Saismita Majhi

Romance

4.3  

Saismita Majhi

Romance

କଲେଜ ଜୀବନ -ଅଭୁଲା ସେଦିନ

କଲେଜ ଜୀବନ -ଅଭୁଲା ସେଦିନ

10 mins
660


    ମୋ କଲେଜ ଜୀବନ ଆରମ୍ଭ ହୋଇଥିଲା +୩ ରୁ । ତା' ପୂର୍ବରୁ ମୁଁ ଯେଉଁଠି ପଢୁଥିଲି ତାହାକୁ ଆମେ ସ୍କୁଲ କହୁଥିଲୁ, ହଷ୍ଟେଲ୍ ରେ ହିଁ ରହୁଥିଲି । ସେତେବେଳେ ସ୍କୁଲ ଗେଟ ଅତିକ୍ରମ କରି ବହାରି ଗଲେ ଲାଗୁଥିଲା ଆମକୁ ସ୍ବାଧିନତା ମିଳିଗଲା....!! ସ୍କୁଲ ପରେ କଲେଜ ଜୀବନର ଯାତ୍ରା ବହୁତ କମ୍ ଥିଲା । ନୂଆ କଲେଜ ପାଇଁ ମନରେ ଉତ୍ସାହତା ଭାରି ରହିଥିଲା । କଲେଜ ଯିବା ପାଇଁ ନିଜକୁ ପ୍ରସ୍ତୁତ କରିବାରେ ଲାଗିଥିଲୁ - ନୂଆ ଡ୍ରେସ କିଣୁଥିଲୁ, ଚୁଟି ସ୍ଟାଇଲ୍ ରେ କାଟିଥିଲୁ ଏମିତି ବହୁତ କିଛି..... । କିଛି ଭୟ, କିଛି ଆନନ୍ଦର ମିଶ୍ର ଭାବନା ନେଇ କଲେଜ ପଦାର୍ପଣ କରିଥିଲି । ମନରେ ନୂଆ ଆଶା, ସ୍ବପ୍ନ ଅସୁମାରି.....!! ନୂଆ ଭାବନା ଅନ୍ତରାଳରେ ସାଙ୍ଗମାନଙ୍କଠୁ ଅଲଗା ହେବାର ଦୁଃଖ, କାରଣ ସମସ୍ତେ ତ ଗୋଟେ କଲେଜ ରେ ଆଡମିସନ୍ ନେଇନଥିଲୁ । କଲେଜର ପ୍ରଥମ ଦିନ ସମସ୍ତଙ୍କ ପାଇଁ ଅଭୁଲା, ମୋର ପ୍ରଥମ ଦିନକୁ ଡାଏରିରେ ସାଇତି ରଖିଛି ଆଜି ପର୍ଯ୍ୟନ୍ତ....। ଆମେ କଲେଜର ସବୁ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲୁ, ସବୁକିଛିକୁ ଉପଭୋଗ କରୁଥିଲୁ; ବହୁତ ମଜା ଲାଗୁଥିଲା ।

        ସେଦିନ ଆମର welcome function ଥାଏ । +୩ ପ୍ରଥମ ବର୍ଷ, ମନରେ raggingର ଡର ନେଇ ଆମେ ପହଂଚି ଯାଇଥାଉ କଲେଜ କ୍ୟାମ୍ପସ୍ ରେ । ସିନିଅର ମାନଙ୍କ ଡରରେ ଆମେ ସବୁ ଗୋଟିଏ କୋଣର ଚୁପଚାପ ବସିଥାଉ । ସବୁ ସାଜ୍ଜସଜ୍ଜ୍ୟା ଆମ ସ୍ଵାଗତ ପାଇଁ ଥିଲେ ସୁଦ୍ଧା ragging ଡରରେ କେହି ଠିକ୍ ରେ ଉପଭୋଗ କରି ପାରୁନଥାଉ । ଆମକୁ ପ୍ରଥମେ କିଛି ସ୍ନାକ୍ସ୍ ଖାଇବାକୁ ଦେଲେ, ତାପରେ ଲେକ୍ଚର ମାନଙ୍କ ଭାଷଣ ଆରମ୍ଭ ହେଇଗଲା । ତାଙ୍କ ଭାଷଣ ପରେ ଆମର intro ଆରମ୍ଭ ହୋଇଗଲା, ଜଣେ ଜଣେ ମଞ୍ଚ ଉପରକୁ ଯାଉଥିଲେ; ନିଜର ପରିଚୟ ଦେଉଥିଲେ ପୁଣି ସେମାନଙ୍କୁ ଗୋଟିଏ ଗୋଟିଏ ଟାସ୍କ୍ - ଗୀତ କି ନାଚ ନା ହେଲେ ଅଭିନୟ.....। ମୁଁ ଭଲ ଗୀତ ଗାଇପାରେ ତେଣୁ ମୋତେ କିଛିଟା ଆଶ୍ଵସ୍ତି ଲାଗୁଥିଲା । ରୋଲନଂ ହିସାବରେ ଜଣଙ୍କ ପରେ ଜଣଙ୍କୁ ଡାକୁଥିଲେ । ଶେଷରେ ମୋ ପାଳି ପଡିଲା.....।

