Saismita Majhi

Romance

3  

Saismita Majhi

Romance

ରୋଜ୍ ଡେ...

ରୋଜ୍ ଡେ...

5 mins
163


    ସେଦିନ ଥାଏ ' ରୋଜ୍ ଡେ ' । ଭାଲେଣ୍ଟାଇନ୍ ୱିକର ପ୍ରଥମ ଦିନକୁ ପ୍ରେମୀ ଯୁଗଳ ମାନେ 'ରୋଜ୍ ଡେ' ଭାବରେ ପାଳନ କରିଥାନ୍ତି । ହଷ୍ଟେଲ୍ ମେସରୁ କିଛି ଅସ୍ବାସ୍ଥ୍ୟକର ପରିସ୍ଥିତି ଯୋଗୁଁ ମୁଁ ଘରକୁ ଫେରୁଥୁଲି । ଶୀତୁଆ ସକାଳ ମନରେ ଉଲ୍ଲାସ ଭରିଦେଉଥାଏ । ସୁଲୁସୁଲିଆ ପବନ ଦେହକୁ ବାଜି ଚାଲିଯାଉଥାଏ । ଅଳ୍ପ ଅଳ୍ପ ଶୀତ ଓ ଖରାର ମିଶ୍ର ଅନୁଭବ ମନକୁ ମତୁଆଲା କରିଦେଉଥାଏ । ସିଟରେ ଏକା ବସି ଫୋନ୍ କୁଚୁର୍ କୁଚୁର୍ କଲା ପରେ ଭାରି ବିରକ୍ତି ଲାଗିଲା, କଣ କରିବି ଭାବି ବସ୍ ଝରକା ଆଡେ଼ ଅନେଇଲି । ଆମ ବସ୍ ପାଖରେ ଆଉ ଗୋଟିଏ ବସ୍ ଛିଡ଼ାହୋଇଥିଲା, ବୋଧହୁଏ କଲେକ ବସ୍ .... । ସେଇ ବସରେ ସମସ୍ତେ ପରସ୍ପରକୁ ରୋଜ୍ ଡେର ଅଭିନନ୍ଦନ ଜଣାଉଥାନ୍ତି । ଦେଖିକି ଆବିଷ୍କାର କରିନେଇଥିଲି ପ୍ରେମିକା ପ୍ରେମିକ ମାନଙ୍କୁ ....।ଏସବୁ ଦେଖୁ ମୋ ମନରେ କୌତୁହଳ ଜାତ ହେଲା, ଟିକେ ଭଲକି ଦେଖିବା ପାଇଁ ଚେଷ୍ଟା କଲି । ସବୁ ସିଟରେ ଯୋଡ଼ି ଯୋଡ଼ି ହୋଇ ବସିରହିଥାନ୍ତି ପ୍ରେମୀ ମାନେ । ସମସ୍ତଙ୍କୁ ଦଖି ଆପଣାଛାଏଁ ମୋ ଓଠରେ ହସର ଏକ କ୍ଷୀଣ ରେଖା ରେଖାଙ୍କିତ ହୋଇଯାଇଥିଲା । ବୋଧହୁଏ ମୁଁ ଭାବୁଥିଲି ମୋର ବି ଯଦି ପ୍ରେମିକ ଥାଆନ୍ତା ତା' ହେଲେ ମୋତେ ଏମିତି ଅଭିନନ୍ଦନ ଜଣାଇଥାନ୍ତା ....... !!! ଧେତ୍, କ'ଣ ଭାବୁଛି କେଜାଣି ମୁଁ ବି !! ନିଜ ଉପରେ ହସ ଲାଗିଲା । 

