Ghanashyam Biswal

Tragedy

0.2  

Ghanashyam Biswal

Tragedy

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

5 mins
611


‌ବାସ୍ତବରେ ଏ ଦୁନିଆରେ ବଞ୍ଚିବାକୁ ହେଲେ କେତେଯେ ସଂଘର୍ଷ କରିବାକୁ ପଡେ ଏହି କଥାଟିର ମର୍ମକୁ ଠିକ ଭାବରେ ହୃଦୟଙ୍ଗମ କରିପାରିଛି । ସମାଜରେ ମୁଣ୍ଡଟେକି ଚାଲିବାକୁ ହେଲେ କେତେଯେ ସମସ୍ୟାର ସମାଧାନ କରି ଆଗକୁ ବଢିବାକୁ ହୁଏ ସେ କଥାକୁ ଵି ମୋର ଜୀବନରେ ଭଲ ଭାବରେ । ସତରେ ସପନର ଦୁନିଆଁ ତ କେତେ ସୁଖଭରା ଆଉ ବାସ୍ତବତା ଠିକ ତାର ଓଲଟା । ସେଇଥିପାଇଁ ତ ସମସ୍ତେ ସପନ ଦେଖିବାକୁ ଭଲ ପାଆନ୍ତି ଓ ଜିଇଁବାକୁ ଵି ଚାହାଁନ୍ତି । ହେଲେ ସପନକୁ କିଏବା ଆୟତ୍ତ କରିପାରିଛି । ମିଛ ମରୀଚିକା ପଛରେ ଅଣ ନିଶ୍ୱାସୀ ହୋଇ ଧାଇଁବା ଯାହା ସପନ ମାନଙ୍କୁ ହାତ ପାପୁଲି ରେ ସାଉଁଟିବା ଠିକ ସେଇଆ ।


ପିଲାଦିନେ ମା ଠିକ କହୁଥିଲା ସ୍ବପ୍ନ ଓ ବାସ୍ତବତା ଭିତରେ ଥିବା ଫରକ ବୁଝିବାଟା ନିହାତି ଆବଶ୍ୟକ ନହେଲେ ମଝି ନଇରେ ଜୀବନର ଡ଼ଙ୍ଗା ବୁଡିବାଟା ଥୟ । ମୁଁ କିନ୍ତୁ ମା ର କଥାକୁ ବିଲକୁଲ ଵି ଖାତିର କରିନି ଯାହାର ଅନୁତାପ ମୁଁ ଆଜି କରୁଛି । ଆଉଥରେ ପଛକୁ ଫେରିବାକୁ ସାହସ ଜୁଟାଇ ପାରୁନି । ବାଟବଣା ପଥିକ ପରି ଲକ୍ଷ୍ୟହୀନ ହୋଇଯାଇଛି ଆଜି । କାହାକୁ ବା ନିନ୍ଦା ଦେବି? ଜାଣିଛି ମୋ କରିଥିବା ପାପର ପ୍ରାୟଶ୍ଚିତ ଵି ନାହିଁ । ନିଜ ଜୀବନକୁ ନିଜେ ଜାଳିପୋଡି ପାଉଁଶ କରିଦେଇଛି । ଏଥିରେ କାହାର ଭା କଣ ଭୁଲ । ମନ ବାଟବଣା ହେଲେ ଏତେ ବଡ ଶାସ୍ତି ମିଳେ ବୋଲି ମୁଁ ଆଗରୁ ଜାଣିଥିଲେ ଏତେବଡ ଦୁଃସାହାସ କରିନଥାଆନ୍ତି । ସେଦିନ ପ୍ରଥମଥର ଯେତେବେଳେ ଲିଲି ସାହା ମୋର ସାକ୍ଷାତ ହେଲା ମୁଁ ବୁଝି ଯାଇଥିଲି ଯେ ଲିଲି କେବଳ ମୋର । ତାକୁ ବିଧାତା ମୋ ପାଇଁ ଏ ପୃଥିବୀକୁ ପଠେଇଛନ୍ତି । ଲିଲି ଵି ତ ମୋତେ ନିଜର କରିନେଲା ତାର ସୁନେଲି ଆଖି ଓ ମିଠା ମିଠା କଥାରେ । ମୋ ମା ଗୋଟିଏ ଛୋଟ ପରିବା ଦୋକାନ ଥିଲା । ସେଥିରେ ଯାହା ଵି ରୋଜଗାର ହୁଏ ଆମ ପରିବାର ଚଳେ। ମୁଁ ସେତେବେଳେ ବି-ଟେକ ପଢୁଥାଏ । ମା ର ଇଚ୍ଛା ମୁଁ ଗୋଟେ ବଡ ଇଞ୍ଜିନିଅର ହେବି ଓ ବହୁତ ପଇସା ରୋଜଗାର କରିବି । ତାପରେ ଆମ ଘରର ଭାଗ୍ୟ ପୁରାପୁରି ବଦଳିଯିବ। ମୁଁ ବି ମା ର ସ୍ବପ୍ନକୁ ସାକାର କରିବାକୁ ପ୍ରାଣପଣେ ଚେଷ୍ଟା କରୁଥାଏ । ଲିଲି ମୋର ସହପାଠୀ ଥିଲା । ପ୍ରତିଦିନ ଆମ ପରିବା ଦୋକାନକୁ ଆସେ ଓ ନିହାତି କିଛି ଜିନିଷ କିଣେ । ତା ସହିତ ମୋ ମା ସହିତ ସୁଖ ଦୁଃଖ ବି ହୁଏ । ଧୀରେ ଧୀରେ ଆମ ଭିତରେ ନିବିଡତା ବଢିଲା । ମୁଁ ଯେମିତି ହେଲେ ବାହାନା କରି ଦୋକାନରୁ ଛୁମାରି ପହଁଚିଯାଏ ମୋ ଲିଲି ପାଖକୁ । ମୋ ମା ପୁଅ ଝିଅଙ୍କ ମିଳାମିଶାକୁ ବିଲକୁଲ ପସନ୍ଦ କରେନି । ପିଲାଟି ଦିନରୁ ବାପାଙ୍କୁ ହରାଇଛି । ଏତେବଡ ଦୁନିଆରେ ମୋ ମା ଛଡା ଏ ଦୁନିଆରେ କେହି ବି ନାହାନ୍ତି । ପ୍ରଥମେ ପ୍ରଥମେ ମୋ ମା କିଛି କହୁନଥିଲା । ହେଲେ ଲିଲିର ଏମିତି ବାରମ୍ବାର ଯିବାଆସିବା ତାକୁ ଭଲ ଲାଗୁ ନଥିଲା । ମୁଁ ବି ତାହା ଠିକ ଅନୁଭବ କରିପାରୁ ଥିଲି । ହେଲେ ଲିଲିକୁ ଦେଖିଲେ ପାଗଳ ପରି ତା ପାଖକୁ ଧାଇଁ ପଡୁଥିଲି । କେତେଥର ତାଗିଦ କରିଛି ମୋ ମା ଲିଲି ସହିତ ମିଳାମିଶା କମ କରିବାକୁ । ହେଲେ ମୁଁ ତ ଲିଲିକୁ ମୋର ଅଭିନ୍ନ ଅଙ୍ଗ ବୋଲି ଭାବି ନେଇଥିଲି । ତାକୁ ଦିନେ ନ ଦେଖିଲେ ମନ ଟା ଖାଁ ଖାଁ ଲାଗୁଥିଲା । ଧୀରେ ଧୀରେ ମୁଁ ମୋ ପାଠପଢା ପ୍ରତି ବି ବିମୁଖ ହେଲି । ଯେଉଁଠି ଦେଖିଲେ ଲିଲିର ମୁହଁ ମୋ ଆଖି ଆଗରେ ନାଚି ଉଠୁଥିଲା । ମନ ଖାଲି ଉଡି ବୁଲୁଥାଏ ଅସୁମାରୀ ସପନ ଓ ଅନାବନା ନୁଆଁ ଆଶାକୁ ନେଇ । ମୁଁ କେମିତି ଲିଲିକୁ ବାହାହେବି । ତାକୁ ମୋ ଜୀବନସାଥି କରିବି । ଆମେ କେଉଁଠି ହନିମୁନ ପାଇଁ ଯିବୁ ଏମିତି ଅନେକ କଥା । କିନ୍ତୁ ଏସବୁ ଭିତରେ ମୁଁ ଗୋଟେ ବଡ ଇଞ୍ଜିନିଅର ହେବାର ସ୍ବପ୍ନକୁ ପୁରା ଭୁଲି ସାରି ଥିଲି । କଲେଜ ଯିବା ବାହାନାରେ ମୁଁ ଲିଲି ସହିତ ସହରର ସବୁ ପାର୍କ ଓ ହୋଟେଲକୁ ଯାଇ ମସ୍ତି କରୁଥିଲି । ଲିଲି ତ ଗୋଟିଏ ଧନୀ ପରିବାରର ଝିଅ । ତା ବାପା ଜଣେ ବରିଷ୍ଠ ପୋଲିସ ଅଧିକାରୀ । ତେଣୁ ପଇସାପତ୍ରର ଅଭାବ ଆସିବ ବା କେଉଁଠୁ? ମୁଁ କିନ୍ତୁ ଏ ଭିତରେ ଗୋଟିଏ ସଚ୍ଚା ପାଗଳ ପ୍ରେମିକ ସାଜି ସାରିଥିଲି । ପାଠରେ ଧ୍ୟାନ ନଦେବାରୁ ମୋର ସବୁ ସେମିଷ୍ଟାରରେ ବ୍ୟାକ ଲାଗିଲା । ତଥାପି ମନରେ ଟିକିଏ ବି ଚିନ୍ତା ନାହିଁ କି ଡର ବି ନାଇଁ । ମୋ ପାଖରେ ମୋ ଲିଲି ଥିଲେ ମୋର ଦୁନିଆ ଅଛି । ମୋର ବା ଆଉ କଣ ଦରକାର? ମୋର ବ୍ୟବହାରରେ ହେଉଥିବା ପରିବର୍ତ୍ତନକୁ ମା ଠିକ ବୁଝି ପାରୁଥିଲା । ସେଥିପାଇଁ ତ ବେଳେ ବେଳେ ତୁଚ୍ଛାଟାରେ ମୋତେ ଗାଳି କରୁଥିଲା । ହେଲେ ସେ କି ଜାଣିବ ମୋର ପରୀକ୍ଷାରେ ପାସ ଫେଲ କଥା । ବିଚାରୀ ବେଳେ ବେଳେ ମୋତେ ପଚାରେ ଆଉ କେତେ ପାଠ ପଢିଲେ ଆମ ନବୀନା ସରକାର ତତେ ଇଞ୍ଜିନିଅର କରିବ ଯେ? ମୁଁ କିନ୍ତୁ ତା ପ୍ରଶ୍ନ ର ଉତ୍ତର ନଦେଇ ନକଲି ହସରେ ତା ମନକୁ ଶାନ୍ତି କରିଦିଏ ।


ଧୀରେ ଧୀରେ ମୁଁ ଲିଲି ସହିତ ଶାରୀରୀକ ସମ୍ପର୍କ ବି ରଖିଲି ଆଉ ଆମେ ଦୁହେଁ ବାହା ହେବୁ ବୋଲି ନିଷ୍ପତି ବି ନେଲୁ । ସେଦିନ ଲିଲି ମୋତେ ଫୋନ କରି କହିଲା ଏବେ ଦଶ ମିନିଟ ଭିତରେ ମଝିପଡା ଦୁର୍ଗା ମନ୍ଦିରକୁ ଆସ ଆମେ ବାହା ହେଇଯିବା ନହେଲେ ମୋ ବାପା ଆମ ଦୁହିଁଙ୍କୁ କେବେହେଲେ ମଧ୍ୟ ବାହା ହେବାକୁ ରାଜି ହେବେ ନାହିଁ । ମୁଁ ଲିଲି ର ଏପରି ହଠାତ ନିଷ୍ପତିକୁ ହଁ କି ନା କିଛିବି ଉତ୍ତର ଦେଇପାରିଲି ନାହିଁ । ମା କୁ କିଛି ନ ଜଣାଇ ବାହାରି ପଡିଲି ଦୁର୍ଗା ମନ୍ଦିର ଆଡ଼େ । ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ । କଣ କହି ଲିଲିକୁ ବୁଝାଇବି ଯେ ବର୍ତମାନ ଏମିତି ଲୁଚିଛପି ବାହାହେବାଟା ଠିକ ହବନି । କିନ୍ତୁ ମୁଁ ସେତକ ବି କହିବାକୁ ସାହସ ଜୁଟାଇ ପାରୁନଥିଲି ।


ମୁଁ ପହଞ୍ଚିଲି ମନ୍ଦିର ମଣ୍ଡପ ପାଖକୁ ଓ ଦେଖିଲି ସେଠାରେ ଲିଲି ସହିତ ତାର ସାଙ୍ଗ ପିଙ୍କି ବି ଥିଲା । ଲିଲି ହାତରେ ଶଙ୍ଖ। ଓ ସିନ୍ଦୁର ଧରି ମୋତେ ଅପେକ୍ଷା କରିଥାଏ । ମୋତେ ଦେଖି ତା ଆଖିରୁ ପ୍ରେମର ଅଶ୍ରୁ ଝରି ପଡିଲା । ଆମେ ପୂଜାରୀକୁ କହି ମୁଁ ତା ମଥାରେ ସିନ୍ଦୁର ଦେଇ ତାକୁ ସାତଜନମର ସାଥି କଲି । ସେ ବି ମୋ ପାଦ ଛୁଇଁ ମୋତେ ନିଜର ପତି ରୂପରେ ଗ୍ରହଣ କଲା । ହଠାତ ଲିଲିର ବାପା କେମିତି ଖବର ପାଇ ଦୁର୍ଗା ମନ୍ଦିରକୁ ଆଉ ତିନିଜଣ ପୋଲିସ ବାବୁଙ୍କ ସହିତ ଆସିଲେ ଓ ମୋତେ ତାଙ୍କ ଝିଅକୁ ଅପହରଣ କରିଥିବା ଅପରାଧ ରେ ହାଜତ ଭିତରକୁ ନେଇଗଲେ । ଲିଲି କିଛି କହିବା ଆଗରୁ ତାକୁ ଜବରଦସ୍ତି ଟେକି ନେଇ ତା ଘରେ ଛାଡି ଆସିଲେ । ମୁଁ କିନ୍ତୁ ସମ୍ପୂର୍ଣ୍ଣ ଅସହାୟ ହୋଇ ହାଜତ ଭିତରେ ସଢୁଛି । ମୁଁ ଯେତେବେଳେ ନେହୁରା ହେଇ ଲିଲିର ବାପାଙ୍କୁ ଆମ ସମ୍ପର୍କ ବିଷୟରେ କହିଲେ ବି ସେ ମୋ କଥା ଶୁଣିବାକୁ ନାରାଜ । ମୋ ମନର କୋହକୁ ମୁଁ ଆଉ ସମ୍ଭାଳିବା ଅବସ୍ଥାରେ ନାହିଁ । ଏବେ ମୋର ସବୁ ସ୍ବପ୍ନ ଛାରଖାର ହୋଇଯାଇଛି । ମୋ ମା ହାଡଭଙ୍ଗା ପରିଶ୍ରମ କରି ଯେଉଁ ବଡ ଇଞ୍ଜିନିଅର ହେବାର ସ୍ବପ୍ନ ଦେଖିଥିଲା ତାକୁ ଆଜି ମୁଁ ଜାଣିଶୁଣି ଧୂଳିସାତ କରିଛି । ଏବେ ଖାଲି ବଞ୍ଚିଛି ଖାଲି ମୋ ପାପର ଅନୁତାପ କରିବା ପାଇଁ । ଜୀବନରେ ଅନେକ କଥା ଶିଖିଛି ହେଲେ ମା କହିଥିବା କଥାକୁ ମୁଁ ସେଦିନ ମାନିଥିଲେ, ମା ଦେଖେଇଥିବା ବାଟରେ ଚାଲି ଥିଲେ ହୁଏତ ମତେ ଆଜି ଏତେ ବଡ ଦଣ୍ଡ ମିଳି ନ ଥାଆନ୍ତା । ମୁଁ ଜାଣିଛି ମା ମୋ କରିଥିବା ଭୁଲର କୌଣସି ପ୍ରାୟଶ୍ଚିତ ନାହିଁ ଆଉ ତୁ ମତେ କ୍ଷମା ବି କରିବୁନି । ମୋ ପରି ଅପରାଧୀକୁ ସଜା ମିଳିବା ବି ନିହାତି ଦରକାର । ମୁଁ ତୋ କହିଥିବା କଥାରେ ସମ୍ପୂର୍ଣ୍ଣରୂପେ ଅନୁପ୍ରେରିତ ହେଇପାରିଲି ନାହିଁ ଯାହାଫଳରେ ମତେ ଆଜି ଏତେ ବଡ ସମସ୍ୟାର ସାମ୍ନା କରିବାକୁ ପଡୁଛି । ମୁଁ ଜାଣିନି ମା ମୁଁ ଆଉଥରେ ତୋ ପାଖକୁ ଫେରିବି କି ନାହିଁ କିନ୍ତୁ ତୋତେ କଥା ଦେଉଛି ତୋ ଚଲାପଥରେ ଚାଲିବାକୁ ନିଶ୍ଚୟ ପ୍ରୟାସ କରିବି। ମୋ ମନକୁ ଆଉଥରେ ବାଟବଣା କରିବିନି କି ଅବୁଝା ବି ହେବିନି ଆଉ ତୋ ଦେଖିଥିବା ସ୍ବପ୍ନକୁ ନିଶ୍ଚୟ ସାକାର କରିବି । କାହିଁକି ଜାଣିଛୁ ମା ମୁଁ ତୋ ଆଦର୍ଶରେ ଆଜି ମୋ ହୃଦୟରୁ ସମ୍ପୂର୍ଣ୍ଣ ରୂପରେ ଅନୁପ୍ରେରିତ । 



Rate this content
Log in

Similar oriya story from Tragedy