STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ଉଦ୍ଧବ ପଚାରୁ ତୁ କେତେ

ଉଦ୍ଧବ ପଚାରୁ ତୁ କେତେ

1 min
625

ଆଜିକାଲି ଢେର ରାତି ଯାଏଁ ନିଦହୁଏ ନାହିଁ, ତ, ବିଭିର୍ଣ୍ଣ ଆପ କୁ ଯିବା ଛଡା ଉପାୟ କାହିଁ ତ ହ୍ୱାଟ୍ସ ଆପ ରେ ରାତି 11ଟା ରେ ବନ୍ଧୁଙ୍କ ମେସେଜ ଟିଏ. ପଢିବାକୁ ଲାଗିଲି ତ ଡର ଭୟ ଓ ଆଶଙ୍କାରେ ବୁଡ଼ିଗଲି      ଆମ ଛୋଟ ସହରରେ ଡକେଇତି, ଜଣଙ୍କ ଘରେ 8/9ଜଣ ବନ୍ଧୁକ ଦେଖାଇ ଲୁଟିନେଇଛନ୍ତି ଟଙ୍କା, ସୁନା, ରୁପା. ଭୟ ରେ ପ୍ରଭୁଙ୍କୁ ଡାକିଲି, ହେ ପ୍ରଭୁ ରକ୍ଷାକର. ମୋ ଘରେ ପଶି ମୋ ଅସୁସ୍ଥ ବୋଉ ମୁଣ୍ଡରେ ବନ୍ଧୁକ ଲଗେଇଦେଇଥିଲେ କଣ ହେବ ତା ଅବସ୍ଥା.       କାହାକୁ କିଛି ନା କହି ତଳକୁ ଯାଇ କବାଟ, ଝରକା ଓ ସବୁ ଗେଟ ବନ୍ଦ ହୋଇଛିକି ନାହିଁ ଦେଖିଆସିଲି, ଓ ହେ ପ୍ରଭୁ ରକ୍ଷାକର କହି ବୋଉ କୁ ଜାବୁଡି ଶୋଇଗଲି, ସେକିଛି ପଚାରିବା ପୁର୍ବରୁ ଘୁଙ୍ଗୁଡ଼ି ର ଛଳନା ରେ ରାତିସାରା ହନୁମାନ ଚାଳିଶା ବୋଲୁ ବୋଲୁ ରାତିପହିଗଲା ଜଣାନାହିଁ ମତେ     ସବୁଦିନପରି ତରବରରେ ନିତ୍ୟକର୍ମ ସାରି କର୍ମକ୍ଷେତ୍ର କୁ ଯିବା ବାଟରେ ମନ୍ଦିର ଭିତରେ କହେଁଇର ଅପୂର୍ବ ଠାଣିରେ ବିମୋହିତ ହୋଇ ଧନ୍ୟବାଦ ଓ କୃତଜ୍ଞତା ରେ ଆଖି ଓଦା ହୋଇଆସୁଥିବା ବେଳେ ହଠାତ କହ୍ନେଇଙ୍କ ହାତରୁ ବଇଁଶୀ ଟି ଖସିଯିବା ଦୃଶ୍ୟ ରେ ପଛକୁ ବୁଲି ପଣ୍ଡା ଙ୍କୁ ଜଣାଇବା ନିମନ୍ତେ ଚାହିଁ ସ୍ତବ୍ଧ ହେଲି. ତ ଦେଖିଲି,   କେତେକ ପଣ୍ଡା ଙ୍କ ସହ କେତେକ ପୋଲିସ ପସି ଆସୁଥିଲେ ଗମ୍ଭିରା ଭିତରକୁ, କାରଣ ଥିଲା ଗତରାତିରେ ମନ୍ଦିର ରୁ ଚୋରି ଯାଇଥିବା ଅଳଙ୍କାର, ସୁନା ରୁପା ଓ ଠାକୁର ଙ୍କ ଅତିପ୍ରିୟ ବଇଁଶୀ ର ସନ୍ଧାନ ରେ.     ହତବମ୍ବ ଅବସ୍ଥାରେ କହେଁଇକଙ୍କୁ କି ରୂପେ କୃତଜ୍ଞତା ଜଣାଇବି ବୁଝିନପାରି ସ୍ଥାଣୁ ପାଲଟି ଯାଇଥିଲି ଠାକୁରଙ୍କ ମୋ ପ୍ରତି ଥିବା ଭଲପାଇବା ଓ ବନ୍ଧୁତା ର ଚରମ ନିଦର୍ଶନ ରେ କେବଳଭାବ ବିହ୍ଵଳିତ ହୋଇକି ମୁଁ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract