ତ ଅସ୍ମିତା ଥିଲା ତାକୁ ସବୁ ଭଲ ଲାଗୁଥିଲା, ଏବେ କିନ୍ତୁ । କଣ କହିବ କହିବ ହୋଇ ଥମ ଥମ ହୋଇ କେବଳ 'ବାୟ' ଟେ କହି ଟ୍ରେନରୁ ଅହ୍ଲେଇପଡ଼ିଲା । ସେଇ ନିର୍ଦ୍ଦିଷ୍ଟ ବଗି ପାଖକୁ ଆସି ଛିଡ଼ା ହେଲା । ଦୁହେଁ ଏକ ଲୟରେ ଦୁହିଁଙ୍କୁ ଚାହିଁ ରହିଥାନ୍ତି କିନ୍ତୁ ଓଠ ଖୋଲି କେହି କିଛି କହିପାରୁନଥାନ୍ତି । କୁହୁଡ଼ି ପାଇଁ ଚାରିଆଡେ ଧୂଆଁଳିଆ ଲାଗୁଥାଏ ଅମର୍ କୁ , ଏମିତିକି ଅସ୍ମିତା ମଧ୍ୟ ! ସେ ଭାବୁଥାଏ ଏମିତି ହିଁ ଅସ୍ମିତା ମଧ୍ୟ ତା ’ ଆଖି ଆଗରୁ ଧୂଆଁଳିଆ ହେଇ ଚାଲିଯିବ ସବୁଦିନ ପାଇଁ । କିଛି ସମୟ ପରେ ଅସ୍ମିତା କିଛି ଲେଖୁଥିବାର ଦେଖିଲା ଝରକା କାଚରେ । ଏତେ ସ୍ପଷ୍ଟ ନଥିଲା ତେଣୁ ଅମର୍ ଟ୍ରେନ ପାଖକୁ ଲାଗିଆସିଲା , ତା'ର ଆସିବା ଭିତରେ ଟ୍ରେନ୍ ଛୁଟିବାର ଘୋଷଣା ହେବା ଯୋଗୁଁ ଆଉ ଡେରି ନ କରି ଶ୍ରୀଘ୍ର ଫୋନର କ୍ୟାମେରା ଓନ୍ କରି ଫୋଟୋ ଉଠେଇନେଲା ସେଇ ଲେଖାକୁ । ଟ୍ରେନ କ୍ଷିପ୍ର ଗତିରେ ମାଡ଼ିଚାଲିଲା , ଅମର୍ ହାତ ହଲେଇ ବିଦାୟ ଜଣେଇଲା , ଅସ୍ମିତା ମଧ୍ୟ ବାୟ କହି ଛୁଟିଗଲା ଟ୍ରେନ ଗତିରେ , ସୂକ୍ଷ୍ମବିନ୍ଦୁଟିଏ ପରି ପ୍ରତୀତ ହେଉଥିଲା ଦୂରରୁ.. । ଅମର୍ ଗ୍ୟାଲେରୀରୁ ସେଇ ଫୋଟୋ ଦେଖିବାରେ ଲାଗିଲା , ଫୋଟୋର ଗୋଟିଏ କୋଣରେ ଅସ୍ମିତାର ଅସ୍ପଷ୍ଟ ମୁହଁ ଆହୁରି କୋମନୀୟ ଲାଗୁଥିଲା । ତା' ଆଖିରେ ଭରିରହିଥିଲା ବିଦାୟ ୟନ୍ତ୍ରଣାର ମର୍ମନ୍ତୁଦ ବହ୍ନି , ତା'ର ଗୋଲାପି ଓଠ ଆହୁରି ରକ୍ତିମ ଦେଖାଯାଉଥିଲା । ଫୋଟୋକୁ ଜୁମ୍ କରି ଦେଖିଲା , ତା' ଓଠରେ ହସ ଫୁଟିଉଠିଲା , ' ୟେସ୍ ' ' ୟେସ୍ ' କହି ଖୁସିରେ ଲୋଟିପଡ଼ିଲା , ଖୁସି ବ୍ୟକ୍ତି କରିବାକୁ ଯାଇ ଅଳ୍ପ ଉଚ୍ଚ ଡେଇଁ ପଡି଼ଲା , ଲୋକମାନେ ସବୁ ତାକୁ ବୋଲ ବୋଲ କରି ଅନେଇ ରହିଥାନ୍ତି । ସତରେ ଗଡ଼ ଜିତିବାର ଖୁସି ପରି ହିଁ ତ ଥିଲା ତା ' ପାଇଁ ଅସ୍ମିତାର ଫୋନ ନଂ । ତା ମନସ୍କାମନା ପୂର୍ଣ୍ଣ ହୋଇଯାଇଥିଲା ।

