Parameswar Ojha

Abstract Tragedy

4  

Parameswar Ojha

Abstract Tragedy

ତଥାପି

ତଥାପି

5 mins
259



-" ଏଇକୁଆଡେ ଯାଉଛ ? ଗୁନୁକୁ ଟିକେ ନେଇ ଯାଉନ ବୁଲେଇ ଆଣିବ , ଏଠି ମୋତେ ତିନି ଜଣ ହଇରାଣ କରୁଛନ୍ତି "

- " ଯଦି ସମ୍ଭାଳି ବାର କାପାସିଟ୍ ନଥିଲା ତେବେ ଜନମ କାଇଁ କରୁଥିଲୁ ?"


ସାନ୍ତନୁ ଏତକ କହିଦେଇ ଚାଲିଗଲା ଗୁଲିଖଟି କରିବାକୁ ଦାମ ଦୋକାନ ବେଞ୍ଚରେ ବସିଥିବା ପିଲାଙ୍କ ପାଖକୁ ।

ସତରେ ରୋନୀକୁ ବହୁତ ବାଧେ ସ୍ବାମୀଙ୍କର ଏଇଭଳି କଥା‌ ସବୁ । ସେ ଝିଅ ଜନ୍ମ କରି କ'ଣ ଟା ବା ଭୁଲ୍ କରିଛି ? ସେ କଣ ଚାହିଁଥିଲା ତିନି ତିନିଟା ଝିଅ ହେଉ ବୋଲି ?

ସେ କଣ ଏକା ନିଜଠୁ ନିଜେ କାଢି ଦେଲା ଛୁଆଟା ।

ତେବେ ? ତେବେ କାହିଁକି ସବୁବେଳେ ତାକୁ ଗେଜେର୍ ଗେଜେର୍ ହେଉଛନ୍ତି ସାନ୍ତନୁ । ଶାଶୁ ଶ୍ୱଶୁରଙ୍କର ବି କେମିତି ସବୁବେଳେ ଗୋଟେ ଫଣ ଫଣ ମୁହଁ ।

ସବୁକିଛି ଠିକ୍ ଠାକ୍ ଚାଲିଥିବ ତ ସବୁ ଠିକ୍ ।

ଯଦି କୋଉଠି ଟିକେ ଭୁଲ୍ ଭଟକା ହୋଇଗଲା ଗଲା ।

ସବୁ ପ୍ରକାର ନିନ୍ଦନୀୟ କଥା ରୋନୀକୁ ଶୁଣିବାକୁ ପଡ଼ିବ । ପରି ଶେଷରେ ସେଇ ଝିଅମାନଙ୍କ ପାଖରେ ହିଁ କଥା ସରିବ

-" ଯୋଉ ଦେଇ ପକେଇଛୁ ତ ଛୁଆ , ମୁହଁରେ ନିଆଁ ଦେବେ ଆଉ ?"

ଏମିତି କଥା ଶୁଣି ରୋନୀ ରାତି ରାତି କାନ୍ଦେ ଲୁହ ଗଡାଏ । ଯେତେବେଳେ ସ୍ବାମୀଙ୍କ ସମବେଦନା ତାର ଆବଶ୍ୟକ ହୁଏ ସେତେବେଳେ ସେ ବି ମୁହଁ ବୁଲେଇ ଶୋଇ ଯାଆନ୍ତି । ପଦୁଟିଏ କଥା ନହୋଇ ଛୁଆଙ୍କ କେଁ କଟର ଶୁଣି ସେ ବି ବହେ ବର୍ଷି ଯାଏ ସ୍ତ୍ରୀ ଉପରେ ।

୪ ପୁଅରେ ୩ ବୋହୂ ସାନଟା ବାହା ହୋଇନି ଏ ପର୍ଯ୍ୟନ୍ତ । ୩ ବୋହୂ ଥିଲେ କଣ ହେବ । ବଡ଼ ଭାଇ ବମ୍ବେରେ ଚାକାରୀ ସ୍ତ୍ରୀକୁ ନେଇ ସେ ସ୍ୟାଡେ ତା ପରିବାର ସହ ରହୁଛନ୍ତି ତାଙ୍କର ଗୋଟେ ପୁଅ ଗୋଟେ ଝିଅ ।

ଏକୋରନା, ଲକ୍ ଡାଉନ୍ ପାଇଁ ସେ ଆସିବାକୁ ଚାହିଁକି ବି ଆସି ପାରୁନି । କିନ୍ତୁ ଘରକୁ ଛଅ ମାସ ବର୍ଷ କରେ ଥରେ ଅଧେ ଆସିକୁଣିଆ ଭଳି ବୁଲି ବାଲି ୮/୧୦ ଦିନ ରହି ପୁଣି ପଳାନ୍ତି ।

ବାକି ମଝିଆ ଭାଇ, ବଡ଼ ବାହାଘର ପରେ ପରେ ସେଇ ଗାଁର ଗୋଟେ ଅଜାତିରେ ଝିଅକୁ ନେଇ ପଳେଇଲା ବାହାରକୁ ।

 ସେତେ ବେଳେ ଝିଅର ଭାଇ ବାପା ବହୁତ ହଙ୍ଗାମା କରିଥିଲେ ଘର ସାମ୍ନାରେ । ରକ୍ତମୁଖା ହୋଇ ଯାଇଥିଲେ କହିଲେ ପୁଅ ଘରକୁ ଫେରିଲେ ତା ମୁଣ୍ଡ କାଟି ଦେବୁ କୋଉ ସାହସ ରେ ଆମ ଭଉଣୀକୁ ନେଇଗଲା ସିଏ ? ସାଙ୍ଗ ଭାବି ପ୍ରଶୟ ଦେଲୁ ବୋଲି ଆମ ଇଜ୍ଜତକୁ ମାଟିରେ ମିଶେଇ ଦେବ ? ଖାଲି ଗାଁରେ ପାଦ ଦେଉ ତା ଗୋଡ଼ କଟା ହେବ ।

ଛାଡ ସେ କଥା, ପୁଅ ଝିଅ ପ୍ରାୟ ବର୍ଷେ ପରେ ଫେରିଥିଲେ ଗାଁକୁ , ଗାଁକୁ ଫେରିବା ପରେ ଝିଅ ର ବାପା ଭାଇ ମାନେ ବି ଥମି ଯାଇଥିଲେ । ଦୁଇ ଜଣ ଯାଇଥିଲେ ହେଲେ ଫେରିଲା ବେଳେ ଥିଲେ ତିନି ଜଣ ସାଥି ରେ ଥିଲା ତାଙ୍କ ପୁଅ । ହୁଏତ ପୁଅ ମୁହଁକୁ ଚାହିଁ ସମସ୍ତେ ସହଜରେ ଗ୍ରହଣ କରି ନେଇଥିଲେ ତାଙ୍କୁ ।

ପରିବାର ସହ ରହିଥିଲେ ପୁଅ ବୋହୂ ପରି କିନ୍ତୁ ଶାଶୁ ବୋହୂଙ୍କର ସବୁବେଳେ କିଟ୍ କିଟ୍ ଲାଗି ରହିଥିଲା । ଯୋଉଥି ପାଇଁ ଝିଅ ଚଳି ପାରିଲାନି ମୋଟେ । ଶେଷରେ ବାଧ୍ୟ ହୋଇ ମଝିଆ ପୁଅ ଅଲଗା ରହିଲା ତା ସ୍ତ୍ରୀ ପିଲା ସହ , ସେପଟ କଣ ଘରେ ।

ଏବେ ସବୁକାମ ରୋନୀ କରେ । ଘରଠୁ ବାହାର ସବୁ । ରୋଷେଇ ବାସ ଘର ଖରକା ପୁରକା । ଶ୍ବଶୁରଙ୍କ ଦେହ ପା ମେଡିସିନ ଦେବା ଭଲ ମନ୍ଦ , ଶାଶୁଙ୍କ ଯତ୍ନ, ସ୍ତ୍ରୀର କର୍ତ୍ତବ୍ୟ ତା ସହ ତିନି ଛୁଆଙ୍କ କେଁ କଟର ଝିନ୍ ଝନ୍ ସବୁ ଏକା ସମ୍ବାଳେ । ମଝିଆ ବୋହୂ ଏଥିରେ ଟିକେ ବି ଧାର୍ ଧରେନି ତା ଘର କାମ ତା ଘର ଭିତରେ ସବୁ ନା ଶ୍ୱଶୁର ନା ଘରର ବାକି କାମ କୋଉଥିରେ ବି ହାତ ମାରେନି ସେ ।

