STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଟ୍ରେନର ଶେଷ ବେଞ୍ଚ

ଟ୍ରେନର ଶେଷ ବେଞ୍ଚ

3 mins
357


ମୋର କଲିକତାରେ ଚାକିରୀ ହୋଇଗଲା। ମୋତେ ଯୋଗ ଦେବାକୁ ହେବ ତ ଠିକଣା ଦିନକୁ ଅପେକ୍ଷା କରିବାକୁ ପଡ଼ିିଲା। ମାଲିକ ଶ୍ରୀଧର ମହାନ୍ତି ମୋର ସବୁ ଆବଶ୍ୟକତା ଯୋଗାଇ ଦେଲେ। ମୁଁ ଏଥର ମାଲିକ ଓ ମାଆଙ୍କୁ ପ୍ରଣାମ କରି ହରିଚନ୍ଦନପୁର ପ୍ଲାଟଫର୍ମରେ ଚଢ଼ିଲି। ମୁଁ ଭାରି ଖୁସି କି ଆଜି ନିଜର ଯୋଗ୍ୟତା ଓ ଈଶ୍ବରଙ୍କ ଇଚ୍ଛା ବଳରେ ଷ୍ଟେସନ ମାଷ୍ଟର ଚାକିରୀ ଖଣ୍ତେ କରିବି। ମନରେ ଅସରନ୍ତି ଭାବନା କି ମା'ଙ୍କୁ ଏଥର କଲିକତା ନେଇ ରହିବାର ସୌଭାଗ୍ୟ ମୋର ଜୀବନରେ ଈଶ୍ଵର ସୃଷ୍ଟି କରିଛନ୍ତି। ମୁଁ ଟ୍ରେନ ଭିତରେ ଥାଇ ଶତକୋଟି ପ୍ରଣାମ ଓ ଧନ୍ୟବାଦ ସହ ଆନନ୍ଦରେ ଆଖିରୁ ଲୁହ ଗଡ଼େଇ ଦେଲି। ହଠାତ୍ ସେଇ ଝିଅଟି ମୋର ପଛ ପଟରୁ ଚିତ୍କାର କରି କହିଲା,"ଭାଇ ! ଏଇ ନିଅନ୍ତୁ ମସଲା ମୁଢ଼ି।" ମୁଁ ତାର ମସଲା ମୁଢ଼ିକୁ ଯନ୍ତ୍ରବତ ଧରି ନେବାବେଳେ କହିଲା,"ଭାଇ ! ଚାକିରୀରେ ଯୋଗ ଦେବାକୁ ଯାଉଛନ୍ତି କି ଫେରିବା ବେଳେ ଅବଶ୍ୟ ମିଠା ଧରିକି ଆସିବେ?"

       ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲି। ଏ ଝିଅଟି କେମିତି ଜାଣିଲା କି ମୁଁ ଚାକିରୀରେ ଯୋଗ ଦେବାକୁ ଯାଉଛି।" ମନ ଗହନ ତଳେ ଅସୁମାରୀ ପ୍ରଶ୍ନ ତୁହାକୁ ତୁହା ଆସୁଥାଏ ଆଉ ଯାଉଥାଏ। କିନ୍ତୁ ମୁଁ ତାକୁ ସତ୍ୟତା କହିବା ଅସମିଚୀନ ମଣିଲି।

        ମୁଁ ନିଜକୁ ନିଜର ପ୍ରଶ୍ନ ବାଣରେ ଘାଇଲା ହୋଇ ଯାଉଥିଲି। ଏ ଝିଅଟି ନିଜର ଲୋକ ନୁହେଁ ତ? ଆଖିରେ ଆନନ୍ଦର ବାତ୍ତାବରଣ ଯେତିକି ନିରାନନ୍ଦର ବାତ୍ତାବରଣ ସେତିକି ସହ ପ୍ରଶ୍ନ ବାଣରେ ସନ୍ତୁଳିତ ହୋଇ ଯାଉଥିଲି। ମୁଁ ନିଜକୁ ପ୍ରସ୍ତୁତ ହେଲି ଆଗକୁ ଆସୁଥିବା ସମସ୍ୟାର ସମାଧାନ ପାଇଁ ଦେହ ଓ ମନକୁ ଦୃଢ଼ କଲି। ମୁଁ ମୌନତାରେ ବସିଥାଏଁ। ଟ୍ରେନ ମଧ୍ୟ ନିଜର ଗନ୍ତବ୍ୟ ପଥରେ ଆଗେଇ ଯାଉଥାଏ ଛୁକଛୁକ ଶଦ୍ଦରେ କେତେକେତେ ବିଲ,ବନ ଓ ପାହାଡ ଅତିକ୍ରମ ପରେ ପହଞ୍ଚିଗଲି ଭୁବନେଶ୍ୱରରେ ଆଉ ଓହ୍ଲେଇ ପଡ଼ି କଲିକତା ଯାଉଥିବା ଟ୍ରେନକୁ ଧରିଲି। ମୋର ମନ କହୁଥିଲା ଏହିକି ଅବଶ୍ୟ ଏହି ମସଲା ମୁଢି ବିକାଳି ଝିଅଟିକୁ ଭଉଣୀର ମାନ୍ୟତା ଦେବି ଯିଏ ବିନା କାରଣରେ ପ୍ରତି ଟ୍ରେନଯାତ୍ରା କାଳରେ ଭାଇର ମର୍ଯ୍ୟାଦା ଦେବା ସହ ମସଲା ମୁଢ଼ି ଖାଇବାକୁ ଦେଉଛି। ମୋର ଜୀବନରେ କେବେ ବି ଭାଇର ଡାକ ଏତେ କଅଁଳେଇ ଡାକି ନ ଥିଲେ। ଏଇ ଝିଅଟି ହିଁ ପ୍ରଥମ ଯିଏ ବିନା ସ୍ୱାର୍ଥରେ ଭାଇର ସମ୍ବୋଧନ କରି ଆସୁଅଛି। ମୋର ଭାବନା ରାଜ୍ୟରେ ଘୂରି ବୁଲୁବୁଲୁ କେତେବେଳେ ଯେ ନିଦ ଆସି ଯାଇଛି ଆଉ କଲିକତାରେ ପହଞ୍ଚି ଯାଇଛି ମୋତେ ଜଣା ନାହିଁ। ପାଖ ସିଟରେ ବସିଥିବା ଜଣେ ଭଦ୍ର ମଉସା ଉଠାଇ ଦେଲେ ତ ଧଡପଡ଼ ହୋଇ ଉଠି ପଡ଼ିଲି ଆଉ ପ୍ଲାଟଫର୍ମରେ ଓହ୍ଲାଇଲି। ମୁଁ ମଉସା ଜଣଙ୍କୁ କୋଟି ଧନ୍ୟବାଦ ଦେଇ ଚାଲିଲି ଟିକିଏ ବିଶ୍ରାମ ନେବାକୁ ତ ଦେଖିଲି ସେଇ ପ୍ଲାଟଫର୍ମର ଶେଷ ବେଞ୍ଚରେ ଜଣେ ମଧ୍ୟମ ବୟସ୍କା ମହିଳା ବସିଥିଲେ।

      ମୁଁ ତାଙ୍କୁ ଦେଖି ଟିକିଏ ସଙ୍କୋଚ ମନରେ ଠିଆ ହୋଇଗଲି। ଭଦ୍ର ମହିଳାଙ୍କୁ କିଛି ବି ନ କହି ଫେରି ଆସିବାବେଳେ ମହିଳା ଜଣଙ୍କ କହିଲେ,"ପୁଅ ! ତୁମର ବିଶ୍ରାମ ଲୋଡ଼ାଥିଲା ବୋଧେ। ଆସ ଏ ବେଞ୍ଚରେ ବସନ୍ତୁ। ଅଗତ୍ୟା ମୋତେ ବସିବାକୁ ହେଲା। ମୁଁ ନୀରବ ହୋଇ ବସିଥାଏ ତ ସେ କହିଲେ,"ପୁଅ ! ତୁମେ କେଉଁଠୁ ଆସିଛ? ଆଉ ଯିବ ବା ଯେଉଁଠିକୁ?" ମୁଁ ମୁଣ୍ଡ ନୁଆଇଁ କହିଲି,"ମାଉସୀ ! ମୁଁ କେନ୍ଦୁଝରର ଘଟଗାଁ ପୀଠରୁ ଆସିଛି। ମାଉସୀ ଘଟଗାଁ ପୀଠ କହିବା କ୍ଷଣି ମାଆ ତାରିଣୀଙ୍କ ଉଦ୍ଦ୍ୟେଶ୍ୟରେ ମୁଣ୍ଡ ନୁଆଇଁ ପ୍ରଣାମ କରି କହିଲେ,"ପୁଅ ! ଏତେ ଦୂରରୁ ଆସିଛ ଏଠାରେ କାମ କ'ଣ?" ମୁଁ ତାଙ୍କୁ ସତ୍ୟତା କାହିଁକି କେଜାଣି ଲୁଚାଇ ପାରିଲି ନାହିଁ। ତୁଣ୍ଡରୁ ବାହାରି ପଡ଼ିଲା,"ମାଉସୀ ! ମୋତେ ଏହି ରେଲୱେ ପ୍ଲାଟଫର୍ମରେ ଷ୍ଟେସନ ମାଷ୍ଟର ଭାବରେ କାମ ମିଳିଛି। ଆସନ୍ତାକାଲି ଯୋଗ ଦେବି।" ବଡ଼ ଖୁସିରେ ସେ ପୁଣି ମାଆ ତାରିଣୀଙ୍କୁ କୃତଜ୍ଞତା ଜଣାଇ ମୁଣ୍ଡିଆ ମାରିଲେ ଆଉ କହିଲେ,"ପୁଅ ! ତୁମେ କ'ଣ ରେଲୱେ ଅଫିସଟି ଦେଖିଛ? ଯେଉଁଠି ତୁମେ ଆସନ୍ତାକାଲି ଯୋଗ ଦେବାକୁ ଆସିଛ।" ମୁଁ ମୁଣ୍ଡ ହଲେଇ ନାହିଁ ବୋଲି ସମ୍ମତି ଜଣାଇଲି ତ ମାଉସୀ ଜଣଙ୍କ ମୋତେ ଅଫିସଟି ଦେଖାଇବା ସହ ଅଫିସରଙ୍କ ସହ ସାକ୍ଷାତ କରେଇ ଦେଲେ। ମୁଁ ଅଫିସରଙ୍କୁ ପ୍ରଣାମ ସହିତ ଫେରି ଆସିବାକୁ ଆଜ୍ଞା ମାଗିଲି ତ ମାଉସୀ ମୋତେ ତାଙ୍କ ଘରକୁ ନେଇଗଲେ। ଯଦିଓ ମୁଁ ଯିବାକୁ ଚାହୁଁ ନ ଥିଲି କିନ୍ତୁ ତାଙ୍କର କଅଁଳ ଓ ମିଠା କଥାରେ ଭଳିକି ଚାଲିଗଲି। ମୁଁ ତାଙ୍କର ସାମାନ୍ୟ ଆତିଥ୍ୟରେ ସନ୍ତୁଷ୍ଟ ହୋଇ ଫେରି ଆସିବାକୁ ଚାହିଁଲି ତ ମାଉସୀ କହିଲେ,"ପୁଅ ! ତୁମେ ବୃଥାଟାରେ ବାହାରେ ରହିବ କାହିଁକି? ଲଜରେ ରହିଲେ ଭଡ଼ା ଦେବାକୁ ପଡ଼ିବ। ତା'ଛଡ଼ା ଏଠାରେ ଢେର ଫାଙ୍କାଘର ପଡ଼ି ରହିଛି ତୁମେ ଯେଉଁଠି ଚାହିଁବ ରହି ପାରିବ। ରାତିକ କଥା ସକାଳୁ ଅଫିସକୁ ଯାଇ ଯୋଗ ଦେବ।

    ମୋର ମାଉସୀଙ୍କ କଥା ଟାଳିବାକୁ ଜୁ' ନ ଥିଲା। ମୁଁ ମାଉସୀଙ୍କ ପାଖରେ ରାତ୍ରି ଯାପନ ପାଇଁ ସମ୍ମତି ପ୍ରକାଶ କଲି ତ ମାଉସୀ ନିଜର ପୁଅଠାରୁ ବି ଅଧିକ ସ୍ନେହ,ପ୍ରେମ ଓ ଭଲ ପାଇବା ଦେଲେ। ମୁଁ ରାତ୍ରିଯାପନ ପରେ ପରଦିନ ବିଦାୟ ନେଇ ନିଜର ଚାକିରୀରେ ଯୋଗ ଦେଲି।

ମୋର ସେଦିନ ମନେ ହେଉଥିଲା କି ସତରେ ! ପ୍ଲାଟଫର୍ମର ଶେଷ ବେଞ୍ଚ ନିଶ୍ଚୟ ମୋର ପାଇଁ ହିଁ ଶୁଭଙ୍କର ଥିଲା। ଜଣେ ଅପରିଚିତ ଅଥଚ ରାଜ୍ୟ ବାହାରେ କିଏ ଭଲା କହାକୁ ଆଜିକାଲି ସାହାଯ୍ୟ ଓ ସହଯୋଗ କରୁଛି କହିଲ?

         ପ୍ଲାଟଫର୍ମର ଶେଷ ବେଞ୍ଚ ମୋର ପାଇଁ ଅମୃତର ଚିହ୍ନ ଆଉ ସ୍ମୃତିର ଇତିହାସ ନୁହେଁ ତ ଆଉ କ'ଣ ହୋଇପାରେ କୁହ?

           


Rate this content
Log in

Similar oriya story from Abstract