       ସମସ୍ତେ କରତାଳି ସହିତ ମୋର ସ୍ଵାଗତ ଜଣେଇଲେ । ଦୃଢ ଆତ୍ମବିଶ୍ବାସ ସହିତ ମୁଁ ମୋ ପରିଚୟ ଦେଲି, ତା ପରେ ଥିଲା ଟାସ୍କ ର ସମୟ । ମୋତେ ସବୁଠୁ ଅଲଗା ଏବଂ କିଏ ଭାବି ନଥିବେ ସେମିତି ଟାସ୍କ୍ ପଡିଲା, ତାହା ହେଉଛି ଜଣେ ସିନିଅରଙ୍କୁ ପ୍ରପୋଜ କରିବା..... !!!ସମସ୍ତେ ଗୀତ, ନାଚ ଦେଖି ଦେଖି ବିରକ୍ତ ହୋଇଯାଇଥିବାରୁ ମୋ ଭାଗ୍ୟକୁ ଏଇଟା ପଡିଲା ! ମୁଁ ତ ଭାବିଥିଲି ଗୀତ ଗୋଟେ ଗାଇକି ପଲେଇଆସିବି କିନ୍ତୁ ଏବେ ହେଲା କ'ଣ ? ବହୁତ ଡର ଲାଗିଲା....। ଟାସ୍କ୍ କରିବାକୁ ବାଧ୍ୟ, କେହି ବି ବାଦ୍ ପଡ଼ିନାହାନ୍ତି । ମୋ ଟାସ୍କ୍ ଶୁଣିକି ଯାଉ ପ୍ରକାର ହୋଇଚଇ ସୃଷ୍ଟି ହେଲା କହି ହବନି ବାପରେ ! ମୋତେ ଏତେ ମାତ୍ରାରେ ଅଧର୍ଯ୍ଯ ଲାଗୁଥିଲା....ମୁଁ ଆଖି ବନ୍ଦ କରି ଚୁପଚାପ ଛିଡା଼ ହେଇଥିଲି ଷ୍ଟେଜ୍ ଉପରେ । ସେତେବେଳେ କେବଳ ଗୋତିଏ ଶବ୍ଦ ମୋ କାନ ଭେଦି ଚାଲିଯାଉଥାଏ ଆକାଶ.....ଆକାଶ ! ମୁଁ ତାଙ୍କୁ ଦେଖିବା ପାଇଁ ଆଖି ଖୋଲିଲି.....ସେ ଧୀରେ ଧୀରେ ଭିଡ଼ ଭିତରୁ ବାହରି ଆସିଲେ.... । ମୋତେ ଲାଗୁଥିଲା ସବୁ ଯେମିତି ଅଟକି ଯାଇଛି, ସବୁ ଅଚଳ ନିଜ ନିଜ ସ୍ଥାନରେ; ଚାରିଆଡ଼େ ଏକବାର୍ ନିଶବ୍ଦ........ ! ଆଉ ସେ ପୁରା ସ୍ଲୋ - ମୋସନ୍ ରେ ପ୍ରବେଶ କରୁଛନ୍ତି । ସେଦିନର ତାଙ୍କ ହସ...ହାଏ !! ମୁଁ ଆଜି ବି ଭୁଲିପାରିବି ନାହିଁ, ସେଦିନ ମୁଁ ତାଙ୍କୁ ଦେଖିଥିଲି ପ୍ରଥମ ଥର..... । ସେ ହସି ହସି ଷ୍ଟେଜ୍ ଉପରକୁ ଉଠୁଥାନ୍ତି, ମୁଁ ମ୍ଲାନ ହସୁଥାଏ; ତାଙ୍କ ହସରେ ହିଁ ହଜିଯାଇଥାଏ । ମୋତେ ଲାଗୁଥିଲା ସେ ମୋ ପାଖକୁ ଆସୁଛନ୍ତି...ଆହୁରି ପାଖକୁ ଧେତ୍ !! ସିଟି ର ଆୱାଜ ରେ ମୋର ଭାବନା ଭାଙ୍ଗିଗଲା....ଏତେ ସୁନ୍ଦର ସ୍ବପ୍ନ.....ହାଏ !! ସେ ସେତେବେଳକୁ ଆଗରୁ ହିଁ ଷ୍ଟେଜ୍ ଉପରକୁ ଉଠିସାରିଥିଲେ । ମୋତେ ଦିଦି ଜଣେ ଆସି ଗୋଲାପ ଫୁଲଟିଏ ଦେଇଗଲେ ପ୍ରପୋଜ କରିବା ପାଇଁ । କଣ କରିବି କିଛି ବୁଝିନପାରି ମୁଁ ଆଣ୍ଠୁମାଡ଼ି ବସିପଡ଼ିଲି, ସେତେବେଳ ପର୍ଯ୍ୟନ୍ତ କିଛି ଭାବିନଥାଏ କ'ଣ କରିବି । ଡର ଲାଗୁଥିଲା, ମୋତେ ସେତେବେଳେ ଭାଗ୍ଯକୁ ପୁରୁଣା ହିନ୍ଦୀ ଶାୟାରୀ ଟିଏ ମନେପଡ଼ିଗଲା । ପ୍ରଥମେ ତାଙ୍କୁ ଚାହିଁ ଶାରୀଟିଏ କହିଦେଲି, ତା ପରେ ଆଇ ଲଭ ୟୁ......କହୁ କହୁ ଏତେ ସିଟି, ହୁଇସିଲ, ତାଳି ବାପରେ..!!!! ସବୁ ଆଡ଼େ ହୋ ହାଲ୍ଲା....ଆକାଶ ଭାଇ ସେମିତି ହିଁ ହସୁଥାନ୍ତି, ତାଙ୍କ ସାଙ୍ଗମାନେ ସବୁ ଓଃ ....ଆକାଶ କହି ଚିଲଉଥିଲେ । ମୋତେ ବହୁତ ଲାଜ ଲାଗୁଥିଲା କାରଣ ସେ କିଛି କହୁନଥିଲେ । ପରେ ମୋ ଗୋଲାପ ଫୁଲକୁ ଗ୍ରହଣ କରି ସେ ସମସ୍ତଙ୍କୁ ଚାହିଁଲେ ଯେମିତି ସବୁ ର ଅନୁମତି ନେଉଥିଲେ... । ସବୁ କହୁଥିଲେ 'say yes'....ସେ କିନ୍ତୁ କହିଲେ 'ଥ୍ୟାଙ୍କ ୟୁ' !! ସବୁ ର ଅଭିବ୍ୟକ୍ତି ସେତେବେଳେ ଓହଃ.... । ଯେମିତି ସତେରେ ହିଁ ମୁଁ ପ୍ରେମ ନିବେଦନ କରୁଥିଲି, କିନ୍ତୁ ମୁଁ ତାଙ୍କୁ ଯାହା ବି କହିଲି ସେ ସବୁ ସତ ହିଁ ତ କହିଥିଲି ବୋଧେ.....! କାଶ୍ ସେ ଲଭ ୟୁ ଠୁ କହିଦେଇଥନ୍ତେ କି ସେଦିନ...! ସେଦିନ ମୁଁ ହେଇଯାଇଥିଲି ମିସ୍ ଫ୍ରେଶର୍ । ସବୁ ମୋତେ ଶୁଭେଚ୍ଛା ଜଣେଇଥିଲେ କେବଳ ତାଙ୍କ ଛଡା଼, ସେ ତ ବହୁତ ପୂର୍ବରୁ ଚାଲିଯାଇଥିଲେ; ମୋ ଆଖି କିନ୍ତୁ ତାଙ୍କୁ ହିଁ ଖୋଜୁଥିଲା ।