ସବୁଆଡୁ ରୋନୀ ଏକା ଘାଣ୍ଟି ଚକଟି ହେଉଥାଏ ।କିନ୍ତୁ ତାକୁ କେହି ବୁଝନ୍ତିନି । ଏତେ ସବୁ କଲାପରେ ବି କେହି ପଦୁଟିଏକୁହନ୍ତିନି ସମବେଦନାର କଥା । ପାଏନି କାହାଠାରୁ ଭଲ ପାଇବାର ସ୍ପର୍ଶ ମୁଁ ଭାବେ କାଇଁ ମଝିଆ ବୋହୂ ପରି ତାର ତ କାଇଁ ଶାଶୁ ଶ୍ୱଶୁର ସହ , ଝଗଡା ହେଲାନି ଆଜି ଯାଏଁ । କାଇଁ ସେତ ସ୍ବାମୀଙ୍କ ପାଖେ କିଛି ବି ଅଭିଯୋଗ କଲାନି ଶାଶୁ ଶ୍ୱଶୁର ବିରୁଦ୍ଧରେ ।

ଗାଁ ଝିଅ ବୋଲି ମଝିଆ ବୋହୂ ଉଦ୍ଧତ ଥିଲା । ସବୁ ଗାଁ ଝିଅ ସେ ପରି ନୁହନ୍ତି କିନ୍ତୁ ସେ ସେଇ ଧରଣର କଳିହୁଡି ଝିଅଟେ ଥିଲା । କିନ୍ତୁ ରୋନୀ । ରୋନୀ ଥିଲା ଭିନ୍ନ , ସଂସ୍କାର ଘରେ ବଢିଥିଲା ସେ । ବାପା ତାର ସଂଗୀତରେ‌ ଯେମିତି ଶିକ୍ଷକତା ରେବି ସେମିତି । ଦଶ ଖଣ୍ଡି ମଉଜାରେ ନାଁ ଡାକେ ତାଙ୍କର ।

ସ୍ବାଭିମାନୀ ମଣିଷ ସ୍ବଳ୍ପ ଦରମା , ତଥାପି ତିନି ଝିଅଙ୍କୁ ସ୍ନାତକୋତ୍ତର ଶେଷ କହି ବିବାହ କରି ଦେଇଛନ୍ତି । ଚେହେରା ସିନା ଟିକେ ଅସଫା ହେଲେ ଗଢଣାରେ‌ ସମସ୍ତେ ଏକରୁ ବଳି ଆରେକ । ଚାଲି ଚଳଣ , ରଙ୍ଗ ଢ଼ଙ୍ଗ , ଆଚାର ବ୍ୟବହାର ବୁଦ୍ଧି ମତାରେ କେହି ବି ବାରି ପାରିବେନି ସେମାନଙ୍କୁ ।

ବଡ଼ ଝିଅ ବାହା ହେଲା ଜଣେ ଶିକ୍ଷକକୁ । ମଝିଆ ଜଣେ ବ୍ୟବସାୟୀକୁ । ବାକି ସାନ ଝିଅ ରୋନୀ ପାଇଁ ବର ଖୋଜିବା ପରେ ଶେଷରେ ସ୍ଥିର ହେଲା ଏଇଟି ।

 ପୁଅଟି କାଠ ମିସ୍ତ୍ରୀ । ଚାଷ କାମର ବି ମାହିର୍ । ତେଣୁ ପରିଶ୍ରମୀ କର୍ମଠ ପିଲା ଦେଖି । ରୋନୀ ବାପା ରାଜି ହୋଇଗଲେ ।

ରୋନୀର ଟିକେ ବି ମନଦୁଃଖ ନାଇଁ ଗେଲ ବସରରେ ବଢ଼ି ଆସିଥିବା ଝିଅଟାକୁ ବାପା ଶେଷରେ ମଧ୍ୟବିତ୍ତ ଗରିବ ପରିବାରରେ  ବିବାହ କରିଦେଲେ । କି ତା ସଂସାର ପିଲା ଛୁଆ ପରିଶ୍ରମ ଝିନ୍ ଟନ୍ ଘାଣ୍ଟି ହେଲା ଭଳି କାମକୁ ନେଇ ବି କିଛି ଅଭିଯୋଗ ନାହିଁ ।

