Ghanashyam Biswal

Abstract

2  

Ghanashyam Biswal

Abstract

ଜୀବନ ବୀମା (ଅନୁଗଳ୍ପ )

ଜୀବନ ବୀମା (ଅନୁଗଳ୍ପ )

1 min
142


ଘୁମୁଡ଼ୁ ବଇଦକୁ କିଏ ବା ନଜାଣେ l ସେ ତ ବିପଦକୁ ସାହା ଆଉ ଗରୀବର ଆଶା l ହେଲେ କିଏ ଜାଣିଥିଲା ଦଇବ ତା ଜୀବନରେ ଏତେ ବଡ଼ ଅଦିନ ଚଡ଼କ ଆଣିବ? ପ୍ରାଇମେରୀ ସ୍କୁଲରେ ଜୀବନ ସାରା ଶିକ୍ଷଦାନ କରି କରି କେତେ ଛୁଆକୁ ମଣିଷ କରିଛି ସେ l ହେଲେ ଆଜି ତା ନିଜ ପୁଅ ତାର ବଇରୀ ସାଜିଛି l ଜୀବନର ଅଧାବାଟେ ତା ସ୍ତ୍ରୀ ତାକୁ ଏକା କରି ଆରପାରି କୁ ଚାଲିଗଲା l ଏବେ ସେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ l ପୁଅ ତା କଥା ନ ମାନି ସହରରେ ଗୋଟେ ଝିଅକୁ ବାହାହେଲା ଓ ସହରେ ରହି ତାକୁ ପାସୋରି ଦେଲା l ଏବେ ସେ ପୁରାପୁରି ଏକା l


ତାର ପୁଅ ମିଥୁନ ବାବୁ ପେସାରେ ଜଣେ ଶିକ୍ଷକ ସିନା ହେଲେ ଅମଣିଷ ଟିଏ କହିଲେ ବି ଚଳିବ l ବାପାଙ୍କର ସବୁ ପେନସନ ପଇସାକୁ ତାର ସ୍ତ୍ରୀର ଶାଢ଼ୀ ଓ ଗହଣା କିଣି ସାରିଦିଏ l

ଔଷଧ ପାଇଁ ପଇସା ମାଗିଲେ ତା ସ୍ତ୍ରୀ ମୁହଁରୁ ନିଆଁ ବାହାରେ l


ଦିନେ ତା ସ୍ତ୍ରୀ କହିଲା -ହେଇଟି, ଶୁଣୁଛ l ତୁମ ବାପା ଯେଉଁ LIC ଜୀବନ ବୀମା କରିଛନ୍ତି ତାକୁ କେମିତି ହେଲେ ହାସଲ

କରିଦେଲେ ଆମ ଜୀବନ ପୁରା ସୁଧୁରିଯିବ l


ମିଥୁନ କହିଲା -କେମିତି?

ତା ସ୍ତ୍ରୀ ରାଗି ଯାଇ କହିଲା -କେମିତି? ତାଙ୍କ ଔଷଧରେ ଟିକେ ବିଷ ଦେଇକି l


Rate this content
Log in

Similar oriya story from Abstract