Arundhati Jena

Abstract Inspirational Others

4  

Arundhati Jena

Abstract Inspirational Others

ଟିନ୍ ଏଜ : ଉଦ୍ଦୀପନା ର ଜ୍ଵାଳମୁଖୀ

ଟିନ୍ ଏଜ : ଉଦ୍ଦୀପନା ର ଜ୍ଵାଳମୁଖୀ

3 mins
238


ବସ୍ ରେ ଯିବା ସମୟରେ ସବୁ ବେଳେ ଅନେକ ପ୍ରକାର ଲୋକଙ୍କ ସଂସ୍ପର୍ଶରେ ଆସେ ରେଣୁକା।କାହାକୁ କାହାକୁ ଦେଖି ସେ ରାଗ ପ୍ରକଟ କରେ ତ ଆଉ କାହାର ବ୍ୟବହାର ତାକୁ ଖୁବ୍ ଆନଂଦ ଦିଏ। କାହାର କାହାର ପିଲାଲିଆମି ଦେଖି ସେ ନିଜର ସ୍ମୃତି କୁ ସାଉଁଟି ଦିଏ ତ ଆଉ କାହାର ଉଦ୍ଦୀପନା କୁ ଦେଖି ତାକୁ ଇଚ୍ଛା ହୁଏ କିଛି ଉପଦେଶ ଦେବା ପାଇଁ। ହେଲେ ତୁଚ୍ଛା ଉପଦେଶ କୁ ଶୁଣିବା ପାଇଁ କାହାର ଅବା ସମୟ ଅଛି।ମନେ ମନେ ସେ ପୁଣି ଭାବେ ଯଦି ଅନ୍ୟମାନଙ୍କ ପାଖେ ସମୟ ନାହିଁ ତା ଉପଦେଶ କୁ ଶୁଣିବା ପାଇଁ ତେବେ ତା ପାଖେ କ'ଣ ବେଶି ସମୟ ଅଛି ଏସବୁ କରିବା ପାଇଁ। ହେଲେ ବି ତାକୁ ଅଣନିଶ୍ୱାସୀ ଲାଗେ, ସେ ଭାବେ ମୁହଁ ଖୋଲିବା ନିହାତି ଆବଶ୍ୟକ।ନହେଲେ ଆଜିର ଯୁବ ସମାଜ ଅତି ଉତ୍ସାହିତ ହେଇ ଭୁଲ୍ ପଥରେ ପାଦ ଦିଅନ୍ତି। ଅଟକେଇବା ଲୋକ ଦୋଷୀ, ବାପା ମାଆ କି ପରିବାରକୁ ତାର ବିପଥଗାମୀ ହେବାର ଖବର ବି ନାହିଁ।ସେମାନେ ଭାବୁଛନ୍ତି ପୁଅ,ଝିଅ ସେମାନଙ୍କର କଲେଜ୍ କି ସ୍କୁଲ୍ ଯାଉଛନ୍ତି।ହେଲେ ସେମାନେ କ୍ୱାଲିଟି ଟାଇମ୍ ସ୍ପେଣ୍ଡିଙ୍ଗ ବାହାନାରେ ଅନେକ ଭୁଲ୍ କରିବସୁଛନ୍ତି।ଯାହାକୁ ପଛରେ ଚାହିଁଲେ ବି ବଦଳେଇବା ଅସମ୍ଭବ ହୋଇପଡିଛି।ଏଥିରେ ଯଦି ସେମାନଙ୍କୁ ଆଗ କିଛି କୁହାଯିବ ବା ସତର୍କ କରାଯିବ ତେବେ ସେମାନେ କହିବେ ଆଉଟଡେ଼ଟେଡ୍ ଏବଂ ସଂକୀର୍ଣ୍ଣ ଚିନ୍ତାଧାରା ନେଇ ବଞ୍ଚୁଥିବା ମଣିଷ ବୋଲି। ପ୍ରେମ କରିବା,ଜୀବନ ସାଥି ବାଛିବା ପାଇଁ କିଛି ମନା ନାହିଁ ହେଲେ କେତେ ଜ୍ଞାନର ପରିଧି ସେମାନଙ୍କର ଯେ ଭୁଲ୍ ଆଉ ଠିକ୍ କୁ ଗ୍ରହଣ କରିବେ। ଯଦିଓ ଅନେକ କମ୍ ବୟସର ପିଲାମାନେ ମଧ୍ୟ ଏସବୁକୁ ସାରା ଜୀବନ ପାଇଁ ଆଦରେଇ ନିଅନ୍ତି।