ହେଲେ ପ୍ରତି ମୁହୂର୍ତ୍ତରେ ତିନି ଝିଅଙ୍କ ମା ହୋଇଥିବାରୁ କାଇଁ ଏମିତି ତିରସ୍କାର ଶୁଣିବାକୁ ପାଉଛି ସେ ବୁଝି ପାରେନି ।

ଝିଅର ମାଆଟିଏ ହେବା କଣ ଏତେ ବଡ଼ ଭୁଲ୍ ? ସାନ୍ତନୁ ବି ବେମତଲବ୍ କଥା କହି ଗାଳି ଦିଅନ୍ତି ସବୁଥର ।

"କାହିଁକି ଝିଅ ଜନ୍ମ କରୁଥିଲୁ ? ସବୁ ତୋର ଭୁଲ୍ ।"

ରୋନୀର ଇଛା ହୁଏ ଖଟ ଧାରରେ କି ସିମେଣ୍ଟ କାନ୍ଥରେ ମୁଣ୍ଡ ଢୋ କଲି ପିଟି ଦେବାକୁ । ହେଲେ ପାରେନି । ଶାନ୍ତିରେ ନିଶ୍ୱାସ ନେବାକୁ ବି ଘଡ଼ିଏ ସମୟ ନାହିଁ ତା'ର । ତିନି ଝିଅଙ୍କ ଖାଇବା ପିଇବା କଥା ବୁଝି ବୋଧ ଦେଇ ଶୁଆଇ ଦେବା ବେଳକୁ ରାତି ୧୨ ପ୍ରାୟ ବେଳେ ହୋଇଯାଏ । ଆଉ କେତେବେଳେ ତ ସାନ ଶୋଇ ଲାଣି ତ ବଡ଼ ଉଠି ଗଲାଣି ବଡ଼ ଶୋଇଲାଣି ତ ମଝିଆ କେଁ କେଁ ହେଲାଣି । ଅଧିକାଂଶ ରାତି ତ ଅନିଦ୍ରା ରହେ ସେ ପିଲାଙ୍କ ପାଇଁ ।

ସେ ଭାବେ ମାଆଟିଏ ହେବା ସତରେ ଭାରି କଷ୍ଟ   ।

ଏଇ କିଛି ଦିନ ତଳେ ଗୋଟେ ଥାପଡ୍ ଟେ ବସେଇ ଦେଲା ସାନ୍ତନୁ ରୋନୀ ଗାଲରେ । ଠକ୍ ଠକ୍ ଲୁହ ବୋହିଗଲା ତା ଆଖିରୁ । ଭୁଲ୍ କଣ ବୋଲି ପଚାରିଲା ବେଳକୁ ଆଉ ଗୋଟେ ବସିଗଲା ବାଁ ପଟ ଗାଲରେ ।

-" ବାପାଙ୍କର ମେଡିସିନ , ଝିଅର ସେରିଲାକ୍ ସରି ଯାଇଛି । ଆଗରୁ କାଇଁ କହିଲୁନି । ଏବେ କେମିତି ଆସିବ ? ଏବେ ଶନି ରବିବାର ଲକ୍ ଡାଉନ୍ ଚାଲିଛି ତତେ ଜଣା ପଡୁନି ବୋଧେ ? ତିନି ତିନିଟା ଝିଅକୁ ତ ଜନ୍ମ କରି ପକେଇଛୁ ଖାଲି ତାଙ୍କୁ ଧରି ଖେଳା "

କିଛି ବି ଆଉ କହି ନଥିଲା ରୋନୀ । ଖାଲି ଭାବୁଥିଲା ଏ ଯୋଉ ଥାପଡ୍ ଟେ ବସେଇଲେ ସ୍ଵାମୀ , ଲାଭ କଣ ମିଳିଲା ତାଙ୍କୁ ? ବାପାଙ୍କ ମେଡିସିନ ଝିଅର ସେରିଲାକ୍ କଣ ଆପେ ଆପେ ପଳେଇ ଆସିଲା ? ନା ଲକ୍ ଡାଉନ୍ ମୋ ଆଖିର ଲୁହରେ ଖୋଲିଗଲା ?

ସତରେ ବଡ଼ ଅଜବ ମଣିଷଟେ ଇଏ, ଅଯଥା ହାତ ଉଠେଇବାର ଆଦତ୍ ପଡି ଗଲାଣି ୟାଙ୍କର ।

ରୋନୀ ଭାବୁଥାଏ ସେ ବୋହୂଟିଏ ବୋଲି କଣ ଘରର ଟିକି ନିକି ହିସାବ ସେ ଏକା ରଖିବ ? ଶାଶୁ ଶ୍ୱଶୁର ସ୍ବାମୀ କଣ ଛୋଟ ଛୋଟ କଥାରେ ମୁଣ୍ଡ ପୁରେଇବେନି ? ଛୋଟ ବଡ଼ ସବୁ ଭୁଲ୍ ର ଭାଗିଦାରୀ ସେ ହିଁ ହେବ ? ସବୁ ପରେ ଭୁଲ୍ ତୃଟି ଆକ୍ଷେପ ଶେଷକୁ ତା ଝିଅ ମାନଙ୍କୁ ତା ମାତୃତ୍ଵକୁ କାଇଁ ନିନ୍ଦା କରା ଯାଉଛି ?"

ବେଳେ ବେଳେ ସେ ଭାବେ, " ମାଆଟିଏ ନ ହୋଇ ବାଞ୍ଝ ଟିଏ ହୋଇରହିଥାଆନ୍ତା କି ସବୁଦିନ ପାଇଁ । ତାକୁ ଆଉ ତା ଝିଅମାନଙ୍କୁ ଏମିତି ତିରସ୍କାର ନିନ୍ଦା ଶୁଣିବାକୁ ପଡି ନଥାନ୍ତା । ବହୁତ ବାଧେ ତାକୁ ସତରେ ତା ଝିଅ ମାନଙ୍କୁ ନେଇ କେହି ବି କିଛି ଖରାପ କହିଲେ ।

ଏୟା ଅର୍ଥ ନୁହଁ ଯେ ତିନି ଝିଅକୁ ପରିବାର ଲୋକେ ଘୃଣା କରନ୍ତି ବୋଲି । ନା ସେମିତି ନୁହେଁ । ସ୍ନେହ ଶ୍ରଦ୍ଧା ବି କରନ୍ତି ଢେର୍ । କିନ୍ତୁ ମନରେ ଅଶାନ୍ତି ଥାଏ ତାଙ୍କୁ ନେଇ ସବୁବେଳେ ।

ବୋଧେ ଭବିଷ୍ୟତ ଚିନ୍ତା କରି ବସନ୍ତି । ଏମିତି ପରିବାର ସ୍ବଳ୍ପ ରୋଜଗାରରେ କେମିତି ତିନି ତିନିଟା ଝିଅ ବାହା ହେବେ ?

ରୋନୀ ମନରେ କିନ୍ତୁ ତିନି ଝିଅକୁ ଶାଶୁଘର ବିଦା କରିବାର ସ୍ବପ୍ନ ନଥାଏ । ସ୍ବପ୍ନ ଥାଏ କେବଳ ତିନି ଝିଅକୁ ଉଚ୍ଚ ଶିକ୍ଷିତା ସଂସ୍କାରୀ କରି ଗଢି ତୋଳିବା । ତାଙ୍କ ନାଁରେ ତା ବାପାଙ୍କ ନାଁ କେମିତି ଉଜ୍ଜ୍ୱଳ ହେବ ସେଇ କଥା ହିଁ ଭାବୁଥାଏ ସବୁବେଳେ ।

ଆଉ ଗୋଟେ ବଡ ଆଶାଟେ ଥାଏ ରୋନୀର ।

ଏମିତି ଦିନ ଆସିବ ସ୍ବାମୀ ଯୋଉଦିନ ତାଙ୍କ ଝିଅଙ୍କୁକୁଣ୍ଢେଇ ଧରି ଗର୍ବରେ ମୋ ଝିଅ ବୋଲି କହିବେ ‌। ଆଉ ସେତେବେଳେ ଝିଅଙ୍କ ପାଇଁ ତାଙ୍କ ଆଖିରେ ଆଖିଏ ଲୁହ ଥିବ ପଶ୍ଚାସ୍ତାପର ।

ରୋନୀର ଏ ଆଶା କଣ ପୂରଣ ହେବ ? କେଜାଣି ... ?





Rate this content
Log in

Similar oriya story from Abstract