STORYMIRROR

Sunanda Mohanty

Abstract Action Others

4  

Sunanda Mohanty

Abstract Action Others

ଉପସଂହାର

ଉପସଂହାର

6 mins
309


ଥରେ କଳିଆ ବୋଲାଉଥିବା ନାରଦ ମୁନି ସତୀ ନାରୀ ଉନ୍ବେଷଣରେ ବାହାରିଲେ । ସେ ପ୍ରଥମେ ସ୍ବର୍ଗପୁରକୁ ଯାଇ ମାତା ସାବିତ୍ରୀଙ୍କୁ ଭେଟିଲେ । କହିଲେ ବ୍ରହ୍ମାଣ୍ଡ ଯାକ ବୁଲିଲି କେଉଁଠି ହେଲେ ଜଣେ ସତୀ ନାରୀ ପାଇଲି ନାହିଁ । ଏ ବ୍ରହ୍ମାଣ୍ଡରେ କିଏ ପ୍ରକୃତରେ ସତୀ ନାରୀ ମୋତେ କୁହନ୍ତୁ । ବ୍ରହ୍ମା ହେଉଛନ୍ତି ବ୍ରହ୍ମାଣ୍ଡ ସୃଷ୍ଟିକର୍ତ୍ତା । ତେଣୁ ତାଙ୍କର ସ୍ତ୍ରୀ ହୋଇଥିବାରୁ ମୁଁ ହେଉଛି ବ୍ରହ୍ମାଣ୍ଡର ସତୀ । ମୋଠାରୁ କେହି ସତୀ ନାରୀ ଆଉ ନାହାନ୍ତି । ଗର୍ବର ସହିତ କହିଲେ ମାତା ସାବିତ୍ରୀ । ସେଠାରୁ ଫେରି ମା ଲକ୍ଷ୍ମୀଙ୍କ ପାଖରେ ପହଞ୍ଚିଲେ ନାରଦ ମୁନି । ମା ଲକ୍ଷ୍ମୀଙ୍କୁ ନାରଦ ମୁନି ପଚାରିଲେ ଏ ବ୍ରହ୍ମାଣ୍ଡରେ ସତୀ ନାରୀ କିଏ ମୋତେ କୁହନ୍ତୁ । ଧନର ଅଧିକାରିଣୀ, ଅନ୍ନଦାତ୍ରୀ ପୁଣି ବିଷ୍ଣୁଙ୍କ ଘରଣୀ ତେଣୁ ମୁଁ ଏ ବ୍ରହ୍ମାଣ୍ଡରେ ସତୀ ନାରୀ । ମୋ ଠାରୁ ସତୀ ନାରୀ ଆଉ କେହି ନାହିଁ । ଗର୍ବର ସହିତ ନାରଦ ମୁନିଙ୍କୁ କହିଲେ ମା ଲକ୍ଷ୍ମୀ । ପୁଣି ସେଠାରୁ ଫେରି ମାତା ପାର୍ବତୀଙ୍କ ପାଖରେ ପହଞ୍ଚିଲେ ନାରଦ ମୁନି । ବ୍ରହ୍ମାଣ୍ଡ ଯାକ ବୁଲି ଆସିଲି କେଉଁଠି ହେଲେ ଜଣେ ସତୀ ନାରୀ ପାଇଲି ନାହିଁ, ଆପଣ ଏ ବ୍ରହ୍ମାଣ୍ଡରେ ସତୀ ନାରୀ କିଏ ଅଛି କୁହନ୍ତୁ । ମାତା ପାର୍ବତୀଙ୍କୁ ପଚାରିଲେ ନାରଦମୁନି । ଯେହେତୁ ମହାଦେବ ଶିବଙ୍କ ଘରଣୀ ତେଣୁ ମୁଁ ହେଉଛି ଏ ବ୍ରହ୍ମାଣ୍ଡରେ ସତୀ ନାରୀ । ମୋ ଛଡା ସତୀ ନାରୀ ଆଉ କେହି ଏ ଜଗତରେ ନାହାନ୍ତି । ତିନି ଜଣଙ୍କ ଠାରୁ ଶୁଣି ଫେରିଆସି ମର୍ତ୍ତ୍ୟର ଅତ୍ରୀ ଋଷିଙ୍କ ଆଶ୍ରମରେ ପହଞ୍ଚିଲେ ନାରଦ ମୁନି । ଅତ୍ରୀ ଋଷି ତପସ୍ୟାକୁ ଯାଇଥିବାରୁ ଘରେ ଏକୁଟିଆ ଥିଲେ ତାଙ୍କର ସ୍ତ୍ରୀ ଅନସୂୟା । ସତୀ ନାରୀ ସନ୍ଧାନରେ ବ୍ରହ୍ମାଣ୍ଡ ଯାକ ବୁଲିଲି ହେଲେ କେଉଁଠି ଜଣେ ବି ସତୀ ନାରୀ ପାଇଲି ନାହିଁ । ସାବିତ୍ରୀ, ଲକ୍ଷ୍ମୀ ଓ ପାର୍ବତୀଙ୍କୁ ଭେଟିଲି ସେମାନେ ବ୍ରହ୍ମାଣ୍ଡରେ ସତୀ ନାରୀ ବୋଲି କହିଲେ । କିନ୍ତୁ ମର୍ତ୍ତ୍ୟବାସୀ କହୁଛନ୍ତି ଆପଣ ହେଉଛନ୍ତି ସତୀ ନାରୀ । ମୋତେ ଆପଣ କୁହନ୍ତୁ ଏ ବ୍ରହ୍ମାଣ୍ଡରେ ପ୍ରକୃତ ସତୀ ନାରୀ କିଏ ? 

