ଟିକିଏ ହସ
ଟିକିଏ ହସ
ମନେ ପଡିଗଲା ଛୋଟଵେଳର ସେହି ୟୁ. ପି ସ୍କୁଲବେଳର ଘଟଣା। ଆମ ମୁହଁରୁ ହସ ଟିକେ ଶୁଣିବା ପାଇଁ ଦିଦି ଆମକୁ ହସିବା ପାଇଁ କହିଲେ। କାହା ମୁହଁରୁ ବାହାରୁଥାଏ ଆଉ କାହା ମୁହଁରୁ ବାହାରୁନଥାଏ। ଦିଦିତ କହିଛନ୍ତି ଆମକୁ ହସିବା ପାଇଁ ସେଥିପାଇଁ କିଏ ଟିକିଏ ମୁରୁକି ହସ, ଆଉ କାହାର ଚେନାଏ ହସ ବାହାରୁଥାଏ। ଆଉ କେତେଜଣ ଖି ଖି ହୋଇ ହସୁଥାନ୍ତି। ଆଉ କେତେଜଣ ଫେଁଏଁ ହୋଇ ହସୁଥାନ୍ତି। ଏହି ସମୟରେ ମୋ ସାଙ୍ଗ ଉଷା ଏତେ ଜୋରରେ ପାଟି ମେଲାଇ ହସିଲା ତା ପାଟିଟା ଆଁ ହୋଇ ରହିଗଲା। ଆଉ ପାଟି ପଡିଲା ନାହିଁ। ଆମେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲୁ। ଦିଦି ମଧ୍ୟ ତାକୁ ଦେଖି ହତବାକ୍ ହୋଇଯାଇଥିଲେ। ବହୁ ସମୟ ଧରି ସେ ପାଟିଟିକୁ ସେମିତି ଆଁ କରିଥାଏ। ଯମା ବନ୍ଦ ହେଲାନାହିଁ। ଦିଦି ସଙ୍ଗେ ଡକ୍ଟରଙ୍କୁ ସ୍କୁଲକୁ ଆସିବାକୁ କହିଥିଲେ। ଡକ୍ଟର ମୋ ସାଙ୍ଗ ଉଷାର ମୁଣ୍ଡ ଉପରେ ଏକ ହାତ ଥୋଇ ଅନ୍ୟ ଏକ ହାତକୁ ତାର ଥୋଡି ତଳେ ଦେଇ ଯୋରରେ ଦାବି ଦେଲେ। ଫଳରେ ତା ଆଁ ହେବା ପାଟିଟି ବନ୍ଦ ହୋଇଥିଲା।