     ଅସ୍ମିତା ଯେ ପୁରୀ ଅହ୍ଲେଇବ ଏକଥା ସେ ଜାଣିଥିଲା । ଅମର୍ ନିଜ ରୁମକୁ ଯାଇ ଅସ୍ମିତାକୁ ଫୋନ ଲଗେଇଲା । ଅସ୍ମିତାର କୋଣାର୍କରେ ପାଞ୍ଚ ଦିନର ରହଣି ମଧ୍ୟରେ ଦୁହିଁଙ୍କ ଭିତରେ ପ୍ରେମର ଜୁଆର ଉଠିସାରିଥିଲା । ଦୁହେଁ ନିୟମିତ କଥା ହେଉଥିଲେ ଫୋନରେ । ବର୍ଷାକୁ ମଧ୍ଯ ଅଛପା ନଥାଏ ଦୁହିଁଙ୍କ ଭଲପାଇବା ! ଅମର୍ ର ନାଁ ନେଲେ ଅସ୍ମିତା ଲାଜରେ ନାଲି ପଡ଼ିଯାଉଥିଲା । ସେହି ଦିନ ଗୁଡ଼ାକରେ ଦୁହେଁ ଦୁହିଁଙ୍କ ପ୍ରତି ବହୁମାତ୍ରାରେ ଆଶକ୍ତ ହୋଇଉଠିଥାନ୍ତି । ଅସ୍ମିତା ଓ ଅମର୍ ପୁଣି ମିଶିବା ଯୋଜନା କରିସାରିଥାନ୍ତି , ସେ ଫେରିଲା ବେଳେ ଭୁବନେଶ୍ବର ଷ୍ଟେସନରେ ପୁଣି ଦେଖା ହେଇଥାନ୍ତା କିନ୍ତୁ ; ନିୟତିକୁ ବୋଧେ ଏହା ମଞ୍ଜୁର ନଥୁଲା !

      ଆଜି ଅସ୍ମିତା ଫେରୁଥାଏ କୋଣାର୍କରୁ , ଅମର୍ ମଧ୍ୟ ତାକୁ ଅପେକ୍ଷା କରିରହିଥାଏ ଭୁବନେଶ୍ବର ଷ୍ଟେସନରେ ! ହଠାତ୍ ଏକ ଦୁଃସମ୍ବାଦ ସୋସିଆଲ ମିଡିଆରେ ନିଆଁ ପରି ଖେଲିଗଲା । ସବୁ ନ୍ୟୁଜ ଚ୍ୟାନେଲ୍ ରେ କେବଳ ସେହି ଟ୍ରେନ ଦୁର୍ଘଟଣାର ମର୍ମନ୍ତୁଦ, ବିଷାଦଭରା କାହାଣୀ । ଅମର୍ ନ୍ୟୁଜ୍ ରେ ସବୁ ଦେଖିଲା, ଏଇ ତ ସେଇ ଟ୍ରେନ୍ ଅସ୍ମିତା ଯେଉଁଠାରେ ଆସିବାର ଥିଲା, ତା' ମାନେ ! ଅସ୍ମିତାକୁ ଫୋନ୍ ଲଗେଇଲା , ଫୋନ switch off । ପୁଣି ବର୍ଷାକୁ ଫୋନ୍ କଲା ବର୍ଷା କହିଲା ସେ ତ କତେବେଳୁ ବାହାରି ସାରିଲାଣି ! ଅମର୍ ର ଚିନ୍ତା ବଢ଼ିବାରେ ଲାଗିଥାଏ ସେ କିଛି ଭାବିପାରୁନଥାଏ । ନା, ଏମିତି ହେଇପାରେନା ତା ' ଅନ୍ତରାତ୍ମା ଚିତ୍କାର କରି ଚାଲିଥାଏ । ସନ୍ଦେହ ବଢ଼ିଚାଲିଥାଏ , ପୁଣି ଦୃଢରୁ ଦୁଢ଼ତର ହୋଇ ଚାଲିଥାଏ । ଟ୍ରେନ୍ ଦୁର୍ଘଟଣା ଜନିତ ବହୁତ କ୍ଷୟ କ୍ଷତି ହୋଇଥାଏ । ବହୁ ଜଣଙ୍କର ଜୀବନ ମଧ୍ଯ ଚାଲିଯାଇଥାଏ , ଶବ ବୁହା ହୋଉଥାଏ; ଅତିଶୟ ଭୟାନକ ଦୃଶ୍ୟମାନ ହେଉଥାଏ । ଅମର୍ କଳ୍ପନା ସୁଦ୍ଧା କରିପାରୁନଥାଏ। । ଅସ୍ମିତା ତା' ଜୀବନରେ କିଛି ସମୟରେ ଅତିଥି ଥିଲା ବୋଲି ବିଶ୍ବାସ କରି ପାରୁନଥାଏ । ନିଜକୁ ସମ୍ଭାଳି ନ ପାରି ଲଥ୍ କିନା ବେଞ୍ଚ ଉପରେ ବସିପଡ଼ିଲା । ସେ କିଛି ଅନୁଭବ କରିପାରୁନଥାଏ !