  ନାରଦ ମୁଖରୁ ଏକଥା ଶୁଣି ଅନସୂୟା ଲୁହାର ଚଣା ମୁଠାଏ ନିଅ, ଯିଏ ଏହି ଚଣାକୁ ଖଇ ଭଳି ଭାଜି ଦେବ ଜାଣିବ ସେ ହେଉଛି ବ୍ରହ୍ମାଣ୍ଡରେ ସତୀ ନାରୀ । ଲୁହାର ଚଣାକୁ ନେଇ ଗର୍ବର ସହିତ ନିଜକୁ ସତୀ ନାରୀ ବୋଲି କହୁଥିବା ତିନି ଜଣଙ୍କ ପାଖରେ ପହଞ୍ଚିଲେ ନାରଦ ମୁନି । ସମସ୍ତ ବିଷୟ ବୁଝାଇ କହିଲା ପରେ ଲୁହାର ଚଣା ଭାଜି ଦେବା ପାଇଁ ନାରଦ ମୁନି ସାବିତ୍ରୀ, ଲକ୍ଷ୍ମୀ ଓ ପାର୍ବତୀଙ୍କୁ ଦେଲେ । ହେଲେ କେହି ଭାଜି ପାରିଲେ ନାହିଁ । ମନେମନେ ନିଜକୁ ଲଜ୍ଜାବୋଧ କରି ମନ ଦୁଃଖରେ ଶୋଇ ରହିଲେ । ସ୍ବାମୀ ମାନେ ଘରକୁ ଫେରି ସ୍ତ୍ରୀଙ୍କ ଠାରୁ ସବୁ ଶୁଣିଲା ପରେ ସତୀ ନାରୀକୁ ଅସତୀ କରି ନିଜ ସ୍ତ୍ରୀକୁ ସତୀ ବୋଲି ପ୍ରମାଣିତ କରିବା ପାଇଁ ପ୍ରସ୍ତୁତ ହେଲେ । ଉପାୟ ପାଞ୍ଚି ବ୍ରହ୍ମା, ବିଷ୍ଣୁ ଓ ଶିବ ମିଳିମିଶି ବ୍ରାହ୍ମଣ ବେଶରେ ସତୀ ଅନସୂୟାଙ୍କ ସତୀତ୍ବ ନଷ୍ଟ କରିବା ପାଇଁ ଆଶ୍ରମରେ ପହଞ୍ଚିଲେ । ସେତେବେଳକୁ ଏମାନଙ୍କ କପଟ ବିଷୟରେ ଅନସୂୟା ଧ୍ଯାନବଳରେ ସବୁ ଜାଣି ସାରିଥାନ୍ତି ।

