STORYMIRROR

Basanti Pattnaik

Romance

3  

Basanti Pattnaik

Romance

ତୁମେ ଓ ମୁଁ

ତୁମେ ଓ ମୁଁ

2 mins
223

   କୋରୋନା ର ଆତଙ୍କ ସବୁଆଡେ ଖେଳି ଯାଇଛି କିନ୍ତୁ ମହାରାଷ୍ଟ୍ରରେ ଏହାର ପ୍ରାଦୁର୍ଭାବ ଅଧିକ ହୋଇପଡିଛି, ମୁଁ ଝିଅ ପାଖରେ ପୁନାରେ ରହୁଛି, ଏଠାରେ ଅନ୍ ଲାଇନ୍ ରେ ଏକ କମ୍ପିଟେସନ ଓଡ଼ିଆଣୀ ମାନେ ରଖି ଛନ୍ତି ଉଦ୍ଦେଶ୍ୟ ଟି ଅତି ମହତ୍,ଟେନସନ୍ ଲାଘବ ପାଇଁ ସୁସ୍ଥ ମସ୍ତିଷ୍କ ଓ ଶରୀରକୁ ଫୁର୍ତ୍ତି ରଖିବା ର ପ୍ରୟାସ।


                  ମୁଁ ଭାଗ ନେବାକୁ ଇଚ୍ଛା କରି ନାମଟି ଦେଇ ଦେଲି କିନ୍ତୁ କି ପ୍ରକାର ରୋଲ୍ କରିବି ଏହି ବୟସରେ? ଯଦିଓ ଅଭିନୟ କଳାକୃତି ରେ ସ୍କୁଲ କଲେଜରେ ବହୁତ ନାଁ କମେଇଥିଲି ଏବେ କିନ୍ତୁ ଅଭ୍ୟାସ ଟା ଛାଡି ଯାଇଛି, ସାଂସାରିକ ଜଞ୍ଜାଳ ରେ ପାଦଟି ଥକି ପଡ଼ିଛି,କଣ ରୋଲ୍ କରି ଚକମା ଦେବି ଭାବନାରେ ପଡିଗଲି, ଏହି ସମୟରେ ଫୋଟ ଭିତରୁ ମୁଚୁକି ହସି ମୋ ସ୍ଵାମୀ କହିଲେ ସୁନ୍ଦରୀ ମୁଁ ପରା ତୁମରି ହିରୋ ସାମ୍ନାରେ ବସିଛି ତୁମେ ମୋର ହିରୋଇନ୍ ହୋଇ ସୁନ୍ଦର ଅଭିନୟ ଟିଏ କରିଦିଅ, ମୁଁ ତାଙ୍କ କଥା କୁହା ଆଖି କୁ ଚାହିଁଲି....ଭାରି ଦୁଷ୍ଟାମୀ ହସ ଓଠରେ ଲାଖିରହିଛି, ମୁଁ ଲାଜେଇ ଗଲି ଠିକ୍ ଲାଜକୁଳୀ ଲତା ପରି ସତରେତ ତୁମେ ଏବେ ଭି ଲୁଚେଇ ଲୁଚେଇ ମୋତେ ଦେଖୁଛ? ଏବେ ଭି ମୁଁ ତୁମର ସେଇ ହେମାମାଳିନୀ?ସେ ଆଖି ରେ ବହୁତ କଥା ମୋତେ ଚାହିଁ କହୁଥିଲେ ।


            ନିଜକୁ ହିରୋଇନ୍ ପରି ସଜେଇ ଆଖିରେ ଭଙ୍ଗୀ ଦେଇ ଗୋଟିଏ ପୁରୁଣା ଓଡ଼ିଆ ଗୀତ ରେ ନାଚି ଉଠିଲି, ମୋର ଅତି ପ୍ରିୟ ଆରେ ଆରେ ଫୁର୍ କିନା ଉଡ଼ି ଗଲା ବଣୀ... ଫୁର୍ କିନା ଉଡ଼ି ଗଲା କାନି...... ଗୀତ ର ତାଳେତାଳେ ନାଚିଉଠିଲି, ଚୁଡ଼ି ଗହଣା ସୁନ୍ଦର ଶାଢ଼ୀ ରେ

ନିଜକୁ ସଜେଇ ଏହି ଗୀତ ର ତାଳେତାଳେ ନାଚି ରଙ୍ଗୀନ୍ ସ୍ବ‌ପ୍ନ‌‌‌ ରେ ମଜିଗଲି..... ଆଖି ଆଗରେ ଚାଳିଶ ବର୍ଷ ତଳର ଛବି ନାଚି ଉଠିଲା ।


             ମୁଁ କଲେଜ ରେ ନୂଆ କରି ପାଦ ଥାପି ଥାଏ, ଆକର୍ଷଣୀୟ ଚେହେରା ଯୋଗୁଁ ସାଙ୍ଗ ମାନେ ବହୁତ ଥଟ୍ଟା ମଜା କରନ୍ତି, ସେତେବେଳେ ସାଧାରଣତଃ ଯେଉଁ ମାନେ ଟିକିଏ କେଉଁ କଳାରେ ଆଗୁଆ ଥିଲେ ସମସ୍ତଙ୍କର ଭିତରେ ତାର ପ୍ରାଧାନ୍ୟ ବଢିଯାଏ ଯାହା ମୋ ସହିତ ଘଟିଥିଲା


           ପ୍ରଥମ ଦେଖାରେ ଆମେ ପରସ୍ପରକୁ ଭଲପାଇ ବସିଥିଲୁ ଅବଶ୍ୟ ମୋ ସ୍ବାମୀ ଙ୍କର ବହୁତ ଚପଲ ଛିଡି ଥିଲା, ପରିଶ୍ରମର ଫଳ ମିଠା ପରି ଆମେ ପବିତ୍ର ବିବାହ ବନ୍ଧନରେ ଯୋଡି ହୋଇଗଲୁ ।


               ଜଲଦି ବିବାହ କରିଥିବାରୁ ପାଠକୁ ବିବାହ ପରେ ପୁନର୍ବାର ଆରମ୍ଭ କରିଥିଲି , ଶାଶୁ ଘର ଓ ବାପଘର ର ସହଯୋଗ ରେ ଜୀବନ ର ସବୁ ଆପଦ ବିପଦ କୁ ଖୁସି ରେ ଅତିକ୍ରମ କରିଯାଉଥିଲୁ ଶେଷରେ ସଫଳତା ଆମ ହାତ ମୁଠାରେ ପାଇ ବାନ୍ଧି ରଖିବାକୁ ପ୍ରୟାସ କରିଥିଲୁ।

                ସନ୍ତାନ ମାନଙ୍କ ପ୍ରତି କର୍ତ୍ତବ୍ୟ ଭଲରେ ସମ୍ପାଦନା କରି ଶାନ୍ତି ରେ ଶେଷ ଜୀବନ କୁ 

କଟାଇବା ର ପ୍ରୟାସ ଅଧାରେ ରହିଗଲା, ଅସୁସ୍ଥ ହୋଇ ଜୀବନ ର ସତ୍ୟତା କୁ ଆବୋରି ମୋ ଜୀବନ ସାଥୀ ଇଶ୍ବରଙ୍କ ପାଖକୁ ଚାଲିଗଲେ, ମୁଁ ରହିଛି ତାଙ୍କରି ସତ୍ତାକୁ ଆବୋରି ମିଠା ଅନୁଭୂତି କୁ ମନେପକାଇ ବଞ୍ଚିବାର ପ୍ରୟାସ କରୁଛି, ସୁଲୁସୁଲିଆ ବାଆ, ସମୁଦ୍ର ଲହଡ଼ି ରେ ଗୋଡ଼ ବୁଡ଼ାଇ ଦ‌ଉଡିବା, କୂଳରେ ବସି ତା ସିଙ୍ଗଡ଼ା ଖାଇବା ର ମଜା, ହାତକୁ ହାତ ଛନ୍ଦି ପାଦକୁ ଚୁପି ଚୁପି ପକାଇ ଚାଲିବା ମନ ମତାଣିଆ ଅଭିମାନ, ଛୋଟ ଛୋଟ କରି ମନରେ ଉଙ୍କି ମାରୁଛି।


        ସକାଳ ସାତଟା, ବାଲକୋନୀରେ ବସି

  ଚା ପିଉଥିଲି ମୋବାଇଲ ଟି ରିଙ୍ଗ୍ ହେଲା, ଅଭ୍ୟାସ ଗତ ଯୋଗୁଁ ମୋବାଇଲ ଟି ସବୁବେଳେ ପାଖରେ ଥାଏ,ଉଠାଇ କିଏ ବୋଲି ପଚାରିଲି ଅପର ପକ୍ଷରୁ କନ୍ଗ୍ରାଚୁଲେସନ୍ ଆପଣ ଆମର ଅନ୍ଲାଇନ୍ କମ୍ପିଟେସନ ରେ ପ୍ରଥମ ହୋଇଛନ୍ତି, ଆପଣ ଙ୍କୁ ଅନେକ ଶୁଭେଚ୍ଛା, କୋରୋନା କମିବା ପରେ ଆମର ପ୍ରୋଗ୍ରାମ ରେ ଆପଣ ଙ୍କୁ ଉପହାର ସ୍ବରୂପ ଅଭିନନ୍ଦନ କରାଯିବ, ମୁଁ କଣେଇକି ମୋର ସ୍ବାମୀ ଙ୍କ ଫୋଟୋ ଟିକୁ ଚାହିଁ ଲି, ସେ ମୁଚୁକି ହସି କହିଲେ କଣ ମୋ ହିରୋଇନ୍ ମୋ କଥା ସତ ହେଲା? ମୁଁ ତୁମ ହିରୋତୁମ ଆତ୍ମା ସହିତ ମିଶିକି ଅଛି ଆଗେଇ ଚାଲ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance