kalpana sahoo

Romance

2  

kalpana sahoo

Romance

ତଥାପି ମୁଁ ଖୁସି !

ତଥାପି ମୁଁ ଖୁସି !

2 mins
126



    ଝିଅଟି ଦୁଇ ଦୁଇ ଥର ପ୍ରେମରେ ଧୋକା ଖାଇବାପରେ ହାରିଯାଏ । ସେ ଆଉ କାହାକୁ ଭଲପାଇବନି ବୋଲି ନିଷ୍ପତିନିଏ । ଏକଥା କିଛି ଦିନ ପର୍ଯ୍ୟନ୍ତ ଠିକ୍ଥାଏ । କିନ୍ତୁ ପାଗଳ ମନକି ମାନିବ ? ଟିକିଏ ପ୍ରେମ ପାଇବା ଆଶାରେ ସେ ପୁଣିଥରେ ସେଇ ଭୁଲ୍ କରିବସେ । ହସମଜା କେଇପଦ କଥାକୁ ସେ ପ୍ରେମ ବୋଲି ଭାବିଆସେ । ନିରାଟ ସତ୍ୟକୁ ପାଦରେ ଆଡେଇଦେଇ ଘୁରିବୁଲେ ମରିଚିକା ପଛରେ । ତେବେ ଏକଥା ଜଣାନଥାଏ ସାମ୍ନାବାଲା ମନରେ କ'ଣ ଅଛି ? ଉପରକୁ ଶଙ୍ଖ ମଲମଲ୍ ପଥର ପରି ଚିକଚିକ୍ କରୁଥିଲେ ମଧ୍ୟ ଭିତରେ ଏହାର କୌଣସି ପ୍ରଭାବ ନଥାଏ । ତେବେ ଏସବୁକୁ ଅନୁଭବ କରିପାରେନି ପାଗେଳିଟି । ଆଖି ଥାଇ ମଧ୍ୟ ଆଜି ସେ ଅନ୍ଧ । ଜୀବନର ଭୁଲ୍ ରୁ କିଛି ଶିଖିବାପରେ ମଧ୍ୟ ସେ ଅଣଦେଖା କରେ । ତେବେ ଏମିତି କିଛି ଦିନ କଥାବାର୍ତ୍ତାର ମାହୋଲ୍ ବେଶ୍ ଭଲ ଲାଗୁଥିଲା । କିନ୍ତୁ ଜଣାନଥିଲା ଅଦିନ କୁହୁଡି ଏମିତି ମାଡିଆସିବ, ଆଉ ସବୁ ନିଶ୍ଚିନ୍ନ କରି ଚାଲିଯିବ । 


     ମନରେ ବହୁତ୍ ଆଶା ଥିଲା । ଭାବିଥିଲା ସେ ସମସ୍ତଙ୍କଠାରୁ ଭିନ୍ନ । ହଁ ଭିନ୍ନ! କିନ୍ତୁ କାମ ନୁହେଁ, କାମ କରିବାର ଶୈଳୀରେ ଭିନ୍ନ । ତେବେ ଝିଅଟି ବୁଝି ମଧ୍ୟ ଅବୁଝା ସାଝେ । କେଇ କ୍ଷଣର ଖୁସିକୁ ନେଇ ବଞ୍ଚିବାକୁ ଚେଷ୍ଟାକରେ । ତେବେ କେତେ ଦିନବା ସହିବ ସେ । ନାଁ ଏବେ ମିଳୁଛି ସେ ପ୍ରାଧାନ୍ୟ, ନାଁ ଆଜି ଅଛି ସେ ଭଲପାଇବା । କେବଳ ଗୋଟାଏ ଚିହ୍ନ ମୁଁ ଭଲପାଉଛି । କଥାରେ କିଅବା ମନ ବୁଝୁଛି । ହକ୍ ଜତାଇବାକୁ ଇଚ୍ଛା ହେଉଛି, କିନ୍ତୁ ତା'କଥା କିଏ ଶୁଣିବ ଭାବି ଚୁପ୍ ରହିଯାଉଛି । ସାରା ଜୀବନର ସାଥି ହେଇ ବାଟ ଚାଲିବାର କଥାଦେଇ ଆଜି କିଛି ଦିନରେ ସବୁକିଛି ବୁଝେଇ ଦେଉଛି । ସବୁ କଥା ବଦଳିଯାଇଛି । ନାଁ ଅଛି ସେ ସ୍ନେହ, ନାଁ ଅଛି ସେ ଆନ୍ତରିକତା । ଦିନ ଥିଲା, ସବୁ କାମ ଭିତରେବି ସମୟ ମିଳୁଥିଲା ପଦିଏ କଥା ହେବାକୁ । ଆଜି ସମୟ ନାହିଁ କି କଥା ହେବାର ଇଚ୍ଛା ମଉଳି ଯାଇଛି ତା'ମଧ୍ୟ ଜଣାନାହିଁ । ତେବେ ଝିଅଟି ଏତେ ଗୁଡାଏ ପ୍ରଶ୍ନ ଭିତରେ ଛନ୍ଦି ହୋଇଯାଉଛି । ଯେତେବେଳେବି ପଚାରିବାକୁ ଚେଷ୍ଟା କରିଛି କିଛିନା କିଛି ବାଟରେ ସେ ରୋକି ହେଇଯାଉଛି । ତେବେ ସେ ବୁଝିପାରୁନି, ଭୁଲ୍ କ'ଣ ତା'ର ? କାହିଁକି ସେ ବାରମ୍ବାର ଅନ୍ୟମାନଙ୍କର ଧୋକାର ଶିକାର ହେଉଛି ?




      ଯେଉଁ ଅଚିହ୍ନା ମୁହଁକୁ ସେ ଆଜି ପସନ୍ଦ କରିଛି, ସେ କ'ଣ ସେମିତି ଅଚିହ୍ନା ହୋଇ ରହିଯିବ ! ଏକଥା ଭାବି ଡରିଯାଉଛି । ତେବେ ପ୍ରଶ୍ନ ପଚାରିଲେ ଯେଉଁଠି ଉତ୍ତର ମିଳୁଥିଲା, ଆଜି ସେ ଉତ୍ତର ବଦଳିଯାଇଛି । ଉତ୍ତର ବଦଳରେ କେବଳ ପ୍ରଶ୍ନହିଁ ମିଳୁଛି । ପାଗଳିଙ୍କ ପରି ଭଲପାଇବା ପରେ ମଧ୍ୟ ଆଜି ସେ ନିଜର ହୋଇପାରିନି । ଦୁଇ ଜଣକ ମଝିରେ ରହିଯାଇଛି କେବଳ ଦ୍ବନ୍ଦ । ତଥାପି ସେ ଖୁସି ତା' ଭୁଲ୍ ପାଇଁ । ଟିକିଏ ଖୁସି ପାଇବା ଆଶାରେ ସେ ଯେଉଁ ଭୁଲ୍ କରିଛି ତା'ର ପ୍ରାୟଶ୍ଚିତ ହୁଏତ ଏଇଟା ହେଇପାରେ ? ଆଜି ସେ ସାଙ୍ଗରେ ଥାଇ ମଧ୍ୟ ଏକା । ଖୋଜୁଛି ସେ ଅତୀତର ଦିନକୁ, ଯେଉଁଠି ସେ ଏକା ରହୁଥିଲା । କିନ୍ତୁ ଫେରିପାରେନି ପଛକୁ। କିଛି ନଥିବା ସମ୍ପର୍କରେ ବି ସବୁକିଛି ପାଇବାକୁ ଚେଷ୍ଟା କରୁଛି ସେ । ହେଲେ ପ୍ରତିଦାନରେ କେବଳ ଏତିକି.......ମୁଁ ତୁମର । କିନ୍ତୁ ଜଣାନାହିଁ ସେଇଟା ସତ କି ମିଛ ? ଆଜି ବଦଳିଯାଇଛି ସବୁ, ତଥାପି ସେ ଖୁସି । କିନ୍ତୁ ଖୁସିରେ ରଖିବା ଲୋକ ହିଁ ଭୁଲିଯାଇଛି ନିଜର କର୍ତ୍ତବ୍ୟ । ତଥାପି ମୁଁ ଖୁସି........ଆଜି ମିଳୁନି ଆଉ ସେ ଭଲପାଇବା । ତଥାପି ମୁଁ ଖୁସି........ତଥାପି ମୁଁ ଖୁସି ।        


Rate this content
Log in

Similar oriya story from Romance