    ଅତ୍ରୀ ଋଷିଙ୍କ ଆଶ୍ରମରେ ପହଞ୍ଚି ବ୍ରାହ୍ମଣ ତ୍ରୟ କହିଲେ ଆମ୍ଭଙ୍କୁ ଭାରି ଭୋକ ହେଲାଣି କିଛି ଖାଇବାକୁ ଦିଅନ୍ତୁ । ଘରେ ମୁଁ ଏକୁଟିଆ, ସ୍ବାମୀ ମୋର ତପସ୍ୟାରେ, ଘରେ ବି ସେମିତି କିଛି ନାହିଁ, କ'ଣ ଦେବି ଖାଇବାକୁ, ଦୁଆରୁ ଅତିଥିଙ୍କୁ ଫେରେଇ ଦେଲେ ପାପ ହେବ, ଏହିପରି କିଛି ସମୟ ଭାବି ଭାବି ଧ୍ଯାନ ବଳରେ ସ୍ବାମୀଙ୍କୁ ଜଣାଇଲେ । ଆସିଲା ନିର୍ଦ୍ଦେଶ । କହିଲେ ଖାଇବାକୁ ଦେବି ନିଶ୍ଚୟ ହେଲେ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ କାରଣ ରୋଷେଇ କରିବାକୁ କିଛି ସମୟ ଲାଗିବ ।ହଁ ଅପେକ୍ଷା କରିବୁ କିନ୍ତୁ ଯଦି ତୁମେ ନିଜ ହାତରେ ରୋଷେଇ କରି ଖାଇବାକୁ ଦେବ । ଅନସୂୟା ହଁ କହିବାରୁ ଅତିଥି ଗୋସାଇଁ ଅପେକ୍ଷା କଲେ, ଅନସୂୟା ରୋଷେଇ କାର୍ଯ୍ୟରେ ବ୍ଯସ୍ତ ରହିଲେ । କିଛି ସମୟ ମଧ୍ୟରେ ରୋଷେଇ ସାରି ଅଲଗା ଅଲଗା ଥାଳିରେ ବାଢି ଭୋଜନ କରିବା ପାଇଁ ଡାକିଲେ । ଅତିଥି ଗୋସାଇଁ ଥାଳି ପାଖରେ ବସିଲେ, ଅନସୂୟା ସେମାନଙ୍କୁ ଭାଜନ ନିମନ୍ତେ ଅନୁରୋଧ କଲେ । ଅତିଥିମାନେ କହିଲେ ଆମ୍ଭେ ଭୋଜନ କରିବୁ ସତ କିନ୍ତୁ ଗୋଟିଏ ସର୍ତ୍ତରେ । ତୁମେ ଆଗ ସତ୍ୟ କର ଆମ୍ଭେ କହିବୁ । ଘରେ ଏକୁଟିଆ ପୁଣି ସତ୍ୟ କରିବାକୁ ପଡିବ, ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଅନସୂୟା । ସ୍ବାମୀଙ୍କୁ ସ୍ମରଣ କରି ସତ୍ୟ କଲେ । ଅତିଥି ଗୋସାଇଁ କହିଲେ ଅନସୂୟା ତୁମେ ଯଦି ଉଲଗ୍ନ ହୋଇ କୋଳରେ ବସାଇ ନିଜ ହାତରେ ଖୁଆଇ ଦେବ ତେଵେ ଯାଇ ଆମ୍ଭେ ଭାଜନ କରିବୁ, ନଚେତ୍ ଫେରିଯିବୁ । ସଙ୍ଗେ ସଙ୍ଗେ ଅନସୂୟା ସ୍ବାମୀଙ୍କୁ ସ୍ମରଣ କରି ମନ୍ତ୍ର ଜଳ ସିଞ୍ଚି ସେମାନଙ୍କୁ ତିନି ମାସିଆ କୋମଳମତି ଶିଶୁ କରିଦେଲେ । ଏବଂ ପରେ ଉଲଗ୍ନ ହୋଇ କୋଳରେ ଵସାଇ ପେଟଭରି ଖୁଆଇଲେ । ବିଶ୍ରାମ ପାଇଁ ତିନିଟି ଦୋଳିରେ ତିନି ଶିଶୁଙ୍କୁ ଶୁଆଇଦେଲେ । ସତୀତ୍ବ ନଷ୍ଟ କରିବାକୁ ଯାଇଥିବା ସ୍ବାମୀଙ୍କ ଫେରିବା ବିଳମ୍ବ ହେତୁ ସ୍ତ୍ରୀମାନେ ଚିନ୍ତାରେ ଥିଲେ । ଏହି ସମୟରେ ନାରଦ ମୁନି ପହଞ୍ଚି କହିଲେ ତୁମମାନଙ୍କ ସ୍ବାମୀ ଅନସୂୟାଙ୍କ ପାଖରେ ବନ୍ଧା ପଡିଛନ୍ତି । ଶୀଘ୍ର ଯାଇ ମୁକୁଳାନ୍ତୁ । କାଳବିଳମ୍ବ ନକରି ସ୍ବାମୀଙ୍କୁ ମୁକୁଳାଇବା ପାଇଁ ନାରଦ ମୁନିଙ୍କୁ ସାଙ୍ଗରେ ନେଇ ଅନସୂୟାଙ୍କ ଘର ପହଞ୍ଚିଲେ । କେହି କିଛି ବୁଝିବା ପୂର୍ବରୁ ତିନି ଜଣ ଯାକ ଅନସୂୟାଙ୍କ ଗୋଡତଳେ ପଡି ନିଜର ଭୁଲ୍ ସ୍ବୀକାର କଲେ ଏବଂ ପରସ୍ପର ସ୍ବାମୀ ମାନଙ୍କୁ ଫେରାଇ ଦେବାକୁ ଅନୁରୋଧ କଲେ । କିଏ କାହାର ସ୍ବାମୀ ଓ କିଏ କାହାର ସ୍ତ୍ରୀ ମୁଁ ଜାଣିନାହିଁ, ଦୋଳିରେ ଶୋଇଛନ୍ତି ନିଜ ନିଜର ସ୍ବାମୀଙ୍କୁ ଚିହ୍ନି ନିଅ । ସମସ୍ତେ ଶିଶୁ ଅବସ୍ଥାରେ ଶୋଇଥିଲେ ଏବଂ ଏକାପରି ଦିଶୁଥିଲେ, ତେଣୁ କିଏ କାହାର ସ୍ବାମୀ ବୋଲି କେହି ଚିହ୍ନି ପାରିଲେ ନାହିଁ । ମନ ମଧ୍ୟରେ ଦ୍ବନ୍ଦ ରଖି ଜଣ ଜଣକୁ କାଖେଇ ନେଲେ ଏବଂ ଅନୁରୋଧ କଲେ ସ୍ବାମୀଙ୍କର ପୂର୍ବ ରୂପ ଫେରାଇ ଦେବାପାଇଁ । ସ୍ବାମୀମାନେ ଯେତେବେଳେ ନିଜ ରୂପ ଫେରି ପାଇଲେ, ସେତେବେଳେ ଦେଖିଲେ ଯେ ଭାଇବୋହୂ କୋଳରେ ଦେଢଶୁର । ତେଣୁ ସତୀ ନାରୀକୁ ଅସତୀ କରିବାକୁ ବ୍ରାହ୍ମଣ ବେଶରେ ଯାଇଥିବା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ନିଜର ପାପ କର୍ମ ପାଇଁ ଲଜ୍ଜିତ ହେଲେ ଏବଂ ବ୍ରହ୍ମାଣ୍ଡରେ ଅନସୂୟା ସତୀ ନାରୀ ବୋଲି ଘୋଷଣା କଲେ ।

 ଏହି ସମୟରେ ନାରଦ କଥାଟାକୁ ହାଳକା କରିବାକୁ ଯାଇ କଳିଯୁଗର ଲୋକମାନଙ୍କ ଆଚାର ବ୍ୟବହାର ବିଷୟରେ କହିବାକୁ ଯାଇ କହିଲେ ପ୍ରଭୁ ବ୍ରହ୍ମା, ଆପଣ ତୁଚ୍ଛାରେ ସିନା ବ୍ୟସ୍ତ ହେଉଛନ୍ତି ଯେ ସୃଷ୍ଟିରେ ଆପଣଙ୍କର ଚାରିପୁତ୍ର ଦ୍ୱାପର, ତ୍ରେତୟା, ସତ୍ୟ ଓ କଳି ଭିତରେ କଳିରେ ଲୋକମାନେ ପରିବାର ଭିତରେ ମଧ୍ୟ ଆତ୍ମୀୟ ସ୍ୱଜନଙ୍କ ଭିତରେ ମାନ ମନାନ୍ତର ଓ ଦ୍ବିମତ ପ୍ରକାଶ କରି ଘର ଭାଙ୍ଗିବେ ବୋଲି । ମୁଁ କିନ୍ତୁ ଦିବ୍ୟ ଚକ୍ଷୁରେ ଗୋଟେ ଘଟଣା ଦେଖାଇବି ଯୋଉଠି କଳି ଯୁଗରେ ମଧ୍ୟ ସ୍ତ୍ରୀ ଲୋକମାନଙ୍କ ଭିତରେ ସାବିତ୍ରୀମା ଲଷ୍ମୀମା ଓ ପାର୍ବତୀମାଙ୍କ ଭଳି ସ୍ତ୍ରୀମାନଙ୍କ ପାଇଁ ଘର ସଂସାର ହସିଉଠୁଛି। 

