Saismita Majhi

Romance Tragedy

4.2  

Saismita Majhi

Romance Tragedy

ପ୍ରେମର ରୂପ ରଙ୍ଗ

ପ୍ରେମର ରୂପ ରଙ୍ଗ

4 mins
352


ପ୍ରେମ ର ସଂଜ୍ଞା କ'ଣ? ପ୍ରେମର ପରିଭାଷା କ'ଣ? ପ୍ରେମ ଯେ ଭଗବନଙ୍କର ଉପହାର, ପ୍ରେମ ଯେ ଅଭିଶାପ, ପ୍ରେମ ସର୍ବଦା ସାସ୍ଵତ......କେତେ ଜଣଙ୍କର କେତେ କଥା, କେତେ ପରିଭାଷା କୁ ନେଇ ପ୍ରେମ ଏକ ଅବୁଝା ଅଙ୍ଗ ହୋଇ ରହିଯାଇଛି ମୋ ଜୀବନରେ...। ମୁଁ ତ ଶୁଣିଛି ପ୍ରେମ ଅସୀମ ଆନନ୍ଦର ସାଗର, ପ୍ରେମ ପବିତ୍ର, ପ୍ରେମ ଆନନ୍ଦର, ଖୁସିର ଅନ୍ୟନାମ...। ପ୍ରେମ ଏକ ଇଶ୍ଵରିୟ ଅନୁଭୂତି...। ଇଶ୍ଵର କଣ ଏତେ ଯନ୍ତ୍ରଣା ଦେଇପାରନ୍ତି ? ପ୍ରେମରେ ଏତେ ଯନ୍ତ୍ରଣା ଥାଏ ମୁଁ ଆଜି ଜାଣିପାରୁଛି ! କେବେ ପ୍ରେମ ନ କରି ମଧ୍ୟ ସେହି ଯନ୍ତ୍ରଣାକୁ ଅନୁଭବ କରିପାରୁଛି, ପ୍ରେମ ର ସେହି ଆହତି ହୃଦୟକୁ ଅନୁଭବ କରିପାରୁଛି । 

