Krushna Priya Mohapatra

Abstract

2.5  

Krushna Priya Mohapatra

Abstract

ତୁମ ଅପେକ୍ଷାରେ .............

ତୁମ ଅପେକ୍ଷାରେ .............

5 mins
444


ଯେଉଁ ଦିନ ମମତା ବଦଳି ହୋଇ ନୂଆକଲେଜ ରେ ଜଏନ କରିବାକୁ ଆସିଥିଲା ସେଦିନ ଥାଏ ମ୍ୟାନେଜିଂଗ୍ କମିଟିମେମ୍ବର ମାନଙ୍କର ମିଟିଙ୍ଗ ।

ମମତା ଅଫିସରୁ ବାହାରିବା ବେଳେ ଦେଖିଲା ତା ସାମ୍ନାରୁ ମାନସ ଆସୁଛି ।

 ତାକୁ ଦେଖି ନ ଦେଖିଲା ପରି ଚାଲିଯାଉ ଥିଲା ମାନସ ,ତାର ହାତକୁ ଧରି ନେଇ ଥିଲା ମମତା।

 --ରୁହ ଟିକେ ମାନସ୍ ,କଣ ମୋତେ ଚିହ୍ନିପାରୁନ??

--ନା ନ ଚିହ୍ନିବାର ଅଭିନୟ କରୁଛ!!!!


  ଛଳ ଛଳ ଆଖିରେ ମାନସ କୁ ଦେଖୁଥିଲା ମାମା ,କାହିଁକି ଏମିତି ଦୂରେଇ ଗଲ ମୋ ଠାରୁ?


   ଦୀର୍ଘ ବାରବର୍ଷ ତୁମେ କଣ କରୁଥିଲ?? ।କେଉଁଠି ରହିଗଲ ,କିଛି ତ ଜଣାଇପାରିଥାନ୍ତ।


  ଆମ ଦୁଇଜଣଙ୍କ ଭିତରେ ଏମିତି କଣ ଅବୁଝା ରହିଗଲା, ମୁଁତ କିଛିଜାଣି ପାରିଲିନାହିଁ।


  କୁହ ମାନସ କୁହ।ତୁମର କଣ ମୋ ଉପରେ ବିଶ୍ୱାସ ନ ଥିଲା।??


 ସେମିତି କୁହନି ମାମା।ମୋ ନିଜ ଠାରୁ ବେଶି ବିଶ୍ୱାସ ରହିଛି ତୁମ ଉପରେ।

 କଣ କରିଥାନ୍ତି ,ଯେତେ ବେଳେ ତୁମ ରାସ୍ତା ମୋ ରାସ୍ତା ଅଲଗା ହୋଇ ଗଲା, ସେତେ ବେଳେ ମୁଁ ତୁମଠାରୁ ଦୂରେଇ ରହିବା ଉଚିତ ହେବ ବୋଲି ଭାବିଲି।


   କୋଉ ରାସ୍ତା ,ମୁଁ କିଛିବୁଝି ପାରୁ ନାହିଁ

କୁହ ,କଣ ଘଟିଥିଲା ଏଇ ବାର ବର୍ଷ ମଧ୍ୟରେ।


 କହୁଛି ମାମା, କହୁଛି, ଆଜି ଯେତେ ବେଳେ ତୁମ ସହିତ ଦେଖା ହେଲାଣି।କିଛିତ କହିବି

ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି କି ତୁମ ସହିତ

ଏଠି ଦେଖା ହେବ ବୋଲି।

 ଯଦି ମୁଁ ଜାଣି ଥାନ୍ତି ତୁମେ ଏଇ କଲେଜ ରେ

ଅଧ୍ୟାପିକା ବୋଲି ମୁଁ ଜମା ଆସି ନ ଥାନ୍ତି, କଲେଜ ମିଟିଂ କୁ ।


 -ମୋତେ ତୁମେ ଏତେ ଘୃଣା କର ।ମାନସ??

