Ghanashyam Biswal

Children Stories Inspirational

3  

Ghanashyam Biswal

Children Stories Inspirational

ଦୃଢ଼ ବିଶ୍ୱାସ

ଦୃଢ଼ ବିଶ୍ୱାସ

2 mins
191


ମଣିଷ ଜୀବନ ଯେତିକି ସଂଘର୍ଷପୂର୍ଣ୍ଣ ସେତିକି ନିଆରା ବି l ଅତୀତରୁ ଯେଉଁ ଅପାସୋରା ଅନୁଭୂତି ମିଳେ ତାହା ହିଁ ବର୍ତ୍ତମାନ ଓ ଭବିଷ୍ୟତକୁ ବଞ୍ଚିବା ଓ ସଜାଡ଼ିବାକୁ ଶିକ୍ଷା ଦେବା ସହିତ ସଚେତନ ବି କରାଏ l ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଆମର ଦୃଢ଼ ମନୋବଳକୁ ଭାଙ୍ଗିବାରେ ସର୍ବଦା ପ୍ରୟାସ ଜାରି ରଖନ୍ତି କିନ୍ତୁ ଅସୀମ ଧୌର୍ଯ୍ୟ ଆଉ ସାହସ ଆଗରେ ତାଙ୍କର ସବୁ ପ୍ରଚେଷ୍ଟା ବିଫଳ ହୁଏ l 


ମୋ ପିଲାଦିନ ବି ଠିକ ସେମିତି ଥିଲା l ସହରୀ ଇଲାକାରୁ ବେଶ ଅଛୁଆଁ ଥିଲା ମୋର ଛୋଟ ଗାଁ l ଶିକ୍ଷା କଥା କଥା ଆଉ କିଏ ପଚାରେ l କିନ୍ତୁ ମନରେ ନୀଳ ଆକାଶ ତଳେ ଉଡ଼ିବାର ଅତୀବ ଆଶା ଆଉ ବିଶ୍ୱାସ l ମୋ ଘର ଲୋକେ ପାଠ କଣ ବି ଜାଣିନଥିଲେ l ମୁଁ କଷ୍ଟେମଷ୍ଟେ ଦିନକୁ ଦଶ କିଲୋମିଟର ଖାଲି ପାଦରେ ଚାଲି ଚାଲି ଯାଇ ଆମ ଗାଁ ପାଖ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଯାଏ ପଢ଼ିଲି l ଶିକ୍ଷକ କହିଲେ କେବଳ ଜଣେ l ସେ ପୁଣି ଦିନେ ଆସିଲେ ଆସନ୍ତା ସପ୍ତାହେ ଆଉ ବିଦ୍ୟାଳୟ ଆସିବା କଥା ମନରୁ ପାସୋରି ଦିଅନ୍ତି l ଥରେ ସେ ମୋ ଦୃଢ଼ ଇଚ୍ଛା ନବୋଦୟ ବିଦ୍ୟାଳୟ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି କରିବା ପାଇଁ କହିଲେ l ସେ କହିଲେ ତା ପାଇଁ ମୋତେ ଦିନରାତି ଏକ କରି ପରିଶ୍ରମ କରିବାକୁ ହେବ l ନହେଲେ ଏ କାମଟି ଏତେ ସହଜରେ ସମ୍ଭବ ନୁହଁ l ଏହା କହି ସେ ମୋତେ ତା ପରଦିନ ଗୋଟେ ମୋଟା ବହି ଆଣିକି ଦେଲେ l ମୁଁ ମଧ୍ୟ ତାଙ୍କ କଥାଟିକୁ ମୋ ମନ ଆଉ ହୃଦୟରେ ରଖିଲି l ମନରେ ବିଶ୍ୱାସ ଥିଲା ମୋ ସପନ ଦିନେ ନିଶ୍ଚୟ ସତ ହେବ l କିନ୍ତୁ ନବୋଦୟ ଏଣ୍ଟ୍ରାନ୍ସ ପରୀକ୍ଷାର ପାଠ୍ୟ ଖସଡ଼ା ଯାହା ସେସବୁ ବିଷୟରେ ମୋର ଆଦୌ ଜ୍ଞାନ ନ ଥିଲା l ମୋତେ ସେସବୁ ବହୁତ କଷ୍ଟ ହେଉଥିଲା l ଯାହା ବି ସନ୍ଦେହ ରହୁଥିଲା ସେସବୁକୁ ସପ୍ତାହେ ପରେ ଆମ ଗୁରୁଜୀ ଆସି ବତେଇ ଦେଉଥିଲେ l ପରୀକ୍ଷା ସମୟ ଆସିଲା l ମୁଁ ମଧ୍ୟ ପ୍ରସ୍ତୁତ ଥିଲି l ମୋ ପରୀକ୍ଷା ସରିଲା l ମନରେ ବିଶ୍ୱାସ ଥିଲା ମୁଁ ପରୀକ୍ଷାରେ କୃତକାର୍ଯ୍ୟ ହେବି l ତଥାପି ଭୟ ଥିଲା ଯେ କାଳେ ଶୀର୍ଷ ଅଶୀ ଜଣଙ୍କ ମଧ୍ୟରେ ଆସି ପାରିବି କି ନାହଁ l ଦିନେ ରବିବାର ସନ୍ଧ୍ୟା ସମୟରେ ମୁଁ ଖେଳି ସାରି ଘରକୁ ଫେରିଲି l ଦେଖିଲି ମୋ ଗୁରୁଜୀ ଆସି ଆମ ଘର ପିଣ୍ଡା ଉପରେ ଆସି ବସିଛନ୍ତି l ହାତରେ ତାଙ୍କର ଥିଲା ଗୋଟିଏ ନାରଙ୍ଗୀ ରଙ୍ଗର ଲଫାପା l ଗୁରୁଜୀ ମୋତେ ଦେଖି ହସିଦେଲେ l ମୋ ହୃଦୟର ସ୍ପନ୍ଦନ ବଢ଼ିଚାଲିଲା l ହଠାତ ଦୌଡ଼ି ଆସି ସେ ମୋତେ କୁଣ୍ଢେଇ ପକେଇଲେ, ତାଙ୍କ ଆଖିରୁ ଜଳ ଜଳ ଅଶ୍ରୁ l ମୁଁ କିଛି ବୁଝି ପାରୁନଥିଲି l ମୁଁ ଗୁରୁଜୀଙ୍କୁ ଏମିତି କାନ୍ଦିବା କେବେ ଦେଖିନଥିଲି l ମୁଁ ବି କାନ୍ଦି ପକେଇଲି ସେ କହିଲେ - ତୁ ପରୀକ୍ଷାରେ ପାସ କରିଛୁ ଟୁନା l ଆଜି ମୋ ଛାତି ଗର୍ବରେ ଫାଟି ପଡୁଛି l ତୁ ଆମ ଗାଆଁର ଆଦର୍ଶ l ମୁଁ ଗୁରୁଜୀଙ୍କ ପାଦତଳେ ପଡ଼ିଗଲି l ମୋ ଆଖିରୁ ଲୁହ ଅନର୍ଗଳ ବୋହୁଥାଏ l ମୁଁ ମନେ ମନେ ଭାବୁଥାଏ ମୋ ମନର ଦୃଢ଼ ବିଶ୍ୱାସ ହିଁ ଆଜି ମୋତେ ଏହି ସଫଳତା ଦେଇଛି l ମୁଁ ଗୁରୁଜୀଙ୍କୁ ମନେ ମନେ ଧନ୍ୟବାଦ ଦେଉଥାଏ l 



Rate this content
Log in