       ସେଇଦିନଠୁଁ ମୋ ଛାତିରେ ଝଡ଼ ସୃଷ୍ଟି ହୋଇଯାଇଥିଲା । ତାଙ୍କୁ ଯଉଠି ବି ଦେଖିଲେ ହଠାତ୍ ହୃତସ୍ପନ୍ଦନ ତୀବ୍ର ହୋଇଯାଉଥିଲା । ସେ ମୋ ପାଖ ଦେଇ ଗଲେ ମୋ ନିଶ୍ବାସ ବନ୍ଦ ହୋଇଯାଉଥିଲା, ତାଙ୍କୁ ଚାହିଁବା ପାଇଁ ଲାଜ ଲାଗୁଥିଲା । ସେ ଅତିକ୍ରମ କଲାପରେ ମୁଁ ସବୁବେଳେ ପଛକୁ ବୁଲି ଦେଖୁଥିଲି, କିନ୍ତୁ ସେ କେବେ ବି ମୋତେ ଦେଖୁନଥିଲେ । ସେମିନାର୍ ରେ କେବଳ ତାଙ୍କ ଭାଷଣ ଶୁଣିବା ପାଇଁ ଆପେକ୍ଷା କରି ରହୁଥିଲି, ବହୁତ ଭଲ ବକ୍ତା ସେ...। ପ୍ରଥମେ ତ ସେ କେବଳ କ୍ରଶ୍ ହିଁ ଥିଲେ, କିନ୍ତୁ ଦିନେ ମୋତେ ସ୍ଵପ୍ନା କହିଲା ଏଇଟା କେବଳ କ୍ରଶ୍ ନୁହେଁ ବରଂ ଲଭ୍..!!!! ମୋତେ ସେଦିନ ଲାଗୁଥିଲା ଆରେ ସତେ ତ ସ୍ଵପ୍ନା ଠିକ୍ ହିଁ କହୁଛି ବୋଧେ, ଆକାଶ ଭାଇଙ୍କ କଥା ମୁଁ କେବଳ ତାକୁ ହିଁ କହିଥିଲି । ସେ ଓ ମୁଁ କଲେଜର ପ୍ରଥମ ଦିନରୁ ହିଁ ଭଲ ବନ୍ଧୁ ଥିଲୁ । କ୍ଲାସ୍ ରେ ମିଶିକି ବସୁଥିଲି, ନୋଟସ୍ ସେୟାର୍ କରୁଥିଲୁ ଆଉ ଗୋଟିଏ ରୁମରେ ବି ରହୁଥିଲୁ ତେଣୁ ପ୍ରଥମ ଦିନରୁ ହିଁ ଆମେ ଭଲ ସାଙ୍ଗ । ସେ ମୋତେ ଆକାଶ ଭାଇଙ୍କ ନାଁ ରେ ସଦାବେଳେ ଚିଡ଼ାଏ, ମୁଁ ଉପରେ ଉପରେ ରାଗିଯାଏ ସିନା ଭିତରେ ଖୁସିରେ କୁରୁଳି ଉଠୁଥାଏ । ଆକାଶ ଭାଇ ବେଳେବେଳେ ଆମ କ୍ଲାସ୍ କୁ ଆସନ୍ତି ଯଦି କିଛି ଘୋଷଣା କରିବାର ଥାଏ କିମ୍ବା କିଛି କାର୍ଯ୍ଯକ୍ରମ ବିଷୟରେ ଚର୍ଚ୍ଚା କରିବାର ଥିଲେ, ସେ ମୋତେ ଏମିତି ବ୍ୟବହାର ଦେଖାନ୍ତି ଯେମିତି ଚିହ୍ନିନାହାନ୍ତି । 

       ସ୍ଵପ୍ନା ପରେ ମୁଁ ଆଉ ଜଣଙ୍କ ସହିତ ବି ବେଶୀ ମିଶିଯାଇଥିଲି, ସେ ବର୍ଷା । ବର୍ଷା ସହିତ ମୁଁ ମିଶେ ସତ କିନ୍ତୁ କିଛି କହିପାରେନି ତାକୁ, ଜାଣିନି କେମିତି ତାକୁ କିଛି କହିବା ପାଇଁ ଭଲ ଲାଗେନି । ସେ କିନ୍ତୁ ଆମକୁ ତା'ର ସବୁ କଥା କହେ, ତାର ଅଲଗା department । ଆକାଶ ଭାଇଙ୍କ ଫେସବୁକ ଆଇଡି ଥିଲା କିନ୍ତୁ ଡରିକି କେବେ ଫ୍ରେଣ୍ଡ ରିକ୍ଯୁସ୍ଟ ପଠେଇନି, ସବୁଦିନ କେବଳ ତାଙ୍କ ପ୍ରୋଫାଇଲ୍ ଦେଖି ଦେଖି ଦିନ କାଟୁଥିଲି । ଶୋଇଲେ, ଉଠିଲେ ବସିଲେ କେବଳ ତାଙ୍କ କଥା, ତାଙ୍କରି ଚିନ୍ତା । ବର୍ଷା କୁ ଆମେ ଆକାଶ ଭାଇଙ୍କ କଥା ଜାଣିବାକୁ ଦେଇନଥିଲୁ, କାରଣ ସେ ସବୁକୁ କହିଦେଇପାରେ ତେଣୁ । ବର୍ଷା ବହୁତ ବିନ୍ଦାସ୍ ମିଜାଜର ଝିଅ, କାହା କଥାକୁ ବି ଖାତିର କରେନି । ତା ପଛରେ ପିଲା ମାନଙ୍କର ଲାଇନ ଲାଗିଥିଲା, ସେ ବି କିଛି କମ୍ ନଥିଲା ସବୁକୁ ଲାଇନ ଦେଉଥିଲା; ଦେଖିବାକୁ ବି ବହୁତ ସୁନ୍ଦର। ତା କାହଣୀ ଶୁଣି ଆମେ କେବଳ ହସୁ, ବୁଢ଼ୀ ମାନଙ୍କ ପରି ଗପ ପେଢ଼ି ମେଲେଇ ବସିଥିବ । 

      ମୋ ମନରେ ନୂଆ ପରଶ ଲାଗିଯାଇଥିଲା, ମୋ ଅନୁଭବ ସବୁ ଡେଣା ମେଲେଇ ଉଡ଼ିବାରେ ଲାଗିଥିଲେ । ତାଙ୍କ କଥା ଭାବିବା, ଭାବନାରେ ତାଙ୍କ ପ୍ରେମିକା ପାଲଟିଯିବା...! ମୁଁ ତାଙ୍କ ଦୁନିଆରେ ମଶଗୁଲ ହୋଇଯାଥିଲି । ପରୀକ୍ଷା ଥିଲା ପଢ଼ିବାକୁ ବସିଲେ ସେ ହିଁ ଚାଲିଆସୁଥିଲେ ଭାବନାରେ, ବହିର ଫର୍ଦ୍ଦ ସବୁ ପ୍ରେମ ଚିଠି ଭଳି ଲାଗୁଥିଲା... । ସବୁ ଦିନ ନୂଆ ନୂଆ ଲାଗୁଥିଲା, ତାଙ୍କୁ ଦେଖିବା ପାଇଁ କଲେଜ ଯାଉଥିଲି କହିଲେ ଚାଲେ । ମୁଁ ତାଙ୍କ ପାଇ ପ୍ରଥମ ପ୍ରେମ ଚିଠି ଲେଖିଥିଲି ....ଯେମିତି ହେଲେ ବି ତାଙ୍କୁ କହିଦେବି ଭାବୁଥିଲି କିନ୍ତୁ ଗୋଟିଏ ଅବିଶ୍ବସନିୟ ଘଟଣା ଘଟିଗଲା !! ପରେ ପରେ ଆମେ ଶୁଣିବାକୁ ପାଇଲୁ ଯେ ସେ ବର୍ଷାକୁ ପ୍ରପୋଜ କରିଛନ୍ତି ଆଉ ବର୍ଷା ବି ତାଙ୍କୁ ହଁ କହିଛି..!! ଏତିକି ଶୁଣି ଅଜାଣତେ ମୋ ଆଖିରୁ ଲୁହ ଦୁଇ ବିନ୍ଦୁ ଖସିଆସିଲା ।ବର୍ଷା ତ ହଁ ହିଁ କହିବ ଜାଣିବା କଥା । ମୋର ସବୁ ସ୍ବପ୍ନ ଚୁରମାର୍ ହେଇଗଲା, ସବୁ ଆଶା ଭାଙ୍ଗିଗଲା, ବାକି ରହିଲା କେବଳ ମୁଁ ଓ ମୋ ଅନୁଭବ......। ମୋ ଅନୁଭବକୁ କଉଠି ଲୁଚେଇ ରଖିବି ଜାଣିପାରୁନଥିଲି , ତେଣୁ ଡାଏରି ଲେଖିବା ଆରମ୍ଭ କରିଦେଲି । ମୋର ସବୁ ଅନୁଭବକୁ ଉତାରି ଦେଇଥିଲି ଡାଏରୀରେ। ଏକତରଫା ପ୍ରେମ ବହୁତ କଷ୍ଟ, ଯିଏ କରିଥିବ ସେ ହିଁ ବୁଝିପାରିବ । କିନ୍ତୁ କାହିଁକି କେଜାଣି ତାଙ୍କୁ ମୁଁ ମୋ ହୃଦୟ ଭିତରୁ ବାହାର କରିପାରୁନଥିଲି , ବୋଧେ ମୋ ପ୍ରେମ ସଚ୍ଚା ଥିଲା.......ତେଣୁ । ତାଙ୍କୁ ନିଜ ଭାବନାରୁ ଦୁରେଇ ଦେଇ ପଢା଼ରେ ମନ ଦେବାକୁ ଲାଗିଲି । କିନ୍ତୁ ତାଙ୍କୁ ଭୁଲିବା ମୋ ପକ୍ଷେ ବହୁତ ମୁସ୍କିଲ୍ ଥିଲା । ସ୍ଵପ୍ନା ବି କହୁଥିଲା - ସେ ଆକାଶ ଭାଇଙ୍କ ପସନ୍ଦ ଏତେ ଏମିତି କେମିତି ହେଇପାରିଲା, କାରଣ ବର୍ଷା ତାଙ୍କୁ ନିଶ୍ଚତ ଧୋକା ଦେବ । ସେ ବି ଅଲାଜୁକି ପରି ଆମକୁ ତା ଲୋଭଷ୍ଟୋରୀ କହୁଥିଲା, ଆମେ ଶୁଣୁଥିଲୁ କେବଳ । ମୋ ଛାତିରେ ତ ନିଆ ଲାଗିଯାଉଥିଲା, ବହୁତ କଷ୍ଟରେ ମୁଁ ଶୁଣୁଥିଲି, ସ୍ଵପ୍ନା ତା' କଥା ଶୁଣି ମୋ ଆଡ଼େ ଚାହିଁରହିଥାଏ ବହୁତ ଦୁଃଖରେ । ଏବେ ମୁଁ ଆଉ କିଛି ଜାଣିବା ପାଇଁ ଚାହୁଁନଥିଲି, ମୁଁ ମାନିନେଇଥିଲି ଆକାଶ ଆକାକ୍ଷାର ନୁହେଁ; ଆକାଶ କେବଳ ବର୍ଷାର.......!!