  -ନା ମାମା ନା !!ଘୃଣା ନୁହେଁ ।ତୁମ ପରି ଝିଅକୁ

କିଏ ବା ଘୃଣା କରିବ ।

  ମାମା, ତୁମକୁ ମୁଁ ବହୁତ ଭଲପାଏ।ମୋ ହୃଦୟର ପ୍ରତିଟି ସ୍ପନ୍ଦନ ରେ ତ କେବଳ ତୁମେ।

ଜୀବନରେ ତୁମ ସ୍ଥାନ ଆଉ କେହି ବି ନେଇ ପାରିବେ ନାହିଁ।

 - ସେଇ ଦିନ କଥା ମନେ ଅଛି ମାମା, ଯେଉଁ ଦିନ ମୁଁ ତୁମକୁ ପ୍ରଥମ ଥର ଦେଖି ଥିଲି।


 -- କେମିତି ଭୁଲିବି ମାନସ ,ମୁଁ ମଧ୍ୟ ତୁମକୁ ହୃଦୟ ଦେଇ ଭଲ ପାଇ ଥିଲି ।ସେଥି ପାଇଁ ତ ଆଜି ପର୍ଯ୍ୟନ୍ତ ତୁମକୁ ମୋ ଅନ୍ତରରେ ସାଇତି ରଖିଛି।


  ଚାକିରି କଲା ପରେ ଅନେକ ପ୍ରସ୍ତାବ ଆସିଛି।

ହେଲେ ମୁଁଏବେ ମଧ୍ୟ ତୁମକୁ ଅପେକ୍ଷା କରିଛି।

ଆଉ ମୋର ବିଶ୍ୱାସ ଥିଲା ତୁମେ ନିଶ୍ଚୟ ଦିନେ

ମୋ ପାଖକୁ ଫେରି ଆସିବ।


 - ଏଇଟା ଅସମ୍ଭବ ,ମାମା ।?

 - କିନ୍ତୁ କାହିଁକି?

  କହୁଛି ମାମା। ......ଶୁଣ। 

  ଆମ ଜୀବନର ସେଇ ମହାର୍ଘ୍ୟ ଦିନ ଗୁଡ଼ିକ କେତେ ସୁନ୍ଦର ଥିଲା।

  ଆମେ ପ୍ଳସ୍ ଟୁ ପଢିଲା ବେଳେ ଆମର ଘନିଷ୍ଠ ବନ୍ଧୁତାରୁ ଧୀରେ ଧୀରେ ପ୍ରେମ ସମ୍ପର୍କ ସୃଷ୍ଟି ହୁଏ

ଦିହେଁ ଦୁଇଜଣଙ୍କ ପାଇଁ ପାଗଳ ହୋଇ ଯାଉଥିଲେ।ଦିନେ ନ ଦେଖିଲେ , ଦିନଟା ଭଲ ଲାଗେନା ।ସାଙ୍ଗ ମାନେ ମଧ୍ୟ ଆମ ସମ୍ପର୍କ କୁ ନେଇ ଥଟ୍ଟା ମଜା କରନ୍ତି ,ହେଲେ ଆମ ପ୍ରେମ ଯେ ନିସ୍ୱାର୍ଥ, ଅକଳଙ୍କ ଏକଥା ଵି ଜାଣି

 ସମ୍ନାନ କରୁଥିଲେ ।


  ଏମିତି ଅନେକ ସମୟରେ ଆମେ ଦୁହେଁ ଏକାଠି ବସି ଗପୁଥିଲେ ।ବହୁତ ଖୁସି ଲାଗେ

ତୁମ ସହିତ କଥା ହେଲେ ,ସମୟ ସରି ଯାଏ

 ଘରକୁ ଫେରିବାକୁ ପଡେ।


  ତୁମେଥିଲ ଜଣେ ଆଦର୍ଶ ଶିକ୍ଷକଙ୍କର ତୃତୀୟା

କନ୍ୟା, ମଧ୍ୟବିତ୍ତ ପରିବାରର ତିନୋଟି ସନ୍ତାନ ଙ୍କୁ

ଉପଯୁକ୍ତ ସଂସ୍କାର ଦେଇ ଥିଲେ ତୁମ ବାପା।ମେଧାବୀ ଛାତ୍ରୀଥିଲ ପାଠ ପଢା ପ୍ରତି ଆଗ୍ରହ

ସତ୍ୱେ, ବେଳେ ବେଳେ ଆର୍ଥିକ ସ୍ଥିତିକୁ ନେଇଅନେକ ସମସ୍ୟା କୁ ସାମ୍ନା କରୁଥିଲ।


   ସେଥି ପାଇଁ ଗରୀବ ପିଲାମାନଙ୍କ ପ୍ରତିତୁମର

ଦରଦ ଥାଏ।ସମୟ ହେଲେ ସେଇ ପରି ପିଲା ଙ୍କୁ

ପାଠ ପଢିଇବାକୁ ତୁମେ ଭଲ ପାଅ, ଆଉତୁମର

ଏଇ ସବୁ ଗୁଣ ଯୋଗୁଁ ମୁଁ ତୁମକୁଭଲ ପାଉଥିଲି।

    ମୋବାପା ଥିଲେ ଜଣେ ପ୍ରତିପତ୍ତିଶାଳୀ

ରାଜନୀତିଜ୍ଞ ।ମୋର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ।

ହେଲେ ମଧ୍ୟ ମୁଁ ମୋ ନିଜ ଗୋଡ଼ରେ ଠିଆ ହେବାକୁ ଲକ୍ଷ୍ୟ ରଖିଥାଏ।


    ତୁମ ସହିତ ଦେଖା ହେଲା ପରେ ,ତୁମ

ଆତ୍ମବିଶ୍ୱାସ ମୋତେ ପ୍ରଭାବିତ କରିଥିଲା।

ତୁମର ସେଇ ଆଦର୍ଶ ରେ ଅନୁପ୍ରାଣିତ ହେଲି।

ମୁଁ ସିନା ଆର୍ଥିକ ସମସ୍ୟା କୁ ସାମ୍ନାକରିନି କିନ୍ତୁ଼

ତୁମ ସହ ମିଶିବା ପରେ ଜାଣିଲି ଏବଂ ସେମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଚେଷ୍ଠା କରିଥିଲି ।


ଏହା ଭିତରେ ଆମର ପ୍ଳସ ଥ୍ରୀ ଆରମ୍ଭ ହୋଇଥିଲା ।ଆମର ସମ୍ପର୍କ ଆହୁରି ନିବିଡ

ହୋଇଯାଇ ଥାଏ ।ଘରେ କାହାକୁ ଜଣାଇ ନ

ଥିଲେ ମଧ୍ୟ ଆମେ ଭଵିଷ୍ୟତ ରେ ବିବାହ କରି ବାକୁ ମନସ୍ତ କରି ସାରିଥିଲେ ।


  କଲେଜ ର Classସରିବା ପରେ ଦୁଇଜଣ ଯାକ ଗୋଟିଏ ଜାଗାରେ ବସି ଗପିବା ଥିଲା ଆମର ନିତି ଦିନିଆ ଅଭ୍ୟାସ।ଘଣ୍ଟା ଘଣ୍ଟା ଧରି କଥା ହେଉ ହେଉ ସମୟ ଜଣା ପଡୁନଥିଲା ।।  ତୁମର ମନେ ଥିବ ,ଆମେ ଦିନେକଥା ହେଉ ଥିବା ବେଳେ ତୁମେ କହିଥିଲ

 ମାନସ ,ଭବିଷ୍ୟତରେ ଆମେ ଚାକିରି କରିବା ତ କେବଳ ଶିକ୍ଷକ କିମ୍ବା ଅଧ୍ୟାପକ ହେବା,ଆଜିକାଲି ର ଶିକ୍ଷାବ୍ୟବସ୍ଥା ଏତେ ଅବ୍ୟବସ୍ଥିତ ହେଲାଣି ଯେ ଗୋଟେ ସାଧାରଣ ଘରର ପିଲା ପାଠପଢି ତା ଲକ୍ଷ୍ୟସ୍ଥଳରେ

ପହଞ୍ଚିବା ଅତୀବ  କଷ୍ଟସାଧ୍ୟ, ତେଣୁ ଏ କ୍ଷେତ୍ର ରେ ଆମେ ସବୁବେଳେ ଏହି ପିଲା ମାନଙ୍କୁ ସାହାର୍ଯ୍ୟ କରିବା... ..ନା କଣ କହୁଛ। ""...

      ତୁମର ଏଇ କଥାରେ ମୁଁ ସଂପୂର୍ଣ୍ଣ

ଏକମତ ଥିଲି।


    ଭବିଷ୍ୟତର ସୁନେଲି ସ୍ବପ୍ନ ଦେଖୁ ଦେଖୁ କେତେବେଳେ ଆମର ପ୍ଳସ୍ ଥ୍ରୀ ସରିଗଲା।

ଆମେ ଦୁହେଁ ଅଲଗା ଅଲଗା କଲେଜ ରେ ପଢ଼ି ବାକୁ ଚାଲିଗଲେ ।ତୁମେ ଘର ପାଖରେ ଗୋଟିଏ ବିଶ୍ୱବିଦ୍ୟାଳୟ ରେ ପଢିଲ।ମୁଁ ରାଜ୍ୟ ବାହାରେ ଗୋଟିଏ ବିଶ୍ୱ ବିଦ୍ୟାଳୟ ରେ ପଢିଲି।


 ତୁମକୁ ଛାଡ଼ି ଆସିବାର ଦୁଃଖ ଥିଲା, ତା ସହିତ

ଆଗକୁ ବଢ଼ିବାରେ ଆଗ୍ରହ ଆମ ଦୁଃଖକୁ ସହିବାକୁ ଶକ୍ତି ଦେଉଥିଲା।

  ତୁମ ସହିତମିଶିବା ,ତୁମକୁ ଭଲ ପାଇବା ରେ, ମୁଁ ନିଜକୁ ଭାଗ୍ୟବାନ ମନେ କରୁଥିଲି।ମୋତେ ତୁମ ଛଡ଼ା ଆଉ କେହି ସୁନ୍ଦର ଲାଗନ୍ତି ନାହିଁ।

ତୁମର ସେଇ ସରଳ ବ୍ୟକ୍ତିତ୍ୱ ,ଦୃଢ ଆତ୍ମବିଶ୍ବାସ

ତୁମ ଚେହେରାରେ ପ୍ରତିଫଳିତ ହେଉଥାଏ


   ଯେଉଁ ଦିନମୋର final exam ସରିଲା ମୁଁ

ଖୁସିରେ ଘରକୁ ଫେରି ତୁମ ସହିତ ଦେଖା କରିବା ପାଇଁ ଯିବାକୁ ବାହାରିଛି ବାପା ଡାକି କହିଲେ

କାଲି ସକାଳେ ମୋ ସହିତ ମିଶି ଗୋଟେ ଆଡେ

ଯିବାକୁ ହେବ, ତେଣୁ ପ୍ରସ୍ତୁତ ହୋଇଥା ।ମୁଁ ଅତି ଆଗ୍ରହର ସହ ବାପାଙ୍କ ଠାରୁ ବୁଝି ଜାଣିଲି ଯେ ସେ ମୋତେ ତାଙ୍କ ନିର୍ବାଚନ କ୍ଷେତ୍ର କୁ ନେଇ ଯିବେ, ସେଠାରେ ଅନ୍ୟ କେତେକ ଯୁବକ ମାନଙ୍କ ସହ ତାଙ୍କ ଦଳୀୟ କାର୍ଯ୍ୟାଳୟ ରେ ଦଳର ଯୁବସଦସ୍ୟ ଭାବେ ଯୋଗ ଦେବାକୁ ହେବ।।


      ଏ କଥାରେ ମୁଁ ରାଜି ହେଲି ନାହିଁ ।ମୁଁ

ମୋ ଜୀବନର ଲକ୍ଷ୍ୟ ବିଷୟରେତାଙ୍କୁ ଯେତେ ବୁଝାଇ କହିଲି ,ମୋ କଥା ଶୁଣି ଉପହାସକଲେ,

ମୋର ଏପରି କରିବାଟା ତାଙ୍କର ପସନ୍ଦ ନୁହେଁ।ତାଙ୍କ ପାଖରେ ମୋର ଇଚ୍ଛାରକୌଣସି ମୂଲ୍ୟ

ନ ଥିଲା। ବୋଉ ସବୁ ବେଳେ ମୋତେ ସମର୍ଥନ

କରେ, ହେଲେ ସେଦିନ ମୋତେ ବାପାଙ୍କ କଥା ମାନିବା ପାଇଁ ବୁଝେଇ ଦେଲା।


  ଭିତରେ ଭିତରେ ମୁଁ ଭାଙ୍ଗି ପଡିଲି।ତୁମ କୁ ଦେଇଥିବା କଥା ଭାବି ଦୁଃଖିତ ହେଉଥାଏ

ଦଳରେ ସାମିଲ ହେବା ପରେ ମୋତେ ତୁମ ପାଖକୁ ଆସିବାକୁ ଇଚ୍ଛା ହେଲା ନାହିଁ।


  ନିଜକୁ ସବୁ ବେଳେ ଅନ୍ଧାର ଭିତରେ ରଖିବା 

ପାଇଁ ପ୍ରୟାସ କରି ଚାଲିଲି।ତୁମ ସହିତ ଦେଖା କରି ଏ ବିଷୟରେ ଆଲୋଚନା କରିବା ଟା ମୁର୍ଖାମି ହେବ ବୋଲି ଚୁପ୍ ରହିଲି।


   କିଛି ବର୍ଷ ପରେ ଦଳର ସଦସ୍ୟମାନେ

ମୋ ଭଳି ଏକ ଶିକ୍ଷିତ ଯୁବକର୍ମୀ କୁ ନିର୍ବାଚନ ମଇଦାନରେ ଠିଆ ହେବା ଉଚିତ ବୋଲି ବାପାଙ୍କୁ

ଭୋଟରୁ ଓହରି ଯିବାକୁ ପରାମର୍ଶ ଦେଲେ।


   ସେଇ କଥା କୁ ବାପା ଗ୍ରହଣ କରି ନେଇ

ମୋତେ ତାଙ୍କ ସ୍ଥାନରେ ଠିଆ କରି ଦେଲେ।

ଲୋକ ମାନେ ମଧ୍ୟ ବିପୁଳ ଭୋଟ ଦେଇ ମୋତେ

ବିଧାୟକ ଭାବରେ ନିର୍ବାଚିତ କରି ଥିଲେ।


   ମୁଁ ଆଉ ସେଇ ଦିନର ମାନସ ନୁହେଁ, ବରଂ ଏଠାକାର ଯୁବ ବିଧାୟକ ମାନସରଞ୍ଜନ

ସାମନ୍ତରାଏ ,ଗୋଟିଏ ପ୍ରତିଷ୍ଠିତ ରାଜନୈତିକ ଦଳର ନେତା ।ଯେଉଁ ଟା ତୁମକୁ ଜମା ପସନ୍ଦ ନୁହେଁ । ଚାହିଁ ଥିଲେ ମୁଁ ବାପାଙ୍କୁ ବିରୋଧ କରି ମୋ ନିଜ ରାସ୍ତା ବାଛି ନେଇଥାନ୍ତି


     କିନ୍ତୁ ସେପରି କରିମୁଁ ମୋ ବାପାଙ୍କୁ ,

ତାଙ୍କ ର ସମାଜରେ ଥିବା ସମ୍ନାନକୁ ତଳେ ପକାଇବାକୁଚାହୁଁ ନ ଥିଲି ଯେଉଁଟା ମୋ ପ୍ରକୃତି ବିରୁଦ୍ଧ।

     

  "ସେଇ ଗୋଟିଏ କାରଣ ପାଇଁ ମୁଁ ତୁମ ଠାରୁ ଦୂରେଇ ଯାଇଛି, ମାମା" !ତୁମ ଠାରୁ ଦୂରେଇରହି ମୁଁ ଯେଉଁ କଷ୍ଟ ପାଇଲିଣି ଠାରୁ ଭଲ ହୋଇଥାନ୍ତା, 

ଏ ଦୁନିଆଁ ଛାଡି ଚାଲି ଯାଇଥାନ୍ତି ।


 ବାପା ଙ୍କ ବିରୁଦ୍ଧ ରେ ସିନା ଯାଇ ପାରିଲିନି, ହେଲେ ତାଙ୍କ ସହିତ ମୋର ପ୍ରତ୍ୟେକ ଟି କ୍ଷେତ୍ର ରେ ମତାନ୍ତର ।ଆଜି ପର୍ଯ୍ୟନ୍ତ ସେ ଆଣୁଥିବା ପ୍ରତ୍ୟେକ ବିବାହ ପ୍ରସ୍ତାବ କୁ ଅଗ୍ରାହ୍ୟ କରି ଚାଲିଛି ,ଅନେକସମୟରେ ଦୁଃଖ କୁ ଭୁଲିବାକୁ

ନିଶାର ସାହାରା ନେଉଛି।


  .. " ବହୁତ ଭଲ ଉପାୟ ଟିଏବାଛି ନେଇଛ!!      ମାନସ"

    ଏବେ କୁହ ମୁଁ କଣ କରିବି।ନିଶା ଖାଇବି, ନା ଆତ୍ମହତ୍ୟା ।

   ତୁମ ପରି ବ୍ୟକ୍ତିତ୍ୱ ଯାହାକୁ ସମସ୍ତେ ଆଦର୍ଶ ଭାବରେ ଗ୍ରହଣ କରୁଥିଲେ ।


ଥରେତ ମୋତେପଚାରିଥାନ୍ତମୁଁକଣଚାହୁଁଛି।

   

 - କେବେ ଥରେ ବସି କଥା ହେଇଥିବା ଵିଷୟ କୁ ନେଇ କଣ! ସାରା ଜୀବନର ନିଷ୍ପତି ନେଇ

ଯିବା ଠିକ୍ ହେଲା।

- ମାନୁଛି ତୁମ ରାସ୍ତା ମୋ ରାସ୍ତା ଭିନ୍ନ,ହେଲେ ଲକ୍ଷ୍ୟ ତ ଗୋଟିଏ। ଅନ୍ୟ କୁ ସାହାର୍ଯ୍ୟ ସହଯୋଗ କରିବା, ସମାଜର ଉନ୍ନତି ପାଇଁ ଚେଷ୍ଟା କରିବା ଏଇଟା ତ ଆମର ମୂଳ ଲକ୍ଷ୍ୟ।


    ରାଜନୀତି କ୍ଷେତ୍ରରେ ଜଣେ ବ୍ୟକ୍ତି ତାର

ସ୍ୱତଃ ପରିଚୟ ସୃଷ୍ଟି କରିପାରେ, ଯଦି ସେ ସ୍ୱଚ୍ଛ ଭାଵମୂର୍ତି ନେଇ ଆଗେଇ ଯାଏ।

  ହଁ ମୋତେରାଜନୀତି କରୁଥିବା ଵ୍ୟକ୍ତି ପସନ୍ଦ

ନୁହେଁ।କିନ୍ତୁ ତୁମ ପରି ଜଣେ ଯୁବକ ଯିଏଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।ସେମିତି ନିର୍ମଳ ଵ୍ୟକ୍ତି ରାଜନୀତି କ୍ଷେତ୍ର କୁ ଆସିବା ନିହାତି ଆବଶ୍ୟକ ।

  ତୁମ କାର୍ଯ୍ୟ ପାଇଁ ମୁଁ ଗର୍ବିତ।ଆଉ ରହିଲା

ଆମ ଦୁଇ ଜଣ ଙ୍କର ସମ୍ପର୍କ କଥା।

   ଏବେ ମଧ୍ୟ ମୁଁ ତୁମକୁ ଅନ୍ତରଦେଇ ଭଲ ପାଏ

ତୁମେ ଚାହିଁଲେ ଆମେ ଦୁହେଁ ପୁଣି ଏକାଠି 

ହୋଇପରିବା।ମାମା ର ଏଇ କଥାଶୁଣି ମାନସ ଆଖିରୁ ଲୁହ ପୋଛି ପକେଇ ମାମା ର ହାତ ଧରି

ଭୁଲ ମାଗୁଥିଲା ।

   ଆଉ ମାମା ହସୁହସୁ କାନ୍ଦୁଥିଲା


  


Rate this content
Log in

Similar oriya story from Abstract