ବଞ୍ଚିବା ଭୁଲିଗଲି (ଅଣୁଗଳ୍ପ)
ବଞ୍ଚିବା ଭୁଲିଗଲି (ଅଣୁଗଳ୍ପ)


ଛୋଟ ଥିଲି l କେବେ ବଡ଼ ହେବି ବୋଲି ମରିଯାଉଥିଲି l
ବଡ଼ ହୋଇ ବିଦ୍ୟାଳୟରେ ପଢୁଥିବା ବେଳେ କେବେ କଲେଜ ଯାଇ ବହୁତ ମଜା କରିବି ବୋଲି ମରିଯାଉଥିଲି l କଲେଜରେ ଗାର୍ଲଫ୍ରେଣ୍ଡଟିଏ ପାଇବା ପାଇଁ ମରିଯାଉଥିଲି l ଗାର୍ଲଫ୍ରେଣ୍ଡ ପାଇବା ପରେ କେବେ ସରକାରୀ ଚାକିରୀ ଖଣ୍ଡେ ପାଇବି ବୋଲି ମରିଯାଉଥିଲି l
ସରକାରୀ ଶିକ୍ଷକ ହେବା ପରେ କେବେ ମୋ ଗାର୍ଲଫ୍ରେଣ୍ଡକୁ ବାହାହେବି ବୋଲି ମରିଯାଉଥିଲି l
ବାହାଘର ସରିଲା ପରେ କେବେ ବାପା ହେବି ବୋଲି ମରି ଯାଉଥିଲି l ପିଲା ଛୁଆଙ୍କୁ କେମିତି ଭଲ ସ୍କୁଲରେ ପାଠ ପଢ଼େଇ ବଡ଼ ମଣିଷ କରିବି ସେଥିପାଇଁ ମରିଯାଉଥିଲି l
ପିଲାମାନଙ୍କ ପାଇଁ କେମିତି ଉପଯୁକ୍ତ ପାତ୍ରଟିଏ ଖଞ୍ଜି କେମିତି ହାତକୁ ଦିହାତ କରିବି ସେଥିପାଇଁ ମରିଯାଉଥିଲି l
ଏବେ ବୁଢ଼ା ଅବସ୍ଥାରେ ମୁଁ ରୁଗ୍ଣ ହୋଇ ମରିବା ଅବସ୍ଥାରେ l
ହଠାତ ମୋ ମନକୁ ପଶିଲା ଆରେ ମୁଁ ତ ବଞ୍ଚିବାଟା ପୁରା ଭୁଲିଗଲି l