      ଆକାଶ ଭାଇ ବର୍ଷା ଲାଗି ଆମ ସହିତ ବି ଭଲରେ ମିଶୁଥିଲେ । ମୁଁ ସବୁବେଳେ ସତର୍କ ରହୁଥିଲି ଯେମିତି ଭୁଲରେ ବି ସେ ମୋ ଭଲପାଇବାକୁ ଜାଣି ନ ପାରନ୍ତି । ତାଙ୍କୁ କେବେ ଚାହୁଁଥିଲି, ସବୁବେଳେ ମୁଣ୍ଡପାତି କଥା ହେଉଥିଲି । ତାଙ୍କୁ ଦେଖିଲେ ଆପଣା ଛାଏଁଁ ଆଖିରେ ଲୁହ ଓଠରେ ହସ ଚାଲିଆସୁଥିଲା, ତାଙ୍କୁ କେବଳ ଦୂରରୁ ନିରେଖି ଦେଖୁଥିଲି । ତାଙ୍କ ବିଷୟରେ ପରେ ପରେ ଆହୁରି ଭଲ ଭାବରେ ଜାଣିଲି, ତାଙ୍କ ବ୍ୟକ୍ତିତ୍ୱ ମୋତେ ଆହୁରି ପ୍ରଭାବିତ କରିବାରେ ଲାଗିଥିଲା । ମୁଁ କେବଳ ଭାବୁଥିଲି ତାଙ୍କ ଭଳି ପିଲାର ପସନ୍ଦ ଏମିତି ଧରଣର କେମିତି ହେଇପାରିବ? କାରଣ ବର୍ଷା ଟାଇମପାସ୍ ପାଇଁ ଠିକ ଅଛି ପ୍ରେମ ଫ୍ରେମ ତା ଦ୍ୱାରା ହୋଇପାରିବ ନାହିଁ । 