  ତାପରେ ସ୍ଥିର ଭାବରେ ସେଇ ବସ୍ ଭିତରେ ଅନେଇ ରହିଥିଲି । ମୋ ସିଟ୍ ସିଧାରେ ଗୋଟିଏ ପାଗଳ ପ୍ରେମିକ ହାତରେ ଗୋଲାପ ଧରି ବସିଥାଏ, ବୋଧହୁଏ ତାର ପ୍ରେମିକାକୁ ଅପେକ୍ଷା କରିଥାଏ । ତାକୁ ଦେଖୁ ମୋତେ ଟିକେ ଦୟା ଲାଗିଲା, ବିଚାରା କେତେ ବେଳଠୁ ତାର ପ୍ରେମିକାକୁ ଅପେକ୍ଷା କରିଥିବ ସତେ.... ! ମୋର ଧ୍ଯାନ ତା'ଠି ହିଁ ଅଟକି ଯାଇଥିଲା, ତା'ଠୁ ବେଶି ତ ମୁଁ ଅପେକ୍ଷା କରିଥିଲି ତା'ର ପ୍ରେମିକର ଆସିବା ବାଟକୁ ! କିଛି ସମୟ ପରେ ସେ ହଠାତ୍ ମୋ ଆଡ଼େ ଅନେଇଲା, ହଠାତ୍ ଆମ ଆଖିର ସଂପର୍କ ଘଟିଥିବାରୁ ମୁଁ ଆଖି ଫେରେଇନେଲି । କ'ଣ ଭାବୁଥିବ ସେ ମୋ ବିଷୟରେ ? ଧେତ୍ ବହୁତ ଲାଜ ଲାଗିଲା । ତା' ଆଡେ ଆଉ ଦେଖିପାରିଲିନି, ଫୋନରେ ବ୍ୟସ୍ତ ରହିବାକୁ ଚେଷ୍ଟା କଲି । କିଛି ସମୟ ଏମିତି ବିତିଗଲା ପରେ ମୋତେ ଟିକେ ଇଚ୍ଛା ହେଲା ତା' ବାନ୍ଧବୀ ବିଷୟରେ ସନ୍ଧାନ ନେବା ପାଇଁ । ବସ୍ କୁ ଅନେଇଲି ସେ ବୋଧହୁଏ ମୋତେ ହିଁ ଦେଖୁଥିଲା, ମୁଁ ତା ଆଡ଼େ ଦେଖିବାରୁ  ' ହାଏ ' କହି ହାତଟା ହଲେଇ ଦେଲା । ମୁଁ ଆଉ ଦେଖିପାରିଲିନି ତାକୁ, ମୁହଁ ଲୁଚାଇ ଝରକା କାଚକୁ ଆଉ ଟିକେ ଟାଣିଦେଲି । ପ୍ରାୟ ଅଧଘଣ୍ଟା ହେଲାଣି ତଥାପି ବସ୍ ଛାଡୁନଥାଏ; ମନେ ମନେ ମୁଁ ବହୁତ ଲଜ୍ଜିତ ଅନୁଭବ କରୁଥାଏ । ଫୋନ୍ ଧରି ମଧ୍ୟ ମୁଁ ତା'ରି କଥା ହିଁ ଭାବୁଥାଏ, ଶେଷ ଥର ପାଇଁ ଦେଖିବା ପାଇଁ ଇଚ୍ଛା ହେଲା, ସେ ମୋତେ ଦେଖି ହସିଦେଲା । ପ୍ରତିବଦଳରେ ମୁଁ କ'ଣ ଅଭିବ୍ୟକ୍ତି ଜଣାଇବି ବୁଝିପାରିଲିନି, ମୁଁ ବି ତା'କୁ ଅଳ୍ପ ହସି ଭଦ୍ରାମିର ଅଭିବାଦନ ଜଣାଇଲି । ସେ ମୋତେ କିଛି କହିଲା ଭଳି ଲାଗିଲା, କିନ୍ତୁ ମୁଁ ବୁଝିପାରିଲିନି । ମୁଁ ଇସାରାରେ କହିଲି କ'ଣ କହୁଛ ? କିଛି ବୁଝି ପାରୁନି ? ସେ ଇସାରାରେ ଗୋଲାପ ଫୁଲକୁ ମୋ ଆଡ଼େ ଦେଇ 'ଆଇ ଲଭ୍ ୟୁ' କହିଲା ! ମୋ ଛାତିରେ ତ ଛନକା ପଶିଥିଲା । ମୁଁ ସ୍ଥିର କରି ସାରିଥିଲି ତା' ଆଡେ଼ ଆଉ ଦେଖିବିନି, କିନ୍ତୁ ସେ ମୋତେ ଡାକିଲା ଭଳି ଲାଗିଲା । ମୁଁ ତା' ଆଡ଼କୁ ରାଗିକି ଅନେଇଲି ସେ ସେହି ଗୋଲାପ ଫୁଲକୁ ଡାଏରୀ ଭିତରେ ରଖିଦେଲା, ତା ପରେ ମୋତେ ହାତଯୋଡ଼ି ଡାଏରୀ ନେବା ପାଇଁ ଅନୁରୋଧ କଲା । ମୁଁ କିଛି ଜବାବ ନ ଦେଇ ବୁଲିପଡିଲି, ଭାଗ୍ୟକୁ ବସ୍ ବି ଷ୍ଟାର୍ଟ ହେଇଗଲା । ଭଗବାନକଙ୍କୁ ଧନ୍ୟବାଦ ଜଣେଇଲି, ଯା ହେଉ ପିଛା ଛୁଟିଲା । 