      ଆଜି ମିନାର ମୃତ ଶରୀର ଦେଖି ପ୍ରେମ ଉପରେ ଛେପ ପକେଇବା ପାଇଁ ଇଛା ହେଉଛି....! ତାର ଭୁଲ୍ କଣ ଥିଲା, ସେ ବି ତ ପ୍ରେମ ହିଁ କରୁଥିଲା, ଅନନ୍ତ ପ୍ରେମ କରୁଥିଲା । ତା ଭଲପାଇବାରେ ତିଳେ ମାତ୍ର ଉଣା ନଥିଲା....। ତାଙ୍କ ପ୍ରେମକୁ ଚାରିବର୍ଷ ହେଇସାରିଥିଲା । କାହାର ନଜର ଲାଗିଗଲା ସେ ଦୁହିଁଙ୍କୁ? ଏତେ ବର୍ଷର ପ୍ରେମର ପରିଣତି ଏପରି ଦେଖି ନିଜ ଆଖିକୁ ବିଶ୍ୱାସ କରିପାରୁନଥିଲି....। ତାର ବା ଭୁଲ କଣ ଥିଲା? ସେ ତ ନିଜକୁ , ନିଜ ପ୍ରେମକୁ ଆଦି ଭାଇଙ୍କୁ ସମର୍ପି ଦେଇଥିଲା । ମୋତେ ବି ଆଦି ଭାଇ ନିଜ ଭଉଣୀ ଭଳି ମାନନ୍ତି, ସେହି ଭାଇର ଏପର କ୍ରୁର ରୂପ ଦେଖି ବିଶ୍ୱାସ କରିପାରୁନଥିଲି । ଇଛା ତ ହେଉଥିଲା ସବୁ କଥା ପୋଲିସ ଙ୍କୁ କହିଦେବି କିନ୍ତୁ ମୀନା ମୋ ଠୁ ରାଣ ନେଇଛି, ଆଦି ଭାଇଙ୍କ ଉପରେ ଯେମିତି ଆଞ୍ଚ ନ ଆସୁ । ବିଚାରି ଶେଷ ମୁହୂର୍ତ୍ତରେ ମଧ୍ୟ ତା ପ୍ରେମକୁ ସୁରକ୍ଷା କରିଗଲା, କିନ୍ତୁ ଆଦି ଭାଇ ବିଚାରି କୁ ରକ୍ଷା ମଧ୍ୟ କରିପାରିଲେ ନାହିଁ; ଏବେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମୁଁ ପାଟି ଖୋଲି ନଥିଲି, କାରଣ ମୋ ପାଖରେ ଆଉ କିଛି ଚାରା ନାହିଁ । ମୀନା ତ ସୁଇସାଇଡାଲ୍ ନୋଟ ଛାଡି଼ ଯାଇଛି, ପଢା ପ୍ରେସର ପାଇଁ ସେ କୁଆଡେ଼ ଆତ୍ମହତ୍ୟା କରିଛି । ଆଦି ଭାଇ ସମ୍ଭ୍ରାନ୍ତ ଘରର ପିଲା, ତାଙ୍କ ବାପା ରାଜନୀତିର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ । ମୀନା ଏସବୁ ଜାଣିଥିଲା ତେଣୁ ମୋତେ ସତର୍କ କରେଇଦେଇଥିଲା, ତା ବିଷୟରେ ମୁଣ୍ଡ ନା ଖେଲେଇବା ପାଇଁ । କିନ୍ତୁ ମୁଁ କେବେ ବି ଭାବିନଥିଲି ସେ ଏପରି ଷ୍ଟେପ ନେବ!! ତାକୁ ଗତ ରାତିରେ ବହୁତ ବୁଝେଇଛି, ବହୁତ କାନ୍ଦିଛି ସେ, ରାତି ଚରିଟା ପର୍ଯ୍ୟନ୍ତ ତା ରୁମ୍ ରେ ରହିଥିଲି, ଯେମିତି କିଛି ଭୁଲ କରି ନା ବସୁ । ସେ ଶୋଇଲା ପରେ ମୁଁ ମୋ ରୁମ୍ କୁ ଫେରିଲି, କିନ୍ତୁ ସକାଳେ ଉଠିଲା ବେଳକୁ ସେ ଫ୍ୟାନ ରେ ଫାଶି ହେଇ ନିଜ ଜୀବନ ଦେଇଦେଇଛି....! ମୁଁ ଜାଣିଛି ଏସବୁ ପାଇଁ ଆଦି ଦାୟୀ , କାରଣ ମିନା ଗର୍ଭବତୀ ଥିଲା, ତା ପାପ ଗର୍ଭକୁ ଆଦି ଗ୍ରହଣ କରିବା ପାଇଁ ରାଜି ନଥିଲା । ସେହି ଦୁଃଖକୁ ସହି ନ ପାରି ବିଚାରି ଏହି ପନ୍ଥାକୁ ବାଛି ନେଇଛି । କିନ୍ତୁ ସବୁ ଜାଣି ମଧ୍ୟ ମୁଁ କିଛି କରିପାରିଲି ନାହିଁ । ଭଗବାନ ଆଦିକୁ ନିଶ୍ଚିତ ଶାସ୍ତି ଦେବେ, ସେ ଶାନ୍ତିରେ ବଞ୍ଚିପାରିବ ନାହିଁ କେବେ...... । ମୋତେ ହଷ୍ଟେଲ ର ମେଟ୍ରନ୍ ଆସି ବୁଝେଇଲା କିଛି ନ କରିବା ପାଇଁ, କାରଣ ମୋ ଭବିଷ୍ୟତ ଉପରେ ଫରକ ପଡିବ । ମୁଁ ବି ଏତେ ମତ୍ରାରେ ସାହାସି ନାହିଁ ଚୁପ ରହିଗଲି, ମିନା ମୋତେ କ୍ଷମା କରିଦେବୁ; ତୋରି କଥାରେ ପଡି ଆଜି ମୁଁ ଚୁପ୍ ରହିଛି । ସେହି ଦିନଠୁଁ ପ୍ରେମ ଉପରେ ବିଶ୍ୱାସ ଉଠିଗଲା, ମୁଁ ପ୍ରେମ କୁ କେବେ ବି ନିଜ ଜବନରେ ଆସିବା ପାଇଁ ଦେବି ନାହିଁ ପ୍ରତିଜ୍ଞା କରିସାରିଥିଲି । 

     ସେତେବେଳକୁ ମୋର ଏମ୍.ବି.ବି.ଏସ ସରିଯାଇଥାଏ । ମୋର ମେଡିକାଲ୍ ପ୍ରାକ୍ଟିସ୍ ଚଲିଥାଏ ୱାର୍ଡରେ । ଡାକ୍ତର ହେବା ପାଇଁ ଯଗ୍ୟତା ହାସଲ କରିଚାଲିଥାଏ । ମୋ ଜୀବନ ରେ ଅବିନାଷ ଙ୍କର ଆଗମନ କିଛି ସାଧାରଣ ନଥିଲା....ସେ ମୋ ପାଖରେ ଟ୍ରିଟମେନ୍ଟ ପାଇଁ ଆସିଥିଲେ । ସେହି ପ୍ରଥମ ଦେଖରୁ ସେ କାହିଁକି କେଜାଣି ବହୁତ ନିଜର ଲଗିଥିଲେ, ପ୍ରକୃତରେ ଆମେ ଗୋଟିଏ ସ୍କୁଲ ରେ ପଢ଼ୁଥିଲୁ; ସେ ମୋର ସିନିଅର.... ସେହି ପରିଚୟ ରେ ଆମେ କିଛି ଟା ନିକତଟତର ହେଇଥିଲୁ । ଧୀରେ ଧୀରେ ସେ ମୋତେ ଭଲଲାଗିବାରେ ଲାଗିଲେ, ଭଲ ମାନେ ବହୁତ ହିଁ ଭଲ ଲାଗିଲେ । ସେ ବି ମୋ ସହିତ ମିଶିବା ପାଇଁ ନୂଆ ନୂଆ ବାହାନା ଖୋଜୁଥାନ୍ତି, ମୋତେ ଭଲ ଲାଗୁଥାଏ ସେସବୁ । ଦିନେ ଅଚାନକ ଭାବେ ସେ ମୋତେ ପ୍ରପୋଜ କଲେ, ମୁଁ ଚାହିଁ ମଧ୍ୟ ତାଙ୍କୁ ମୋର ସମ୍ମତି ଦେଇ ପାରିଲି ନାହିଁ । ସେହି ପୁରୁଣା ଡର, ସେହି ପ୍ରତିଜ୍ଞା ପାଇଁ ନିଜକୁ ରୋକି ନେଲି ମୋ ପ୍ରେମଠୁ । କିନ୍ତୁ ତାଙ୍କ ନା ଆସିବା, ମୋ ସହିତ ନା ମିଶିବା ବହୁତ କଷ୍ଟ ଦେଉଥିଲା ମୋତେ...ସେ ମୋତେ ଅଣଦେଖା କରିଚାଲିଥିଲେ ଯାହାକି ମୋତେ ବହୁତ କଷ୍ଟ ଦେଉଥିଲା । ଶେଷରେ ସହି ନ ପାରି ତାଙ୍କ ପ୍ରୋପୋଜାଲରେ ହଁ ଭରିଥିଲି । ଚେଷ୍ଟା ଥିଲା ତାଙ୍କ ପ୍ରେମ ଠୁ କଳେ, ବଳେ,କୋଉଶଳେ ମୁକୁଳିବା....ସେମିତି ଚେଷ୍ଟା ଚାଲିଥାଏ ସେ ମୋର ନିକଟତର ହେଉଥାନ୍ତି । ତାଙ୍କ ବିଷୟରେ ଡାଏରି ଲେଖିବା ଆରମ୍ଭ କରିଦେଇଥିଲି । ଲାଗୁଥିଲା ସବୁ ଫର୍ଦ ସରିଯିବ କିନ୍ତୁ ତାଙ୍କ ଲେଖା ସମ୍ପୂର୍ଣ ହେଇପାରିବ ନାହିଁ...! ସେ ମୋ ଜୀବନରେ ଅଦିନିଆ ମେଘ ପରି ଆସି ବରାଷି ଦେଇଗଲେ...ତାଙ୍କ ପ୍ରେମର ବର୍ଷାରେ ମୁଁ ନୀତି ଭିଜିବାକୁ ଲାଗିଲି । ସେ ମୋତେ ଅନୁଭବ କରେଇଲେ ଦୁନିଆର ସେଇ ସବୁଠୁ ସୁନ୍ଦର ଅନୁଭୂତି ସହିତ ଯାହାର ନାମ ପ୍ରେମ । କେବେ ଭାବିନଥିଲି ମୁଁ ବି ଏହି ଅବସ୍ଥା ଦେଇ ଗତି କରିବି । ସେ ମୋତେ ପରିବର୍ତନ କରିଦେଇଥିଲେ...! ତାଙ୍କ ପାଇଁ ମୋ ଚିନ୍ତାଧାରା ବଦଳି ଗଲା । ତାଙ୍କ ପ୍ରେମ ଆଗରେ ମୋ ପ୍ରେମ କିଛି ବି ନାହିଁ, ସେ ମୋତେ ସେହି ପ୍ରକୃତ ପ୍ରେମ ସହିତ ପରିଚିତ କରେଇଛନ୍ତି । ସତରେ ପ୍ରେମ ଏତେ ସୁନ୍ଦର.... କେବେ ଭାବିନଥିଲି ।ଏମିତି ଗୋଟିଏ ବି ମୁହୂର୍ତ୍ତ ନାହିଁ ଯଉ ମୁହୁର୍ତରେ ସେ ମୋ ଭାବନାରେ ନଥିବେ....। ନିଜ ଭିତରେ ତାଙ୍କୁ ଦେଖିବାରେ ଲାଗିଥିଲି, ତାଙ୍କ ପାଇଁ ପାଗଲମି ବଢ଼ିବାରେ ଲାଗିଥିଲା ।ତାଙ୍କ ବିନା ମୋ ଜୀବନ କଳ୍ପନା କରିବା ମଧ୍ୟ ଅସମ୍ଭବ ! ତାଙ୍କ ପାଇଁ ବୁଝିପାରିଲି ପ୍ରେମର ମହାନିୟତା, ମାପି ପାରିଲି ପ୍ରେମର ଗଭୀରତା.... ପ୍ରେମ ଯେ ସତ୍ୟ, ଶିବ, ସୁନ୍ଦର ତାହା ଜାଣିପାରିଲି । 