       ସତକୁ ସତ ଗୋଟିଏ ମାସ ନା ହଉଣୁ ବର୍ଷା ଆମଠୁ ପରାମର୍ଶ ଲୋଡ଼ିଲା ବ୍ରେକଅପ୍ ପାଇଁ । ବିଚାରା ଆକାଶ ଭାଇ.....ସେ ତ ଟାଇମପାସ୍ କରିବା ପିଲା ନୁହନ୍ତି, ତା ମାନେ ସତରେ ହିଁ ଭଲ ପାଉଥିବେ ବୋଧେ । ଦିନେ ବର୍ଷା ଆସି ବହୁତ ଖୁସିରେ କହିଲା ତାଙ୍କର ବ୍ରେକଅପ୍ ହେଇଯାଇଛି, ଶୁଣିକି ଆଶ୍ଚର୍ଯ୍ଯ ଲାଗୁଥାଏ । ଆମେ ପଚାରିଲୁ ତାକୁ କେମିତି ବ୍ରେକଅପ୍ ହେଲା ତ ସେ କହିଲା ଆକାଶ ନିଜେ ହିଁ ବ୍ରେକଅପ୍ କରିଦେଲେ!! ଆଶ୍ଚର୍ଯ୍ଯ କିନ୍ତୁ କାହିଁକି? ବର୍ଷା କହୁଥିଲା ଆକାଶ ଭାଇ ତାକୁ କ୍ଷମା ମାଗିଲେ, ସେ ତାକୁ କେବେ ବି ଭଲ ପାଉନଥିଲେ ପୁଣି; ଯାହା ବି ଥିଲା ସେମାନଙ୍କ ମଧ୍ୟରେ କେବଳ ଆକର୍ଷଣ ଏବଂ ଚ୍ୟାଲେଞ୍ଜ । ଆକାଶ ଭାଇ ପ୍ରଥମ ଦେଖାରୁ ହିଁ ତା'କୁ ପସନ୍ଦ କରିବାରେ ଲାଗିଥିଲେ, କିନ୍ତୁ ସେ ନିଶ୍ଚିତ ନଥିଲେ ଏଇଟା ପ୍ରେମ ନା ଆଉ କଣ । ପରେ ତାଙ୍କ ସଙ୍ଗମାନେ ଚ୍ୟାଲେଞ୍ଜ କରିବାରୁ ଜୋଶ୍ ରେ ଆସି ପ୍ରପୋଜ କରିଦେଇଥିଲେ । କିନ୍ତୁ ପରେ ତାଙ୍କୁ ଲାଗିଲା ଯେ ଏଇଟା କେବଳ ଆକର୍ଷଣ ବ୍ୟତୀତ ଆଉ କିଛି ନୁହେଁ ତେଣୁ ବର୍ଷାକୁ ମିଶି ତାକୁ କ୍ଷମା ମାଗି ଭୁଲ ସୁଧାରି ନେଇଥିଲେ । ବର୍ଷା ତ ବହୁତ ଖୁସି ଥିଲା ପିଛା ଛୁଟିଲା ବୋଲି, ଯଦି ଆକାଶ ଭାଇ ଆଜି ବ୍ରେକଅପ୍ କରି ନଥାନ୍ତେ ଇଏ କିଛି ନା କିଛି ବାହାନା କରି ପ୍ରେମ ବିଚ୍ଛେଦ କରି ଅସିଥାନ୍ତା । ଶୁଣିକି ତ ଖୁସି ଲାଗିଲା... । ଆକାଶ ଭାଇ କିନ୍ତୁ ଠିକ୍ କଲେନି, ତା ଜାଗାରେ ଯଦି ମୁଁ ଥାନ୍ତି ଆଉ ସେ ମୋ ସହିତ ଏମିତି କରିଥାନ୍ତେ....! ଛାଡ଼ ଯାହା ହେବାର ଥିଲା ତ ହେଲା, ସେସବୁ ଭାବି ଆଉ କିଛି ଲାଭ ନାହିଁ, ନିଜେ ନିଜ ବାଟରେ ରହିଲେ ହେଲା । ଆକାଶ ଭାଇ ଆଗଭଳି ହିଁ ମିଶୁଥିଲେ ଆମ ସହିତ, ଆଗ ଭଳି ଆମକୁ ସବୁ କ୍ଷେତ୍ରରେ ସାହାଯ୍ୟ କରୁଥିଲେ । ତାଙ୍କ ପାଇଁ ମୋ ହୃଦୟରେ ପ୍ରେମ ପୁଣିଥରେ ଜାଗିଉଠୁଥିଲା ।

       ଶେଷରେ ବିଦାୟ ମୁହୁର୍ତ ଆସିଲା, ଆକାଶ ଭାଇଙ୍କ ବେଚ୍ ର farewell । ବିଦାୟ ଦେବା ପାଇଁ ତ ଇଚ୍ଛା ହେଉନଥାଏ, ତାଙ୍କୁ ହୃଦୟ ଭିତରୁ ବିଦାୟ ଦେଇ ପାରିବି ତ କେବେ ? ଆମେ ସେତେବେଳେ +୩ ଦ୍ଵିତୀୟ ବର୍ଷ ତେଣୁ ସବୁ ଅରେଞ୍ଜମେଣ୍ଟ ଆମ ଜିମ୍ମାରେ । ଆକାଶ ଭାଇ ଆଗ ଆପେକ୍ଷା ଆମ ସହିତ ଆହୁରି ଭଲରେ ମିଶୁଥାନ୍ତି ଶେଷ ଆଡ଼େ । ମୋତେ ଏବେ ଆଉ ସେତେଟା ଅସହଜ ମନେ ହୁଏ ନାହିଁ ସେ ଥିଲେ । ମୁଁ ସେଦିନ ର host ଥିଲି, ସମସ୍ତେ ମୋ ହୋସ୍ଟିଙ୍ଗ୍ ର ପ୍ରଶଂସା କରିଥିଲେ, କେବଳ ତାଙ୍କୁ ଛାଡି । farewell ସରିଲା ବେଳକୁ ସନ୍ଧ୍ୟା ୫ଟା, ସମେସ୍ତେ ଫେରିଯାଉଥାନ୍ତି, ଆମେ ହଷ୍ଟେଲ୍ ପିଲା କେବଳ ରହିଯାଇଥାଉ । ଆମେ ସବୁ ଜିନିଷ ରଖା ରଖି କରୁଥିଲୁ, ମୋତେ ବର୍ଷା ଆସିକି ଡାକିକି ନେଇଗଲା କହିଲା 'ଟିକେ କାମ ଅଛି ତୁ ଚାଲେ', ମୁଁ ବି ତା କଥାରେ ହଁ ଭରିଲି, ହଁ କିଛି କାମ ନିଶ୍ଚୟ ଥିବ । ଚାଲିଲି ତା ସହିତ, ସେ ଗୋଟିଏ କ୍ଲାସ ଭିତରେ ନେଇଗଲା , ସେଇଠି ଆକାଶ ଭାଇ...!! ତାଙ୍କୁ ଦେଖି ମୋ ଆଶ୍ଚର୍ଯ୍ଯର ସୀମା ରହିଲା ନାହିଁ, ମୁଁ କେବଳ ଭାବୁଥିଲି ଯେ କଣ ଏମିତି କାମ ଅଛି ଯଉଟା ଏତେ important...ଯେ ମୋତେ ଏମିତି ଲୁଚେଇ ଡକା ଚାଲିଛି। ମୁଁ ତାଙ୍କୁ ଚାହିଁ କହିଲି - କଣ ହେଲା, ମୋତେ କାହିଁକି ଡାକିଲ କିଛି କାମ ଅଛି କି?