ବର୍ଷାରେ ଭିଜି ଭିଜି ତାର ସମ୍ପୁର୍ଣ ଶରୀର କମ୍ପନ କରୁଥାଏ । ବହୁ ସମୟ ବସିରହିବା ପରେ ସେ ପ୍ରକୃତିସ୍ଥ ହେଲା । ଦୀର୍ଘ ନିଶ୍ବାସଟେ ମାରି, ଲୁହ ଭିଜା ଆଖିରେ ବେଞ୍ଚ୍ ରୁ ଉଠିପଡ଼ିଲା ରୁମ୍ କୁ ଫେରିଯିବା ପାଇଁ ହଠାତ୍ ତା'ର ଲୁହଭିଜା ଆଖିରେ ଖେଳିଗଲା ଉଲ୍ଲାସର ନବକିରଣ ! ତା' ଚାରିପାଖ ସବୁ ତାକୁ ଅସ୍ପଷ୍ଟ ଦେଖାଗଲା , ଯେମିତି ମୁଣ୍ଡ ବୁଲେଇ ପଡ଼ିଯିବ ଆଶ୍ଚର୍ଯ୍ୟ ! ବିଶ୍ବାସ କରିପାରୁନଥିଲା । ସେ ଦେଖିଲା ଅସ୍ମିତା ଖୁବ୍ ବ୍ୟସ୍ତବିବ୍ରତ , ବର୍ଷାରେ ଜଡ଼ସଡ଼ ହୋଇ କ୍ଷିପ୍ରଗତିରେ ତା' ଆଡ଼କୁ ଚାଲିଆସୁଛି । ଏସବୁ ସତ ନା ସ୍ବପ୍ନ, ନା କେବଳ ତା'ର ପରିକଳ୍ପନା ବୁଝିପାରୁନଥାଏ ତା ' ଭିତରେ ନବ ଜୀବନ ସଞ୍ଚରି ଉଠିଥିଲା ଯେମିତି ତା' ଜୀବନ ପୁଣି ଥରେ ଚାଲିବାକୁ ଲାଗିଥିଲା ସେହି ମୁହୂର୍ତ୍ତରୁ । ସେ ଆଉ ଅପେକ୍ଷା କରିପାରିଲା ନାହିଁ , ଦୌଡ଼ି ଯାଇ ଅସ୍ମିତାକୁ ଜୋର୍ ରେ କୁଣ୍ଡେଇପକେଇଲା । ଅସ୍ମିତା କିଛି ବୁଝିପାରୁନଥାଏ ସେ କହୁଥାଏ " sorry sorry ଲେଟ୍ ହେଇଗଲା actually ଟ୍ରେନ ମିସ୍ ହେଇଗଲା ପୁଣି ବସ୍ ବି ବାଟରେ ଖରାପ ହେଇଗଲା, ଫୋନରେ ବି ନେଟୱାର୍କ ନଥିଲା , କଲ୍ ବି କରିପାରିଲି ନାହିଁ sorry । " ଅମରକୁ କିନ୍ତୁ କିଛି ଶୁଭୁନଥାଏ , ଅସ୍ମିତାର କଥାସବୁ ପବନରେ ମିଲେଇଯାଉଥାଏ । ସେ କହିଲା " ssshh .. i love you i can't live without you ...." ବାରମ୍ବାର କହିଚାଲିଥାଏ .। ଅସ୍ମିତା ଅଳ୍ପ ହସି , ତା ' କାନ୍ଧରେ ମୁଣ୍ଡ ଗୁଞ୍ଜି କହିଲା । love you too .......।


Rate this content
Log in

Similar oriya story from Romance