      ଦିନେ ଆଶ୍ଚର୍ଯ୍ୟ ଜଣକ ଭାବେ ସେ ମୋତେ ବିବାହ ପାଇଁ ପ୍ରସ୍ତାବ ଦେଲେ, ମୋ ଆନନ୍ଦର ସୀମା ଆଉ ରହି ନଥିଲା । ମୁଁ ତାଙ୍କ ପ୍ରସ୍ତାବ ରେ ହଁ ଭରିଥିଲି, ଘରେ ବି ସମସ୍ତେ ତାଙ୍କୁ ବହୁତ ପସନ୍ଦ କରନ୍ତି । ଘରେ ସମସ୍ତଙ୍କୁ ମନେଇବରେ କିଛି ପ୍ରୋବ୍ଲେମ ହେଲା ନାହିଁ, ସମସ୍ତେ ରାଜି ହେଇଗଲେ । ଆମର ବିବାହ ବହୁତ ଧୁମ୍ ଧାମ୍ ରେ ହେଲା...। ମୋ ପ୍ରେମ ସାର୍ଥକ ହେଲା, ସେହି ଦିନ ବୁଝିପାରିଲି ପ୍ରକୃତ ପ୍ରେମ ର ସଂଜ୍ଞା, ପରିଭାଷା । ପ୍ରେମ ଯେ ଆତ୍ମିକ, ଦୈହିକ ନୁହେଁ । ମିନା ପ୍ରେମରେ ନିଜ ଦେହକୁ ମଧ୍ୟ ସମର୍ପି ଦେଇଥିଲା, ସେଦିନ ବୁଝିପାରୁଥିଲି ତା ପ୍ରେମ କୁ । ନିଜେ ହାରି ମଧ୍ୟ ଆଦି ବିଷୟରେ ଗୋଟିଏ ପଦ କହିନଥିଲା ସେ, ସେ ତ ପ୍ରେମ ହିଁ କରିଥିଲା, କିନ୍ତୁ ଆଦି .....!। ପ୍ରେମ ସତ୍ଯ ଓ ସୁନ୍ଦର..... ।


Rate this content
Log in

Similar oriya story from Romance