  ମୋ ସହିତ କ'ଣ ସେ ଫ୍ଲର୍ଟ କରୁଥିଲା ? ତା'ର ପ୍ରେମିକା ଅଛି ଏଥିରେ କୌଣସି ସନ୍ଦେହ ନାହିଁ, ନ ହେଲେ ସେ ଗୋଲାପ ଫୁଲ ଧରି କାହିଁକି ଆସିଥାନ୍ତା ? କିନ୍ତୁ ସତ କହିବାକୁ ଗଲେ କିଛି ସମୟ ପାଇଁ ମୁଁ ତା'ର ପ୍ରେମିକା ପାଲଟି ଯାଇଥିଲି ! କିଛି ମୁହୂର୍ତ୍ତ ପାଇଁ ତା' ଆଡେ ଆକର୍ଷିତ ହୋଇଯାଇଥିଲି । ତା ' କଥା ଭାବି ଚାଲିଥାଏ, ପର ମୁହୂର୍ତ୍ତରେ ଏସବୁ ଥଟ୍ଟା ଭାବି ନିଜକୁ ପୁଣି ନିଜ ଭିତରେ ବ୍ୟସ୍ତ କରିବାରେ ଲାଗିଥୁଲି । କଲେଜ ବସ୍ କେତେବେଳେ ଆମ ପାର୍ଶ୍ୱରେ ଚାଲି ଆସୁଥାଏ, ପୁଣି କେତେବେଳେ ଆମ ବସ୍ କୁ ଓଭରଟେକ୍ କରି ଚାଲି ଯାଉଥାଏ, ଯେମିତି ପ୍ରୋତିଯୋଗିତା ଚାଲିଛି । ସେଇ ଭିତରେ ମୁଁ ଦେଖିଲି ...... ସେ ମୋତେ ହିଁ ଚାହିଁରହିଛି, ତା'ର ପ୍ରେମିକା ସେ ପର୍ଯ୍ୟନ୍ତ ଆସିନଥିଲା । ମୁଁ ତା ପାଇଁ ଆଉ ଝରକାକୁ ଅନେଇପାରିଲି ନାହିଁ, ବଡ଼ ବିରକ୍ତିକର ଲାଗୁଥିଲା । କିଛି ସମୟ ପରେ କଲେଜ ବସ୍ ଟି ଓଭରଟେକ୍ କରି ଚାଲିଗଲା । ସେତେବେଳେ ମୁଁ ସମ୍ପୂର୍ଣ୍ଣ ଭାବରେ ଝରକାରେ ନିଜର ଅଧିକାରୀତ୍ୱ ସ୍ଥାପିତ କରି ପ୍ରକୃତିକୁ ଅନୁଭବ କରିବାରେ ଲାଗିଲି । ସବୁ ମିଥ୍ୟା..ତା ସତ୍ତେ ମୋ ଆଖି କିନ୍ତୁ ସେଇ ଯୋଡ଼ିଏ ଆଖିକୁ ଖୋଜିବାରେ ଲାଗିଥିଲା ! ବ୍ୟସ୍ତ ହୋଇ ପଡ଼ୁଥିଲି ଆଉ ସାକ୍ଷାତ ହେବ ନ ହେବ ଚିନ୍ତାରେ ....!! ଆଶ୍ଚର୍ଯ୍ୟ ଲାଗୁଥାଏ ମୋତେ, ଯେ କେବଳ ଗୋଟିଏ ସାକ୍ଷାତ କ'ଣ ଜଣଙ୍କ ପ୍ରତି ଆକୃଷ୍ଟ ହେବାପାଇଁ ଯଥେଷ୍ଟ.... ! 

