ତୋ ପାଇଁ ମୁଁ ଆଉ ମୋ ପାଇଁ ତୁ
ତୋ ପାଇଁ ମୁଁ ଆଉ ମୋ ପାଇଁ ତୁ


ବର୍ଷା ସେମିତି ହେଉଥାଏ । ଶ୍ରାବଣୀ ଡ୍ରେସିଙ୍ଗ୍ ମିରର୍ ସାମନାରେ ଡ୍ରେସ୍ ବଦଳାଇ ପତ୍ର କଲରର ହାଲ୍କା ଫୁଲ୍କା ନାଇଟ୍ଟା ପିନ୍ଧୁ ପିନ୍ଧୁ ନିଜର ଭିଜିଲା ଯୈବନ ଦେଖି, ଫିକ୍କିନା ହସି ଦେଇ, ସଙ୍ଗେ ସଙ୍ଗେ ଚା’ କପ୍ଟେ ଧରି ଟି.ଭି ଦେଖୁଥିଲାବେଳେ, ମାନସୀ ତା ପାଖରେ ହଠାତ୍ ପହଂଚିବାରୁ ସେ ଆଶ୍ଚର୍ଯ୍ୟ ସହକାରେ ପଚାରିଲା –
-କ’ଣ ହେଲା ? ତୁ ଏତେବେଳେ... ?
-ସେଇ କଥା । ପ୍ଲିଜ୍ କହନା ?
-ନାଇଁ ତୁ ।
-ଓକେ । ତୁ ଶୁଣି ଆଶ୍ଚର୍ଯ୍ୟ ହେବୁ , ମୋ’ର ସେଠାରେ ଆଜିକୁ ୭ବର୍ଷ ହେବ ଡିଭର୍ସ ହେଇଯାଇଛି । ଏହା ପରେ ମୁଁ ସିଧା ଗାଁକୁ ଚାଲିଆସିଲି । ଏ ବିଷୟରେ ଆମର କେହି ଏପର୍ଯ୍ୟନ୍ତ କିଛି ଜାଣି ନାହାନ୍ତି । ତୋତେ ମୋ ରାଣ, ଏକଥା କାହାକୁ କହିବୁନି । ଏବେ ତୁ କହ ।
ଲୁହ ଭିଜା ଆଖିରେ ଶ୍ରାବଣୀ ତା ଅଭୂଲା ଅତୀତକୁ ରୋମନ୍ଥନ
କରି କହିଲା – ତୋ’ର ନିଶ୍ଚୟ ମନେ ଥିବ, ୭ବର୍ଷ ତଳେ ମୁଁ ଯେଉଁ ସଞ୍ଜିବକୁ ଜୀବନ ଦେଇ ଭଲ ପାଉଥିଲି, ସିଏ ଆଉ ଏ ଦୁନିଆରେ ନାହିଁ । ପୁ’ଣି ସେ ଗୋଟେ ନିପଟ ଗରିବ ଫ୍ୟାମିଲିର, ମୁଁ ଏହା ଜାଣି ସୁଦ୍ଧା ତାକୁ ମୋ ହୃଦୟରେ ସ୍ଥାନ ଦେଇଥିଲି । କିନ୍ତୁ ସେଦିନ ପେପର୍ ଦେଖି ଜାଣିବାକୁ ପାଇଲି – ସେ ଆଉ ଏ ଦୁନିଆରେ ନାହିଁ । ମନରେ ଅସରନ୍ତି ଦୁଃଖ ତଥା ଭଙ୍ଗା ମନଟିଏ ନେଇ ବଂଚୁଥିବାବେଳେ ଦୀପକ୍ ସହ ମୋ’ର ପ୍ରେମ ସମ୍ପର୍କ ସ୍ଥାପିତ ହୁଏ । ପୁ’ଣି ଆମର ସ୍ଟାଟସ ଆଭାବରୁ ତାହା ଭାଙ୍ଗିଯାଏ । ଏହା ପରେ ମୁଁ ଆଉ ମ୍ୟାରେଜ୍ କରିବା କଥା କେବେ ବି ମୋ ମନକୁ ଆଣିନି । ଶେଷରେ ଦୁଃଖ ଏତିକି, ସବୁଦିନ ପାଇଁ ଏକା ହେଇଗଲି । ସେ ଆଉ କିଛି କହିବା ପୂର୍ବରୁ ମାନସୀ ତା ପାଟିରୁ କଥା ଛଡାଇ ନେଇ ସଙ୍ଗେ ସଙ୍ଗେ କହିଲା – ଏକା କ’ଣ ପାଇଁ ? ଆଜିଠାରୁ ତୋ ପାଇଁ ମୁଁ ଆଉ ମୋ ପାଇଁ ତୁ, ବୁଝିଲୁ