STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ତ୍ରିରଙ୍ଗା ଓ ଜାତି ପୁତ୍ର

ତ୍ରିରଙ୍ଗା ଓ ଜାତି ପୁତ୍ର

1 min
122


ଆମେ ଦୁହେଁ ହୀରାଖଣ୍ଡକୁ ଅପେକ୍ଷାରେ ଥାଉ। ଭୁବନେଶ୍ଵରର ଏକ ନମ୍ବର ପ୍ଲାଟଫର୍ମରେ ସ୍ୱଚ୍ଛ ବାତାବରଣ ଭିତରେ ବସିଥାଉ, ଆଉ ଭାବୁଥାଉ ପୂର୍ବ ଅପେକ୍ଷା କେତେ ବଦଳି ଗଲାଣି ପ୍ଲାଟଫର୍ମ। କେତେ ପରିଷ୍କାର ପରିଚ୍ଛନ୍ନ ଓ ସ୍ୱଚ୍ଛ ବାତାବରଣ ।

  ମୁଁ ଠିକ ଏହି ସମୟରେ ଛାତ ଉପରେ ଥାଏ ଘରେ ଆଉ ଫେରନ୍ତା ପକ୍ଷୀ ସବୁ ନୀଡ଼କୁ ଫେରିବାର ଦୃଶ୍ୟରେ ବିଭୋର ହୋଇ କିଛିସମୟ ନିରୀକ୍ଷଣ କରେ । ସବୁ ପକ୍ଷୀ ମାନଙ୍କ ଭିତରେ ହଳଦୀବସନ୍ତ ଓ ଶୁଆ ଠାବ କରିବା ଭିତରେ ସଞ୍ଜ ନଇଁଯାଏ ତ ଚଉରା ମୂଳେ ସଞ୍ଜବତୀ ଦେଇ ତଳକୁ ଆସେ। ସେମିତି ଆଜି ଏକ ନମ୍ବର ପ୍ଲାଟଫର୍ମରୁ ଚାହିଁଲି ଆକାଶକୁ ଦେଖିଲି ନୀଡ଼ ଫେରନ୍ତା ବଣି, କାଉ କଜଳପାତି ଓ ଅସଂଖ୍ୟ ମାଟିଆ ଚିଲ। ପିଲାଦିନୁ ଧାରଣା ମାଟିଆ ଚିଲ ଦେଖିଲେ ଅଶୁଭ ଭାବୁ ଭାବୁ ତିନିଟା ଶୁଆ ଉଡ଼ିଯିବାର ଦୃଶ୍ୟରେ ବିଭୋର ହେଉ ହେଉ ପୁଣି ପାଞ୍ଚଟା ଉଡ଼ିଗଲେ ତ ତାଙ୍କୁ ଦେଖି ମନ ଖୁବ ଖୁସି।

  ହଠାତ୍ ନଜର ପଡିଲା ଉଚ୍ଚରେ ଉଡୁଥିବା ତ୍ରିରଙ୍ଗା ପତାକା ଉପରେ। ରାଜଧାନୀ ଭୁବନଶ୍ବରର ରେଲୱେ ଷ୍ଟେସନରେ ଜାତୀୟ ପତାକା ଉପରେ ନଜର ପଡ଼ିବା କ୍ଷଣି ଦେଖିଲି ଖିଲି ଖିଲି ପବନରେ ଉଡୁଛି ପତାକା ଆଉ ସୃଷ୍ଟି କରୁଛି ବିଭିନ୍ନ ଭାବ ଭଙ୍ଗୀର ଦୃଶ୍ୟ। ହଠାତ୍ ଦେଖିଲି ଜାତୀୟ ପତାକା ଭିତରେ ବରପୁତ୍ର ଉତ୍କଳ ଗୌରବ ମଧସୂଦନ ଦାସ। ଥରେ ନୁହେଁ ଆଖି ମଳି ମଳି ଯେତେଥର ଚାହିଁଲି ଦେଖିଲାବେଳକୁ ସେହି ଦୃଶ୍ୟ। ହଠାତ୍ ଫୋନ ବାଜୁଥିଲା ଆଉ ଦିବ୍ୟଦର୍ଶନ ସମ୍ପାଦିକା ନିମନ୍ତ୍ରଣ କରୁଥିଲେ ମଧୁବାବୁଙ୍କ ଜୟନ୍ତୀ କବିତା ଆସରକୁ ଆସିବେ ମାଡାମ। ମୁଁ କହିଥିଲି ଉତ୍ତରରେ ଯେ ଜାତୀୟ ପତାକା ପରା ମନେ ପକେଇ ଦେଲେଣି ମତେ ଏଠି ଭୁବନେଶ୍ୱରରେ ତେଣୁ ନିଶ୍ଚୟ ଫେରିବି ଶୀଘ୍ର , ଆଉ ସଭାରେ କହିବି ମୋ ଅନୁଭୂତି, ଜାତିର ପୁତ୍ର ଉତ୍କଳ ବରପୁତ୍ର ମଧୁସୁଦନଙ୍କ ବିଷୟରେ। ସେପଟୁ ମାଡାମ୍ ହସୁଥିଲେ ଆଉ ତଥାପି ଜାତୀୟ ପତାକା ଭିତରେ ମୁଁ ଦେଖୁଥିଲି ଉତ୍କଳ ବାରପୁତ୍ର ମଧୁବାବୁଙ୍କୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract