STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଟ୍ରେନ ଓ ବୁଲା ବିକାଳି

ଟ୍ରେନ ଓ ବୁଲା ବିକାଳି

4 mins
247


ବାପା ମୋତେ ଭୁବନେଶ୍ବର ଡାକିଲେ ମୋର ଭାବିଷ୍ୟତ ବିଷୟରେ ଚିନ୍ତା କରି ସାକ୍ଷାକାର ଚାହୁଁଥିଲେ। ମୁଁ ମୋର ଦେବଦୂତ ସ୍ୱରୂପ ମାଲିକ ଶ୍ରୀଧର ମହାନ୍ତିଙ୍କୁ ଯିବାପାଇଁ ଜଣାଇଲି। ମାଲିକ ମୋତେ ଯଥାଶୀଘ୍ର ଯିବାପାଇଁ ଅନୁମତି ଦେଲେ କାରଣ ସେ ମୋର କର୍ତ୍ତବ୍ୟ ଓ ନିଷ୍ଟା ପ୍ରତି ସନ୍ତୁଷ୍ଟ ଥିଲେ ତ ଗୋଟିଏ ଦିନ ଛୁଟିପାଇଁ ମଞ୍ଜୁର କରିଦେଲେ। ମୋର ଯିବାକୁ ଯଦିଓ ଇଚ୍ଛା ହିଁ ନ ଥିଲା ତଥାପି ବାପାଙ୍କ କଥା ଶିରୋଧାର୍ଯ୍ୟ ମଣି ଚାଲିଲି ହରିଚନ୍ଦନପୁର ପ୍ଲାଟଫର୍ମକୁ ଯିଏ ମୋର ପ୍ରଥମ ପ୍ଲାଟଫର୍ମ ହିଁ ଥିଲା। 

       ମୁଁ ଟିକେଟ କାଟିଲି। ଟ୍ରେନଟି ଠିକଣା ସମୟରେ ଆସିଗଲା ତ ଦ୍ଵିତୀୟ ବଗିରେ ଉଠିଲି। ସେଦିନ ମୋର ଚିନ୍ତା ଥିଲା ଏହିକି ଆଜି ଯେମିତି ପୁଣି କୌଣସି ଅସୁବିଧାରେ ନ ପଡ଼େ କିନ୍ତୁ ମୋର ତ ଟ୍ରେନରେ ବସିଲେ ହିଁ କୌଣସି ନା କୌଣସି ସମସ୍ୟା ସୃଷ୍ଟି ହେଉଛି ଆଜି କ'ଣ ହୋଇପାରେ ତାକୁ ହିଁ ଅପେକ୍ଷା କରିବାର କଥା। ମୋର ଟ୍ରେନରେ ବସୁବସୁ ଜଣେ ବୁଲା ବିକାଳି ଝିଅଟେ ଆସିଗଲା ଆଉ ଜୋରରେ ଚିଲ୍ଲେଇ କହିଲା,"ଆଜ୍ଞା ! ମସଲା ମୁଢ଼ି ମସଲା ମୁଢ଼ି !" ମୋର ପାଖରେ କେତେ କେତେ ଯାତ୍ରୀ ନିଜର ଆବଶ୍ୟକତା ଅନୁସାରେ ମସଲା ମୁଢ଼ି କିଣିନେଲେ। ଓ ଅର୍ଥକୁ ପୈଠ କରି ଦେବାରୁ ସେ ତାର ଅର୍ଥଧରି ଚାଲିଗଲା। ମୋର ତ ଏବେ ଘରୁ ପଖାଳ ଭାତ ପେଟେ ଖାଇଚି ତେବେ ମସଲା ମୁଢ଼ିକୁ କିଣି ଖାଇବି କାହିଁକି? ତେଣୁ କେବଳ ବଲବଲ କରି ଅନେଇଲି ତ ଝିଅ ବୁଲା ବିକାଳିଟି ସାମାନ୍ୟ ହସିଦେଇ ଚାଲିଗଲା।

        ସେ ଟିକିଏ ଆଗକୁ ବଢିଲା ପୁଣି କ'ଣ ଭାବିଲା କେଜାଣି ପଛକୁ ଫେରିଆସି କିଛି ମସଲା ମୁଢ଼ି ଠୁଙ୍ଗାରେ ପୂରେଇ ମୋତେ ଧରାଇ ଦେଇ କହିଲା,"ଭାଇ ! ଏଇ ନିଅନ୍ତୁ ମୋର ତରଫରୁ ସାମାନ୍ୟ ଜଳଖିଆ।" ମୁଁ ତାଙ୍କୁ ଧନ୍ୟବାଦ ଦେଇ କହିଲି,"ଭଉଣୀ ! ମୁଁ ଏବେ ପାଖଳ ଭାତ ପେଟେ ଖାଇ ନେଇଛି ତେଣୁ ଖାଇବିନି ଆଉ କାହାକୁ ଦିଅନ୍ତୁ ବୃଥାରେ ନଷ୍ଟ ହୋଇଯିବ ଏ ମସଲା ମୁଢ଼ିତକ।" ଟିକିଏ ହସିଦେଇ କହିଲା,"ଭାଇ ! ଠିକ୍ ଅଛି।" ସେ ତାର ମସଲା ମୁଢ଼ିକୁ ନେଇ ଚାଲିଗଲା। ତାର ହୃଦୟରେ କ'ଣ ଭାବନା ସୃଷ୍ଟି ହେଉଥିଲା କେଜାଣି? ମୁଁ କିନ୍ତୁ ଭୟଙ୍କର ଭାବରେ ଥରି ଉଠୁଥିଲି କାରଣ ଗତଥର ମୁଁ ଜଣେ ଝିଅଙ୍କ ଠାରୁ ଅନେକ ଟଙ୍କା ହାତେଇଥିଲି ସେଇଭୟ ମୋତେ କୋରି ଖାଉଥିଲା। ଆଜି କେମିତି କୌଣସି ଅଘଟଣ ନ ହେଉ। ସେ ମସଲା ମୁଢ଼ି ବୁଲା ବିକାଳି ଝିଅଟି ପୁଣି ଫେରି ଆସି ମୋତେ ଠୁଙ୍ଗାରେ ମସଲା ମୁଢ଼ି ଭର୍ତ୍ତିକରି ବଢାଇ ଦେ଼ଇ କହିଲା,"ଭାଇ ! କ'ଣ ମୋର ମସଲା ମୁଢ଼ି ନ ଖାଇବାକୁ ପଣ କରିଛନ୍ତି କି?" ମୁଁ ତାକୁ କହିଲି,"ଭଉଣୀ ! ସେମିତି କିଛି ବି ନୁହଁ,କେବଳ ପେଟରେ ଭୋକ ହିଁ ନାହି।" ସେ ରାହା ଧରିଲା,"ଭାଇ ! ସେତେବେଳେ ଭୋକ ନ ଥିଲା ଠିକ ଅଛି କିନ୍ତୁ ଏବେ ତ ଏଗାର ବାଜିଲାଣି ତେବେ ଏହା ତ ପେଟ ପୂରିବାର ହିଁ ନାହି ସାମାନ୍ୟ ଭୋକର ପୂରଣ ମାତ୍ର ତେବେ ଖାଉ ନାହାଁନ୍ତି କହିକି?" ମୁଁ ଅଗତ୍ୟା ତାର ଯାଚିତ ମସଲା ମୁଢ଼ିକୁ ଆଣି ଖାଇବା ଆରମ୍ଭ କଲି। ସେ ମୋତେ ଅପଲକ ନୟନରେ ଚାହିଁ ଉଠି ଚାଲିଗଲା।

      ଦେଖୁଦେଖୁ ଭୁବନେଶ୍ବର ପହଞ୍ଚିଗଲି ତ ପ୍ଲାଟଫର୍ମରେ ଓହ୍ଲାଇ ବାପାଙ୍କ ପାଖକୁ ଚାଲିଗଲି। ବାପା ମୋତେ ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇ ଖାଇବା ଓ ପିଇବାକୁ ଦେଇ କହିଲେ,"ରହନ ! ତୋର ବୟସ ହୋଇଗଲାଣି। ମୋର ତରଫରୁ ତୋତେ କିଛି ବି ସାହାଯ୍ୟ ଓ ସହଯୋଗ କରି ପାରୁନାହିଁ। ମୁଁ ବାପା ହୋଇ ବି ଅପାରଗ। ତୋର ମାଆ କର୍ମକରି ଯେଉଁ ଖାଇବା,ପିଇବା ଓ ଶୋଇବା ଦେଉଛି ତାକୁ ସାଦରେ ଗ୍ରହଣ କରିନେବୁ।" ବାପାଙ୍କ ଆଖିରେ ଲୁହ। ସେ ଲୁହ ପୋଛି ପୁଣି କହିଲେ,"ରହନ ! ତୁ ଘରେ ରହି ଏବେ କ'ଣ କରୁଛୁ? ମୁଁ ଜାଣି ନାହିଁ କିନ୍ତୁ ତୋତେ କିଛି ତ ଗୋଟେ କରିବାକୁ ହେବ। କ'ଣ କରିବାକୁ ଜୀବନରେ ଇଛା ଅଛି କହ ତ?" ମୁଁ କହିଲି,"ବାପା ! ଆପଣ ମୋର ବିଷୟରେ ଯାହା ଚିନ୍ତା କରିଛନ୍ତି ଆଗ ଖୋଲିକି ତ କୁହନ୍ତୁ ତା'ପରେ ମୋର କଥା ଆପଣଙ୍କୁ ଜଣେଇବି।" ବାପା କହିଲେ,ରହନ ! ମୋର ଶିକ୍ଷା ଓ ଦୀକ୍ଷା ନାହି ତ ସିକ୍ୟୁରିଟି ଚାକିରୀଟିଏ କରିଛି। ତୁ ତ ପାଠ ପଢ଼ିଛୁ। ପାଠ ଅନୁସାରେ ଚାକିରୀ ଖୋଜିଲେ କେମିତି ହୁଅନ୍ତା?" ମୁଁ ବାପାଙ୍କୁ କହିଲି,"ବାପା ! ମୁଁ ଆମ ଘଟଗାଁ ବଜାର କୋଚିଙ୍ଗ ସେଣ୍ଟରରେ କାମ କରୁଛି ବେସରକାରୀ ହେଲେ ମଧ୍ୟ ବହୁତ ଭଲ। କାରଣ ମାଲିକ ଜଣଙ୍କ ଦେବଦୂତ ସଦୃଶ। ଆପଣ ମୋର ଆଉ କୌଣସି ଚିନ୍ତା ନ କରି ନିଜର ଧ୍ୟାନ ନେଉଥିବେ। ଆମେ ମାଆ ଓ ମୁଁ ଭଲରେ ଚଳି ଯାଉଛୁ।" ବାପା ମୋର ଦରମା କେତେ ପଚାରିଲେ ନାହିଁ କି ମୁଁ ବି କହିବାକୁ ଉଚିତ୍ ମଣିଲି ନାହିଁ। 

