Ghanashyam Biswal

Horror

2  

Ghanashyam Biswal

Horror

ଭୂତ (ଅନୁଗଳ୍ପ )

ଭୂତ (ଅନୁଗଳ୍ପ )

2 mins
247


ବାସ୍ତବରେ ଦୁନିଆ କେତେ ଅଜବ l ଏକବିଂଶ ଶତାବ୍ଦୀରେ ମଣିଷ ଆଜି ଉପନୀତ l ତଥାପି ଭୂତପ୍ରେତର କାହାଣୀ ସବୁଠି ଶୁଣିବାକୁ ପାଇବ l ମଣିଷ ଯେତେ ଆଧୁନିକତା ଆଡ଼କୁ ମୁଁହାଉଁଛି ସେତିକି ପଛକୁ ପଛକୁ ବି ଘୁଞ୍ଚି ଘୁଞ୍ଚି ଯାଉଛି 

ସେଦିନ ରାତିରେ ମୁଁ ଏକା ଶୋଇଥାଏ l ବର୍ଷାଋତୁ l ସେଥିପାଇଁ ତ ରାତିସାରା ପାଣି ଝିପି ଝିପି ବର୍ଷା ଲାଗି ରହିଛି l 

ଯେତେ ଚେଷ୍ଟା କଲେ ବି ନିଦ ହଉନି l ମନରେ ଅସଂଖ୍ୟ ଭାବନା l ଟିକେ ଟିକେ ନିଦୁଆ ଅବସ୍ଥାରେ ହଠାତ ମଁ କିଛି ମୋ ପେଟ ଉପରେ ଚାଲୁଥିବାର ଅନୁଭବ କଲି l ପର ମୁହୂର୍ତ୍ତରେ ମୋତେ ଲାଗିଲା ଆମ ଗାଁ ଡାହାଣୀ ଆସଛି ଆଜି ମୋ ରକ୍ତ ଶୋଷିବାକୁ l ମୁଁ ଡରି ଗଲି l ଦେହ ହାତ ଥରିଲା ମୋର l ନିଜକୁ ଅସମ୍ଭାଳ ମନେକଲି ମୁଁ l ଚାହିଁଲେ ବି ଆଖି ଖୋଲିବାକୁ ସାହସ ହେଉ ନ ଥାଏ l ଏବେ ସେ ମୋ ତଣ୍ଟିକୁ ବହୁତ ଜୋରରେ ଚିପିବାକୁ ଆରମ୍ଭ କଲା l ମୁଁ ଅଣନିଶ୍ୱାସୀ ହୋଇପଡ଼ୁ ଥାଏ l ଅତି ଜୋରରେ ଛାଟିପିଟି ହେବାରୁ ମୋ ଗୋଡ଼ ଦୁଇଟି ଖଣ୍ଡିଆ ହୋଇ ରକ୍ତ ବୋହିବାରୁ ମୋତେ ଲାଗିଲା ମୁଁ ଆଜି ମରିଯିବି l ମୁହଁରେ ପାଟି କରିବାକୁ ଚେଷ୍ଟା କଲି ତଥାପି କିଛି କହିପାରୁ ନ ଥାଏ l 


କିଛି ସମୟ ପରେ ମୋ ମା ଦଉଡି ଆସିଲେ l ଅନ୍ଧାର ଥିବାରୁ ସେ ଘର ଲାଇଟକୁ ଜାଳିଦେଲେ l 

ମୋ ଆଗରେ ଡାହାଣୀ ଆଉ ନ ଥିଲା କି ମୋ ଗୋଡ଼ରୁ ରକ୍ତ ବି ବାହାରୁ ନ ଥିଲା l ମୋ ଲାତ ବାଜିବାରୁ ପାଖରେ ଥିବା ପାଣି ବୋତଲରୁ ପାଣି ବାହାରି ମୋ ଦେହ ଓଦା ହୋଇ ଯାଇଥିଲା l ମୁଁ ମୋ ଘର ଚାରିଆଡ଼କୁ ନିରେଖି ଦେଖିଲି l 

ଦେଖିଲା ବେଳକୁ ମୋ ମୁଣ୍ଡ ଉପରେ ଆମ ଘର ବିଲେଇ ଚୁପକିନା ବସିଥାଏ l ମୁଁ ସବୁକଥା ବୁଝିଗଲି ଆଉ ଗୋଟିଏ ଦୀର୍ଘ ନିଃଶ୍ୱାସ ମାରିଲି l 

ମା ପଚାରିଲେ -କଣ ହେଲା? 

ମୁଁ ହସି ହସି ଉତ୍ତର ଦେଲି -କିଛି ନାଇଁ l ଖରାପ ସ୍ବପ୍ନ ଟିଏ ଦେଖିଲି l 


Rate this content
Log in

Similar oriya story from Horror