  କିଛି ସମୟ ଉତ୍ତାରୁ ଆମ ବସ୍ ଟା ଯାଇ କଲେଜ ପାଖରେ ରହିଲା, ଯଉଠିକି ସେହି କଲେଜ ବସ୍ ରହିଥିଲା । ମୁଁ ଆନନ୍ଦରେ ଫାଟି ପଡୁଥାଏ, ତାକୁ ଥରେ ଦେଖିବି ଭାବି ..... । ଆମ ବସ୍ରୁ କେତେଜଣ ଷ୍ଟୁଡେଣ୍ଟ୍ ଅହ୍ଲେଇଲେ । ବସ୍ ପୂରା ଖାଲି, ମୋ ଆଖି କେବଳ ତାକୁ ହିଁ ଖୋଜୁଥୁଲା ....। ଭିଡ଼ ଭାଙ୍ଗିଲା ପରେ ମୁଁ ତାକୁ ଦେଖିବାକୁ ପାଇଲି, ଯେମିତି ସେ ମୋତେ ହିଁ ଅପେକ୍ଷା କରିଥିଲା । ତା'ର ଆଖି ଛଳ ଛଳ ହୋଇଯାଇଥିଲା, ହାତ ହଲେଇ ମୋତେ ବିଦାୟ ଜଣେଇଲା । ଏତେ ଅନୁଭବ ଥିବା ସତ୍ତ୍ୱେ ମୋର କିଛି ଅଭିବ୍ୟକ୍ତି ନଥିଲା । ମୁଁ ଆଉ ତା ' ଆଡ଼େ ଦେଖିବାର ସାହାସ କରିପାରିଲି ନାହିଁ । ଆଶ୍ଚର୍ଯ୍ୟବଶତଃ ମୋ ଆଖିରେ ବି ଲୁହ.... ! ଭିତରେ ଭିତରେ କିଛି ଅଲଗା ହୋଇ ଯାଉଥିବାର ଯନ୍ତ୍ରଣାରେ ମୁଁ ଦଗ୍ଧ ହୋଇଚାଲିଥାଏ । 

  ପରେ ଏସବୁ କେବଳ ଗୋଟିଏ ଘଟଣା ବୋଲି ମନକୁ ବୁଝେଇନେଲି । ବୋରିଗୁମ୍ମା ପାଖରେ ବସ୍ ପ୍ରାୟ ଅଧଘଣ୍ଟା ରହେ, ସବୁଦିନ ପରି ସେଦିନ ମଧ୍ୟ ରଖିଲା । ସେତିକି ଭିତରେ ସେହି ବସଟା ମଧ୍ୟ ବୋରିଗୁମ୍ମା ପହଞ୍ଚିଯାଇଥାଏ । ମୋତେ ସେହି ଡାଏରୀ କଥା ମନେ ପଡ଼ିଲା, ଇଚ୍ଛା ହେଲା ଆଣିବା ପାଇଁ, କିନ୍ତୁ ସାହାସ ନଥିଲା । ମନଟା କିନ୍ତୁ ଗୋଳମାଳିଆ ହୋଇଯାଉଥାଏ । ନା ... ଆଉ ରହିହୁଏନା, ଡାଏରି ଆଣିବା ପାଇଁ ବସ୍ ଭିତରକୁ ଗଲି । କଣ୍ଡକ୍ଟର୍ ଅଙ୍କଲ୍ ମୋତେ ଦେଖି ଡାଏରୀଟା ବଢେଇଦେଲେ ମୋ ଆଡ଼କୁ । ମୋତେ ଏତେ ଲଜ୍ଜାର ସାମ୍ନା କେବେ ହୋଇନଥିଲା । ସେ ସେମିତି ସ୍ମିତ ହସୁଥାଆନ୍ତି, ମୋ ହାତକୁ ବଢେ଼ଇଦେଇ ଚାଲିଗଲେ । ମୋର କୌତୁହଳ ବଢ଼ିଚାଲିଥିଲା ଆଉ ସମୟ ନଷ୍ଟ ନ କରି ଡାଏରୀ ଖୋଲିଲି । ଡାଏରିର ପ୍ରଥମ ଫର୍ଦରେ ଗୋଟିଏ ଫୋଟୋ ତଳେ ଲେଖହୋଇଥାଏ ଅବିନାଶ୍ ପଟ୍ଟନାୟକ ........। ପୃଷ୍ଠା ପରେ ପୃଷ୍ଠା ଅଲଟେଇ ଚାଲିଲି, ସବୁ ଖାଲି କେବଳ ଗୋଟିଏ ପୃଷ୍ଠାରେ ଲେଖାଥାଏ କିଛି, ପଢି଼ବା ଆରମ୍ଭ କଲି....