ଏଥର ସମସ୍ତେ ଟିକେ ଆଶ୍ଵସ୍ତ ହୋଇ ଦେଖିବାକୁ ଲାଗିଲେ।କଳି ଯୁଗର ଗୋଟିଏ ସହରରେ ତିନି ଭାଇ ରହୁଥିଲେ । ସେମାନଙ୍କ ସଂପର୍କ ଥିଲା ଅତ୍ଯନ୍ତ ମଧୁର ଓ ନିବିଡ । କିନ୍ତୁ ସେଇ ସହରର ସବୁବେଳେ ଘରେ ଘରେ ଅଶାନ୍ତ ଲାଗି ରହିଥିଲା । ଭାଇମାନଙ୍କ ଭିତରେ ପଟୁ ନ ଥିଲା । ବିଭିନ୍ନ ପ୍ରକାର ଗଣ୍ଡଗୋଳ ଭାଇମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିଲା । ପିଟାମରା ଭିତରେ ନିଜର ଘର ଓ ଜମିବାଡି ମଧ୍ୟ ଭାଗ ଭାଗ ହେଉଥିଲା । ସେତିକି ବେଳେ ସହରର ଲୋକେ ଏଇ ତିନି ଭାଇଙ୍କ ଉଦାହରଣ ଦେଇ କହୁଥିଲେ ଏମିତି ଭ୍ରାତୃତ୍ବ ପ୍ରୀତି ସତରେ ବିରଳ । ଭଗବାନଙ୍କ ଆର୍ଶୀବାଦରୁ ଏ ଦୁଇ ଭାଇଙ୍କ ମନ ମିଳିଛି । 

   ଦିନେ ସେମାନଙ୍କର ଜଣେ ପଡୋଶୀ ବଡ଼ ଭାଇଙ୍କୁ ପଚାରିଲେ- ଆପଣ ତିନି ଭାଇଙ୍କ ସଂପର୍କ ଏତେ ଭଲ କେମିତି ? ବଡ଼ ଭାଇ କହିଲେ- ଆମର ମନ ମିଳେ । ପଡୋଶୀ ପଚାରିଲେ- ଏମିତି କେମିତି ସମ୍ଭଵ ? ଆପଣ ତିନି ଜଣ ତିନି ଅଲଗା ଅଲଗା ମଣିଷ । ଏମିତି କ'ଣ କେବେ ବି ଆପଣଙ୍କ ମନ ଭିତରେ ବା ମତ ଭିତରେ ଅମେଳ ହୋଇନାହିଁ ? ବଡ଼ ଭାଇ କହିଲେ-ମନର ଅମେଳ ତ ପ୍ରଚୁର ।

   ପଡୋଶୀ ବିସ୍ମିତ ହୋଇ କହିଲେ -ଆଜ୍ଞା, ବୁଝି ପାରୁନାହିଁ । ଆପଣ ଥରେ କହିଲେ ମନ ମିଳିଯାଏ । ପୁଣି ଆଉ ଥରେ କହୁଛନ୍ତି ମନର ଅମେଳ ଅନେକ । ଟିକିଏ ବୁଝାଇ ଦେବେ କି ?

