Lipsa Acharya

Romance

2  

Lipsa Acharya

Romance

ତମ ଉତ୍ତର ଅପେକ୍ଷାରେ..

ତମ ଉତ୍ତର ଅପେକ୍ଷାରେ..

2 mins
279


ପୁଣି ଥରେ ସେହି ସ୍ବପ୍ନ । ମୁଁ ଜାଣେ ।ତା' ବାସ୍ତବ ରୂପ ନାହିଁ । ଭବିଷ୍ଯତରେ ସତହେବାର ଆଶା ନେଇ ହୃଦୟରେ ସାଇତି ରଖିଚି । ଯଦି ସତହୁଏ କହିବି ତୁମକୁ ଦିନେ ।

ଏକଦା ଦେଖାହବ ତୁମ ସାଥିରେ । ସ୍ବପ୍ନରେ ନୁହେଁ ସତରେ । କେଉଁଠି ଜାଣିଚ ?? କଲେଜ ଗ୍ରନ୍ଥାଳୟ ଭିତରେ । ତୁମେ ପୁରୁଣା ବହିରୁ ଧୂଳି ଚ୍ଥାଡୁଥିବ ଆଉ ମନେ ମନେ ବିରକ୍ତ ହଉଥିବ । ତମ ଅଜାଣତରେ ଧୂଳିଗୁଡିକ ଆସି ମୋ ଉପରେ ପଡୁଥିବ । ତମେ ଜାଣିଲା ପରେ ,ନମ୍ରତା ଭାବରେ କ୍ଷମା ମାଗିକ ଆଉ ମୁଁ ହସି ଦେଇଚାଲି ଆସିବି । ଏମିତି କାଳେ ହବ ଆମର ପ୍ରଥମ ଦେଖା । ତା ପରେ ...... । ଏଠି ରାତି ପାହିଯାଏ , ସ୍ବପ୍ନର ଚିତ୍ରଟା ଥିରେ ଥିରେ ବିଦାୟ ନିଏ ଆଖିର ପରିଧି ଭିତରୁ । ସ୍ବପ୍ନ ସିନା ଏତିକି ରେ ସରିଯାଏ । ମୁଁ କଣ ଭାବେ ଜାଣିଚ। ଭାବିବାକୁ ଟଙ୍କା ଲାଗେନି । ତେଣୁ ଭାବି ଦିଏ ଅନେକ କଥା । ଭବିଷ୍ଯତ ର ସ୍ବପ୍ନ ବୁଣେ ।

ତମ ସହ ପୁଣିଥରେ ଦେଖାହୁଏ କଲେଜ ଗ୍ରନ୍ଥାଳୟରେ । ସେହି ପୁରୁଣା ଅଭ୍ଯାସ ଅଲୋଡା ବହିର ଧୂଳି ଚ୍ଥାଡିବା । ବେଳେବେଳେ ଇଚ୍ଚ୍ଥା ହଉଥିବ ପଚାରିବା ପାଇଁ କଣ ଖୋଜୁଚ ?? ତମ ଉତ୍ତର ବି ,ମୁଁ ଭାବି ନେଇଚି । କହିବ ତୁମେ ;"ଗୋଟିଏ ପୁରୁଣା ବହି ଭିତରେ ଲୁଚି ରହିଚି ମୋ ପ୍ରେମର କେତୋଟି ଶବ୍ଦ । ତାକୁ ଖୋଜୁଚି।" ମୁଁ ହସିହସି ଗଡିଯିବି ଆଉ ତମେ ରାଗିଯିବ । ଆଉ କଣ କରିଥାନ୍ତି ?? କଲେଜର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଚି ଗ୍ରନ୍ଥାଳୟ । ତଥାପି ତା' ଭିତର ନିର୍ଜନ ଓ ନିରବତା ଥାଏ । ପ୍ରେମର କେତୋଟି ଶବ୍ଦ ତୁମେ ପାଇବ କ୍ଯାଣ୍ଟିନ୍ ଭିତରେ ନ ହେଲେ ସାଇକେଲ୍ ଷ୍ଟାଣ୍ଡରେ । ମୋ ଚଗଲାମି ଭରା ଉତ୍ତର ଶୁଣି ତମେ କହିବ .....


ଭାବନାରେ ବର୍ତ୍ତମାନ ତାଲା ପକେଇବାକୁ ପଡିବ । ଭବିଷ୍ଯତ ସମୟ ରୁ ବାହାରିବାକୁ ପଡିବ । କାହିଁକି ନା । ଘରୁ ବାହାରି କେତେବେଳେ କଲେଜ ରେ ପହଞ୍ଚିଗଲି ଜାଣିପାରିଲି ନାହିଁ । ତମ ଉତ୍ତର ଟା ଭାବିବା ବାକି ରହିଗଲା । ଥରେ ଯଦି ସ୍ବପ୍ନଟା ସତ ହେଇଯିବ ନା । ଉତ୍ତର ଭାବିବାକୁ ପଡିବ ନାହିଁ । ତମ ଠାରୁ ମିଳିଯିବ , ତମର ଉତ୍ତର ଟି । ଅପେକ୍ଷା ରହିଲା ସେ ସମୟ କୁ ...... 



Rate this content
Log in

Similar oriya story from Romance