Suchismita Sahoo

Romance

2  

Suchismita Sahoo

Romance

ତୁମକୁ ପାରୁନି ତ ଭୁଲି (ଭାଗ-୩)

ତୁମକୁ ପାରୁନି ତ ଭୁଲି (ଭାଗ-୩)

4 mins
133



ପ୍ରିୟାର ଭଲ ହେଇଯିବା ଦେଖି ଘରେ ଶାଶୁ, ଶଶୁର, ସମୀର ସମସ୍ତେ ଖୁସି, ସତେ ଯେମିତି ଅନ୍ଧ ଚକ୍ଷୁ ଫେରିପାଇଲା, ସଭିଁଙ୍କ ପ୍ରାଣରେ ପିଣ୍ଡ ଫେରିଲା। କେମିତି ହେବେନି ଯେ? ପ୍ରିୟା ପରା ସେମିତି ଗୋଟେ ସ୍ନେହୀ ଓ ଉଦାର ହୃଦୟର ଚୁଲବୁଲି ଝିଅଟିଏ, ଯିଏ କି ସଭିଁଙ୍କ ସୁଖ ଦୁଃଖ ରେ ଛିଡା ହୁଏ। ମିଠା କଥା କହିବାର ଶୈଳୀ ହିଁ ହେଉଛି ତାର ବଡ ଅସ୍ତ୍ର। ସେ ଥିଲେ ଚତୁଃପାର୍ଶ୍ଵ ହାଲକା ଓ ପ୍ରେମଭରା ହେଇଯାଏ ଆଉ ନିଜକୁ କେବେବି ଏକାକି ଅନୁଭବ ହୁଏନି। ଘରେ ସଭିଁଙ୍କ ଖୁସି ଦେଖି ସତରେ ମୁଁ ବି ବହୁତ ଖୁସି ହେଉଥାଏ ସେଦିନ। ପ୍ରିୟାକୁ ଠିକ କରେଇବା ସହ ଗୋଟେ ପରିବାର ଖୁସି ଫେରେଇ ଆଣିପାରିଲି ଭାବି ଟିକେ ଆଶ୍ୱସ୍ତି ଲାଗୁଥାଏ ମତେ। ସେଦିନ ଅପରାହ୍ନରେ ନିଦ ନ ହେବାରୁ, ଗୋଟେ ଓଡ଼ିଆ ପତ୍ରିକା ବସି ପଢୁଥାଏ। ଶାଶୁ ଛଳ ଛଳ ଆଖିରେ ମୋ ରୁମକୁ ଆସି ମୋ ପାଖେ ବସିଲେ। ମୋ ହାତଟାକୁ ଧରି କାନ୍ଦି କାନ୍ଦି କହିଲେ, କୋଉ ଜନ୍ମରେ କି ପୁଣ୍ୟ କରିଥିଲି ବୋଲି, ତୋ ଭଳି ବୋହୁ ପାଇଲି, ବୋହୁ ନୁହେଁ ଲୋ ତୁ ମୋ ଝିଅ, ମୋ ବଡ଼ ଝିଅ। କେମିତି କହି, କଣ କହି ତତେ ଧନ୍ୟବାଦ ଦେବି, କେମିତି ତୋ ଋଣ ସୁଝିବି, ମୁଁ କିଛି ଜାଣିପାରୁନି। ଖାଲି ଏତିକି ଆଶୀର୍ବାଦ କରୁଛି, ସ୍ୱାମୀ ସହ ଖୁସିରେ ଘର ସଂସାର କରେ, ଶଙ୍ଖା ସିନ୍ଦୁର ତୋର ବଜର ରହୁ, ଅହିଶୁଲକ୍ଷଣି ହେଇଥା ଲୋ ମା। ଏତକ କହି ମୋ ମୁଣ୍ଡରେ ଟିକେ ହାତ ବୁଲେଇଦେଇ ମତେ କୋଳକୁ ଭିଡି ଆଣି ବହୁତ ଗେହ୍ଲ କଲେ। ଜୀବନରେ ବୋଉ ଛଡା ଆଉ କାହାପାଖୁ କେବେ ଏତେ ଭଲପାଇବା ପାଇନଥିଲି, ଶାଶୁଙ୍କ ସ୍ନେହ ଦେଖି ମୁଁ ମଧ୍ୟ ନିଜକୁ ରୋକି ପାରିଲିନି, ତାଙ୍କ କୋଳରେ ଥାଇ ବହୁତ କାନ୍ଦୁଥାଏ। ହେଲେ ଗୋଟେ ଅଜଣା ଡର ମୋ ମନକୁ ଅସ୍ତବ୍ୟସ୍ତ କରିଦେଉଥିଲା। ମୁଁ ପ୍ରିୟାର ସେଇ ରୁମମେଟ ଆଉ ପ୍ରିୟା ର ଆବଶ୍ୟକ ବେଳେ (ଆକାଶଙ୍କ ଦେହାନ୍ତ ଦିନ) ମୁଁ ପ୍ରିୟା ପାଖେ ନଥିଲି, ଏକଥା ଯେବେ ଶାଶୁ ଜାଣିବେ, ସେ କଣ ମତେ ଆଜି ଭଳି ଏତେ ଭଲ ପାଇବେ? ନା ନା, ନିଶ୍ଚୟ ସେ ମତେ ଘୃଣା କରିବେ, ଧକ୍କା ମାରି ଏ ଘରୁ ଓ ସମୀରଙ୍କ ଜୀବନରୁ ବାହାର କରିଦେବେ। ମତେ ଏବେ କଣ କରିବା ଉଚିତ? ଅନ୍ୟ କାହା ପାଖୁ ସେ ଶୁଣିବା ପୂର୍ବରୁ, ମୁଁ ମୋ ନିଜ ଆଡୁ ତାଙ୍କୁ ସବୁ କହିଦେବା ଟା ଠିକ ହେବ ବୋଧେ। ଏମିତି ଅନେକ କିଛି ଶାଶୁଙ୍କ କୋଳରେ ଥାଇ ଭାବୁଥାଏ। ହଠାତ ଶଶୁର ମୋ ରୁମ ଭିତରକୁ ପଶି ଆସି କହିଲେ, ବୋହୁ ମାଙ୍କ ବିଷୟରେ ଆଉ କିଛି ନୂଆ କଥା ଶୁଣିଲଣି ନା ନାଇ ରମା (ଶାଶୁ)। ମୁଁ ଏଇ ସାଙ୍ଗେ ସାଙ୍ଗେ ପ୍ରିୟା ମୁହଁରୁ ଶୁଣିକି ଆସୁଛି। ପ୍ରିୟା ଥୁ ଶୁଣିବା ମାତ୍ରେ ମୁଁ ଏକା ନିଶ୍ୱାସେ ଧାଇଁଛି ତମ ପାଖକୁ, ତମକୁ ଜଣେଇବାକୁ। ତମେ ସବୁବେଳେ କହୁଥିଲ ନା, ବୋହୁ ଘରେ ପାଦ ନ ଦୋଉନୁ, ପ୍ରିୟା ପ୍ରତି ଏତେ ମମତା କିପରି ଦେଖଉଛି? କାହିଁକି ପ୍ରାଣ ପଣେ ପ୍ରିୟାକୁ ଠିକ କରିବାରେ ଲାଗିଛି? ପ୍ରିୟା ପାଗିଳି ବୋଲି, ସମୀରର କେତେ ପ୍ରସ୍ତାବ ଭାଙ୍ଗିଛି, କେହିବି ଏ ଘରକୁ ବୋହୁ ହେଇ ଆସିବାକୁ ରାଜି ହେଉ ନଥିଲେ, ହେଲେ ଆମ ବୋହୁ ମା? ଏମିତି ଅନେକ ପ୍ରଶ୍ନ ଥିଲା ନା ତୁମ ମନରେ, ତୁମ ସବୁ ପ୍ରଶ୍ନର ଉତ୍ତର ନେଇ ଆସିଛି ମୁଁ। ମୋ ଛାତିରେ ଛନକା ଟିଏ ପଶିଗଲା। ବାପା (ଶଶୁର) ଏମିତି କାହିଁକି କହୁଛନ୍ତି। ପ୍ରିୟା ତାଙ୍କୁ କଣ ସବୁ ଜଣେଇଛି? ହେ କାହ୍ନା, ତୁ ହିଁ ସାହା ଓ ଭରସା। କାହ୍ନା କୁ ସ୍ମରଣ କରି ମୁଁ ସାହସ କରି ପଚାରିଲି, ବାପା, ତମେ ପ୍ରିୟା ଥୁ କଣ ସବୁ ଶୁଣିଲ ମୋ ବିଷୟରେ? ମାନେ ପ୍ରିୟା ତମକୁ କୋଉ କଥା ସବୁ କହିଛି? ବାପା ଙ୍କ ଉତ୍ତର ଆସିଲା, ପ୍ରିୟା ସବୁ କହିଛି ମତେ, ତୁମ ବିଷୟରେ ସବୁ କଥା। ମୁଁ ଡରରେ ସେତେବେଳକୁ ପୁରା କାଠ ହେଇଗଲିଣି। ଶାଶୁ ଚିଡିକି କହି ଉଠିଲେ, କଣ ଯେ ସେତେବେଳୁ ସବୁ କଥା, ସବୁ କଥା ହେଉଛ, କହୁନା ଖୋଲିକି ଟିକେ। ଶଶୁର ଟିକେ ହସିଦେଇ, ମୋ ମୁଣ୍ଡ ଉପରେ ହାତ ବୁଲେଇ କହିଲେ, ଜାଣିଛ ଏ କିଏ? ଏ ହେଉଛି ଆମ ପ୍ରିୟା ର ବଉଳ, ତାର ରମାଦେବୀ ମହାବିଦ୍ୟାଳୟ ହଷ୍ଟେଲର ସେହି ପ୍ରିୟ ରୁମମେଟ। ବୋହୁ ମା ନଥିଲେ ବୋଧେ ସେଇଦିନ ଆମେ ପ୍ରିୟାକୁ ହରେଇ ବସିଥାନ୍ତେ। ପ୍ରିୟା ଯେବେ ତା ଜୀବନସାଥୀ (ପ୍ରେମିକ) ର ଦେହାନ୍ତ ଖବର ଶୁଣି ନିଜର ଭାରସାମ୍ୟ ହରେଇ ବସିଥିଲା, ଆମ ବୋହୁ ମା ହିଁ ପ୍ରିୟାକୁ ହସ୍ପିଟାଲରେ ଭର୍ତ୍ତି କରେଇଥିଲେ ଆଉ ଆମ ପାଖକୁ ଖବର ଦେଇଥିଲେ। ଶଶୁରଙ୍କ ଥୁ ସବୁ କଥା ଶୁଣି, ଶାଶୁ ମା ଆହୁରି ଭାବ ବିହ୍ଵଳ ହେଇ ଉଠିଲେ। ମୋ ମଥାରେ ଚୁମାଟିଏ ଦେଇ କହିଲେ, ମୋ ଆୟୁ ତତେ ଲାଗିଯାଉ ଲୋ ମାଆ। ଏ ଜନ୍ମରେ ତୋର ଋଣ ଶୁଝି ପାରିବିନି। ଏତକ କହୁ କହୁ ସେ ପୁଣି ଥରେ କାନ୍ଦ କାନ୍ଦ ହେଇ ଉଠିଲେ। ଓହୋ, ପୁଣି କାନ୍ଦ ଆରମ୍ଭ ହେଇଗଲା ତମର!, ବୋହୁ ମାକୁ ଟିକେ ଛାଡ, ସେ ଟିକେ ବିଶ୍ରାମ କରନ୍ତୁ, ଚାଲ, ଆମେ ଆମ ରୁମକୁ ଯିବା କହି ବାପା ବାଧ୍ୟ କରି ଶାଶୁଙ୍କୁ ନେଇଗଲେ। ମୁଁ ସବୁ ଶୁଣି ପୁରା ସ୍ଥାଣୁ ପାଲଟି ଯାଇଥାଏ। ଭାବୁଥାଏ କି, ସେ ଅଘଟଣ ଦିନ ମୁଁ ତ ପ୍ରିୟା ପାଖେ ନଥିଲି, ତେବେ ପ୍ରିୟା ବାପାଙ୍କୁ ମିଛ କାହିଁକି କହିଲା? ସେ କଥା ଛାଡ। ସେଦିନ ତାହେଲେ, କିଏ ଆକାଶଙ୍କ ପାଖେ ଥିଲା, କିଏ ପ୍ରିୟାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ଆଉ କିଏ ପ୍ରିୟାର ଘରଲୋକଙ୍କୁ ଖବର ପଠେଇଥିଲା। ହେ କାହ୍ନା, ମୁଁ କିଛି ଜାଣି ପାରୁନି। ମତେ ରାସ୍ତା ଦେଖାଅ। ଆକାଶ, ତମେ କାହିଁକି ମତେ ଛାଡି ଚାଲିଗଲ? ମୁଁ ଯେବେ ବି ଗମ୍ଭୀର ହେଇଯାଏ, ତମେ ମିଠା କଥା କହି ମତେ ହାଲକା କରେଇ ଦେଉଥିଲ, ଆଜି ବହୁତ ମନେ ପଡୁଛ ତମେ, ତମେ ମୋଠୁ ଏମିତି ଦୁରେଇ ରୁହନି। ଫେରିଆସ ଆକାଶ ଫେରିଆସ ତୁମେ, ମୁଁ ତୁମକୁ ପାରୁନି ତ ଭୁଲି।


କ୍ରମଶଃ


Rate this content
Log in

Similar oriya story from Romance