   ବଡ଼ ଭାଇ ହସି ହସି କହିଲେ- କଥାଟା ଏମିତି, ଶୁଣ । ଯେଉଁ ସଵୁ କଥାରେ ଆମ ତିନି ଭାଇଙ୍କ ମନ ମିଳେ ସେ ସଵୁ କଥାରେ ଆମେ ପରସ୍ପରକୁ ଧନ୍ୟବାଦ ଜଣାଉ । କାରଣ ସେଥିରେ ଚିନ୍ତା କରିବାର କିଛି ନାହିଁ । କିନ୍ତୁ ଯେଉଁଥିରେ ମନ ମିଳେନାହିଁ, ସେଭଳି କଥାରେ ଆମେ ଉଭୟ ପରସ୍ପରର ମତକୁ ସମ୍ମାନ ଜଣାଉ କାରଣ ଆମ ସ୍ତ୍ରୀମାନେ, ସାବିତ୍ରୀ,ଲଷ୍ମୀ ଓ ପାର୍ବତୀଙ୍କ ଅଂଶରେ ଜନ୍ମ ହେବା ଭଳି ହୃଦବୋଧ ହୁଏ । ସେମାନେ ଆମ ତିନି ଭାଇଙ୍କ ଭିତରେ ଉପୁଜିଥିବା ମନର ଅମେଳ ବେଳେ କ'ଣ କରାଯିବା ଉଚିତ ସେ ନେଇ ଆମ ତିନି ଭାଇଙ୍କୁ ଉପଦେଶ ଛଳରେ ସହି ଯାଇ ପରସ୍ପର ମତ ଏକ ଵୋଲି ଭାବିବାକୁ ଆମ ତିନି ଭାଇଙ୍କୁ ପରାମର୍ଶ ଦେଇ ଏକ ନିକର୍ଷ ବାହାର କରିଥାନ୍ତି।ସେମାନଙ୍କ ପାଇଁ ଆମେ ତିନିହେଁ ଏଵେ ବି ଘନିଷ୍ଠ ହୋଇ ରହିଛୁ । ଏହାତ ସଵୁ ସଂପର୍କର ମଞ୍ଜି କଥା କିନ୍ତୁ ତାହା ସବୁ ଆମ ସ୍ତ୍ରୀମାନଙ୍କ ଗୁଣ ଧର୍ମ ଯୋଗୁଁ ସମ୍ଭବ ହୋଇପାରିଛି।ତେଣୁ ଆମେ ତିନି ଭାଇ ପୁରୁଷ ହେଲେ ମଧ୍ୟ ସାବିତ୍ରୀ, ଲଷ୍ମୀ ଓ ପାର୍ବତୀମାଆମାନଙ୍କୁ ଖୁବ ଭକ୍ତି କରି ପୂଜା କରି ଏପରି ଦେବୀ ରୂପୀ ସ୍ତ୍ରୀ ପାଇ ଧନ୍ୟ ହୋଇଯାଇଛୁ, ମାତୃକୃପା ବିନା ଏ କଳି ଯୁଗରେ ଭାଇ ଭାଇ ଏକାଠି ଘର ସଂସାର କରି ରହିବା ସମ୍ଭବ ହୁଅନ୍ତାନି।ଏଥର ସାଙ୍ଗରେ ଥିବା ଦେବ ଓ ଦେବୀମାନେ ହସିଲେ ଓ ପ୍ରଫୁଲ୍ଲିତ ଦେଖାଗଲେ । ଏତିକି ବେଳେ ନାରାଦ ମୁନି କହୁଥିଲେ ନାରାୟଣ ନାରାୟଣ।


Rate this content
Log in

Similar oriya story from Abstract