     ସମୟ ହୋଇ ଯାଇଥିଲା। ମୁଁ ଫେରି ତ ଟିକେଟ କାଟିଲି ଓ ସେଇ ଦ୍ଵିତୀୟ ବଗିରେ ଚଢ଼ିଲି। ମୋର ଆସିବା ବେଳେ ବାପା କୋଡିଏ ହଜାର ଟଙ୍କା ଧରାଇ ଦେଉଥିଲେ କିନ୍ତୁ ମୁଁ ନ ଆଣି ବ୍ୟାଙ୍କରେ ଜମା କରିବାକୁ ଅନୁରୋଧ କଲି। ମୋର ଟଙ୍କା ନ ଆଣିବା ବାପାଙ୍କୁ ବହୁତ ବାଧିଲା। ସେ ଲୁହ ଛଳଛଳ କରି ଲୁହକୁ ପୋଛିଲେ। ବାପାଙ୍କର ଏ କାନ୍ଦ ମୋତେ ସନ୍ଦେହ ଆଡ଼କୁ ଟାଣିନେଲା ତ ଅଜାଣତରେ ମୋର ଆଖିରୁ ମଧ୍ୟ ଦୁଇ ଟୋପା ଲୁହ ଖସି ପଡିଲା। ମୁଁ ଦୁଇ ଚାରୋଟି ପ୍ଲାଟଫର୍ମ ପାରି ହୋଇଛି କି ନାହି ସେଇ ବୁଲା ବିକାଳି ଝିଅଟି ପାଖକୁ ଆସି କହିଲା,"ଭାଇ! ! ତୁମେ କାନ୍ଦୁଛ କାହିଁକି?" ମୁଁ ତା ଆଡ଼କୁ ଚାହିଁଲ ତ ସେଇ ଝିଅ ଯିଏ ବୁଲା ବିକାଳି ମସଲା ମୁଢ଼ିବାଲୀ ଗଲାବେଳେ ଖୁଆଇଥିଲା। ମୁଁ ତାଙ୍କୁ କହିଲି,"ଭଉଣୀ ! ସେମିତି କିଛିବି ନାହିଁ କେବଳ ଘର କଥା ମନେ ପଡ଼ିଲା ତ ବାସ ସେଇଠି ପାଇଁ।" ସେ ପୁଣି ମସଲା ମୁଢ଼ି ଠୁଙ୍ଗାରେ ପୂରାଇ କି ଦେଲା ତ ଅଗତ୍ୟା ନାହି ନ କରି ହାତରେ ଧରିଲି ଆଉ ସକାଳ ଓ ବର୍ତ୍ତମାନର ଟଙ୍କାକୁ ଦେଲି। ସେ ନାହିଁ ନ କରି ବଡ଼ ସହଜରେ ନେଇଗଲା ଆଉ କହିଲା,"ଭାଇ ! ମୋର ଏଇ କେଇଦିନ ହେବ ଏ ବେଉସା ଧରିଛି ଜୀବନରେ ଏକ ସଫଳତା ହାତେଇବାକୁ।" ବାସ ! ଏତିକି କହି ଚାଲିଗଲା ଆଉ ମୁଁ ବି କୌଣସି କିଛି ନ ଭାବି ଅପଲଜ ନୟନରେ ଚାହିଁ ରହିଲି। ଟ୍ରେନଟି ଆସି ମୋର ପ୍ଲାଟଫର୍ମରେ ପହଞ୍ଚିଲା ତ ଓହ୍ଲାଇ ପଡି ବସରେ ବସି ଫେରିଲି। ବସ କଣ୍ଡକ୍ଟର ମୋତେ ପୁରୁଣା ଟଙ୍କା ମାଗି ନ ଥିଲା। ଗତଥର ଆଉ ଏବେର ଟଙ୍କାକୁ ମିଶାଇ ଧରାଇ ଦେଲି ତ କଣ୍ଡକ୍ଟର ମହୋଦୟ ମୋତେ କୁଣ୍ଢାଇ ପକାଇ କହିଲା,"ଭାଇ ! ମୋର କଣ୍ଡକ୍ଟର ଚାକିରୀ କରିବା ଭିତରେ ତୁମକୁ ଜଣେ ମାତ୍ର ଲୋକେ ପାଇଛି ଯିଏକି ଦେବାକୁ ଭଲ ପାଉଛନ୍ତି ଓ ସତ୍ୟତା ରକ୍ଷା କରୁଥିବା ଲୋକେ, କେବଳ ହିଁ ତୁମେ। ଆଜି ମୁଁ ତୁମଠାରୁ ଟଙ୍କା ନେଇଗଲି ଏହାର ପରଠାରୁ ଏ ବସ ତୁମଠାରୁ କୌଣସି ଭଡା ନେବ ନାହିଁ। ସେ ମୋତେ କୁଣ୍ଢାଇ ପକାଇଲେ ଆଖିରେ ଥିଲା ଲୁହର ବନ୍ୟା ଯାହା ତାଙ୍କ ଜୀବନରେ ପ୍ରଥମେ ପାଇଛନ୍ତି। 

    ମୋର ବସ ଛକ ପହଞ୍ଚିଗଲା। ମୁଁ ତାଙ୍କୁ ଧନ୍ୟବାଦ ଦେଇ ଓହ୍ଲାଇ ଘରକୁ ଚାଲିଗଲି। ସେତେବେଳେ ରାତି ପ୍ରାୟ ନଅଟା ହୋଇ ସାରିଥିଲା। ମାଆ କିନ୍ତୁ ମୋତେ ଚାତକ ପରାୟେ ଅନେଇଁ ବସିଥିଲା ଦୁଆର ମୁହଁ ବାରଣ୍ଡାରେ। 

             


Rate this content
Log in

Similar oriya story from Abstract