ତ୍ୟାଗ (ଅଣୁଗଳ୍ପ )
ତ୍ୟାଗ (ଅଣୁଗଳ୍ପ )
ସେଦିନ ବାଦଲକୁ ବର୍ଷା ରାଣ ଦେଇ କହିଥିଲା :
ଜୀବନ ସାଥି ହେବ ବୋଲି l ସୁଖ ଆଉ ଦୁଃଖର ସହଭାଗୀ ହେବ ବୋଲି ଵି ଶପଥ ନେଇ ଥିଲା l
ବର୍ଷାକୁ ନେଇ ବାଦଲ ଦେଖିଥିଲା କେତେ କେତେ ସୁନା ସପନ l
ତା ସାଥେ ରହି ସୁନା ସଂସାର ଗଢ଼ିବ ସେ l ଦୁନିଆ ତାର ବଦଳି ଯିବ l ତା ଦୁନିଆ ସରଗ ପାଲଟି ଯିବ l
ହେଲେ ଋତୁ ବଦଳିଲା l ସମୟ ବଦଳିଲା l ଆଉ ତା ସାଥେ ସାଥିର ମନ ଵି ବଦଳିଗଲା l
ଶ୍ରାବଣ ଆସିଲା ନୂଆ ରଙ୍ଗ ନେଇ l ବରଷା ମନରେ ସାତ ରଙ୍ଗ ବରଷି ଗଲା l
ଶ୍ରାବଣ ସାଥିରେ ବରଷି ଯାଇ ସାଗର ପାଖେ ତା ମନକୁ ହଜେଇ ଦେଲା l
ପୁରୁଣା ଦିନ ସବୁ ପାସୋରି ଦେଲା
ନୂଆ ସାଥି ପାଇ ପୁରୁଣା କଥା ସବୁ ସ୍ମୃତି ପାଲଟି ଗଲା l
ବାଦଲ ସାଜିଲା ତ୍ୟାଗର ପ୍ରତୀକ l
ପ୍ରେମ କରି ସେ ସତରେ ସଫଳ ହେଲା l