 ୨୨ / ୩ / ୧୮ *** 

   ଆଜି ଗୋଟିଏ ଝିଅକୁ ଦେଖିଲି, ଆମେ ଗୋଟିଏ ସିଟରେ ବସିଥିଲୁ, ଜଣାନାହିଁ କେମିତି ପ୍ରଥମ ଦେଖାରୁ ହିଁ ଭଲ ଲାଗିଲା ସେ...... । କିଛି ସମୟ ପରେ ସେ ଶୋଇପଡ଼ିଲା, ମୁଁ କିନ୍ତୁ ତାକୁ ହିଁ ଦେଖୁଥିଲି । ବହୁତ ସୁନ୍ଦର ଦେଖାଯାଉଥିଲା ସେ ! ସୂର୍ଯ୍ୟରଶ୍ମି ତା ସୁନ୍ଦରତାକୁ ଆହୁରି ପ୍ରସ୍ଫୁଟିତ କରି ଦେଉଥାନ୍ତି । ଖରା ଓ ଛାଇ ତା ' ମୁହଁରେ ଲୁଚକାଳି ଖେଳୁଥାନ୍ତି । କେରାଏ ଚୁଟି ତା' ମୁହଁରେ ଚାଲିଅସୁଥାନ୍ତି, ପୁଣି ପଛକୁ ଚାଲିଯାଉଥାଏ । ସେ କଅଁଳିଆ ଫୁଲ କଢ଼ିଟିଏ ପରି ଦେଖାଯାଉଥିଲା, ଯେମିତି ଆଉ କିଛି ମୁହୂର୍ତ୍ତରେ ଫୁଟି ଉଠିବ । ସେ ସ୍ଥିର, ନିଶ୍ଚଳ ହୋଇ ଶୋଇରହିଥାଏ । ଏତେ ଭଲ ମୋତେ ଆଜି ଯାଏ କେହି ବି ଲାଗିନାହାନ୍ତି । ଇଏ ବୋଧହୁଏ ପ୍ରଥମ । ଭଗବାନଙ୍କୁ କେବଳ ତାକୁ ହିଁ ମାଗୁଛି । next time ଭାଗ୍ୟ ଥିଲେ ଦେଖା ହେବ ନିଶ୍ଚୟ । 


 9/9/90 **** 

  ଆଜି ଦେଖିଲି ତା'କୁ, ମୋତେ ବିଶ୍ବାସ ହେଉନଥିଲା । ଏବେ କେବଳ ସେ ଡାଏରୀ ନେଇକି ମୋର ସବୁ ଅନୁଭବ ଜାଣୁ ମୋର ସେତିକି ହିଁ ଇଚ୍ଛା । plz call କରିବ -78********      

   ମୋତେ ବିଶ୍ବାସ ହେଉନଥିଲା । ମୁଁ ତା'ର ଚେହେରା ଭୁଲିଯାଇଥିଲି କିନ୍ତୁ ସେହି ମୁହୂର୍ତ ମୋ ପାଇଁ ମଧ୍ୟ ବହୁତ ଖାସ୍ ଥିଲା ।ଗୋଟିଏ ସାକ୍ଷାତର ସେହି ସଂଯୋଗ ଦ୍ବିତୀୟ ସାକ୍ଷାତରେ ପ୍ରେମରେ ପରିଣତ ହୋଇଯିବ ବୋଲି, କେବେ ଭାବିନଥିଲି । ଆଶ୍ଚର୍ଯ୍ୟ ସବୁ ! ବହୁତ ଭାବି ତା ନଂ ଡାଏଲ କଲି, ଥରେ, ଦିଥର, ତିନିଥର ମୋର ହୃତସ୍ପନ୍ଦନ ତୀବ୍ର ହୋଇଯାଉଥାଏ ଉତ୍କଣ୍ଠାରେ, ଭୟରେ ......... !!!!!!!!!! ୫ଥର ବେଳକୁ ସେ ରିସିଭ୍ କଲା । ସେ ପଟୁ ଉତ୍ତର ଆସିଲା ..... " ହ୍ୟାଲୋ " । ଭାଲେଣ୍ଟାଇନ୍ ୱିକରେ ମୋତେ ମୋ ଭାଲେଣ୍ଟାଇନ୍ ଓ ଜୀବନ ସାଥୀ ମିଳିଗଲା ।



Rate this content
Log in

Similar oriya story from Romance