        ଆକାଶ ଭାଇ ଧୀରେ ଧୀରେ ମୋ ପାଖକୁ ଆସିଲେ, ମୁଁ ଅଳ୍ପ ଘୁଞ୍ଚିଗଲି କିନ୍ତୁ ବ୍ଲାକବୋର୍ଡ ଥିବାରୁ ଆଉ ପଛକୁ ଯାଇ ପାରିଲିନାହି । ସେ ମୋ ସମ୍ନାରେ ଆଣ୍ଠୁ ମାଡ଼ି ବସିପଡ଼ିଲେ...! ମୁଁ କିଛି ବୁଝିପାରୁନଥିଲି କଣ ଚାଲିଛି ସେସବୁ । ତା ପରେ ଗୋଲାପ ଫୁଲ ଦେଇ ମୋତେ କହିଲେ i lv u....! ମୁଁ ମୋ କାନ କୁ ବିଶ୍ୱାସ କରିପାରୁନଥିଲି, କଣ କହିଯାଉଛନ୍ତି ଏସବୁ.... ଯଦିଓ ମୁଁ ଶୁଣିବାକୁ ଚାହୁଁଥିଲି ଏସବୁ ବହୁତ ଦିନରୁ କିନ୍ତୁ ଆଜି ହଠାତ୍ ? ବର୍ଷା ବି ସେଇଠି ହିଁ ଥିଲା! ତାଙ୍କ ପୁରୁଣା ପ୍ରେମ, ତା ସମ୍ନାରେ ସେ ମୋତେ ପ୍ରପୋଜ କରୁଥାନ୍ତି କଣ ଭାବୁଥିବ ବର୍ଷା.... ବିଚାରି..। ମୁଁ ଏସବୁ ପ୍ରଥମେ ଚାହୁଁଥିଲି କିନ୍ତୁ ଏବେ ମୋ ସାଙ୍ଗ ର ବୋୟଫ୍ରେନ୍ଡ୍ ସେ, ମୁଁ କେବେ ବି ଭୁଲିପାରିବିନି ଯେ ବର୍ଷା ସହିତ ସେ ରେଲେସନସିପ୍ ରେ ଥିଲେ.....। ସେ ମୋ ଉତ୍ତରକୁ ଅପେକ୍ଷା କରିଥାନ୍ତି, ମୁଁ ବୁଝିପାରୁନଥାଏ କଣ କହିବି, ସମୟ ଗଡ଼ି ଚାଲିଥାଏ । ବର୍ଷା ମୋତେ ହସି ହସି କହିଲା "ଜଲଦି କହ ରେ, ଆକାଶ ଭାଇଙ୍କ ଗୋଡ ଛିଣ୍ଡିଯିବ... ଜାଣିଚୁ ତ ୬:୩୦ ରେ ଆମ ହଷ୍ଟେଲ ଗେଟ୍ ବନ୍ଦ ହବ ।" ମୁଁ ଆଶ୍ଚର୍ଯ୍ଯ ହେଉଥିଲି ବର୍ଷା ଏମିତି କହୁଛି ବୋଲି, ମୁଁ ତାକୁ ପ୍ରଶ୍ନ କାଲି " ତୁ ଏମିତି କହୁଚୁ, ସେ ତୋର ବୟଫ୍ରେଣ୍ଡ୍ ଥିଲେ ।" ଆକାଶ ଭାଇ ସେତେବେଳ କୁ ଉଠି ସାରିଥାନ୍ତି, ମୁଁ ମନେ ମନେ ଭାବୁଥିଲି ବା ମୋ ପାଇଁ ଏତିକି ଟିକେ କଷ୍ଟ ସହିପାରିବେ ନାହିଁ ବଡ଼ ଆସିଲେ ପ୍ରେମ କରିବା ବାଲା । ବର୍ଷା କହିଲା- ଆମେ କେବେ ବି ଲୋଭେର ନଥିଲୁ ରେ, ସେ ମୋତେ ପ୍ରପୋଜ କରିଥିଲେ ସତ ସେଇଟା କେବଳ ଚାଲେଞ୍ଜ ଥିଲା । ମୁଁ- ହେଲେ ବି ତମେ ମାନେ ଗୋଟେ ମାସ ପାଖାପାଖି ରେଲେସନ୍ ରେ ଥିଲା ରେ ....। ବର୍ଷା - ମୁଁ ସମସ୍ତଙ୍କୁ ମିଛ କହିଥିଲି, ସେ ମୋତେ ପ୍ରପୋଜ କରିବାର ଦୁଇ ଦିନ ପରେ ହିଁ ଚାଲେଞ୍ଜ ଥିଲା ଏବ sry କହି କ୍ଷମା ମାଗିନେଇଥିଲେ । ଆମେ କେବେ ବି ରେଲେସନସିପ ରେ ନଥିଲୁ, ସେ ତୋତେ ହିଁ ଭଲପାଆନ୍ତି ପ୍ରଥମ ରୁ ।" "ମୁଁ କିନ୍ତୁ ତମ ବିଷୟରେ ଏମିତି କିଛି ବି ଭାବେନି, କି କେବେ ଭଲ ପାଇନି ।" ଏସବୁ ମୋ ମୁହଁ ରୁ ସେ ଶୁଣିବେ ବୋଲି ଭାବିନଥିଲେ ବୋଧେ କି, ମୁଁ ବି କେବେ ଭାବିନଥିଲି ମୋ ପ୍ରେମକୁ ଅସ୍ଵୀକାର କରିବି ବୋଲି; ଅସ୍ଵୀକାର କରିବାର କାରଣ ମୁଁ ବି ବୁଝିପାରୁନଥିଲି । ମୋ ସାମ୍ନାରେ ବହୁ ପ୍ରଶ୍ନ ମୁଣ୍ଡ ଟେକି ଠିଆ ହୋଇଥାନ୍ତି । ଆକାଶ ଭାଇ ସେତେବେଳ ଗୋଟିଏ କାଗଜ କାଢ଼ି ମୋତେ ଦେଖେଇଲେ, "ଏସବୁ କଣ ହେଲେ... !" ହେ ଭଗବାନ ମୁଁ ଲେଖିଥିବା ଚିଠି ତାଙ୍କ ପାଖକୁ କେମିତି ଗଲା? ମୁଂ କିଛି କହିବା ପୂର୍ବରୁ ସେ କହିଲେ- ତମ ବହି ଭିତରେ ଥିଲା, ମୋତେ ଦେଇଥିଲ ଥରେ ପଢିବାପାଇଁ । ଓହୋ...... ଭୁଲରେ ବୋଧେ ମୁଁ ସେଇ ବହିରେ ରଖିଦେଇଥିଲି, ଏବେ କଣ କହିବି? ଆକାଶ ଭାଇ କହିଲେ - ମୋତେ ତମ ଚିଠି ପଢି଼କି ଲାଗିଲା ସତରେ ତମେ ମତେ କେତେ ଭଲପାଅ, ମୁଁ ବର୍ଷାକୁ ତମ ବିଷୟରେ ପଚାରିଥିଲି କିନ୍ତୁ ସେ କିଛି ଜାଣିନାହିଁ କହିଲା । ପ୍ରକୃତ କଥା ଜାଣିବା ପାଇଁ ମୁଁ ତାକୁ ମୋ ସହିତ କିଛି ଦିନ ପ୍ରେମିକା ହେବାର ଅଭିନୟ କରିବା ପାଇଁ କହିଥିଲି । ସେହି ବାହାନାରେ ମୁଁ ତମ ସହିତ ମିଶିପାରିବି ଆଉ ତମକୁ ଆହୁରି ପାଖରୁ ଜାଣିପାରିବି । ମୁଁ କେବଳ ତମକୁ ଭେଟିବା ପାଇଁ ବର୍ଷା କୁ ଭେଟୁଥିଲି, ତମେ ସବୁେବେଳ ମୁଣ୍ଡପାତି କଥା ହେଉଥିଲ ମୁଁ ବୁଝିପାରୁଥିଲି ତମେ ଅସହଜ ମନେ କରୁଛ ମୁଁ ଥିଲେ; ତା ମାନେ ଏବେ ବି ତମକୁ ମୋ ଉପସ୍ଥିତି ପ୍ରଭାବିତ କରେ... ବୁଝିପାରୁଥିଲି । ହେଲେ ବି ଆହୁରି confirm ହେବା ପାଇଁ ସ୍ୱପ୍ନାକୁ ପଚାରିଥିଲି, ସେ' ସବୁ ସତ କଥା କହିଥିଲା । ତା ପରେ ଆଉ କଣ farewell ରେ ହିଁ ପ୍ରପୋଜ କରିବି ଭାବିଥିଲି, କାରଣ ତମେ ମୋତେ welcome ଦିନ ହ....ଏତିକି କହି ସେ ସ୍ମିତ ହସୁଥାନ୍ତି । ମୁଁ କଣ କହିବି ବୋଲି ଭାବୁଥିଲି ସେତେବେଳ ସ୍ଵପ୍ନା ଆସେ "ସରି ମୁଁ ସବୁ ଜାଣିଥିଲି ଯେ ତୋ ପାଇଁ surprise ଥିଲା ତେଣୁ କହିନଥିଲି, ହଁ କହିଦେ ଜଲଦି ସମୟ ନାହିଁ ଆମ ହାତରେ ।"

        ସମୟ ଗଡି ଚାଲିଥାଏ ସେତେବେଳକୁ ୬:୨୫ ବାଜିସାରିଥାଏ ମୋ ମନରେ ଆଉ କିଛି ବି ପ୍ରଶ୍ନ ବାକି ନଥାଏ, ତା ପରେ ଆଉ ସମୟ ନଷ୍ଟ ନ କରି 'ହଁ' କହିଦେଲି....। ମୋତେ ବର୍ଷା ଆଉ ସ୍ଵପ୍ନା ସେତେବେଳେ ଟାଣି ଟାଣି ନେଉଥାନ୍ତି କାରଣ ସମୟ ହେଇଯାଇଥାଏ, ନ ଗଲେ undertaking ଦେବା ପାଇଁ ପଡି଼ବ । ଆକାଶ ଭାଇ ଯିବାକୁ ଦେଉ ନଥାନ୍ତି....! ତାଙ୍କୁ ଆସନ୍ତା କାଲି ମିଶିବାର ପ୍ରତିଶୃତି ଦେଇ ଦୌଡ଼ି ଦୌଡ଼ି ଚାଲି ଆସିଲୁ । ସେଦିନ ମୋତେ ଦୌଡ଼ିବାରେ ଥକ୍କା ଲାଗୁନଥାଏ ବରଂ ବହୁତ ଖୁସି ଲାଗୁଥିଲା ଜାଣିନାହିଁ କେମିତି ସେଇ ଗରମ ପବନ ମଧ୍ୟ ଏତେ ଫୁର୍ତି ଲାଗୁଥିଲା......! ପ୍ରଥମ ଥର ପାଇଁ ତାଙ୍କ ପ୍ରେମକୁ ମୁଁ ଅନୁଭବ କରିପାରୁଥିଲି, ସେଇ ପବନ ର ସ୍ପର୍ଶ ରେ ମୁଁ ତାଙ୍କ ସ୍ପର୍ଶକୁ ଅନୁଭବ କରିଚାଲିଥିଲି । ଚାରିଆଡେ ପ୍ରେମର ରଙ୍ଗ ଲାଗିସାରିଥିଲା......

       



Rate this content
Log in

Similar oriya story from Romance