Ghanashyam Biswal

Tragedy

3  

Ghanashyam Biswal

Tragedy

ଅଦିନ ଚଡ଼କ (ଅଣୁଗଳ୍ପ )

ଅଦିନ ଚଡ଼କ (ଅଣୁଗଳ୍ପ )

1 min
438


ସେଦିନ ଥିଲା ରବିବାର । ଟୁକୁନାର ମନ ବହୁତ ଖୁସି । କାରଣ ସବୁଦିନ ସେ ଯାଏ ଜଙ୍ଗଲକୁ କାଠ ହାଣିବାକୁ । ଆଉ ସେ କାଠ ବିକ୍ରି କରି ଯାହା ମିଳେ ସେଥିରେ ତାର ପରିବାର ଚଳେ । ତାର ପରିବାର କହିଲେ ସେ, ତାର ସୁନାନାକୀ କନିଆ ରେବତୀ ଆଉ ତାଙ୍କର ଦୁଇ ବର୍ଷର ଝିଅ ପୁଟିକି ।


ସବୁ ରବିବାର ଦିନ ସେ ତାର ରେବତୀ ଆଉ ତାର ଛୋଟ ପୁଅକୁ ଧରି ଜଙ୍ଗଲ ଆଡ଼େ ବିଭିନ୍ନ ପ୍ରକାରର ଫୁଲଫଳ ସଂଗ୍ରହ କରିବାକୁ ଯାଏ । ନଈ ତୁଠରେ ସମସ୍ତେ ମିଶି ଗାଧାନ୍ତି । କେତେ ମଜା କରନ୍ତି ।


ଜଙ୍ଗଲରେ ମିଳୁଥିବା କମଳା ରେବତୀର ବହୁତ ପସନ୍ଦ । ହେଲେ ତାହା ସବୁ ଦିନ ଭାଗ୍ୟରେ ଜୁଟେ ନାହିଁ । ସେଥିପାଇଁ ତ ରବିବାରକୁ ଅଣନିଶ୍ୱାସୀ ହୋଇ ଅପେକ୍ଷା କରିଥାଏ ସେ । ତା ସୁନା କନିଆର ମୁହଁରେ ହସ ଦେଖିଲେ ଟୁକୁନାକୁ ତା ସରଗ ମିଳିଯାଏ ।


ଅତି ଯତ୍ନର ସହିତ କମଳା ଗଛକୁ ଚଢ଼ିଲା ସେ । ଆଉ କମଳା ତୋଳିବାକୁ ହାତ ଉପରକୁ ଟେକି ଗୋଟିଏ କମଳା ହାତରେ ଛିଣ୍ଡାଇବାକୁ ଚେଷ୍ଟା କଲା । ଠିକ ଏତିକିବେଳେ ହଠାତ ତାର ବାମ ଗୋଡ଼ ଖସି ଯିବାରୁ ସିଧା ଯାଇ ପଡିଲା ମଝି ନଈରେ । ପଥର ଦେହରେ ପଡିବାରୁ ତାର ମୁଣ୍ଡ ଛେଞ୍ଚି ହୋଇଗଲା ଆଉ ସଙ୍ଗେ ସଙ୍ଗେ ତାର ପ୍ରାଣବାୟୁ ଉଡ଼ିଗଲା ।


ରେବତୀକୁ ଆଉ କିଛି ଦିଶୁ ନ ଥିଲା । ତା ଓଠରେ ଦୁଇ ଆଖିର ଲୁହଧାର ଗଡ଼ି ଯାଉଥାଏ । ତାକୁ ଚାରିଆଡ଼ ଅନ୍ଧାର ଦିଶୁଥାଏ । ଜୀବନ ଥାଉ ଥାଉ ମରଣର ଅନୁଭବ ହେଉଥାଏ ।



Rate this content
Log in

Similar oriya story from Tragedy