   ଏସବୁ ଭାବୁ ଭାବୁ ସେ କିଛି ବାଟ ବସ୍ ରେ ଆଗକୁ ଯାଇଥିଲା।ଏତିକି ବେଳେ ଦେଖିଲା ଗୋଟେ ଝିଅ,ଯାହାକୁ ସିଏ ନାଆଁ ରେ ଜାଣିନି ସିନା ହେଲେ ତା ମୁହଁ ଆଉ ତା କାର୍ଯ୍ୟକଳାପ କିନ୍ତୁ ତା' ପାଇଁ ଖୁବ୍ ଜଣା।ଏଇ ଆଖପାଖର ଝିଅ ବୋଧହୁଏ ସିଏ।ଦେଖିବାକୁ ଖୁବ୍ ସୁନ୍ଦର ଆଉ ତାର ଘଞ୍ଚ କଳା କୁଞ୍ଚୁକୁଞ୍ଚିଆ କେଶ ସହ ଓଠ ତଳେ ଥିବା ସେ କଳାଜାଇ ଖୁବ୍ ଆକର୍ଷଣୀୟ।ହେଲେ ସେ ସବୁଦିନ ସେ ବସ୍ ରେ ଚଢ଼ୁଛି।କିଛି ବାଟ ଗଲା ପରେ ମୁହଁ କୁ ବାନ୍ଧି ଦିଏ ତା ଚୁନିରେ।ଆଉ ନିଜ ପଢ଼ିବା ବ୍ୟାଗ୍ ସାଙ୍ଗମାନଙ୍କୁ ଧରେଇ ଦେଇ ଗୋଟେ ଛକ ରେ ଓହ୍ଲେଇ ଗୋଟେ ପିଲା ର ବାଇକ୍ ପଛରେ ବସି କୁଆଡେ ଚାଲିଯାଏ।ସାଙ୍ଗମାନେ ବିଚରା ତା ବ୍ୟାଗ୍ ସବୁଦିନ ରଖି ଖୁବ୍ ବିରକ୍ତି ପ୍ରକାଶ କରନ୍ତି।ଆଉ ବହୁତ ଚିଡି ଚିଡି ହେଇ କୁହନ୍ତି ଘରେ ଭାବୁଛନ୍ତି ଝିଅ ପାଠ ପଢୁଛି।ହେଲେ ଝିଅ ଯୌବନ ରେ ଏଠି ନିଆଁ ଲାଗିଯାଇଛି, ସବୁଦିନ ଟୋକା ସହ ଚାଲିଯାଉଛି। କୁଆଡେ ଯାଉଛି ସେ ନିଜେ ଜାଣିଥିବ ହେଲେ ପରେ ଯେତେବେଳେ ପସ୍ତେଇବ କେହି ପିଠିରେ ଆସି ପଡିବେନି।ଏସବୁ ଶବ୍ଦ ତା ସାଙ୍ଗ ମାନଙ୍କର ରେଣୁକା କୁ ଖୁବ୍ ଅସହ୍ୟ ମନେ ହୁଏ।ହେଲେ କିଛି ନକହି ଚୁପ୍ ରୁହେ,ଇଚ୍ଛା ହୁଏ ତାର ସେ ଝିଅ କୁ ଥରେ ହେଲେ ବୁଝେଇପାରନ୍ତା କି?ଥରେ ହେଲେ ତାକୁ ବିପଥଗାମୀ ହେବାରୁ ରୋକି ପାରନ୍ତା କି?ନିଜ ବଡ଼ ବାପାଙ୍କ ଝିଅ ଏମିତି ହେଇ ନିଜ ଜୀବନ ହାରିଲା ଆଉ ଏଇ ଝିଅ ସହ ଯଦି ସେମିତି କିଛି ହୁଏ? ନାଁ ଏସବୁ ସେ ହେବା ପାଇଁ ଦେବନି।କାଲି ଯେମିତି ହେଲେ ତାକୁ ବୁଝେଇବ।ହେଲେ ସେ ଝିଅ କ'ଣ ବୁଝିବ?ଯଦି ନବୁଝିବ ନାହିଁ,ହେଲେ ସେ ପ୍ରୟାସ ତ କରିବ।ନହେଲେ ତାର ଅବଶୋଷ ରହିଯିବ।

     ସବୁଦିନ ସେ ଝିଅ କୁ ରେଣୁକା ଚାହିଁବସେ, ହେଲେ ଲାଭ କିଛି ନାହିଁ।ପ୍ରାୟ ମାସେ ବିତିଗଲାଣି, ସେ ଝିଅ କୁ ସେ ଆଉ କେବେବି ଦେଖୁନି।ସାଙ୍ଗମାନଙ୍କୁ ବି ଅନେକ ଖୋଜେ ହେଲେ କାହାକୁ ବି ତା' ଆଖି ଖୋଜି ପାଉନାହିଁ।ସେଦିନ ସେ ଝିଅ ର ସାଙ୍ଗକୁ ଦେଖି ଖୁବ୍ ଧୀର କଣ୍ଠରେ ପଚାରିଲା ଝିଅ ,ସେ ଝିଅ କାହିଁ ଆଉ ଆସୁନି।ଉତ୍ତର ଥିଲା ଖୁବ୍ ଗୁରୁଗମ୍ଭୀର।ଅନ୍ତସତ୍ତା ହେଇଗଲା, ସେ ପିଲା ଆଉ ଧରା ଛୁଆଁ ଦେଲାନି।ଘରେ ଜଣାପଡିବା ଆଗରୁ ବିଷ ପିଇ ଦଉଡ଼ି ଦେଇଦେଲା।ରେଣୁକା ଆଖିରୁ ଧାରେ ତତଲା ଲୁହ ବୋହିଆସିଲା।ଝିଅ ଟି କହୁଥିଲା ମାଡ଼ାମ୍ ମୁଁ ଆସୁଛି ମୋ କଲେଜ୍ ପାଖ ହେଲାଣି।କାହା କଥା ଶୁଣୁ ନଥିଲା, ତା ଫଳ ସେ ପାଇଲା।



Rate this content
Log in

Similar oriya story from Abstract