ମାନବ ସେବା (ଅଣୁଗଳ୍ପ )
ମାନବ ସେବା (ଅଣୁଗଳ୍ପ )


ସେଦିନ ବିଦ୍ୟାଳୟରେ ଗୁରୁଜୀ କହିଲେ -ମାନବ ସେବା ହିଁ ଈଶ୍ୱର ସେବା l ତେଣୁ ଆମେ ସମସ୍ତେ ଅସହାୟ, ବୃଦ୍ଧ, ଗରିବ ଲୋକଙ୍କୁ ସାହାଯ୍ୟ କରିବା ଉଚିତ l ଏହି ସମ୍ବନ୍ଧରେ ତମେ ସମସ୍ତେ ଗୋଟିଏ ଗୋଟିଏ ରଚନା ଲେଖି ଆଣିବ l ଯାହାର ସବୁଠୁ ଭଲ ହେବ ତାହାକୁ ମୁଁ ଏକ ସୁନ୍ଦର ଉପହାର ଦେବି l
ତା ପରଦିନ ସମସ୍ତେ ବହୁତ ବଢିଆ ଶବ୍ଦ ସଂଯୋଜନା ସହିତ ସୁନ୍ଦର ସୁନ୍ଦର ରଚନା ଲେଖି ଆଣିଲେ ପ୍ରତିଯୋଗିତାରେ ଜିତିବା ଆଶାରେ l
ସ୍କୁଲ ଗେଟରେ ଏକ ବୃଦ୍ଧ ତାଙ୍କର ପ୍ରଧାନ ଗୁରୁଜୀଙ୍କୁ ସାକ୍ଷାତ କରିବା ପାଇଁ ଅଟକି ଥିଲେ l ଆଉ ସବୁ ସ୍କୁଲ ପିଲାମାନଙ୍କୁ ଅନୁରୋଧ କରୁଥିଲେ ତାଙ୍କ ହାତ ଧରି ଟିକେ ଅଫିସକୁ ପହଞ୍ଚାଇ ଦେବା ପାଇଁ l ହେଲେ କାହାରି ପାଖରେ ସମୟ ନ ଥିଲା କି କେହି ଜଣେ ହେଲେ ବି ଅସହାୟ ବୃଦ୍ଧକୁ ସାହାଯ୍ୟ କଲେ ନାହିଁ l
କିଛି ସମୟ ପରେ କ୍ଲାସରୁମକୁ ସେହି ଅସହାୟ ବୃଦ୍ଧ ଆସିଲେ l ଆଉ କହିଲେ ପିଲେ ତୁମେ ମାନେ ଖାଲି ବଢିଆ ବଢିଆ ରଚନା ଲେଖି ପାରl ହେଲେ ଅସଲ ଜୀବନରେ ପ୍ରକୃତି ମାନବ ସେବା କରି ପାରିଲ ନାହିଁ l ତେଣୁ ଏ ପ୍ରତିଯୋଗିତାରେ କେହି ବି ସଫଳ ହେଲେ ନାହିଁ l
ଏତିକି କହି ଗୁରୁଜୀ ତାଙ୍କର ନକଲି ନିଶ ଦାଢ଼ୀ ମୁହଁରୁ କାଢ଼ିଦେଲେ l
ପିଲାମାନେ ଖାଲି ଆଁ କରି ଗୁରୁଜୀଙ୍କ ମୁହଁକୁ ଚାହିଁଥାନ୍ତି l